C N I

C N I cover news India

23/09/2025

ପ୍ରଶାସନିକ କଟକଣାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ସୁଭାଷ ସଙ୍ଗଠନର ସ୍ମାରକ ପତ୍ର ପ୍ରଦାନ..

କଟକର ଐତିହ୍ୟ, ସନାତନ ଧର୍ମ, ସଂସ୍କୃତି ଓ ପରମ୍ପରାକୁ କ୍ଷୁଣ୍ଣ କରି ପୂଜାପାର୍ବଣ ସମୟରେ ପ୍ରଶାସନ ତରଫରୁ ଯେଭଳି ଭାବେ କଟକଣା ଲଗାଯାଉଅଛି ତାହାକୁ ବିରୋଧ କରି ଆଜି ସୁଭାଷ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । ଯେଉଁଥିରେ ଉଲ୍ଲେଖ ଅଛି କି ସହରର ବିଭିନ୍ନ ଆବର୍ଜନା ମଇଳା ପାଣି ନଦୀରେ ମିଶୁଥିବା ସମୟରେ ସେଥ‌ିରେ ପ୍ରଶାସନର କୌଣସି କଟକଣା ଦେଖିବାକୁ ମିଳୁନାହିଁ ମାତ୍ର କଟକର ଐତିହ୍ୟ, ସନାତନ ଧର୍ମ, ସଂସ୍କୃତି ଓ ପରମ୍ପରାକୁ ପୂଜାପାର୍ବଣ ସମୟରେ ବିଭିନ୍ନ ପ୍ରକାର କଟକଣା ଲଗାଇ ଯେଭଳି ଭାବେ ସଙ୍କୁଚିତ କରିବାକୁ ଯୋଜନା କରାଯାଉଅଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେଉଁ ଆବାହମାନ କାଳରୁ ମୃଣ୍ମୟ ପ୍ରତିମୂର୍ତ୍ତିକୁ ନଦୀରେ ବିସର୍ଜନ କରିବାର ପରମ୍ପରା ରହି ଆସିଥିବା ବେଳେ କଟକଣାର ଆଳ ଦେଖାଇ ବିଗତ କିଛି ବର୍ଷ ହେବ ପ୍ରଶାସନ ତରଫରୁ ନଦୀକୂଳରେ ଏକ କୃତ୍ରିମ ପୋଖରୀ ତିଆରି କରି ସେଠାରେ ଧର୍ମୀୟ ନୀତି ନିୟମକୁ ଉଲଂଘନ କରି ମା’ଙ୍କର ବିସର୍ଜନ କରାଯାଉଛି । ଯାହାଦ୍ୱାରା ସହରବାସୀଙ୍କ ଧାର୍ମିକ ଭାବନାକୁ କୁଠାରଘାତ ପହଞ୍ଚାଉଛି । ହଜାର ବର୍ଷର କଟକ ସହର ଯାହାର ଐତିହ୍ୟ ବହୁ ପୁରାତନ । ବିଭିନ୍ନ ପୂଜା ପାର୍ବଣ ତଥା ଦଶହରା ପର୍ବ ସମୟରେ ସହରରେ ସାଜସଜ୍ଜା ଓ ତୋରଣ ପାଇଁ କଟକ ସହର ପ୍ରସିଦ୍ଧି ଅର୍ଜନ କରିଛି । ମାତ୍ର ଦୁଃଖ ଓ ପରିତାପର ବିଷୟ ପ୍ରଶାସନ ପକ୍ଷରୁ ଏହା ଉପରେ ମଧ୍ୟ କଟକଣା ଲଗାଯାଉଛି । ଅନ୍ୟପଟେ ବାଲିଯାତ୍ରା ମହୋତ୍ସବକୁ ସରକାର ଐତିହାସିକ ମାନ୍ୟତା ଦେଉଥ‌ିବା ସମୟରେ ପ୍ରଶାସନ ଏହାକୁ ଚକ୍ରାନ୍ତ କରି ସଙ୍କୁଚିତ କରିବାରେ ଲାଗିଛନ୍ତି । ଏହାକୁ ଉପର ବାଲିଯାତ୍ରା ପଡ଼ିଆରୁ କେବଳ ତଳ ବାଲିଯାତ୍ରା ପଡ଼ିଆରେ କରିବା ଓ ବାଲିଯାତ୍ରା ମହୋତ୍ସବ ସାରା ଓଡ଼ିଶାର ଗର୍ବ, ଗୌରବ ଓ ପରମ୍ପରାକୁ ବଖାଣୁଥ‌ିବା ବେଳେ ଏହାକୁ ଐତିହାସିକ ବାଲିଯାତ୍ରା କଟକ ଘୋଷଣା କରି ଏହାକୁ ସଙ୍କୁଚିତ କରିବାକୁ ଉଦ୍ୟମ କରିବା କଟକିଆଙ୍କ ଐତିହ୍ୟ ଭାବାବେଗକୁ ବ୍ୟର୍ଥିତ କରୁଛି । ଯାହା ଫଳରେ ଦିନକୁ ଦିନ ସାଧାରଣ ଜନମାନସରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ଯଦି ପ୍ରଶାସନ ତରଫରୁ ଏହା ଉପରେ ପୁର୍ନଃବିଚାର
ନ କରି ବିଭିନ୍ନ ଆଳ ଦେଖାଇ ଜୋର ଜବରଦସ୍ତ କଟକର ପୂଜାପାର୍ବଣରେ କଟକଣାମାନ ଲଦି ଦିଆଯାଏ ତେବେ ଆଗାମୀ ଦିନରେ ଏହା ଏକ ଜନଆନ୍ଦୋଳନର ରୂପ ନେବ । ଯାହା ପାଇଁ କେବଳ ପ୍ରଶାସନ ହିଁ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଙ୍ଗଠନର କାର୍ଯ୍ୟକର୍ତ୍ତା ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ଜ୍ଞାନରଞ୍ଜନ ଦାସ, ସାଧାରଣ ସମ୍ପାଦକ ସୁରେଶ ମହାନ୍ତି, ବାପୁଜୀ କର, ସଞ୍ଜିବ ସାହୁ, ରାକେଶ ବସ୍ତିଆ, ଲୋପାମୁଦ୍ରା ଷଡ଼ଙ୍ଗୀ, ସୁଜାତା ଭରଦ୍ବାଜ, ମଣ୍ଟୁ ସାହୁ, ଦିବାକର ସାହୁ, ସଞ୍ଜିବ ଶୁକ୍ଳ, ସନତ ମହାର, ସନ୍ତୋଷ ମିଶ୍ର, ଜି. କୈଳାଶ ରାଓ, ଜି କମଳ କୁମାର, ସୁଶାନ୍ତ ପାତ୍ର, ମନୋଜ ପତି, ଆଶିଷ ଭାଇ, ଅଭିଷେକ ସିଂହ, ଶ୍ରୀକାନ୍ତ ସାମଲ, ଶ୍ରୀନିବାସ ରେଡ଼ି, ହାଡିବନ୍ଧୁ ସାହୁ, ପ୍ରକାଶ ଅଗ୍ରଓ୍ବାଲ୍, ଏନ୍. ଫଗୁଆ, ଧୀରେନ ସେଠି, ଅନ୍ନଦା ପ୍ରସାଦ ଦାସ, ସନ୍ତୋଷ ମହାନ୍ତି, ଭବାନୀ ଲେଙ୍କା, ଶୁଭେନ୍ଦୁ ମହାନ୍ତି, ସୁରେଶ ଭୂୟାଁ, ରାମଚନ୍ଦ୍ର ରାମ, ବିଜୟ ରଞ୍ଜନ ଘୋଷ, ମନୋଜ ପଣ୍ଡା, ବିବେକ ସାମଲ, ଉମେଶ ସାଇଁ, ମନୋଜ ଦାସ, ସୁଦର୍ଶନ ସାମଲ, କାଶୀନାଥ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

20/09/2025

ବାଲିଯାତ୍ରା ଉପର ପଡ଼ିଆରେ ନ କରି କେବଳ ତଳ ପଡ଼ିଆରେ ଆୟୋଜନ ଏକ ଚିନ୍ତାଜନକ ନିଷ୍ପତ୍ତି।
କଟକ ଜିଲ୍ଲା ପ୍ରଶାସନ ଏବେ ନିଷ୍ପତ୍ତି ନେଉଛନ୍ତି ଯେ, ଏବେଠାରୁ ବାଲିଯାତ୍ରା କେବଳ ତଳ ପଡ଼ିଆରେ ଆୟୋଜିତ ହେବ, ଉପର ପଡ଼ିଆରେ ନୁହେଁ। ଏହି ନିଷ୍ପରି କଟକର ଗରିମାମୟ ପରମ୍ପରା ସହିତ ସଂଘର୍ଷ କରୁଛି ଓ ସହଜଭାବେ ଗଭୀର ଚିନ୍ତାର ବିଷୟ ହୋଇଯାଇଛି |

ପରମ୍ପରା ଓ ସଂସ୍କୃତି ଉପରେ ପ୍ରଭାବ

ଉପର ପଡ଼ିଆର ବ୍ୟବହାର ନ ହେବା ଫଳରେ, ବାଲିଯାତ୍ରା ର ପାରମ୍ପରିକ ରୂପ ଏବଂ ଐତିହ୍ୟ ଅନୁଷ୍ଠାନ ଉପେକ୍ଷିତ ହେବାର ଆଶଙ୍କା ରହିଛି। ବର୍ଷନ୍ତର ଧରି ଏହି ଉପର ପଡ଼ିଆ ହିଁ ବାଲିଯାତ୍ରାର ମୁଖ୍ୟ କେନ୍ଦ୍ର ଥିଲା, ଯାହା ସାଂସ୍କୃତିକ ଓ ଐତିହ୍ୟଗତ ଦୃଷ୍ଟିରୁ ଅପରିହାର୍ଯ୍ୟ।

ପରିବେଶ ଓ ଆୟୋଜନର ଅସୁବିଧା

ତଳ ପଡ଼ିଆରେ ଏନର୍ଜିଟି (NGT) ଦ୍ବାରା ଘୋଷିତ କଠିନ ପରିବେଶୀୟ ନିୟମ ଅଛି, ଯାହାଁରେ ବଡ଼ ପ୍ରମାଣର ଆୟୋଜନ କରିବା ଏବଂ ଥୁବା ବିଭିନ୍ନ ସଂଖ୍ୟକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଦୁଷ୍କର ଏହିଥରେ ରାଜ୍ୟର ସର୍ବବୃହତ ବ୍ୟବସାୟିକ ଓ ସାଂସ୍କୃତିକ ମେଳା ବାଲିଯାତ୍ରା ର ଭବିଷ୍ୟତ ନେଇ ଗଭୀର ଆଶଙ୍କା ସୃଷ୍ଟି ହେଉଛି! NGT ର ପୂର୍ବ ରାୟ ମୁତାବକ ମାତ୍ର ୩୪ ଏକରରେ ବାଲିଯାତ୍ରା ଆୟୋଜନ କରାଯାଇପାରିବା କିନ୍ତୁ ପ୍ରଶାସନ କହୁଛି ୬୦ ଏକରରେ କରିବା ଆୟୋଜକ ଭାବେ ପ୍ରଶାସନ ପାଖରେ NGT ର ସମ୍ମତିରେ ରହିଛି ତ ? ଯଦି ହଁ ତେବେ ସେ ପ୍ରମାଣକୁ ପ୍ରଶାସନ ସାର୍ବଜନୀନ କରୁ ଯଦି ନାହିଁ ତେବେ ବାଲିଯାତ୍ରାକୁ ନେଇ ଏତେ ବଡ RISK କାହିଁ ପ୍ରଶାସନ ନେଇଛି ତାର ଜବାବ୍ ଦିଆଯାଇ ।

ଉପର ପଡ଼ିଆରେ ପ୍ରଶାସନ ପାର୍ଟି ପାଇଁ ବ୍ୟବହାର କରିବ ବୋଲି କହିଛି। କିନ୍ତୁ ପାକିଂ କଲେ ବହୁତ ବଡ଼ ସମସ୍ୟାକୁ ନିମନ୍ତ୍ରଣ ଦେବା ସ୍ମରୂପ ହେବା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଇପଡିବା ମେଳା ପଡ଼ିଆରୁ ପାଖ ହେଇଥିବାରୁ ସମସ୍ତେ ଚେଷ୍ଟା କରିବେ ଉପୁର ବାଲିଯାତ୍ରାରେ ପାର୍ଟି କରିବାକୁ ଏଭଳି ସ୍ଥିତିରେ ଉପର ପଡ଼ିଆ ଓ କଟକ ସହରର ଭିଡ ନିୟନ୍ତ୍ରଣ କରିବା କାଠିକର ପାଠ ହେବ ବୋଲି ଅନୁମାନ କରାଯାଉଛି!

ଦାବି:...

ବାଲିଯାତ୍ରାକୁ ପୁନଃ ଉପର ପଡ଼ିଆରେ ପୂର୍ବବତ୍ ରୂପରେ ଆଯୋଚନ କରିବାକୁ ଅନୁମତି ଦିଆଯାଉ

ପରମ୍ପରା ଓ ସଂସ୍କୃତିକୁ ସୁରକ୍ଷିତ ରଖ୍ ଏହି ଐତିହ୍ୟକୁ ଅଗ୍ରଗତି ଦିଆଯାଉ |

ତଳ ପଡ଼ିଆ ରେ ପରିବେଶ ମାନ୍ୟତା ରକ୍ଷା କରି ଅଂଶିକ ଆୟୋଜନ ହେଉ, କିନ୍ତୁ ବାଲିଯାତ୍ରା ଉପର ପଡ଼ିଆରେ ବି ହେଉ |

ଅବଶ୍ୟକ ସ୍ଥଳେ ସମସ୍ତ ଉଠା ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ବସାଇ ଦିଆଯାଇ ଯାହାଫଳରେ ସେମାନଙ୍କ ବ୍ୟବସାୟ ସହ ବାଲିଯାତ୍ରାର ପରମ୍ପରା ଅକ୍ଷୁର୍ଣ୍ଣ ରହିବା |

ଆମେ ଏହି ମାମଲାରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଗମ୍ଭୀରତା ସହିତ ଆପଣଙ୍କୁ ପୁନଃ ଚିନ୍ତା କରିବାକୁ ଅନୁରୋଧ କରୁଛୁ।

14/09/2025

କଟକର ରଶ୍ମି ପ୍ଯାଲେସ୍,ବିଡାନାସୀ, ରାମ ମନ୍ଦିର ନିକଟ ପରିସରରେ "ଅଟଳ ଫେଷ୍ଟ-୨୦୨୫-ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର କମିଟିର ଅଧକ୍ଷ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟକ୍ତିତ୍ବ ଡ଼କ୍ଟର. ଯତୀନ ମହାନ୍ତି ସାଧାରଣ ସଂମ୍ଫାଦକ,ବିଜେପି, ଓଡିଶା, ଡ଼କ୍ଟର ପ୍ରଦୀପ ମହାନ୍ତି, ସଦଗୁରୁ ହସ୍ପିଟାଲ, ବରିଷ୍ଠ ବିଜେପି ନେତା ସଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଅଟଳ ସ୍ମୃତି କମିଟିର ସମସ୍ତ କର୍ମକର୍ତା ଏବଂ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଙ୍କୁ ପରିଚାଳନା କରିଥିଲେ |

31/08/2025

ପବିତ୍ର ସ୍ୱାୟତ୍ତ ଶାସନ ଦିବସରେ ନଗର ଉର୍ନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା କଟକ ସିଏମସି ଦୀର୍ଘ ବର୍ଷରୁ ବନ୍ଦ ହୋଇ ପଡ଼ିଥିବା ସହିଦ ଭବନ ଓ କଲ୍ୟାଣ ମଣ୍ଡପ ନବୀକରଣକୁ ଶୁଭ ଉଦ୍ଘାଟନ |

30/08/2025

ଆସନ୍ତା କାଲି ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଉଦ୍ଘାଟିତ ହେବାକୁ ଯାଉଛି ଦୀର୍ଘ ଦିନରୁ ବନ୍ଦ ହୋଇ ପଡ଼ିଥିବା ଶହୀଦ ଭବନ ଓ କଲ୍ୟାଣ ମଣ୍ଡପ। ତେବେ ଆଜିଠାରୁ ସଜେଇ ହୋଇଛି ସିଏମସି ଅଧୀନରେ ଥିବା ଏହି ଦୁଇ ଭବନ। ତେବେ ତରବରିଆ ଭାବେ ଏହାକୁ ରଙ୍ଗ କରାଯାଉଥିବା ବେଳେ ମରାମତି କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ପାର୍କିଂ ସ୍ଥାନର ଛାତ ଠାଏ ଠାଏ ଗଳିପଡ଼ିଥିବା ବେଳେ ଏହାକୁ ରଙ୍ଗ କରାଯାଇ ସି ଏମ ସି ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରୁଛି। ଅନ୍ୟପଟେ ମୁଖ୍ୟ ଦ୍ୱାରରେ ଓସ୍ତ ଗଛ ଉଠି ଗେଟକୁ ଦୁର୍ବଳ କରୁଥିବା ବେଳେ ପେଭର ବ୍ଲକ ପଡ଼ିଥିବା ସ୍ଥାନ ଗୁଡିକରୁ ସିୟୁଳି ଛଡ଼ା ନ ଯାଇ ରଙ୍ଗ କରାଯାଉଛି। ଲୋକ ମାନଙ୍କର ଅର୍ଥକୁ ସି ଏମ ସି ଏଭଳି ଆତ୍ମସାତ କରୁଛି ବୋଲି ଏବେ ସଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି। ତେବେ କାହା ନିର୍ଦ୍ଦେଶରେ ଏହି କାର୍ଯ୍ୟ କରାଯାଉଛି ବୋଲି ଏହା ଏବେ ସାଧାରଣରେ ଏକ ବଡ଼ ପ୍ରଶ୍ନ।

24/08/2025

ଓଡିଶା ଦୋଳି ମୀନା ବଜାର ମହାସଂଘ ୫ମ ପ୍ରତିଷ୍ଠା ଦିବସରେ ବିଭିନ୍ନ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କର୍ମକର୍ତା |

16/08/2025

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥିରେ କଟକ ଟାଉନ ହଲ ଠାରେ ଅଟଳ ସ୍ମୁତି କମିଟି ତରଫରୁ ଅଟଳ ଫେଷ୍ଟ - 2025 ର ଶୁଭାରମ୍ଭ |

09/08/2025

କଟକ ଇଣ୍ଡୋର ଷ୍ଟାଡିଅମ ଠାରେ ପବିତ୍ର ରାକ୍ଷୀ ପୁର୍ଣିମା ଅବସରରେ ସଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ

29/07/2025

ଦିବ୍ୟ ଆତ୍ମନ୍,
ସପ୍ରେମ ‘ସୀତାରାମ’ ସ୍ମରଣମ୍ । ଜୁଲାଇ ୩୧ ତାରିଖ ଗୁରୁବାର (ଶ୍ରାବଣ ଶୁକ୍ଳ ସପ୍ତମୀ) ସନ୍ଥ ଶିରୋମଣି ଗୋସ୍ଵାମୀ ଶ୍ରୀ ତୁଳସୀ ଦାସଜୀଙ୍କ ଜୟନ୍ତୀ ପଡ଼ୁଅଛି। ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ (ଶ୍ରାବଣ ଶୁକ୍ଳ ପଞ୍ଚମୀ) ଜୁଲାଇ ୨୯ ତାରିଖଠାରୁ
ଅଗଷ୍ଟ ୦୬ ତାରିଖ ପର୍ଯ୍ୟନ୍ତ ନବଦିନ ବ୍ୟାପୀ ରାଜ୍ୟସ୍ତରୀୟ ଗୋସ୍ଵାମୀ ତୁଳସୀ ଦାସଜୀଙ୍କ ଜୟନ୍ତୀ ଉତ୍ସବ, ତୁଳସୀ ସାହିତ୍ୟ ସଂସଦ (ଓଡ଼ିଶା)ର ରାଜ୍ୟ ସମ୍ମିଳନୀ, ବିଶ୍ଵ କଲ୍ୟାଣ
ଉଦ୍ଦେଶ୍ୟରେ ଶ୍ରୀ ବିଗ୍ରହଙ୍କ ସମ୍ମୁଖରେ ଶ୍ରୀରାମ ରଚିତ ମାନସ ନବାହ୍ନ ପାରାୟଣ ଓ ଗୋସ୍ଵାମୀଙ୍କ ରଚିତ ଶ୍ରୀରାମ ଚରିତ ମାନସ, କବିତାବଳୀ, ଦୋହାବଳୀ, ବିନୟ ପତ୍ରିକା,
ବୈରାଗ୍ୟ ସନ୍ଦିପନୀ, ଶ୍ରୀକୃଷ୍ଣ ଗୀତାବଳୀ, ଜାନକୀ ମଙ୍ଗଳ, ପାର୍ବତୀ ମଙ୍ଗଳ, ଶ୍ରୀରାମ ଲଲା ନହୁଛୁ, ବରବୈ ରାମାୟଣ, ଶ୍ରୀରାମ ଆଜ୍ଞ ପ୍ରଶାବଳୀ, ଶ୍ରୀ ହନୁମାନ ବାହୁକ,
ଗୀତାବଳୀ ଇତ୍ୟାଦି ଗ୍ରନ୍ଥ ସମୂହର ରାଜ୍ୟସ୍ତରୀୟ ତୁଳସୀ ସାହିତ୍ୟ ଓ ପ୍ରାନ୍ତୀୟ ରାମ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।
ଏଣୁ ଏହି ସାଧୁ ସମାଗମ ଓ ପବିତ୍ର ଜୟନ୍ତୀ ଉତ୍ସବରେ ସପରିବାର ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ରହିଲା।
ସ୍ଵାଗତ କମିଟିର କର୍ମକର୍ତା ଓ ସଦସ୍ୟବୃନ୍ଦ
କାର୍ଯ୍ୟସୂଚୀ :
ନିବେଦକ
କର୍ମକର୍ତ୍ତା ଓ ସଭ୍ୟବୃନ୍ଦ
ତୁଳସୀ ସାହିତ୍ୟ ସଂସଦ (ଓଡ଼ିଶା)
ପ୍ରତ୍ୟହ ସକାଳ ୬ ଘଣ୍ଟାଠାରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀ ବିଗ୍ରହଙ୍କ ପୂଜା ଅର୍ଚ୍ଚନା, ୮ ଘଣ୍ଟାଠାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ, ସନ୍ଧ୍ୟା ୬ ଘଣ୍ଟାଠାରୁ ୭ ଘଣ୍ଟା ପର୍ଯ୍ୟନ୍ତ ଆରତୀ ତଥା ଭକ୍ତିମୂଳକ ସଙ୍ଗୀତ ଗାନ, ରାତ୍ର ୭
ଘଣ୍ଟାଠାରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ତଥା ଭାରତ ବର୍ଷର ବିଶିଷ୍ଟ ରାମ ସାହିତ୍ୟ ଗବେଷକ, ପଣ୍ଡିତ, ସାଧୁ ସନ୍ଥମାନଙ୍କର ପ୍ରବଚନ ସଭା ଅନୁଷ୍ଠିତ ହେବ ।
ପ୍ରତ୍ୟହ ସନ୍ଧ୍ୟା ଅବେଶନରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ଦାଶ ଅଧ୍ୟକ୍ଷତା କରିବେ । ସାଧାରଣ ସମ୍ପାଦକ ଶ୍ରୀ ମାନସ ଦାସ (ରାମାୟଣୀ) ପ୍ରାରମ୍ଭିକ ସୂଚନା ଦେବେ । ଅନୁଷ୍ଠାନର ସଭାପତି ମହନ୍ତ ଶ୍ରୀ ସୁଜନ
ଦାସ ଏବଂ ସ୍ଵାଗତ କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶ୍ରୀ ମନୋରଂଜନ ମହାନ୍ତି ନବଦିନ କାର୍ଯ୍ୟକ୍ରମରେ ଭାଗ ନେବେ ।
ଶ୍ରୀ ବିଗ୍ରହ ପୂଜକ : ପଣ୍ଡିତ ତାପସ ରଞ୍ଜନ ପାଢ଼ୀ
ପାରାୟଣ ବ୍ୟାସ : ସନ୍ଥ ପ୍ରମୋଦ ଦାସ ଓ ସାଥୀମାନେ
କର୍ତ୍ତା: ଶ୍ରୀମତୀ ଶକ୍ତିଦାୟିନୀ ଦାସ

26/07/2025

ଓଡ଼ିଶାର ପ୍ରାଚୀନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ଉତ୍କଳ
ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଓ
ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ ଚଳିତ ୨୦୨୫ ଜୁଲାଇ
୨୬ ତାରିଖ ଶନିବାର ଦିନ ୧୨୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ, ସାଧାରଣ ଅଧୂବେଶନ ଓ
ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ |
୨୬ ଜୁଲାଇ ୨୦୨୫, ଶନିବାର ସକାଳ ଘ.୮.୩୦ମି. : ଉତ୍କଳ ସାହିତ୍ୟ ସମାଜର ପତାକା ଉତ୍ତୋଳନ ସକାଳ ଘ.୮.୪୫ମି. : ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସକାଳ ଘ.୯.୦୦ମି. : ଚାରାରୋପଣ ସନ୍ଧ୍ୟା ଘ.୬.୩୦ ମି. : ଉଦ୍‌ଘାଟନ ଓ ଉତ୍କଳରନ୍ ସମ୍ମାନ ପ୍ରଦାନ ସମାରୋହ ମୁଖ୍ୟ ଅତିଥ୍ : ଡକ୍ଟର ହରି ବାବୁ କମ୍ଭମ୍‌ପାଟି, ମାନ୍ୟବର ରାଜ୍ୟପାଳ, ଓଡ଼ିଶା
ଉତ୍କଳରନ୍ ସମ୍ମାନ ଗ୍ରହଣ : ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ରାଜ୍ୟପାଳ,ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼
ପ୍ରଫେସର ବିଜୟାନନ୍ଦ ସିଂହ, ପୂର୍ବତନ ସଭାପତି, ଉତ୍କଳ ସାହିତ୍ୟ ସମାଜ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସଭାପତି, ଉତ୍କଳ ସାହିତ୍ୟ ସମାଜ ମୁଖ୍ୟବକ୍ତା ସଭାପତି ଉତ୍କଳ ସାହିତ୍ୟ ସମାଜ
ପ୍ରମୁଖଙ୍କ ଦ୍ୱାରା ପାଳନ ।

23/07/2025

କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଵିଶାଲ ଇନ ହୋଟେଲ ଗଳିରେ ଗତ ଅକ୍ଟୋବର ୧୭ ରାତିରେ ସ୍ଥାନୀୟ ବାସିନ୍ଦା ତଥା ସାମ୍ବାଦିକ ବିସ୍ମୟ ନନ୍ଦଙ୍କ ପୁଅ ଅମୃତ ନନ୍ଦ (୧୪) ଘରୁ ବାହାରିଥିଲେ ମୋବାଇଲ ରିଚାର୍ଜ ପାଇଁ। କିନ୍ତୁ ଆଉ ଘରକୁ ଫେରି ନଥିଲେ ଅମୃତ। ଘର ମୁଖ୍ୟ ଗେଟ ସାମ୍ନାରୁ କିଛି ଯୁବକ ଅମୃତକୁ ପେଟ୍ରୋଲ ବାହାନାରେ ଡାକି ନେଇ ଉକ୍ତ ଦୋକାନରୁ ମଦ କିଣି ପିଆଇଥିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅପହରଣ କରି ହତ୍ୟା କରି ଥିବାର ଅଭିଯୋଗ ନାବାଳକ ବାପା ମା ସ୍ଥାନୀୟ ଥାନାରେ କରିଥିଲେ ମଧ୍ୟ ଏହାକୁ ପୋଲିସ ଗୁରୁତର ନ ନେଇ ହିଟ ଏଣ୍ଡ ରନ ଆଧାରରେ ମାମଲା ରୁଜୁ କରିଛି। ଏବେ ପ୍ରଶ୍ନ ହେଉଛି ଦୁଇ ଦୁଇଟି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଘଟଣାର ୪ଦିନ ପରେ ନାବାଳକ ମୃତଦେହ ହସ୍ତାନ୍ତର କରିଥିଲେ। ଅନ୍ୟପକ୍ଷରେ ନାବାଳକ ମୃତଦେହ ସହ ଜବତ ମୋବାଇଲ ଓ ଗାଡି ପୋଲିସ ପାଇଥିବା ବେଳେ କଣ ପାଇଁ ୪ଦିନ ଯାଏଁ ନାବାଳକ ମାତାପିତାଙ୍କୁ ନ ଜଣାଇ ଚୁପ ବସିଥିଲା ସେ ନେଇ ପ୍ରଶ୍ନ ଉଠିଛି। ଏହାବ୍ୟତୀତ ଅଘଟଣର କିଛି ସମୟ ପୂର୍ବରୁ ନାବାଳକ ଏକାଧିକ ଥର କାହିଁକି ୧୧୨କୁ ଫୋନ କରିଥିଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ଥାନାରୁ ନିରାଶ ହେବା ପରେ ଶେଷରେ କେସର ପୁନଃ ତଦନ୍ତ ଦାବି ନେଇ ପିଲାର ମାତାପିତା କଟକ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓ ଡିସିପିଙ୍କ ଠାରୁ ନ୍ୟାୟ ପାଇବାର ପ୍ରତିଶ୍ରୁତି ପାଇଛନ୍ତି |

21/07/2025

ସୋମ୍ୟଶ୍ରୀ ଏବଂ ନିମାପଡ଼ା ଛାତ୍ରୀକୁ ପୋଡିବା ଘଟଣାରେ ନ୍ୟାୟ ଦେବା ଦାବିରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜୁ ଜନତା ଦଳ ତରଫରୁ କଟକ ଆର୍‌ଡ଼ିସି ଅଫିସ୍‌ ଘେରାଉ |

Address

Cuttack

Website

Alerts

Be the first to know and let us send you an email when C N I posts news and promotions. Your email address will not be used for any other purpose, and you can unsubscribe at any time.

Share