C N I

C N I cover news India

09/08/2026

କଟକ ଚୌଦ୍ୱାର ଥାନା ପକ୍ଷରୁ ୧୨ ଟି ଚୋରା ଗ୍ୟାସ ସିଲିଣ୍ଡର ଜବତ ସହ ଆସାମୀ ଗିରଫ।

07/08/2026

କୋଲକାତା...ରାସ୍ତାରେ ମନୋରଞ୍ଜନ ପାଇଁ ମାତାଲ ସର୍କସ..

07/08/2026

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି ଘଟିଥିବା ଛାତ୍ର ଆନ୍ଦୋଳନ ଏବଂ ଏହାକୁ ନେଇ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦେଇଥିବା କିଛି ମନ୍ତବ୍ୟକୁ କେନ୍ଦ୍ର କରି ବିବାଦ ଆହୁରି ତୀବ୍ର ହୋଇଛି। ବିଧାୟକଙ୍କ ମନ୍ତବ୍ୟ ଦ୍ୱାରା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସମ୍ମାନ କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ କରାଯାଇଥିଲା। ଶିକ୍ଷକମାନେ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ ପ୍ରତ୍ୟାହାର ସହ ସର୍ବସାଧାରଣଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବାକୁ ଦାବି ଉଠାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଆଜି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିବାଦ ପ୍ରକାଶ ପାଇଛି। କଂଗ୍ରେସ କର୍ମୀମାନେ କଲେଜ ଛକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବିକ୍ଷୋଭକାରୀମାନଙ୍କ ଅଭିଯୋଗ ଥିଲା ଯେ, ଜଣେ ଜନପ୍ରତିନିଧି ଭାବେ ବିଧାୟକଙ୍କ ଏଭଳି ମନ୍ତବ୍ୟ ଶିକ୍ଷକ ସମାଜର ଗରିମା ଓ ଉଚ୍ଚଶିକ୍ଷା ବ୍ୟବସ୍ଥା ପ୍ରତି ଅସମ୍ମାନ ସୃଷ୍ଟି କରିଛି। ସେମାନେ କହିଥିଲେ ଯେ, ରେଭେନ୍ସା ପରି ଏକ ଐତିହ୍ୟବାହୀ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ସମସ୍ତଙ୍କ ଦାୟିତ୍ୱ ଏବଂ କୌଣସି ପ୍ରକାରର ଅପମାନଜନକ ମନ୍ତବ୍ୟକୁ ବରଦାସ୍ତ କରାଯିବ ନାହିଁ। କଂଗ୍ରେସ ନେତୃବୃନ୍ଦ ବିଧାୟକଙ୍କ ନିକଟରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିବା ସହ ଭବିଷ୍ୟତରେ ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନର ସମ୍ମାନ ପ୍ରତି ଏଭଳି ଆଚରଣ ନ କରିବାକୁ ଚେତାବନୀ ଦେଇଛନ୍ତି। ଘଟଣାକୁ କେନ୍ଦ୍ର କରି କଲେଜ ଛକ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଟାଙ୍ଗୀ ଥାନା ପୋଲିସର ବଡ ସଫଳତା...ବୋଲେରୋ ଓ କାରରେ ଗଞ୍ଜେଇ ଚାଲାଣ ୬ ଜଣ ଗିରଫ ଦୁଇଟି ଗାଡି ଜବତ ।
06/08/2026

ଟାଙ୍ଗୀ ଥାନା ପୋଲିସର ବଡ ସଫଳତା...ବୋଲେରୋ ଓ କାରରେ ଗଞ୍ଜେଇ ଚାଲାଣ ୬ ଜଣ ଗିରଫ ଦୁଇଟି ଗାଡି ଜବତ ।

ଓଡିଶାର ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆଣ୍ଟି ରାଙ୍ଗି ବନ୍ଦ କରିବା ପାଇଁ ଆଇନ ଆଣିବା। ଶିକ୍ଷକ ମାନଙ୍କୁ ସମ୍ମାନ ଦେବା ଓ ବିଶ୍ୱବିଦ୍ୟାଳୟର ସମସ୍...
06/08/2026

ଓଡିଶାର ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆଣ୍ଟି ରାଙ୍ଗି ବନ୍ଦ କରିବା ପାଇଁ ଆଇନ ଆଣିବା। ଶିକ୍ଷକ ମାନଙ୍କୁ ସମ୍ମାନ ଦେବା ଓ ବିଶ୍ୱବିଦ୍ୟାଳୟର ସମସ୍ୟା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାୟୀ ସମାଧାନ କରିବା ଦାବୀ ନେଇ କଟକ କଂଗ୍ରେସ ନେତା ବିଶ୍ୱଜିତ ମହାନ୍ତିଙ୍କ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ସହ କଟକ ସଦର ବିଧାୟକଙ୍କ କୁଶ ପୁତ୍ତଳିକା ଦାହ।

ପୁରୀ ଟାଉନ ଥାନାରେ ମୋବାଇଲ ବଣ୍ଟନ, ରଥଯାତ୍ରାରେ ହଜିଥିବା ଫୋନ ଉଦ୍ଧାର କରି ଫେରାଇଲା ପୋଲିସବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଭିଡ଼ ମଧ୍...
04/08/2026

ପୁରୀ ଟାଉନ ଥାନାରେ ମୋବାଇଲ ବଣ୍ଟନ, ରଥଯାତ୍ରାରେ ହଜିଥିବା ଫୋନ ଉଦ୍ଧାର କରି ଫେରାଇଲା ପୋଲିସ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଭିଡ଼ ମଧ୍ୟରେ ଅନେକ ଶ୍ରଦ୍ଧାଳୁଙ୍କ ମୋବାଇଲ ହଜିଯାଇଥିଲା। ସେହି ମୋବାଇଲଗୁଡ଼ିକୁ ଖୋଜି ବାହାର କରିବା ପରେ ବର୍ତ୍ତମାନ ପୁରୀ ଟାଉନ ଥାନା ପକ୍ଷରୁ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଉଛି।
ଏଥିପାଇଁ ଥାନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୋବାଇଲ ନେବାକୁ ଆସୁଥିବା ବ୍ୟକ୍ତିମାନେ ନିଜର ପରିଚୟପତ୍ର, କ୍ରୟ ରସିଦ କିମ୍ବା ଅନ୍ୟ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପରେ ଯାଞ୍ଚ ସରିଲେ ମୋବାଇଲ ହସ୍ତାନ୍ତର କରାଯାଉଛି।
ପୁରୀ ପୋଲିସର ଏହି ପଦକ୍ଷେପ ଲୋକଙ୍କ ମନରେ ବିଶ୍ୱାସ ବଢ଼ାଇବା ସହ ରଥଯାତ୍ରା ସମୟରେ ହଜିଯାଇଥିବା ସାମଗ୍ରୀ ଉଦ୍ଧାରରେ ପୋଲିସର ସକ୍ରିୟତାକୁ ପୁଣିଥରେ ପ୍ରମାଣ କରିଛି।

ଜଣେ ବ୍ୟକ୍ତି ଘରକୁ ଚାଲି ଚାଲି ଫେରୁଥିବା ସମୟରେ ଅଭିଯୁକ୍ତ ହିନା ଡାକୁଆ, କାହ୍ନା ଡାକୁଆ ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇଥିଲେ ।...
04/08/2026

ଜଣେ ବ୍ୟକ୍ତି ଘରକୁ ଚାଲି ଚାଲି ଫେରୁଥିବା ସମୟରେ ଅଭିଯୁକ୍ତ ହିନା ଡାକୁଆ, କାହ୍ନା ଡାକୁଆ ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇଥିଲେ । ଅଭିଯୁକ୍ତ ମାନେ ତାଙ୍କୁ ଧମକ ଦେଇ ପାଖରେ ଥିବା ସବୁ ଟଙ୍କା ଦେବାକୁ କହିଥିଲେ । ଟଙ୍କା ନଦେଲେ ତାଙ୍କୁ ହତ୍ୟା କରିଦେବେ ବୋଲି ଭୟ ଦେଇଥିଲେ । ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିଥିଲେ ଯେ, ତାଙ୍କ ପାଖରେ ବ୍ୟକ୍ତିଗତ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଟଙ୍କା ନାହିଁ । ଏହା ପରେ ସେମାନେ ଜବରଦସ୍ତି ତାଙ୍କ ନାଲି ରଙ୍ଗର ଭାନିଟି ବ୍ୟାଗ୍ ଛଡ଼ାଇ ନେଇ ବ୍ୟାଗ୍‌ରୁ ନଗଦ 20 ହଜାର ଟଙ୍କା , ଆଧାର କାର୍ଡ, ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା । ଅଭିଯୁକ୍ତ କାହ୍ନା ଡାକୁଆ ତାଙ୍କ ହାତରୁ ବ୍ୟାଗ୍‌ଟିକୁ ଜବରଦସ୍ତି ଟାଣି ନେଇ କାଠ ଫାଳିଆରେ ଆକ୍ରମଣ କରି ଗୁରୁତର କରିଥିଲେ l ସ୍ଥାନୀୟ ଲୋକେ ଆସିଯିବାରୁ ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ lପିସିଆର୍ ତୁରନ୍ତ ସେଠାରେ ପହଞ୍ଚି ଆହତ ଅଭିଯୋଗକାରୀଙ୍କୁ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ । ପରେ ତାଙ୍କ ଆଘାତ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
ଆଜି ଅଭିଯୁକ୍ତ କାହ୍ନା ଡାକୁଆଙ୍କୁ ସାଲିଆ ସାହି ଅଞ୍ଚଳରୁ ଗିରଫ କରିବା ସହ ତା ନିକଟରୁ 1500 ସହ ଟଙ୍କା ଜବତ କରି କୋର୍ଟ ଚାଲାଣ କଲା ମୈତ୍ରୀ ବିହାର ଥାନା ପୋଲିସ ,

ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡିଶା ପୋଲିସ କ୍ରୀଡାବିତଙ୍କ ଚମକ କୃତି କ୍ରୀଡାବିତଙ୍କୁ ସମ୍ବଦ୍ଧିତ କଲେ ଡିଜିପି।
03/08/2026

ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡିଶା ପୋଲିସ କ୍ରୀଡାବିତଙ୍କ ଚମକ କୃତି କ୍ରୀଡାବିତଙ୍କୁ ସମ୍ବଦ୍ଧିତ କଲେ ଡିଜିପି।

03/08/2026

ବଢ଼ି ପାଣିରେ ହୀରାକୁଦ ଡ୍ୟାମରୁ ମାଛ ଧରା...

02/08/2026

କଟକ ଗଡ଼ଗଡ଼ିଆ ଘାଟ ଶ୍ରାବଣ ମାସରେ କାଉଡିଆ ଯାତ୍ରା ଡ୍ୟୁଟି ସମୟରେ ଆଶ୍ରିବାଦ ନେଲେ ପୋଲିସ କମିଶନର।

Address

Cuttack

Website

Alerts

Be the first to know and let us send you an email when C N I posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share