Dharamasala LIVE

Dharamasala LIVE Contact information, map and directions, contact form, opening hours, services, ratings, photos, videos and announcements from Dharamasala LIVE, News & Media Website, Dharmsala.

07/09/2025

ପ୍ରେମ ବିବାହର କରୁଣ ପରଣତି,ଯୌତୁକ ଯୁଇରେ ଜଳିଲା ବଧୂ ।ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

03/09/2025

ଧର୍ମଶାଳା ଜାରକା ଅଂଚଳରେ ଦୀର୍ଘ ଚାରି ଘଣ୍ଟା ଅବିଶ୍ରାନ୍ତ ବର୍ଷା ପରେ ଜଳବନ୍ଦୀ ଦୃଶ୍ୟ l

31/08/2025

ଯାଜପୁର ଜିଲ୍ଲାର ଧର୍ମଶାଳା ମହାବିଦ୍ୟାଳୟ ୪୮ ବର୍ଷରେ ପଦାର୍ପଣ କରିଛି ।ଏହାକୁ ନେଇ ଧର୍ମଶାଳା ମହାବିଦ୍ୟାଳୟ ପକ୍ଷରୁ ୪୮ତମ ସ୍ଵନକ୍ଷତ୍ର ସମାରୋହ ଅନୁଷ୍ଟିତ ହୋଇଛି ।ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେବା ସହ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ରାଜ କିଶୋର ପାଢ଼ୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଆଗାମୀ ଦିନରେ ଧର୍ମଶାଳା ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ କଲେଜ ଭାବରେ ପରିଗଣିତ ହେବ ଏଥିନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଧାୟକ ମତବ୍ୟକ୍ତ କରିଥିଲେ ।

25/08/2025

ରାଜ୍ୟ ସରକାର ଙ୍କ NAC ଘୋଷଣା ରୁ ଜାରକା ବାଦ୍ ପଡ଼ିବା ପ୍ରତିବାଦରେ ଯାଜପୁର ଜିଲ୍ଲା ଧର୍ମଶାଳା କଂଗ୍ରେସ ପକ୍ଷରୁ ଗଣଧାରଣା ଦିଆଯାଇଛି ।କଂଗ୍ରେସ ନେତା କିସାନ ପଣ୍ଡା ଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ମାନେ ଏଥିରେ ସାମିଲ ହୋଇଥିଲେ ।ଏବଂ ରାଜ୍ୟ ସରକାରଙ୍କ ବିରୋଧ ରେ ନାରା ବାଜି କରିଥିଲେ । ଯଦି ଜାରକା ଅଞ୍ଚଳ କୁ NAC ନମିଳେ ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ପୂର୍ବ ସରକାର ଙ୍କ ସମୟରେ ଧର୍ମଶାଳା ବ୍ଲକ ଜାରକା କୁ NAC ପାଇଁ ଘୋଷଣା କରାଯାଇଥିଲା ।

20/08/2025

ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ
ଏନେଇ ଧର୍ମଶାଳା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦେଲେ ଇସ୍ତଫା ଦାବି
ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ

15/08/2025

ଅଣାଅଶି ତମ ସ୍ବାଧିନତା ଦିବସ ଅବସର ରେ ଯାଜପୁର ଜିଲ୍ଲା ଧର୍ମଶାଳା ସାମ୍ବାଦିକ ସଂଘ ପକ୍ଷରୁ ଧର୍ମଶାଳା ମେଡିକାଲ ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଛି। ସାମ୍ବାଦିକ ସଂଘର ସଭପତି ବରିଷ୍ଠ ସାମ୍ବାଦିକ ବିମଳ ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ମେଡିକାଲ ଅଫିସର ସୁଧୀର କୁମାର ସାହୁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଧର୍ମଶାଳା ର ଦୁଇ ଅତିରିକ୍ତ ତହସିଲଦାର ଗଗନ ଚନ୍ଦ୍ର ଦାଶ, ଭବେଶ ମାଝୀ ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥଲେ। କ୍ଲବ୍ ର ଉପ ସଭାପତି ପ୍ରମୋଦ ରାଉତ, ସଧାରଣ ସମ୍ପାଦକ ରଞ୍ଜନ କୁମାର ଓଝା, ସହ ସଂପାଦକ ସତ୍ୟ ରଞ୍ଜନ ନାୟକ ପ୍ରମୁଖ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ସେକ ଆଲ୍ଲାଉଦିନ, ସୁବ୍ରତ କୁମାର ମଲ୍ଲିକ, ସୁଶାନ୍ତ ସାହୁ, ସୁନିଲ ସାଗର ଦାସ, ଦୀପକ ଦାସ, ତ୍ରିଲୋଚନ ବେହେରା, ସୁଶାନ୍ତ କୁମାର ନାୟକ ପ୍ରମୁଖ ସହଯୋଗ କରି ଥିଲେl

05/08/2025

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଧର୍ମଶାଳା ଷ୍ଟାଡିଅମରେ ଆଜି କ୍ରୀଡା ପ୍ରତିଭା ଅନ୍ବେ ଷଣ କାର୍ଯ୍ୟକ୍ରମ କ୍ରମଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ, ରାମକୋ କମ୍ପାନୀ ଓ ଅଂଶୁମାନ ମେମୋରିଆଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି l ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଛାତ୍ର ଓ ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଯୋଗ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଚୟନ କରାଯାଇ, ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା ସ୍ପୋର୍ଟ୍ସ ହଷ୍ଟେଲରେ ରଖି ଉର୍ନ୍ନତି ମାନର ଶିକ୍ଷା ଦିଆଯିବ l ଏହି ଅଂଚଳ ଛାତ୍ର ଛାତ୍ରୀ ମାନଂକୁ କ୍ରୀଡା ଜଗତରେ ଆଗକୁ ନେବ l ଏଭଳି ଏକ ନିଆରା କାର୍ଯ୍ୟ ପାଇଁ ଧର୍ମଶାଳା ବିଧାୟକ ଙ୍କୁ ହିମାଂଶୁ ଶେଖର ସାହୁ ଙ୍କୁ ଅଂଚଳ ବାସୀ ଅନେକ ଅନେକ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇ ଛନ୍ତି l

02/08/2025

ଜାରକା ନିକଟ 16 ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ନବଜାତ ଶିଶୁ କୁ ନିଷ୍ଠୁର ମା ଫୋପଡ଼ିଦେଇଥିବା ର ଦୃଶ୍ୟ ଦେଖିବାକୁ ମିଳିଛି .....

26/07/2025

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ ସାହିତ୍ୟ ପୁରସ୍କାର ୨୦୨୫/୨୬ ପାଇଁ ମନୋନୀତ ହୋଇଥିବା ସୁନାମଧନ୍ୟ ଶିଶୁ ସାହିତ୍ୟିକ ଡ଼ଃ ରାଜକିଶୋର ପାଢ଼ୀ ମହୋଦୟଙ୍କୁ ଧର୍ମଶାଳା ପୁରାତନ ଛାତ୍ର ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ପ୍ରକାଶ ଥାଉକି ଶ୍ରୀଯୁକ୍ତ ପାଢ଼ୀଙ୍କ ଲେଖନୀ ନିସୃତ " କେତେ ଫୁଲ ଫୁଟିଛି" କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ୨୦୨୫_୨୬ ପାଇଁ କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛି । ଶ୍ରୀଯୁକ୍ତ ପାଢ଼ୀ ଧର୍ମଶାଳା ବାଣୀ ପୀଠର ପୁରାତନ ଛାତ୍ର ହୋଇଥିବାରୁ ସଂସଦ ତାଙ୍କୁ ସମ୍ବର୍ଦ୍ଧିତ କରିଛି l

17/07/2025
17/07/2025

ବାଲେଶ୍ଵର ଏଫ୍ ଏମ କଲେଜ ଛାତ୍ରୀ ଙ୍କ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ରାଜ୍ୟ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରା ପରପ୍ରେଖିରେ ଆଜି ଧର୍ମଶାଳା କଂଗ୍ରେସ ପକ୍ଷରୁ ଜାରକା ଠାରେ ଷୋହଳ ନମ୍ବର ଜାତୀୟ ରାଜପଥ କୁ ସକାଳୁ ଅବବୋଧ କରଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି। ତେବେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଲୋକେ ଯା ଆସ କରୁଛନ୍ତି।

15/06/2025

ଯାଜପୁର ଜିଲ୍ଲା କୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତରେ ଆସି ବଡ଼ଚଣା ଧର୍ମଶାଳା ମେଡିକାଲ ରେ ପହଞ୍ଚି ରୋଗୀ ଓ ଡକ୍ଟର ମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତ ରେ ଯାଜପୁର ଜିଲ୍ଲାପାଳ
ପି ଅନ୍ୱେଷା ରେଡ୍ଡୀ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ,ଯାଜପୁର mp ରବୀନ୍ଦ୍ର ବେହେରା ପ୍ରମୁଖ ଏହି ଗସ୍ତ ରେ ସାମିଲ ହେଇଛନ୍ତି। ଏହା ପରେ ମନ୍ତ୍ରୀ ଯାଜପୁର ସଦର ଗସ୍ତ କରି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।ଯାଜପୁର ଜିଲ୍ଲାରେ ମୋଟ 11ଜଣ କଲେରା ଭୁତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଙ୍କ ସାମ୍ପୁଲ୍ ପରୀକ୍ଷା ପାଇଁ ଯାଇଛି ।ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ।ସ୍ଥିତି ଅନୁଧ୍ୟାନ ପାଇଁ ଆଜି 14 ଜଣିଆ କେନ୍ଦ୍ରୀୟ ଟିମ ମଧ୍ୟ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି ।

Address

Dharmsala

Website

Alerts

Be the first to know and let us send you an email when Dharamasala LIVE posts news and promotions. Your email address will not be used for any other purpose, and you can unsubscribe at any time.

Share