15/08/2026
🇮🇳 ବି. ତୁରୁବୁଡ଼ି ପଞ୍ଚାୟତରେ ୮୦ତମ ସ୍ୱାଧୀନତା ଦିବସ ପାଳିତ 🇮🇳
ଦେଶପ୍ରେମ ଓ ଉତ୍ସାହର ସହ ବି. ତୁରୁବୁଡ଼ି ପଞ୍ଚାୟତ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ହାଇସ୍କୁଲ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। 🇮🇳
ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବି. ଲିଙ୍ଗରାଜ ଦୋରାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ମଣ୍ଡଳ ସଭାପତି ଏସ୍. ମିଟୁ ଦୋରା, ସମିତି ସଭ୍ୟ ଗଣେଶ ମଲିକ, ନାଏବ ସରପଞ୍ଚ ପ୍ରମିଳା ବେହେରା, ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ, MBK, ଆଶା କର୍ମୀଙ୍କ ସମେତ ବହୁ ବରିଷ୍ଠ ବୁଦ୍ଧିଜୀବୀ ଓ ଯୁବକର୍ମୀ ଉପସ୍ଥିତ ଥିଲେ।
ପରେ ସମସ୍ତେ ପଞ୍ଚାୟତ ହାଇସ୍କୁଲ୍କୁ ଯାଇ ସେଠାରେ ମଧ୍ୟ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ।
🎥 ସମ୍ପୂର୍ଣ୍ଣ ଦୃଶ୍ୟ ଦେଖନ୍ତୁ ଭିଡିଓରେ।
🇮🇳 ଜୟ ହିନ୍ଦ୍ | ବନ୍ଦେ ମାତରମ୍ 🇮🇳
📍 ବି. ତୁରୁବୁଡ଼ି, ଦିଗପହଣ୍ଡି, ଗଞ୍ଜାମ
#ବିତୁରୁବୁଡ଼ି #ଦିଗପହଣ୍ଡି #ଗଞ୍ଜାମ #ସ୍ୱାଧୀନତାଦିବସ