Rairanjan Nanda Official

Rairanjan Nanda Official no one is perfect
and I am "no one"

 #ତୁମେ_କେହି_ନୁହଁ..ନିର୍ଜୀବ ର ମନ ନେଇ ଜହ୍ନ ଜ୍ୟୋତ୍ସ୍ନା ତଳେଶାରଦୀୟ ଆକାଶ ବୁକୁରୁମାଗିଥିଲି ମୁଠେ ଶୀତଳତା ..ଶବ ସାଜି ଶୋଇଥିଲି ବେଳାଭୂମି ...
30/05/2022

#ତୁମେ_କେହି_ନୁହଁ..

ନିର୍ଜୀବ ର ମନ ନେଇ ଜହ୍ନ ଜ୍ୟୋତ୍ସ୍ନା ତଳେ
ଶାରଦୀୟ ଆକାଶ ବୁକୁରୁ
ମାଗିଥିଲି ମୁଠେ ଶୀତଳତା ..

ଶବ ସାଜି ଶୋଇଥିଲି ବେଳାଭୂମି ତୀରେ
ମୁଦି ଦେଇ ଗଲାପରେ
ଲହରୀ ଆଶାରେ ଆଖି ପତା ..

ଶୁଣିଥିଲି କେତେ କାହାଣୀରେ
ଥାଏ ପୁଣି ସେମାନଙ୍କ ବିଶାଳ ହୃଦୟ ,
କୁହ ଭଲା ନିର୍ଦ୍ଦୟ ସେ ହୋଇଲେ କିପରି ..?

ଭାଗ୍ୟ ପରେ ଢାଳି ଦେଇ ଅମା ଅନ୍ଧକାର ,
କି ସୁଖ ପାଇଲେ କୁହ ..
ନକ୍ଷତ୍ରପୁଞ୍ଜରୁ ମତେ ନିର୍ବାସିତ କରି ..?

ତୁମକୁ ମୁଁ ପ୍ରେମ କରିବାର ବେଳେ ..
କେତେ କେତେ କଣ୍ଟା ଆଉ ପଥର ଦେଖିଚି
ରହୁଥିଲେ ମୋର ପାଦ ତଳେ ,

ତୁମ ଦମ୍ଭେ ଅଭିମାନେ ଯେବେ
ସଗର୍ବରେ କରୁଥିଲି ଯାତ୍ରା ,
ଫଗୁଣରୁ ଧାର ଆଣି କୋକିଳର ତାନ ..
ପବନରେ ପ୍ରତିନିତ୍ୟ ବିଞ୍ଚି ଦେଉଥିଲି
ମାତ୍ରାଧିକ ମୋ' ପ୍ରେମର ମାତ୍ରା ।

ହଁ ହଁ ଦିନେ ..
କେହି ଜଣେ କାନେ କହିଥିଲା
ଯାହା ଏବେ ଗୁଞ୍ଜରୁଛି
ହାୟ ମୋର ମନ ମସ୍ତିଷ୍କରେ ,
"ଅତି ହେଲେ ଇତି ସିନା ହୁଏ"
ପ୍ରେମ କିନ୍ତୁ "ଅତି" ହେଲେ ଅମର ପାଲଟେ
ବିଦ୍ୟମାନ ହୁଏ ନଭେ ଶୁଭ୍ର ଜ୍ୟୋତିଷ୍କରେ ।

ପ୍ରେମ ଯଦି ଭ୍ରମ ମୋର ପ୍ରିୟା ,
ଭ୍ରମରେ ଭ୍ରମର ଭଳି ..
ଆଜି ମତେ ବଞ୍ଚିବାକୁ ଦିଅ ,

ଜାଣିଛ କି ଗୁପ୍ତ ଏକ କଥା ..?
ତୁମେ ଗଲା ପରେ ପରେ
ସଂସାରର ସବୁ ନିର୍ଯାତିତା
ତୁମ ଭଳି କାହିଁ ମତେ
ଲାଗନ୍ତି ମୋ ପ୍ରେମିକା ପ୍ରେମିକା ..!

ମୁଁ' ଯଦି ନିର୍ଯ୍ୟାତିତ ତୁମ ଛଳନାରେ
ଡରିବି କାହିଁକି ମତେ ଥରୁଟିଏ କୁହ ..?

ବିନା ଅବଶୋଷରେ ମୁଁ ଚୁମିଯିବି ସଭିଙ୍କର ଓଠ
ଛାତିକୁ ପ୍ରଶସ୍ତ କରି .. ଆଜିଠୁ କହିବି ,
ହଁ ହଁ ତୁମେ ମୋର ନୁହଁ , କେହି ନୁହଁ
ହଁ ହଁ ତୁମେ ମୋର ନୁହଁ କେହି ନୁହଁ ।

©️®️ #ରାଈରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

30/04/2022
 #ତଥାସ୍ତୁପେଜୁଆ ଆଖିକୁ ମାଜି ..ପରିଷ୍କାର ଦେଖିବା ପ୍ରୟାସ ,ସାଧନାର ଅନ୍ତରାଳେ ..ନିର୍ବାଣକୁ ପାଇବା ଉଲ୍ଲାସ ,ମୁକ୍ତି ମାର୍ଗ ଦିଶେ ଜଳ ଜଳ ,ଅ...
11/04/2022

#ତଥାସ୍ତୁ

ପେଜୁଆ ଆଖିକୁ ମାଜି ..
ପରିଷ୍କାର ଦେଖିବା ପ୍ରୟାସ ,
ସାଧନାର ଅନ୍ତରାଳେ ..
ନିର୍ବାଣକୁ ପାଇବା ଉଲ୍ଲାସ ,
ମୁକ୍ତି ମାର୍ଗ ଦିଶେ ଜଳ ଜଳ ,
ଅନନ୍ତ ପ୍ରତୀକ୍ଷା ପରେ ..
ସହିବାକୁ ନାହିଁ ଆଉ ବଳ ।

ଜଞ୍ଜାଳ ସଙ୍ଗତେ ରହି ..
ଆଶା ପୁଞ୍ଜେ ବିଚରଇ ମନ ,
କଳା ବାଦଲ ଭିତରେ ..
ଛଟପଟ କରଇ ଦୁର୍ଦ୍ଦିନ ,
ଅସହାୟତାରେ କଟେ କାଳ ,
କଟେ ନା ବଳକା ରାତି ..
ଅପେକ୍ଷାରେ ଭାଗ୍ୟର ସକାଳ ..!

ବିରାମ ଦେବାକୁ ବୋଧେ ..!
ସ୍ଵର୍ଗରୁ ଆସିବେ ଦେବଦୂତ ,
ଶରୀର ତେଜିବ ଆତ୍ମା ..
ଈଶ୍ବରଙ୍କ ହେବ ଅବଗତ ,
ପଡ଼ିଥିବ ଶରୀର ନିଶ୍ଚଳ ,
ପିଣ୍ଡରୁ ଛାଡ଼ିବ ପ୍ରାଣ ..
ଭୋଗିବାକୁ ନିଜ କର୍ମଫଳ ।

©️®️ #ରାଈରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

 #ଅପସରୀସମୁଦ୍ର ଠୁ ନୀଳ ତୋ'ର ଆଖି ,ଘନ ନୀଳ ତୋ' କେଶ କବରୀ ,ନାଲି ଓଠ ଗୋଲାପ ପାଖୁଡ଼ା ,ନାଲି ନାଲି ତୋ' ହାତର ଚୁଡ଼ି ,ଶ୍ୱେତବର୍ଣ୍ଣା ଦିଶୁ ଠ...
09/04/2022

#ଅପସରୀ

ସମୁଦ୍ର ଠୁ ନୀଳ ତୋ'ର ଆଖି ,
ଘନ ନୀଳ ତୋ' କେଶ କବରୀ ,
ନାଲି ଓଠ ଗୋଲାପ ପାଖୁଡ଼ା ,
ନାଲି ନାଲି ତୋ' ହାତର ଚୁଡ଼ି ,
ଶ୍ୱେତବର୍ଣ୍ଣା ଦିଶୁ ଠିକ୍ ତୋଫା ଚାନ୍ଦ ପରି ..
ହାୟ ..! ମୋ'ର ଜହ୍ନ ରାଇଜର ଅପସରୀ ।

ଚିତ୍ରକର ଅଙ୍କନ ବି ଫିକା ..
ତୋ' ରୂପର ଦେବାକୁ ଉପମା ,
ରଙ୍ଗ ସବୁ ପଡ଼ଇ ନିଅଣ୍ଟ ..
ବର୍ଣ୍ଣିବାକୁ ତୋ' ସୌନ୍ଦର୍ଯ୍ୟ ସୀମା ,
ସରଗରେ ସରାଗରେ ଅବସର ନେଇ
ନିହାଣ ମୁନେ କେ ବୋଧେ ଗଢ଼ିଛି ପ୍ରତିମା ..!

ସାହିତ୍ୟରୁ ଶବ୍ଦ ଗୁନ୍ଥି କେତେ ..!
କବିଙ୍କ ରସିକ ପଣେ ଯେତେ ,
କୋଟି ବ୍ରହ୍ମାଣ୍ଡ ଲାବଣ୍ୟ ନେଇ ..
ସବୁ ଅଙ୍ଗ ପାରିଛି ସଜାଇ ,
ହଳଦୀ ମୁହିଁ ତୁ ଶଶି ଭଳି ସଫା ମୁଖ ,
ଦେଖିଦେଲେ ଅପସରି ଯାଏ ସବୁ ଦୁଃଖ ।

ପ୍ରତ୍ୟେକ ସୃଜନୀ ଗର୍ଭଦେଶେ ,
ଭାବୁକଙ୍କ ସ୍ବପ୍ନରେ ବିଭୋର ,
ସର୍ଜନାରେ ଆଶଙ୍କାରେ ଲୋଡ଼େ ,
ପ୍ରତ୍ୟହ ମୁଁ' ସମ୍ଭାବନା ତୋ'ର ,
ଭାବପ୍ରବଣତାରେ ମୁଁ ଦିବାନିଶି ଲେଖେ ,
ମୋ' ସୃଷ୍ଟି ବକ୍ଷରେ ତୋ'ର ନିରୀହ ଚେହେରା
ଆଜି ମଧ୍ୟ ବାରମାସୀ ଦେଖେ ,
ଆଜି ମଧ୍ୟ ବାରମାସୀ ଦେଖେ ।

©️®️ #ରାଇରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

କ୍ଷୋଭ..ପବନରେ ନାହିଁ ଆଉ ବାସ ,ବାସ ନାହିଁ ସମସ୍ତେ ହତାଶ ,କଙ୍କାଳ କୋଳରେ ପେଟ ଭୋଗେ ଉପବାସ ,ଧୂଆଁ ଧୂଳିରେ ଧୂସର ସବୁ ସବୁଜିମା ,କିଏ ଜାଣେ .....
08/04/2022

କ୍ଷୋଭ..

ପବନରେ ନାହିଁ ଆଉ ବାସ ,
ବାସ ନାହିଁ ସମସ୍ତେ ହତାଶ ,
କଙ୍କାଳ କୋଳରେ ପେଟ ଭୋଗେ ଉପବାସ ,
ଧୂଆଁ ଧୂଳିରେ ଧୂସର ସବୁ ସବୁଜିମା ,
କିଏ ଜାଣେ ..! କେବେ ବର୍ଷା ହେବ ..?
ମାଟିର ତାତି , ଛାତିର ଦରଜ କମିବ ।

ଗୌଣ ଯହିଁ ଗଣତନ୍ତ୍ର ନୀତି ,
ନିତି ନିତି ସର୍ବତ୍ର ଦୁର୍ନୀତି ,
ତିନି ନୀତି ସଂଜ୍ଞା ବଦଳାଇ ଅନୀତି ରେ ..
ରୀତିମତ ମାତନ୍ତି, ଶୋଷନ୍ତି ଶୋଷଣ ରେ ,
ରୁଧିର ଧିରେ ହୁଅଇ ନଷ୍ଟ ,
ବରିଷ୍ଠ ଙ୍କ ଭ୍ରଷ୍ଟାଚାରେ ଆଜୀବନ କଷ୍ଟ ।

ଗଳିରେ ଫୁଟଇ ଏବେ ଗୁଳି ,
ଗାଳି ଗୁଲଜେ ପଡ଼େ ଚହଳି ,
ଚାହାଳିଆ ମନ ବାଉଳେଇ ଉଠେ ଖାଲି ..
ପେଟ ଭରିବାକୁ ସାହା ନାହିଁ ମୁଠେ ବାଲି ,
କିଏ ଆଉ ଉଦର ଭରିବ ..?
ବର୍ବର ପଣ , ଉର୍ବର କେମନ୍ତ ହୋଇବ ..?

ପଥରେ ପତିତ ପ୍ରାଣ କେତେ ..!
ପଥର ନିର୍ଦ୍ଦୟ ହୃଦ ଯେତେ ,
ପଥପ୍ରାନ୍ତ ପଥିକ ଙ୍କୁ କରି ଅତ୍ୟାଚାର ..
ପ୍ରଦର୍ଶିତ ବାହୁବଳେ ବୋଲାନ୍ତି ସେ ବୀର ..
ତାରି କିଏ ପାରିବ ଏ ଦଶା ..?
ସୁଧା ସନ୍ଧାନରେ କି'ବା ହଟିବ ଦୁର୍ଦ୍ଦଶା ..?

©️®️ #ରାଇରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

Address

Ganjam

Telephone

+919692222797

Website

Alerts

Be the first to know and let us send you an email when Rairanjan Nanda Official posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rairanjan Nanda Official:

Share