Rairanjan Nanda Official

Rairanjan Nanda Official no one is perfect
and I am "no one"

 #ରାତି...ଯେବେ ରାତି ଫେରେସ୍ମୃତି ସବୁ ତାଜାପଣେ ନେଇଯାନ୍ତି ଦିଗନ୍ତ ସେପାରେବିଚଳିତ ମନ ଯେତେ ବିଗତ ଅତୀତ ଧରିନିଶିଥରେ ବାରମ୍ବାର ଝୁରେମିଞ୍ଜି...
20/06/2022

#ରାତି...

ଯେବେ ରାତି ଫେରେ
ସ୍ମୃତି ସବୁ ତାଜାପଣେ
ନେଇଯାନ୍ତି ଦିଗନ୍ତ ସେପାରେ
ବିଚଳିତ ମନ ଯେତେ
ବିଗତ ଅତୀତ ଧରି
ନିଶିଥରେ ବାରମ୍ବାର ଝୁରେ

ମିଞ୍ଜି ମିଞ୍ଜି ତାରାଙ୍କ ଛାଉଣୀ
ତା ସାଥେ ଚାନ୍ଦର ତୋଫାପଣ
ସ୍ବପ୍ନ ବାସ୍ତବତା ମଧ୍ୟେ ଅଜିବ କାରୁଣ୍ୟ
ଯେବେ.. ରାତି ଫେରେ ଘନ ଅନ୍ଧକାରେ
କବି, ଭାବୁକ ଅନ୍ତର ଚିତ୍ରକର ପଣ
ଅସଂଖ୍ୟ ଉନ୍ମାଦନାରେ
ଭାବନାର ରଙ୍ଗ ତୂଳୀ ଧରେ

କେବେ କେବେ ଗୁମସୁମ୍ ସ୍ବପ୍ନ ବିଭୋରିତ
ରାତି ଆମ ଫେରୁଥିଲା ଆଇ ମାଆଙ୍କ କୋଳେ
ବୁଢୀଜେଜି ଗପ ଯେବେ ତୁନି ତୁନି ଶୁଣୁଥିଲା ଆଖି
ବୁଢ଼ୀ ଅସୁରୁଣୀ କଥା , ସାତତାଳ ପଙ୍କ ଘେରେ
କାନ ଯେବେ ଖୋଜୁଥିଲା ସୁନାର ଫରୁଆ
ନିର୍ବିକାର , ନିଃସ୍ୱାର୍ଥ ମନଟେ ସେ ଭଳିଆ
ଖୋଜିଲେ ବି କୁହ ଆଜି .. ନ ମିଳଇ କିଆଁ ..?

ରାତି ଦୁର୍ଦ୍ଦିନର ବାର୍ତ୍ତା ନେଇ ଫେରେ
ପ୍ରଳୟକୁ ରଚିବାର ଲାଗି
ବିଛଣାରେ ପ୍ରଳୟ ପ୍ରକାରେ
ପ୍ରବଳ ପ୍ରଣୟେ ମାତେ ଭୋଗୀ
ରାତିର ପ୍ରଛଦେ ରୋଗୀ
ଶରୀରରୁ ସନ୍ନ୍ୟାସକୁ ନିଏ
ଶରୀର ବାସ୍ନାର ପ୍ରାପ୍ତି ପାଇଁ
ସନ୍ନ୍ୟାସୀଟେ ପାଲଟି ବି ପାରେ
ବୁଭୁକ୍ଷିତ କେଉଁ କାମରୋଗୀ ..!

ରାତି ଆସୁଥିଲା ଆସୁଥିବ
ନୂଆ ନୂଆ ସମ୍ଭାର ଭିତରେ
ଆଜି ଯଦି ଯାଇଛି ସେ ଯାଉ
କାଲି ପୁଣି ଏ ରାତି ଫେରିବ
ଜାଳି ମନ , ଜାଳି ଫୁଲ ବନ
ଅବା କା ହୃଦୟେ ଲେପି ..!
ମହ ମହ ବାସ୍ନାୟିତ ଶୀତଳ ଚନ୍ଦନ ।

©️®️ #ରାଇରଞ୍ଜନ™️
#ସୌଜନ୍ୟ - #ପ୍ରତିଭା

 #ତୁମେ_କେହି_ନୁହଁ..ନିର୍ଜୀବ ର ମନ ନେଇ ଜହ୍ନ ଜ୍ୟୋତ୍ସ୍ନା ତଳେଶାରଦୀୟ ଆକାଶ ବୁକୁରୁମାଗିଥିଲି ମୁଠେ ଶୀତଳତା ..ଶବ ସାଜି ଶୋଇଥିଲି ବେଳାଭୂମି ...
30/05/2022

#ତୁମେ_କେହି_ନୁହଁ..

ନିର୍ଜୀବ ର ମନ ନେଇ ଜହ୍ନ ଜ୍ୟୋତ୍ସ୍ନା ତଳେ
ଶାରଦୀୟ ଆକାଶ ବୁକୁରୁ
ମାଗିଥିଲି ମୁଠେ ଶୀତଳତା ..

ଶବ ସାଜି ଶୋଇଥିଲି ବେଳାଭୂମି ତୀରେ
ମୁଦି ଦେଇ ଗଲାପରେ
ଲହରୀ ଆଶାରେ ଆଖି ପତା ..

ଶୁଣିଥିଲି କେତେ କାହାଣୀରେ
ଥାଏ ପୁଣି ସେମାନଙ୍କ ବିଶାଳ ହୃଦୟ ,
କୁହ ଭଲା ନିର୍ଦ୍ଦୟ ସେ ହୋଇଲେ କିପରି ..?

ଭାଗ୍ୟ ପରେ ଢାଳି ଦେଇ ଅମା ଅନ୍ଧକାର ,
କି ସୁଖ ପାଇଲେ କୁହ ..
ନକ୍ଷତ୍ରପୁଞ୍ଜରୁ ମତେ ନିର୍ବାସିତ କରି ..?

ତୁମକୁ ମୁଁ ପ୍ରେମ କରିବାର ବେଳେ ..
କେତେ କେତେ କଣ୍ଟା ଆଉ ପଥର ଦେଖିଚି
ରହୁଥିଲେ ମୋର ପାଦ ତଳେ ,

ତୁମ ଦମ୍ଭେ ଅଭିମାନେ ଯେବେ
ସଗର୍ବରେ କରୁଥିଲି ଯାତ୍ରା ,
ଫଗୁଣରୁ ଧାର ଆଣି କୋକିଳର ତାନ ..
ପବନରେ ପ୍ରତିନିତ୍ୟ ବିଞ୍ଚି ଦେଉଥିଲି
ମାତ୍ରାଧିକ ମୋ' ପ୍ରେମର ମାତ୍ରା ।

ହଁ ହଁ ଦିନେ ..
କେହି ଜଣେ କାନେ କହିଥିଲା
ଯାହା ଏବେ ଗୁଞ୍ଜରୁଛି
ହାୟ ମୋର ମନ ମସ୍ତିଷ୍କରେ ,
"ଅତି ହେଲେ ଇତି ସିନା ହୁଏ"
ପ୍ରେମ କିନ୍ତୁ "ଅତି" ହେଲେ ଅମର ପାଲଟେ
ବିଦ୍ୟମାନ ହୁଏ ନଭେ ଶୁଭ୍ର ଜ୍ୟୋତିଷ୍କରେ ।

ପ୍ରେମ ଯଦି ଭ୍ରମ ମୋର ପ୍ରିୟା ,
ଭ୍ରମରେ ଭ୍ରମର ଭଳି ..
ଆଜି ମତେ ବଞ୍ଚିବାକୁ ଦିଅ ,

ଜାଣିଛ କି ଗୁପ୍ତ ଏକ କଥା ..?
ତୁମେ ଗଲା ପରେ ପରେ
ସଂସାରର ସବୁ ନିର୍ଯାତିତା
ତୁମ ଭଳି କାହିଁ ମତେ
ଲାଗନ୍ତି ମୋ ପ୍ରେମିକା ପ୍ରେମିକା ..!

ମୁଁ' ଯଦି ନିର୍ଯ୍ୟାତିତ ତୁମ ଛଳନାରେ
ଡରିବି କାହିଁକି ମତେ ଥରୁଟିଏ କୁହ ..?

ବିନା ଅବଶୋଷରେ ମୁଁ ଚୁମିଯିବି ସଭିଙ୍କର ଓଠ
ଛାତିକୁ ପ୍ରଶସ୍ତ କରି .. ଆଜିଠୁ କହିବି ,
ହଁ ହଁ ତୁମେ ମୋର ନୁହଁ , କେହି ନୁହଁ
ହଁ ହଁ ତୁମେ ମୋର ନୁହଁ କେହି ନୁହଁ ।

©️®️ #ରାଈରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

30/04/2022

Address

Ganjam

Telephone

+919692222797

Website

Alerts

Be the first to know and let us send you an email when Rairanjan Nanda Official posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rairanjan Nanda Official:

Share