23/09/2025
ଆଜି #ପୋଲରି_ଅମାବାସ୍ୟା ବା #ମହାଳୟା_ଅମାବାସ୍ୟା
#ଦକ୍ଷିଣ_ଓଡ଼ିଶାର ବଡ଼ପର୍ବ #ଆରଦ୍ରା_ଅମାବାସ୍ୟା 🙏 ଧର୍ମ, ଶ୍ରଦ୍ଧା ଓ ପିତୃଭକ୍ତିର ପ୍ରତୀକ, #ମହାଳୟା_ଅମାବାସ୍ୟା । ଏହି ପରମ୍ପରା ସହର ଏବଂ ଗାଁ ଗହଳିରେ ପ୍ରାୟ ଲୁପ୍ତ ପାଇପାଇବାକୁ ବସିଲାଣି । ପିତୃ ତର୍ପଣର ଆଜି ପବିତ୍ର ଦିନ।
ଆଜିର ଦିନରେ ଗାଁ ଗାଁରେ ଶୁଣିବାକୁ ମିଳୁଥିଲା ଏହି ଗୀତର ଧ୍ଵନୀ 👇
👉ଏଣ୍ଡି ଉପରେ ଏଣ୍ଡି, ଦେଲ ମା ଭେଣ୍ଡି...
👉ଛାତ ଉପରେ ମାଙ୍କଡ଼, ଦେଲ ମା କାଙ୍କଡ଼...
👉ଦାଣ୍ଡଆଡେ ବଗ ବାରିଆଡେ ବଗ, ଗୁଣ୍ଡୁଚିମୂଷା କହି ଦେଇଛି ଚାଉଳ ମୁଠେ ଦବ...
👉ହାଣ୍ଡି ଖୁଢୁ ଖୁଢୁ କଲାନି, ଚାଉଳ ମୁଠେ ଦେଲାନି...
👉ବାରିଆଡ଼େ ନେଉଳ, ବେଗେ ଦିଅ ଚାଉଳ..
👉ରୋଟ ଉପରେ ତାରୁ, ଦିଅଲ ମା ସାରୁ...
👉ପଡିସା ଘର ନାନୀ, ଦେ ଲୋ ମା ଜହ୍ନି...
👉ଚୁଲି ଉପରେ ହଣ୍ଡା, ଦେ ଲୋ ମା ଭଣ୍ଡା...
ପୋଲରି ଅମାବାସ୍ୟା ଅବସରରେ ପରମ୍ପରା ପ୍ରକାରେ ଛୋଟ ଛୋଟ ପିଲାମାନେ ମେଳି ବାନ୍ଧି ଘରକୁ ଘର ବୁଲି ଏପରି ଗୀତ ଗାଇ ଗାଇ ଚାଉଳ ଓ ପନିପରିବା ଭିକ୍ଷା କରିଥାନ୍ତି। ମାଗି ଆଣିଥିବା ଜିନିଷ ରୋଷେଇ ହୋଇଥାଏ। ଆଉ ଏବେ ବି ଏହି ପରମ୍ପରା ବଜାୟ ରହିଛି କିଛି କିଛି ଗାଁ ଗହଳିରେ...
ଏହା ମା'ବଜ୍ରକାଳୀଙ୍କ ପୂଜା ପାଇଁ ଘରକୁ ଘର ବୁଲି ଭିକ୍ଷା କରି ପୂଜା କରିଥାନ୍ତି । ଗାଁଠାରୁ ସହର ପର୍ଯ୍ୟନ୍ତ ସନ୍ତାନଙ୍କ ପାଇଁ ମା ମାନେ ଏହି ପୂଜା ପୂର୍ବ ପୁରୁଷରୁ କରି ଆସୁଥିବାବେଳେ ଆଜି ମହାଳୟା ତଥା ପୋଲରି ଅମାବାସ୍ୟା ଭାବେ ପାଳନ କରାଯାଉଛି । ସନ୍ଧ୍ୟା ସମୟରେ ବଜ୍ରକାଳୀଙ୍କ ଉଦ୍ଦେଶ୍ୟରେ ଏହି ପୂଜା କରି ଘରର ଶାନ୍ତି ଓ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମାଙ୍କ ପାଖରେ ଗୁହାରି କରିଥାନ୍ତି ମା'ମାନେ... 🙏