Paradip Exclusive

Paradip Exclusive news, media, information, awareness, service,

03/11/2025

ମୁଖ୍ୟମନ୍ତ୍ରୀ ଙ୍କ ପାରାଦୀପ ଗସ୍ତ ପୂର୍ବରୁ ପୋଲିସ ର ସାଇବର ଅପରାଧ ସଚେତନତା ଅଭିଯାନ । କଳିଙ୍ଗ ବାଲିଯାତ୍ରା ମହୋତ୍ସବ ର ଉଦଘାଟନ ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ପାରାଦୀପ ଗସ୍ତରେ ଆସୁଛନ୍ତି l ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ସହ ସାଇବର ଅପରାଧ ସଚେତନତା ଅଭିଯାନ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ସଦନ ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି

03/11/2025

ନୂଆପଡ଼ା ରେ ନବୀନ, ନବୀନ ନବୀନ ଧ୍ଵନୀରେ ପ୍ରକମ୍ପିତ ସାରା ଅଞ୍ଚଳ

02/11/2025

ଦୋଛକି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।ମହିଳାଙ୍କ ଉପରେ ଚଢ଼ିଗଲା ହାଇୱା ।ଘଟଣାସ୍ଥଳରେ ଚାଲିଗଲା ମହିଳା ଜୀବନ
।ମୃତ ମହିଳା ଜଣଙ୍କ ଲକ୍ ଥାନା ଅଧିନ ଝିମାଣୀ ଗ୍ରାମର ବିନି ବେହେରା ।ବାଇକ ଯୋଗେ ପାରାଦୀପରୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ ।ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା

02/11/2025
02/11/2025

ପାରାଦୀପରେ ପହଁଞ୍ଚିଲେ ସର୍ବଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ତନ୍ମୟ କୁମାର ଜେନା | ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରମିକ ସ୍ତାନୀୟ ଦୋଛକିରେ ପହଂଚି ଶ୍ରମିକ ନେତାଙ୍କୁ ସ୍ଵାଗତ କରିବା ସହ ସ୍ତାନୀୟ ବଡପଡିଆ ସଂଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଞ୍ଚୋଟି ନେଇଥିଲେ | ଶ୍ରୀଯୁକ୍ତ ଜେନା ତିନିଦିନ ଧରି ପାରାଦୀପରେ ରହିବା ସହିତ ଭାରତୀୟ ତୈଳ ବିଶୋଧନାଗାର କର୍ତ୍ତୁପକ୍ଷଙ୍କ ସହ ଶ୍ରମିକ ମାନଙ୍କ ସେଟେଲମେଣ୍ଟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ | ଅନେକ ସମୟରେ ଶ୍ରମିକ ମାନେ ଏଠାରେ ବିଭିନ୍ନ ଠିକାଦାର ଓ ସଂଗଠନ ଦ୍ୱାରା ଶୋଷିତ ହେଉଥିବା ବେଳେ ଶ୍ରମିକ ମାନେ କିପରି ସେମାନଙ୍କର ନାର୍ଯ୍ୟ ଦାବି ହାସଲ କରିବେ ସେନେଇ ଆଗାମୀ ଦିନରେ ଅନେକ କାର୍ଯ୍ୟପନ୍ଥା ସଂଘ ପକ୍ଷରୁ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି

01/11/2025

ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ବନ୍ଦର ନଗରୀ..
ବ୍ରାହ୍ମଣ ଙ୍କ ବେଦପାଠ, ହୋମଯଜ୍ଞ, ହରିବୋଲ, ହୁଳହୁଳି ରେ ପ୍ରକମ୍ପିତ ହେଉଛି ବାଲିପ୍ଲଟ l ପାରାଦୀପ ର ଏକମାତ୍ର ବୃହତ ମାଛ ବ୍ୟବସାୟର ପେଣ୍ଠସ୍ଥଳୀ ଅଠରବାଙ୍କୀ ବାଲିପ୍ଲଟ ଠାରେ କାର୍ତ୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘ ତରଫରୁ ଚାଳିଶ ବର୍ଷରେ ପଦାର୍ପଣ କରିଛନ୍ତି ଦେବ ସେନାପତି କାର୍ତ୍ତିକେଶ୍ୱର ଙ୍କ ପୂଜା

01/11/2025

ଲାଗିଲା କଟକଣା, ସମୁଦ୍ରକୁ ମନା..
କୁଳରୁ ୨୦ କିଲୋମିଟର ଦୂର ପଯ୍ୟନ୍ତ ଲାଗିଲା କଟକଣା। ଅଲିଭ୍ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ।

ଶ୍ରୀରାଧାଙ୍କ ପାଦ ଦର୍ଶନ
31/10/2025

ଶ୍ରୀରାଧାଙ୍କ ପାଦ ଦର୍ଶନ

30/10/2025

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ, ଗଡ଼କୁଜଙ୍ଗ କୁଞ୍ଜବିହାରୀ ଙ୍କ ଦିବ୍ୟ ଦର୍ଶନ

ଆଜି ବି ମନେ ପଡେ ସେଇ କାଳ ର କରାଳ ରୂପ
29/10/2025

ଆଜି ବି ମନେ ପଡେ ସେଇ କାଳ ର କରାଳ ରୂପ

28/10/2025

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ପିଆଇସିଟି ବର୍ଥରେ ଅଘଟଣ | ଜାହାଜରେ ଥିବା କ୍ରିୟୁ ମେମ୍ବର ମୃତ୍ୟୁ | ଆଜି ସକାଳେ ଏମଭି ସାବରୀ ମଲାଇ ଜାହାଜରେ ଉତ୍ତରପ୍ରଦେଶ ଲକ୍ଷ୍ନୋ ର କ୍ରିୟୁ ସଦସ୍ୟ ରାମ ଦୁଲାରି ୟାଦବ ଜାହାଜ ଉପରେ ଥିବାବେଳେ କୌଣଷି କାରଣରୁ ଅସୁସ୍ତ ହୋଇ ପଡିଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ପୋର୍ଟ ମେଡିକାଲରେ ଭର୍ତି କରାଯାଇଥିଲା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ | ଜାହାଜଟି ହଳଦିଆ ପୋର୍ଟ ରୁ ପାରାଦୀପକୁ ଆସିଥିଲା ଓ ଏଠାରୁ ଭାଇଜାକ ଯାଇଥାନ୍ତା | ମୃତ କ୍ରିୟୁ ସଦସ୍ୟ ରାମ ଦୁଲାରି ୟାଦବ ଜାହାଜର ମୁଖ୍ୟ ଯନ୍ତ୍ରୀ ବୋଲି ଜଣାପଡ଼ଛି

28/10/2025

ବଳ ଗୋଟାଉଛି ମୋନ୍ଥା

Address

Paradip
Paradeep
754142

Telephone

+918144287668

Website

https://www.instagram.com/paradipexclusive50?igsh=MXhxZnV4d2luaGpiMw%3D%3D

Alerts

Be the first to know and let us send you an email when Paradip Exclusive posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paradip Exclusive:

Share