16/08/2025
*ପୁରୁଷୋତ୍ତମ ଶ୍ରୀକୃଷ୍ଣଚନ୍ଦ୍ର*
*~~•~~*
ଶ୍ରୀଶ୍ରୀଠାକୁର– ପୂର୍ବ ଜନ୍ମରେ ଯାହା ନେଇ ଶେଷ, ଏ ଜନ୍ମରେ ତାହାହିଁ ନେଇ ଆରମ୍ଭ । ତେବେ ମୂଳ ଜିନିଷ ହେଲା exuberance of fusional urge (ସମ୍ମିଳନୀ ଆକୂତିର ପ୍ରାଚୁର୍ଯ୍ୟ ), ଏହାହିଁ ହେଲା fire of life (ଜୀବନାଗ୍ନି) । ଏହାର ମୂଳରେ ଅଛି libido (ସୁରତ) । ତା'ର ଅନ୍ତର୍ନିହିତ ସମ୍ବେଗ ଅଟକି ଯିବାକୁ ଚାହେଁନା । ଯୋଗବନ୍ଧନର ଭିତର ଦେଇ ବୃହତ୍ତର ବିକାଶ ପଥରେ ଆଗେଇ ଯିବାକୁ ଚାହେଁ । ପୁଣି ପିତାମାତାଙ୍କର ଯୋଗବନ୍ଧନ ଯେଉଁଠାରେ ଯେତେ ନିବିଡ଼ ଓ ସଙ୍ଗତିପୂର୍ଣ୍ଣ, ସେଠାରେ ସେତେ ସଙ୍ଗତିଶୀଳ , ତୀବ୍ର–ସମ୍ବେଗୀ ସନ୍ତାନର ଜନ୍ମ ଗ୍ରହଣ ସମ୍ଭାବନା ଥାଏ । ସେମାନେ ସ୍ବଭାବତଃ ହିଁ ଶ୍ରଦ୍ଧାବାନ ହୁଅନ୍ତି । ଶ୍ରଦ୍ଧା ହିଁ ଶ୍ରେୟଙ୍କଠାରେ ଯୁକ୍ତ ହେବାକୁ ପ୍ରେରଣା ଯୋଗାଏ । ଶ୍ରେୟଙ୍କଠାରେ ଯୁକ୍ତ ନ ହେଲେ କିନ୍ତୁ ମଣିଷର ନିସ୍ତାର ନାହିଁ । ତେଣୁ ଗୀତାରେ ଅଛି—
‘ନାସ୍ତିବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ।।'
(ଅଯୁକ୍ତ ବ୍ୟକ୍ତିର ବୁଦ୍ଧି ନାହିଁ, ଭାବନା ବି ନାହିଁ, ଭାବନାଶୀଳ ଯେ ନୁହେଁ, ତା'ର ଶାନ୍ତି ନାହିଁ ଏବଂ ଅଶାନ୍ତ ଯେ ତା'ର ସୁଖ କୋଉଠି ? )
କାହା ଉପରେ ଭଲପାଇବା ସ୍ଥାପନ କରିବେ ସେ ସମ୍ବନ୍ଧରେ ପଛରେ କୈାଣସି ଅସ୍ପଷ୍ଟତା ରହିଯାଏ, ତେଣୁ କୃଷ୍ଣଠାକୁର ଅର୍ଜ୍ଜନକୁ ପରିଷ୍କାର କରି କହିଲେ—
‘ମୟ ସର୍ବଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀନିର୍ମମୋ ଭୂତ୍ବା ଯୁଦ୍ଧ୍ୟସ୍ବ ବିଗତଜ୍ୱରଃ ।।'
(ଯାବତୀୟ କର୍ମ ଅଧ୍ୟାତ୍ମଚେତନାର ସଙ୍ଗେ ମୋଠାରେ ସଂନ୍ୟସ୍ତ କରି, ନିରାଶୀ–ନିର୍ମମ ଓ କାମନା ବାସନା ଜନିତ-ତାପ-ମୁକ୍ତ ହୋଇ ଯୁଦ୍ଧ କର ।)
ପୁଣି କହିଲେ-
‘ମନ୍ମନା ଭବ ମଭକ୍ତୋ ମଦଯାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ ।।'
(ତୁମେ ମୋଗତ-ଚିତ୍ତ ହୁଅ, ମୋର ଭଜନା କର, ମୋର ଯାଜନ କର, ମୋତେ ନମସ୍କାର କର, ତାହାହେଲେ ମୋତେହିଁ ପାଇବ, ତୁମେ ମୋର ପ୍ରିୟ, ତୁମ ନିକଟରେ ଏହି କଥା ମୁଁ ପ୍ରତିଜ୍ଞା କରି କହୁଛି ।)
ତାହାପରେ ଏକ ଝୁଙ୍କ୍ ରେ କହିଲେ-
‘ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ବାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।।'
(ତୁମର ମନଗଢ଼ା ଯେତେ ଧର୍ମବୋଧ ସେଗୁଡ଼ିକୁ ପରିତ୍ୟାଗ କରି ଏକମାତ୍ର ମୋତେହିଁ ରକ୍ଷା କରି ଚାଲ, ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିବି, ତୁମେ ଦୁଃଖ କରନା ।) ‘ଶରଣଂ ବ୍ରଜ' ମାନେ ରକ୍ଷା କରି ଚାଲ । ମୋର interest (ସ୍ବାର୍ଥ) କୈାଣସିମତେହିଁ ନଷ୍ଟ ହେବାକୁ ଦିଅନା । ମୋର ପରିପନ୍ଥୀ କିଛି କର ନା ତାହାହେଲେ ହିଁ ହେଉଛି– ମୂର୍ତ୍ତ ଇଷ୍ଟଙ୍କୁ ଧରିବାକୁ ହେବ, ତାଙ୍କଠାରେ ଯୁକ୍ତ ହେବାକୁ ହେବ, ଅନ୍ୟ ସବୁ consideration (ବିବେଚନା) ଛାଡି଼ ଦେଇ ତାଙ୍କ ସ୍ବାର୍ଥପ୍ରତିଷ୍ଠା ଅକ୍ଷୁଣ୍ଣ ରଖି ଚାଲିବାକୁ ହେବ । ସମସ୍ତ ଗୀତାର ମଧ୍ୟରେ ବୁଲେଇ ବଙ୍କେଇ ସେହି ଇଷ୍ଟପ୍ରାଣ ହେବାର କଥା, ସେହି କୃଷ୍ଣପ୍ରାଣ ହେବାର କଥା ।
ଯୁଗ ପୁରୁଷୋତ୍ତମ ଯୁଗେ ଯୁଗେ ଆବିର୍ଭୂତ ହୁଅନ୍ତି ଧରା ଧାମରେ ଧର୍ମ ପ୍ରତିଷ୍ଠାର୍ଥେ । ତ୍ରେତାଯୁଗରେ ସତ୍ୟ, ଧର୍ମ, ସ୍ଥୈର୍ଯ୍ୟ, ବୀର୍ଯ୍ୟ, କ୍ଷମା, ତିତିକ୍ଷା, ପିତୃଭକ୍ତି, ମାତୃଭକ୍ତି, ସର୍ବୋପରି ପ୍ରଜାପ୍ରୀତିର ଚରମ ଆଦର୍ଶ ପ୍ରତିଷ୍ଠା କରିଗଲେ ପରମ ପୁରୁଷ କୈାଶଲ୍ୟା–ନନ୍ଦନ ଶ୍ରୀରାମଚନ୍ଦ୍ର ବର୍ଣ୍ଣାଶ୍ରମର ବିରୋଧକୁ ସଦୂଢ଼ ହସ୍ତରେ ଦମନ କରି ଦୁର୍ଯୋଗକୁ ସୁଯୋଗରେ ରୂପାନ୍ତରିତ କରି, ଶୂନ୍ୟତାକୁ ପୂର୍ଣ୍ଣତାରେ ଚରିତାର୍ଥ କରି, ଦୁର୍ବଳକୁ-ସବଳ କରି, ଅଭିମାନୀ ଆସୁରୀ ସଭ୍ୟତାକୁ ନିର୍ମୂଳ କରି ସୁବିଶାଳ ଭାରତବର୍ଷରେ ପ୍ରତିଷ୍ଠା କଲେ ଜୀବନ-ବର୍ଦ୍ଧନ ଶିଷ୍ଟ ନୀତି-ବିଧି ।
*ଦ୍ଵାପର ଯୁଗରେ ଆବିର୍ଭୂତ ପରମପୁରୁଷ ଶ୍ରୀକୃଷ୍ଣ ।* *ଧର୍ମ ଅପସରି ଯାଇଚି ଜୀବନର ପ୍ରତିଟି କ୍ଷେତ୍ରରୁ ସେତେବେଳେ ।*
ଆର୍ଯ୍ୟସଭ୍ୟତା ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ । ମଣିଷ ହୋଇ ଉଠିଛି ଅର୍ଥର ଦାସ, ଶକ୍ତି ଦୁର୍ବାର ହୋଇଉଠିଛି ପରପୀଡ଼ନରେ । ସାମର୍ଥ୍ୟ ରୂପାନ୍ତରିତ ହୋଇଛି ମତ୍ତାତାରେ, ପିତୃତ୍ବ ଅଶ୍ରୁଳ ନୟନରେ କାରାରୁଦ୍ଧ, ଏହି ଅବସରରେ ମୁକ୍ତିର ଆଲୋକବର୍ତ୍ତିକା ନେଇ *କଂସ-କାରାଗାରରେ ଆବିର୍ଭୂତ ହେଲେ ପୁରୁଷୋତ୍ତମ ଶ୍ରୀକୃଷ୍ଣ ।*
ବୃନ୍ଦାବନ, ଦ୍ଵାରକା, ମଥୁରା, କୁରୁକ୍ଷେତ୍ର ଓ ପ୍ରଭାସତୀର୍ଥରେ ରଚିତ ହେଲା ତାଙ୍କର ଲୋକୋତ୍ତର ଦିବ୍ୟ ଲୀଳା । ପୁରୁଷ ଓ ପ୍ରକୃତିର ଭୌତିକତା ଓ ଆତ୍ମିକତାର, ଧର୍ମ ଓ କର୍ମର ପ୍ରେମ ଓ ପ୍ରଜ୍ଞାର ସଂଗମତୀର୍ଥ ରଚିତ ହେଲା ତାଙ୍କର ଜୀବନ ଓ ଦର୍ଶନରେ । ସେ ଆହ୍ୱାନ କଲେ — ‘ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାମ୍ ନମସ୍କୁରୁ';
‘ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ । ଅହଂ ତ୍ବାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।'
କଳିଯୁଗରେ ଆବିର୍ଭୂତ ହେଲେ ଶ୍ରୀବୁଦ୍ଧ, ଆଣିଦେଲେ ମହତ୍ତର ସତ୍ୟର ଆଲୋକ । ମୈତ୍ରୀ କରୁଣା ଓ ଅହିଂସା-ମନ୍ତ୍ରରେ ପ୍ରଶମିତ କଲେ ଶକ୍ତିର ପରିଧ୍ୱଂସୀ ଚଣ୍ଡତାକୁ । ସଦାଚାର, ସତ୍ୟ, ନ୍ୟାୟ ଓ ପ୍ରେମର ବାଣୀ ପ୍ରଚାର କରି ଜନଜୀବନରେ ସୃଷ୍ଟି କଲେ ନବ ଜାଗରଣ ।
ପରମଦୟାଲ ଯୀଶୁ ପୁଣି ଆବିର୍ଭୂତ ହେଲେ-ରକ୍ତମାଂସସଙ୍କୁଳ ପ୍ରେମର ଜୀବନ୍ତ ବିଗ୍ରହ ହୋଇ ।
ଜଡ଼ବାଦୀ ଶୋଷଣଧର୍ମୀ ପୁରୋହିତ-ତନ୍ତ୍ରମୂଳରେ କୁଠାରାଘାତ କରି ସେ ପ୍ରଚାର କଲେ– ଆତ୍ମଶୁଦ୍ଧି, ଈଶ୍ଵରଭକ୍ତି ଓ ମାନବ-ପ୍ରୀତି । ସେ କହିଲେ– ଭଲପାଅ, ଭଲହୁଅ, ଭଲରେ ଥାଅ । ମୁଁ ପଥ, ମୁଁ ସତ୍ୟ, ମୁଁ ଆଲୋକ, ମୁଁ ଜୀବନ; ମୋତେ ବାଦଦେଇ ପରମ ପିତାଙ୍କ ନିକଟରେ କେହି ପହଞ୍ଚ୍ ପାରିବେ ନାହିଁ । କ୍ରମଶଃ....
ବନ୍ଦେ ପୁରୁଷୋତ୍ତମମ୍
🙏•ଜୟଗୁରୁ• 🙏