03/07/2026
ଭୁବନେଶ୍ୱର :ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଲାଲଜି ଦେଶାଇଙ୍କ ସଭାପତିତ୍ବରେ ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ, ବିରୋଧୀ ଦଳ ନେତା ରାମ ଚନ୍ଦ୍ର କଡ଼ାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ବରିଷ୍ଠ ଉପସଭାପତି, ସଂଗଠନ ମୁଖ୍ୟ, ବିଧାୟକ ଗଣ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ସଙ୍ଗଠନ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ କଂଗ୍ରେସର ବିଚାର ପହଞ୍ଚାଇବା ନିମନ୍ତେ ଆଲୋଚନା କରାଯାଇଥିଲା