The Ratnagiri

The Ratnagiri The Ratnagiri News is a news channel that boasts of redefining news with our charter of Free, Fair and Unbiased news where "We Report. You Decide."

ଏମଏମଡିଆର୍ ସଂଶୋଧନ ଆକ୍ଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି।ସେପ୍ଟେମ୍ବର ୯ ତାରିଖରେ ଲୋକଭବନ ସମ୍ମୁଖରେ ଗଣଧାରଣା ଦେବ ବିଜେଡି।ଏମଏମଡିଆ...
07/09/2026

ଏମଏମଡିଆର୍ ସଂଶୋଧନ ଆକ୍ଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି।

ସେପ୍ଟେମ୍ବର ୯ ତାରିଖରେ ଲୋକଭବନ ସମ୍ମୁଖରେ ଗଣଧାରଣା ଦେବ ବିଜେଡି।

ଏମଏମଡିଆର୍ ସଂଶୋଧନ ଆକ୍ଟ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ।

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିବ ଦଳ।

ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବିଜେଡି।


ଓଡ଼ିଶାର ଖଣି ଏବଂ ଜମିକୁ ଛଡାଇ ନେବାର ଚକ୍ରାନ୍ତ ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରତିବାଦ ସଭାଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : କେନ୍ଦ୍ରର ...
07/09/2026

ଓଡ଼ିଶାର ଖଣି ଏବଂ ଜମିକୁ ଛଡାଇ ନେବାର ଚକ୍ରାନ୍ତ ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟିର ପ୍ରତିବାଦ ସଭା

ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : କେନ୍ଦ୍ରର ବିଜେପି ସରକାର ଷଡଯନ୍ତ୍ର କରି ମାଇନ୍ସ ଏବଂ ମିନେରାଲସ ଡେଭେଲପମେଣ୍ଟ ଆକ୍ଟରେ ଆମେଣ୍ଡମେଣ୍ଟ ଆଣି ଓଡ଼ିଶାର ଖଣି ଏବଂ ଖଣି ଥିବା ଜମିକୁ ନିଜ ଅଧୀନକୁ ନେଇ ଯାଇଛନ୍ତି | ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାର ବିଜେପି ସରକାର ଏବଂ ଓଡ଼ିଶାରୁ ନିର୍ବାଚିତ ୨0 ଜଣ ବିଜେପି ସାଂସଦ ଏହି ଖଣି ଏବଂ ଖଣିଥିବା ଜମିର ଚୋରିକୁ ସମର୍ଥନ କରିଛନ୍ତି ।
୨୦୨୬ ରେ ଏମଏମଡ଼ିଆର ଆକ୍ଟ (MMDR ACT) ଆମେଣ୍ଡମେଣ୍ଟ କରି କେନ୍ଦ୍ର ସରକାର ଖଣିଥିବା ସମସ୍ତ ଜମିକୁ ନିଜ ଅଧୀନକୁ ନେଇ ଯାଇଛନ୍ତି । ଜମି ଓଡ଼ିଶାବାସୀଙ୍କର ହୋଇଥିବା ବେଳେ ଏହାକୁ କେନ୍ଦ୍ର ନିଜ ଅଧୀନକୁ ନେବା ଓଡ଼ିଶାବାସୀଙ୍କ ପ୍ରତି ବିଶ୍ଵାସଘାତକତା ଅଟେ । ବର୍ତ୍ତମାନ ଏହି ଖଣି ଥିବା ଜମି ଉପରେ ଓଡ଼ିଶା ସରକାର କେନ୍ଦ୍ରର ବିନା ଅନୁମତି ରେ କୌଣସି ଟ୍ୟାକ୍ସ ବସାଇ ପାରିବ ନାହିଁ । ଯାହାଦ୍ଵାରା ଖଣିଥିବା ଜିଲ୍ଲା ଗୁଡିକର ବିକାଶ ପାଇଁ ଗଠିତ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ୍ (DMF) କୁ ଆସୁଥିବା ପ୍ରାୟ ବାର୍ଷିକ ୧୫ ହାଜର କୋଟି ଟଙ୍କା ବନ୍ଦ ହୋଇଯିବ, ଅର୍ଥାତ ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ, ବୃକ୍ଷ ରୋପଣ ଏବଂ ଜିଲ୍ଲାର ଅଧିବାସୀଙ୍କ ବିକାଶ ପାଇଁ ବ୍ୟବହୃତ ଟଙ୍କା ମିଳିବ ନାହିଁ ।
ପୁନଶ୍ଚ କେନ୍ଦ୍ର ସରକାର ଏହି ଆମେଣ୍ଡମେଣ୍ଟ ବଳରେ ସୁପ୍ରିମ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ସରକାର ଏବଂ ଓଡିଶାବାସୀ ପାଇବାକୁ ଥିବା ପ୍ରାୟ ୧ ଲକ୍ଷ ଟଙ୍କାର ବକେୟା ପ୍ରାପ୍ୟକୁ ରଦ୍ଧ କରି ଦେଇଛନ୍ତି | ଅର୍ଥାତ ୨୦୦୫ ମସିହା ରୁ ୨୦୨୫ ମସିହା ପର୍ଯ୍ୟନ୍ତ ବାକିଥିବା ବିଭିନ୍ନ କମ୍ପାନୀର ଦେୟ ଯାହାକି ଓଡ଼ିଶା ସରକାର ପାଇଥାନ୍ତେ, ତାହାକୁ କେନ୍ଦ୍ରର ବିଜେପି ସରକାର କମ୍ପାନୀମାନଙ୍କ ସହିତ ସଲାସୁତୁରା କରି ଆମେଣ୍ଡମେଣ୍ଟ ମାଧ୍ୟମରେ ରଦ୍ଦ କରି ଦେଲା । ଏହା ସିଧାସଳଖ ଭାବରେ ଓଡ଼ିଶାକୁ କେବଳ ନିଜ ପ୍ରାପ୍ୟରୁ ବଞ୍ଚିତ କରିବା ନୁହେଁ ବରଂ ଖୋଲା ଲୁଟ୍ ଅଟେ ।
ଓଡିଆ ଅସ୍ମିତାର ଶ୍ଳୋଗାନ ଦେଇ ଏବଂ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ବିକାଶ ହେବ ବୋଲି ପ୍ରତିଶୃତି ଦେଇଥିବା ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଓଡ଼ିଶାର ଖଣି ଏବଂ ଖଣିଥିବା ଜମିକୁ ନିଜର କର୍ପୋରେଟ ବନ୍ଧୁମାନଙ୍କୁ ଶାଗମାଛ ମୂଲ୍ୟରେ ବିକିବା ପାଇଁ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛି । ଗୋଟେ ପଟେ ନିଜେ ଓଡ଼ିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଧାନ ଉଠାଇ ନଥିବାରୁ ଅଭିଯୋଗ କରିବା ବେଳେ ଅନ୍ୟ ପଟେ କେନ୍ଦ୍ର ସରକାର ଦ୍ରୁତଗତିରେ ଓଡ଼ିଶାର ଖଣି ଓ ଖାଦାନ କୁ ଖାଲି କରିବା ପାଇଁ ଷଡଯନ୍ତ୍ର କରୁଥିବା ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରମାଣିତ କରିଛି । ଆମ୍ ଆଦ୍‌ମୀ ପାର୍ଟି ବିଜେପି ସରକାରର ଏହି ଷଡଯନ୍ତ୍ର ବିରୁଦ୍ଧରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ବିରୋଧ ପ୍ରଦର୍ଶନ କରିବା ସହିତ ଓଡ଼ିଶାବାସୀ ଙ୍କର ସ୍ଵାର୍ଥର ରକ୍ଷା ପାଇଁ ଏହି ଏମଏମଡ଼ିଆର ଆକ୍ଟ-୨୦୨୬(MMDR ACT-2026) ବିରୁଦ୍ଧରେ ସାରା ଓଡ଼ିଶାରେ ଜନମତ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି |
ଆଜିର ପ୍ରେସ୍ ମିଟରେ ଆମ ଆଦ୍‌ମୀ ପାର୍ଟି, ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ମୁଖ୍ୟ ପ୍ରବକ୍ତା ଶ୍ରୀ ଲଲିତ୍ ମୋହନ ଦାଶଅଧିକାରି, ଭୁବନେଶ୍ୱର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଶ୍ରୀକାନ୍ତ କୁମାର ପାଣି, ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

07/09/2026

ଶିବ ନନା ଙ୍କ କଣ୍ଠରେ ସୁମଧୁର ଗୀତ



07/09/2026

ଗୁରୁଦିବସରେ ଓଃ କି ଭକ୍ତି ଭିଡିଓ ହେଲା ଭାଇରଲ




ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ
07/09/2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ

07/09/2026

ବରୀ ବ୍ଲକର ଗୋଳକୁଣ୍ଡ ପଞ୍ଚାୟତରେ ଥିବା ମେଣ୍ଢ-କାକୁଡିକୁଦ ଅଞ୍ଚଳକୁ ସଂଯୋଗ କରୁଥିବା ଅର୍ଦ୍ଧନିର୍ମିତ ବ୍ରିଜ୍ର ତଳୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, କେଉଁଠୁ ଆସିଲା ଓ କାହାର ମୃତ ଦେହ

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି, ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ-କାକୁଡିକୁଦ ଅଞ୍ଚଳକୁ ସଂଯୋଗ କ...
07/09/2026

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି, ଗୋଳକୁଣ୍ଡ ପଞ୍ଚାୟତର ମେଣ୍ଢ-କାକୁଡିକୁଦ ଅଞ୍ଚଳକୁ ସଂଯୋଗ କରୁଥିବା ଅର୍ଦ୍ଧନିର୍ମିତ ବ୍ରିଜ୍‌ ଖୁଣ୍ଟରୁ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଓ ପରିଚୟ ସମ୍ପର୍କରେ ସ୍ପଷ୍ଟ ମିଳିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ୨୦୨୯ ସୁଦ୍ଧା ଭାରତ ନିଶା ମୁକ୍ତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ ଗଣମା...
06/09/2026

୨୦୨୯ ସୁଦ୍ଧା ଭାରତ ନିଶାମୁକ୍ତ ହେବ: ଅମିତ ଶାହ
୨୦୨୯ ସୁଦ୍ଧା ଭାରତ ନିଶା ମୁକ୍ତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି

ମନ୍ତ୍ରୀ ରବିନାରାୟଣ ନାଏକଙ୍କ ମାତୃ ବିୟୋଗସମ୍ବଲପୁର : କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ,...
06/09/2026

ମନ୍ତ୍ରୀ ରବିନାରାୟଣ ନାଏକଙ୍କ ମାତୃ ବିୟୋଗ
ସମ୍ବଲପୁର : କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ମାଆ ଶୁଭ ନାଏକ (୮୫)ଙ୍କ ଶନିବାର ସକାଳେ ଭୁବନେଶ୍ବର ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଶନିବାର ଅପରାହ୍ରେ ମରଶରୀର ତାଙ୍କ ନିଜ ଗାଁ ଣ୍ଡାଟାରେ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଏକ ଭାଯାତ୍ରାରେ ତାଙ୍କ ମରଶରୀରକୁ ନିକଟସ୍ଥ ଶ୍ମଶାନକୁ ନେଇ ଶେଷକୃତ୍ୟ କରାଯାଇଥିଲା। ବଡ଼ପୁଅ ମହେନ୍ଦ୍ର ମୁଖାଗ୍ନି ଦେଇଥିଲେ। ରାତିରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତରାଞ୍ଚଳ ଡିଆଇଜି ତରଣ ସିଂହ ମିନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍ପି ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ କମିସନର ରୋହନ ଖତ୍ରୀ, ଆର୍‌ଏସ୍‌ଏସ୍‌ ପୂର୍ବତନ ସଂଚାଳକ ବିପିନ ବିହାରୀ ନନ୍ଦ ପ୍ରମୁଖ ଶ୍ରୀ ନାଏକଙ୍କ ଗାଁରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଆକାଉଣ୍ଟାଟ କମ ଡାଟା ଏଣ୍ଟ୍ରି ଅପରେଟର ସଙ୍ଘର ରାଜ୍ୟ ସଭାପତି ପ୍ରଭାତ କୁମାର ତିୱାରୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି, ସମ୍ପାଦକ ଓ କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସଙ୍ଘ ତରଫରୁ ମନ୍ତ୍ରୀ ଶ୍ରୀ ନାଏକଙ୍କ କୁଚିଣ୍ଡା ସ୍ଥିତ ବାସଭବରେ ପହଁଚି ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ସମବେଦନା ଜଣାଇଥିଲେ l

ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ          ଭୁବନେଶ୍ୱର:- ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସର ନବ ଗଠିତ କମିଟି ଘୋଷଣା କରାଯାଇ ସେ...
06/09/2026

ବିଶ୍ୱଜିତ୍ ଦାଶ ନୂତନ ପିସିସି ସାଧାରଣ ସଂପାଦକ





ଭୁବନେଶ୍ୱର:- ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସର ନବ ଗଠିତ କମିଟି ଘୋଷଣା କରାଯାଇ ସେମାନଙ୍କ ନାମ ତାଲିକା ଏଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ଉକ୍ତ କମିଟିରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାଶଙ୍କୁ ମିଳିଥିବାରୁ ସେ ଏଆଇସିସି ସଭାପତି ଶ୍ରୀ ମଲ୍ଲିକାଯୁର୍ଣ୍ଣ ଖଡଗେ,ମାନନୀୟ ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ) କେ ସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଲାଳଜି ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସାଂସଦ ସପ୍ତଗିରି ଉଲ୍ଲାକା, ଯୁବମାନସର ନେତା ନବଜ୍ୟୋତୀ ପଟ୍ଟନାୟକ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ କହିଛନ୍ତି କି ଦୀର୍ଘବର୍ଷ ଧରି କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ଯେଉଁ ଦାୟୀତ୍ୱ ମିଳିଛି ତାକୁ ସୁଚାରୁ ରୂପେ ପାଳନ କରିଛନ୍ତି। ସେ ୩ ଜଣ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ବର୍ତ୍ତମାନର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ପାଞ୍ଚ ବର୍ଷ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ସୁଚାରୁରୂପେ ଦାୟୀତ୍ୱ ନିର୍ବାହ କରିଛନ୍ତି। କଂଗ୍ରେସ ଦେଶ ଓ ରାଜ୍ୟରେ ଏକ ମାତ୍ର ବିକଳ୍ପ ବୋଲି କହିବା ସହ ତାଙ୍କ ଦୀର୍ଘ ବର୍ଷର ରାଜନୀତିର ଅଭିଜ୍ଞତାକୁ ନେଇ ଆଗକୁ କିପରି
ତୃଣମୂଳସ୍ତରରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରାଯାଇପାରିବ ସେଥିପ୍ରତି ପ୍ରତି ପ୍ରୟାସ କରିବେ ବୋଲି ଏକ ବିଜ୍ଞପ୍ତିରେ ସେ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଶ୍ରୀ ଦାଶ ଓଡ଼ିଶା ପ୍ରଦେଶ କଂଗ୍ରେସ ନବ ଗଠିତ କମିଟିର କାର୍ଯ୍ୟକାରୀ କମିଟି, ପରାମର୍ଶଦାତା କମିଟି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ କୋଷାଧ୍ୟକ୍ଷ ପଦରେ ନିଯୁକ୍ତ ସମସ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Address

Nathpur
Jajpur
755003

Alerts

Be the first to know and let us send you an email when The Ratnagiri posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Ratnagiri:

Shortcuts

Share