Bari Voice Network

Bari Voice Network Contact information, map and directions, contact form, opening hours, services, ratings, photos, videos and announcements from Bari Voice Network, Media/News Company, bari, Jajpur.

23/08/2026

ବନ୍ୟାରେ ବେହାଲ କିମ୍ଭିରିଆପାଳ ଗ୍ରାମ ପଞ୍ଚାୟତ। ଏଭଳି କଠିନ ସମୟରେ ବନ୍ୟା ବିପନ୍ନ ପରିବାରଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି ଯୁବ ସମାଜସେବୀ ମନୋଜ କୁମାର ଦାସ।

22/08/2026

ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ କଳାମାଟିଆ ଗ୍ରାମ ପଞ୍ଚାୟତରେ ବନ୍ୟା ପରିସ୍ଥିତି ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ଶାରଦା ପ୍ରସନ୍ନ ରାୟ।

19/08/2026

ସାରଙ୍ଗପୁରରେ ବନ୍ୟାର କରୁଣ ଚିତ୍ର ।

ଘର ଆଗରେ ପାଣି, ରାସ୍ତାରେ ପାଣି, ଚାଷ ଜମିରେ ପାଣି—ଚାରିଆଡ଼େ କେବଳ ବନ୍ୟାଜଳ। ଏହି ପାଣି ଭିତରେ ଅଟକି ରହିଛି ଅନେକ ପରିବାରର ଦୈନନ୍ଦିନ ଜୀବନ।
ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତର ସାରଙ୍ଗପୁରର ଏହି ଦୃଶ୍ୟ କେବଳ ବନ୍ୟାର ଚିତ୍ର ନୁହେଁ, ଏହା ପାଣି ଭିତରେ ସଂଘର୍ଷ କରୁଥିବା ମଣିଷଙ୍କ ବାସ୍ତବ କାହାଣୀ।

18/08/2026

ବନ୍ୟା ପୀଡ଼ିତ ସାଧାରଣ ଲୋକଙ୍କ ସହ ମିଶି ରନ୍ଧା ଖାଦ୍ୟ ଖାଇଲେ ଉମେଶ ଜେନା।

ବିପଦ ସମୟରେ ଲୋକଙ୍କ ଦୁଃଖ ବୁଝିବା ସହ ସେମାନଙ୍କ ପାଖରେ ବସି ଖାଇଲେ ଉମେଶ ଜେନା। ଡଙ୍ଗାରେ ଜଳବନ୍ଦୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରୀ ସହାୟତା ଠିକ୍‌ ଭାବେ ମିଳୁଛି କି ନାହିଁ କଲେ ତଦାରଖ।
ବିପଦରେ ଦୂରରେ ନୁହେଁ, ଲୋକଙ୍କ ସହ ଲୋକଙ୍କ ଭଳି ଠିଆ ହେବା—ଏହି ଦୃଶ୍ୟ ଏବେ ଚର୍ଚ୍ଚାରେ।

17/08/2026

ବନ୍ୟାରେ ବେହାଲ ଶଙ୍ଖାରିଗଡା–ବରୀ ରାସ୍ତା
ରାସ୍ତା ଉପରେ ବନ୍ୟାଜଳ, ବିପର୍ଯ୍ୟସ୍ତ ଯାତାୟାତ। ଦୈନନ୍ଦିନ ଯାତାୟାତ ସହ ଜରୁରୀ କାମରେ ଯାଉଥିବା ଲୋକେ ହେଉଛନ୍ତି ନାନା ସମସ୍ୟାର ସମ୍ମୁଖୀନ।
ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଜରୁରୀ।

16/08/2026

ପ୍ରଥମ ବନ୍ୟାର ଦୁଃଖ ସରିନି, ପୁଣି ଆସିଲା ଦ୍ୱିତୀୟ ବନ୍ୟା!

ଯାଜପୁର ବରୀ ବ୍ଲକ୍ କଳାମାଟିଆ ପଞ୍ଚାୟତର କାଇପଡ଼ା ଗାଁ ଏବେ ପାଣି ଘେରରେ। ଘରେ ପାଣି, ନଷ୍ଟ ହୋଇଛି ଖାଦ୍ୟ ଓ ଆସବାବପତ୍ର, କିଛି ପରିବାରର ଘର ମଧ୍ୟ ଭାଙ୍ଗିଯାଇଛି।
ଭୋକରେ ଅସହାୟ ପରିବାର, ସୁରକ୍ଷା ପାଇଁ ଆକୁଳ ଲୋକେ—ଏବେ ଅପେକ୍ଷା ତୁରନ୍ତ ପ୍ରଶାସନିକ ସହାୟତାକୁ।
ପ୍ରଭାବିତ ପରିବାରଙ୍କ ପାଖରେ ଶୀଘ୍ର ଶୁଖିଲା ଖାଦ୍ୟ, ପିଇବା ପାଣି ଓ ସୁରକ୍ଷିତ ଆଶ୍ରୟର ବ୍ୟବସ୍ଥା କରାଯାଉ।
କାଇପଡ଼ାର ଆର୍ତ୍ତନାଦ ପ୍ରଶାସନ ପାଖରେ ପହଞ୍ଚୁ।

16/08/2026

ରାମଚନ୍ଦ୍ରପୁର–ରାମପୁର ମୁଖ୍ୟ ରାସ୍ତାରେ ୪ ଫୁଟ୍ ବନ୍ୟାଜଳ!
ପାଣି ବଢ଼ିଲା, ରାସ୍ତା ବୁଡ଼ିଲା—ଯୋଗାଯୋଗ ବିଛିନ୍ନ।
ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ, ଠପ୍ ହୋଇଛି ଯାତାୟାତ।
📍 ବରୀ, ଯାଜପୁରରୁ Exclusive Ground Report | BVN

16/08/2026

ଯାଜପୁର ଜିଲ୍ଲା ବରୀ ବ୍ଲକ ବାଙ୍କସାହି ଠାରେ ଦ୍ୱିତୀୟ ଥର ପାଇଁ ଘାଇ ସୃଷ୍ଟି! 🌊
⚠️ ବଢୁଛି ବନ୍ୟା ଆଶଙ୍କା, ଚିନ୍ତାରେ ଅଞ୍ଚଳବାସୀ।
ଘଟଣାସ୍ଥଳରୁ Exclusive News…

12/08/2026

ଯେଉଁ ଜମିରେ ସୁନାର ଫସଲ ଦେଖିବାର ସ୍ୱପ୍ନ ଥିଲା, ଆଜି ସେହି ଜମିରେ ଠିଆ ହୋଇ ଚାଷୀ କାନ୍ଦୁଛି। ବନ୍ୟା ଧୋଇନେଇଛି ଫସଲ, ନଷ୍ଟ କରିଦେଇଛି ଚାଷରେ ଲାଗିଥିବା ପୁଞ୍ଜି।
ସବୁଠାରୁ ଚିନ୍ତାଜନକ କଥା—କ୍ଷତିଗ୍ରସ୍ତ ଚାଷୀମାନେ ସହାୟତା ନମିଳିଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଡ଼ିପାରେ ବୋଲି ନିଜ ଅସହାୟତା ପ୍ରକାଶ କରୁଛନ୍ତି ।
📍 ପଟଣା , ରତ୍ନଗିରି ପଞ୍ଚାୟତ | ବରୀ, ଯାଜପୁର

11/08/2026

ରାଜ୍ୟସ୍ତରୀୟ କ୍ରୀଡ଼ା ମଞ୍ଚରେ ବରୀର ଦମଦାର ପ୍ରଦର୍ଶନ | ଆସିଲା ୩ ପଦକ 🏅

ବରୀ ମାଟିର ୩ ଯୁବ କ୍ରୀଡ଼ା ପ୍ରତିଭା ରାଜ୍ୟସ୍ତରରେ ଦେଖାଇଲେ ନିଜ ଦକ୍ଷତା। ବ୍ରୋଞ୍ଜ ସହ ଦୁଇଟି ରୌପ୍ୟ ପଦକ ଜିତି ଗୌରବ ଆଣିଲେ ଯାଜପୁର ପାଇଁ।

Address

Bari
Jajpur
754214

Website

Alerts

Be the first to know and let us send you an email when Bari Voice Network posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share