Sanat Kumar Sahu

Sanat Kumar Sahu public figure

ଲୋକଙ୍କ ସରକାରରେ ପୂରଣ ହେଉଛି ପ୍ରତିଶ୍ରୁତି। ଚିଟଫଣ୍ଡ ଟଙ୍କା ଫେରସ୍ତ ପାଉଛନ୍ତି ଜମାକାରୀ। ଫେରସ୍ତ ପ୍ରକ୍ରିୟା ସରଳୀକୃତ କରିବା ସହ ଆଗାମୀ ଦି...
04/07/2025

ଲୋକଙ୍କ ସରକାରରେ ପୂରଣ ହେଉଛି ପ୍ରତିଶ୍ରୁତି। ଚିଟଫଣ୍ଡ ଟଙ୍କା ଫେରସ୍ତ ପାଉଛନ୍ତି ଜମାକାରୀ। ଫେରସ୍ତ ପ୍ରକ୍ରିୟା ସରଳୀକୃତ କରିବା ସହ ଆଗାମୀ ଦିନରେ ଆଉ ୫ଲକ୍ଷ ଲୋକଙ୍କ ଟଙ୍କା ଫେରସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

https://youtu.be/x74LoaeXvp4?si=G6pki2YCYtLSX_YU
04/07/2025

https://youtu.be/x74LoaeXvp4?si=G6pki2YCYtLSX_YU

ବିଜେପି ନେତା ଜଗନ୍ନାଥ ପ୍ରଧାନ ଜେଲ ଯିବା ପରେ ଜେଲ ବାହାରେ ସମର୍ଥକଙ୍କ ଭିଡ଼। କହିଲେ, `ସେତେବେଳେ ଚୁଡି ସିନ୍ଦୁର ପିନ୍ଧିଥିଲେ OAS ଅଫ.....

🕉️ ଆମର ପରମ୍ପରା, ଆମରି ସଂସ୍କୃତି  🕉️                           🙏🏻 *ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତମେ…..* 🙏🏻🔱🛑   🌷🕉 🌷  🛑🔱 ✍️ ✍...
28/06/2025

🕉️ ଆମର ପରମ୍ପରା, ଆମରି ସଂସ୍କୃତି 🕉️
🙏🏻 *ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତମେ…..* 🙏🏻
🔱🛑 🌷🕉 🌷 🛑🔱
✍️ ✍️✍️✍️✍️✍️✍️✍️
ଜଗତର କେନ୍ଦ୍ରବିନ୍ଦୁ ଜଗନ୍ନାଥ, ଜଗତ୍ ଚେତନାର ଆଧାର- ଜଗନ୍ନାଥ, ଜଗତ ସୃଷ୍ଟିର କର୍ତ୍ତା -ଜଗନ୍ନାଥ । ଯୁଗେଯୁଗେ ଜଗନ୍ନାଥ ଏହି ଭାବନା, ଏହି ଧାରଣାରେ ଆପଣାର ଲୀଳାକଳା ପ୍ରକାଶ କରି ଆସିଛନ୍ତି । ସେହିପରି ଭାରତମାତା ଆକୁମାରୀ ହିମାଚଳ ବିସ୍ତୃତ ଭୂଖଣ୍ଡରେ ଶତସହସ୍ର ଜାତିବର୍ଷ ମନୁଷ୍ୟ ଗୋଷ୍ଠୀର ଆଶ୍ରୟଦାତ୍ରୀ, ଜୀବନଦାତ୍ରୀ ଭାବରେ ଆପଣାର ମାତୃତ୍ଵ ଆଉ ମମତ୍ୱର ନିଗଡ଼ ବନ୍ଧନରେ ଆବଦ୍ଧ କରି ବେଦଯୁଗରୁ, ସିନ୍ଧୁ ସଭ୍ୟତାର ଆଦ୍ୟପର୍ବରୁ ବିଜ୍ଞାନଯୁଗ ପର୍ଯ୍ୟନ୍ତ, ତୃତୀୟ ବିଶ୍ୱଯୁଦ୍ଧର ଫୁତ୍‌କାର ପୁଣି ଭୀତସନ୍ତ୍ରସ୍ତ ଏହି ବିପନ୍ନ ମାନବିକତାକୁ ଶାନ୍ତିର ବରାଭୟ ପ୍ରଦାନ କରୁଛନ୍ତି । ଜଗନ୍ନାଥଙ୍କ ଅକଳ୍ପନୀୟ ବିଶ୍ଵ- ବିଗ୍ରହ ବିଶ୍ଵାସର ବିପୁଳଶକ୍ତି ଆଉ ସମ୍ଭାବନାକୁ ଯେମିତି ଅଭିଷିକ୍ତ କରି ତୋଳୁଛି ଆପଣାର ମାନବବାଦୀ ଜୀବନଚର୍ଯ୍ୟା ଆଉ କର୍ମପଞ୍ଜିକାରେ, ସେହିପରି ଜଗନ୍ନାଥ ଚତୁର୍ଯୁଗବ୍ୟାପୀ ଚତୁର୍ଦ୍ଧାମୂର୍ତି, ଯାହାଙ୍କର ଯଶୋବାହୁ ମହାକାଳର ସକଳ ଅବକ୍ଷୟ ଆଉ ଅପଚୟକୁ ଅତିକ୍ରମ କରି ପ୍ରଦୀପ୍ତ ହୋଇ ଉଠିଛି । ସେହିଁ ଭାରତମାତାଙ୍କ ଅଙ୍କନିଧ, ବିଭୂଷଣ। ଭାରତ ଗୋଟିଏ ନିର୍ଦ୍ଦିଷ୍ଟ ଜାତି, ଧର୍ମ କି ଭାଷାର ଦେଶ ନୁହେଁ କି ଏହା କୌଣସି ମତବାଦ ବା ଆଦର୍ଶବାଦର ଗୋଟିଏ ଧରାବନ୍ଧା ପରମ୍ପରା ମଧ୍ୟ ନୁହେଁ । ଏହା ପ୍ରକୃତରେ ଗୋଟିଏ ବିଶ୍ଵ ମାତୃକାଭାବର ଆଧାର । ତେଣୁ ଭାରତମାତା କୁହାଯିବାରେ ଭାରତତ୍ୱର ଗୌରବ ବୃଦ୍ଧିପାଏ । ଭାରତ ତେଣୁ ଯୁଗସ୍ରୋତରେ ଜଗତସୃଷ୍ଟିର ବୈଚିତ୍ର୍ୟ ଓ ବିଶେଷତ୍ୱକୁ ପ୍ରତିପାଦନ କରି ଆସିଛି । ଭାରତମାତାଙ୍କ ହୃଦୟରେ ବିଶ୍ଵଜନତାର ସ୍ଵର ସଙ୍ଗମ ହୋଇଛି । ଭାରତମାତାଙ୍କ ଭାବମୂର୍ତି ସେହି ଦୃଷ୍ଟିରୁ ବିଶ୍ୱଜନୀନ, ବିଶ୍ଵାତ୍ମକ, ବିଶ୍ଵ ବ୍ୟଞ୍ଜକ, ବିଶ୍ଵବ୍ୟାପକ । କାଳଚକ୍ରର ଘୂର୍ଶନରେ ଇତିହାସର ସ୍ରୋତ-ସର୍ପିଳ ଗତିପଥରେ ବହୁ ଘାତ-ପ୍ରତିଘାତ, ଉତ୍‌ଥାନ ପତନର ସମ୍ମୁଖୀନ ହୋଇଛନ୍ତି ଭାରତମାତା, କେତେ କିଏ ଆସିଛନ୍ତି ଯାଇଛନ୍ତି । କିଏ ପ୍ରଲୁବ୍ଧ ହୋଇ ଯଦୃଚ୍ଛା ଲୁଣ୍ଠନ କରିଛନ୍ତି ଭାରତମାତାଙ୍କର ଅସରନ୍ତି ଅମୃତ ସମ୍ପଦକୁ ଆଉ କିଏ ଆକଣ୍ଠ ଆବେଗରେ ଭାରତମାତାଙ୍କ ସ୍ନେହ, ପ୍ରେମ, ଶୁଭେଚ୍ଛାର ଅଖଣ୍ଡ ସ୍ରୋତରେ ନିଜକୁ ଡୁବାଇ ଦେଇଛନ୍ତି । ଭାରତମାତା କିନ୍ତୁ ନିର୍ବିକାର ଚିତ୍ତରେ ସମସ୍ତଙ୍କୁ ଆଶ୍ରୟ ଦେଇଛନ୍ତି । ଆଶ୍ବାସନା ଦେଇଛନ୍ତି । ପ୍ରେରଣା ଦେଇଛନ୍ତି । ମା’ର ମମତା ଦେଇ ସେମାନଙ୍କୁ ଦେବତାର ବହୁ ବାଞ୍ଛିତ ସୁଖ, ସୌଭାଗ୍ୟ, ଶାନ୍ତି, ଆନନ୍ଦ ଦାନ କରିଛନ୍ତି ।

ଏହି ସେ ଦେବୀକଳ୍ପା ଦେବପ୍ରେରିତା ଭାରତମାତା। ଯାହାଙ୍କୁ ଆମେ ଅବୋଧ ଅଜ୍ଞାନ ସନ୍ତାନଗଣ ବୁଝି ପାରି ନାହୁଁ। ନିଜର ଅଜ୍ଞତାରେ କୁସ୍ଥିତ ପ୍ରବୃତ୍ତିର ପାଶବିକ ଉନ୍ମାଦନାରେ ଭାରତମାତାଙ୍କର ଭାବମୂର୍ତିକୁ ଖଣ୍ଡବିଖଣ୍ଡ କରିବାରେ ଅପଚେଷ୍ଟା କରିଛୁ। ତଥାପି ଭାରତମାତା ଆମ ପ୍ରତି ତାଙ୍କର ଅଯାଚିତ ସ୍ନେହ, ଶ୍ରଦ୍ଧା, ପ୍ରେମ, କଲ୍ୟାଣ ସବୁକିଛି ବିତରଣ କରି ବିଶ୍ଵଭାବନାର ସନ୍ଦେଶକୁ ପ୍ରଚାରିତ କରିଛନ୍ତି। ଏହା ଭାରତମାତାଙ୍କର ବିଶେଷତ୍ଵ। ସେ ହିନ୍ଦୁର ନୁହଁନ୍ତି, କି ମୁସଲମାନଙ୍କର ନୁହଁନ୍ତି, ଖ୍ରୀଷ୍ଟିଆନର ନୁହଁନ୍ତି କି ବୈଦ୍ଧମାନଙ୍କର ନୁହଁନ୍ତି କି ଜୋରାଷ୍ଟ୍ରିଆନ୍‌ଙ୍କର ନୁହଁନ୍ତି। ସେ ସମସ୍ତ ଧର୍ମ, ବିଶ୍ଵାସ ଆଉ ଜାତୀୟତାର ଜନନୀ, ବିଶ୍ଵ ଜନନୀ। ଭାରତମାତା କହିଲେ ଗୋଟିଏ ସାର୍ବଜନୀନ ଆଦର୍ଶବାଦକୁ ବୁଝାଏ। ଜଗତପ୍ରାଣତାକୁ ବୁଝାଏ । ଭାରତମାତା ହିଁ ପ୍ରକାରାନ୍ତରରେ ଜଗତମାତା । ଭାରତ ନିରନ୍ତର ଆତ୍ମବିକାଶର ମନ୍ତ୍ରରେ ଉଦବୁଦ୍ଧ। ଭା-ର-ତ – ଏହି ଶବ୍ଦରୁ ସୂଚିତ ହୁଏ ଯେ, ଯାହା ପ୍ରଭାମୟ, ଦୀପ୍ତିମୟ, ଆଲୋକମୟ, କିରଣମୟ, ଶ୍ରୀମୟ ଶୋଭାମୟ। ଆତ୍ମାର ଭାବକୁ ବହନ କରୁଥିବା ଭାରତରେ, ଜଗଜ୍ଜନନୀ; ମହାମାୟା, ମହାଶକ୍ତି, ମହାଦେବୀ, ମାହେଶ୍ଵରୀଙ୍କର ଚିନ୍ମୟ ବିଗ୍ରହ, ମାତୃକଳ୍ପ, ମାତୃଚିତ୍ତ ସଂପନ୍ନା, ମାତୃପୀଠ, ମାତୃତୀର୍ଥ ବିଦ୍ୟମାନ ଏବଂ ଭାରତମାତାଙ୍କର କୋଳରେ ଜଡଜଗତ, ଜୀବ ଜଗତ, ଉଭୟେ ସେହି ଦିବ୍ୟ ଭବ୍ୟ ପରିକଳ୍ପନାର ରୂପରେଖା ଅଙ୍କିତ ହୋଇଛି । ଚିର ତୁଷାରାବୃତ ଶୁଭ୍ର ସୌମ୍ୟ ଉତ୍ତୁଙ୍ଗ ଶିଖରୀ-ଶୋଭିତ ହିମାଳୟ, ଉଚ୍ଛଳ ଉଦ୍ଦାମ ଜଳଧୂମାଳା, ଚିରହରିତ ଅରଣ୍ୟାନି, ସର୍ବୋପରି ରତ୍ନଗର୍ଭା ବିପୁଳ ମୃଣ୍ମୟ ସଂପଦ, ଭାରତମାତାଙ୍କର ଶାଶ୍ବତ ପ୍ରତିମୂର୍ତ୍ତିକୁ ଯୁଗାବଧି ସମୁଦ୍‌ଭାସିତ କରି ଆସିଛି ।

ଏହି ସେହି ଜଗନ୍ନାଥ, ଏହି ସେହି ଭାରତମାତା, ଜଗତ ଆଉ ଭାରତ, ଉଭୟେ ଏକ ଆତ୍ମା; ଏକ ଆଧାର, ଯାହା ଉଜ୍ଜ୍ବଳ, ଉତ୍‌କୀର୍ଣ; ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ବିମଣ୍ଡିତ ବହମାନ ଏକ ଚିନ୍ମୟ ବିଗ୍ରହଭାବେ, ଯାହାଙ୍କର ଆବାହନ ପାଇଁ ଆମେ ସିଂହଦ୍ଵାରରେ ସମଦେତ ହୋଇଛୁ, ଭାରତମାତା ସେହି ସିଂହ ପୃଷ୍ଠରେ ସମାସୀନା ଏବଂ ଜଗତ୍‌ନାଥ ଜୀବନ ଯାତ୍ରାର ରାଜପଥ ଉପରେ ଜାତିଧର୍ମ, ବର୍ଣ୍ଣ ନିର୍ବିଶେଷରେ ସର୍ବାର୍ଥ ସାଧନ ମନୋରଥର ସଂଚାଳକ ଭାବରେ ନିଷ୍ଫଳ ଜନସମବାୟକୁ ଉଦ୍‌ବୋଧନ ଦେଉଛନ୍ତି । ସେହି ଜାଗ୍ରତାତ୍ମା ଜଗତାତ୍ମା ଭାରତାତ୍ମାଙ୍କର ଜୟହେଉ । ଜୟହେଉ ଜୟହେଉ ଜଗନ୍ନାଥଙ୍କର । ଭାରତର ଆତ୍ମା, ସତ୍‌ଚିତ୍ ଆନନ୍ଦର ବିଗ୍ରହ ଜଗନ୍ନାଥଙ୍କର ଜୟ ହେଉ । ନାଥହୀନ ଜଗତ୍ ମୃତବତ୍ । ନାଥହିଁ ନେତା, ନିୟମ । ଜଗତ-ପ୍ରପଞ୍ଚର ଅଧିଷ୍ଠାତା ଜଗନ୍ନାଥଙ୍କ ଯଶୋବାହୁ ଯୁଗଯୁଗ ବ୍ୟାପୀ ଭାରତମାତାଙ୍କ କଳେବରକୁ ବିମଣ୍ଡିତ କରୁ । ଜଗନ୍ନାଥଙ୍କୁ ଏହାହିଁ ପ୍ରାର୍ଥନା ।
🍀🌻☘️🌻☘️🌻☘️🌻☘️
ସଂଗୃହିତ

#ଜଗନ୍ନାଥ

26/06/2025

୨୪ ବର୍ଷରେ ଯେଉଁ ୫୪ ଜଣ ପିଡିତା ନ୍ୟାୟ ମାଗୁଥିଲେ ସେମାନେ କଣ ମଣିଷ ନଥିଲେ ସେତେବେଳେ କୋଉଠି ସୋଇଥିଲ ସବୁ ଆଜି ପ୍ରହସନ କରୁଛ ଆସିକି।

ଓଡ଼ିଶାରେ ବିଜେପି ସରକାର ର 1 ବର୍ଷ ପୂରଣ ଉପଲକ୍ଷେ ଖୁଆଡ୍ ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିକଶିତ ରଥ କୁ ଆମେ ସମସ୍ତେ ସ୍ବାଗତ କଲୁ। Sujit Kumar...
16/06/2025

ଓଡ଼ିଶାରେ ବିଜେପି ସରକାର ର 1 ବର୍ଷ ପୂରଣ ଉପଲକ୍ଷେ ଖୁଆଡ୍ ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିକଶିତ ରଥ କୁ ଆମେ ସମସ୍ତେ ସ୍ବାଗତ କଲୁ। Sujit Kumar Das Tapan Sahu BrajaMohan Pradhan Pratap Chandra Sarangi Sanat Shibun Kalicharan Das PMO India Mohan Charan Majhi Pratap Chandra Sarangi. Aparajita Sarangi Fan Club Badal Soren Mahendra Marndi Janmejay Sahu Ajit Ghosh Braja Amita Giri

ମୋର ବନ୍ଧୁ Kalicharan Das ଙ୍କୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।
07/06/2025

ମୋର ବନ୍ଧୁ Kalicharan Das ଙ୍କୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।

31/05/2025

ସବୁଠାରୁ ଖରାପ୍ ଆଉ ନିର୍ଲଜ ବ୍ୟକ୍ତି ହେଉଛି ସେ ଯିଏ ସତ୍ୟ ବିଷୟରେ ଜାଣେ କିନ୍ତୁ ମିଥ୍ୟା ସହିତ ଛିଡ଼ା ହୋଇଥାଏ।
ଜୟ ଜଗନ୍ନାଥ 🌹🙏

31/05/2025
ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର ।ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ କମ ରହିଥିବାରୁ ଚାଷୀ ଭାଇମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହୃଦୟଙ୍ଗମ କ...
30/05/2025

ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର ।

ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ କମ ରହିଥିବାରୁ ଚାଷୀ ଭାଇମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହୃଦୟଙ୍ଗମ କରି ମାନ୍ୟବର ଖାଉଟି ଓ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟଙ୍କୁ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟକୁ ବୃଦ୍ଧି କରିବା ନିମନ୍ତେ ମାନ୍ୟବର ବାଲେଶ୍ୱର ସାଂସଦ Pratap Chandra Sarangi ଅନୁରାଧ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର, ଚାଷୀ ଭାଇମାନଙ୍କ ସମୃଦ୍ଧି ପାଇଁ ସର୍ବଦା ପ୍ରତିବଦ୍ଧ ।
ଚାଷୀ ଭାଇମାନେ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧାକୁ ଦୂର କରି ରାଜ୍ୟକୁ କୃଷି ସମୃଦ୍ଧ କରିବା ଲୋକଙ୍କ ସରକାରଙ୍କ ଲକ୍ଷ୍ୟ ।
Mohan Charan Majhi
Krushna Chandra Patra


ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ୍ ଗ୍ରାମ ପଞ୍ଚାୟତ ର ଉପରକୁଣ୍ଡି ଗ୍ରାମରେ  ଆୟୁଷ୍ମାନ ଯୋଜନାର କାର୍ଡ ପ୍ରଦାନ ସମୟର କିଛି ଅନୁଭୂତି । P...
29/05/2025

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ୍ ଗ୍ରାମ ପଞ୍ଚାୟତ ର ଉପରକୁଣ୍ଡି ଗ୍ରାମରେ ଆୟୁଷ୍ମାନ ଯୋଜନାର କାର୍ଡ ପ୍ରଦାନ ସମୟର କିଛି ଅନୁଭୂତି ।

Pratap Chandra Sarangi Arup Mohapatra Badal Soren Sanat Shibun BrajaMohan Pradhan mukesh mahalinga Csc Spv Balasore CSC SPV Odisha

ପରିମଳ ବେଜ ସାରଙ୍କ ଖୁଆଡ୍ ଡାକ୍ତରଖାନାରେ ଚାକିରି ଅବସର କାଳୀନ ସଭା ଖୁଆଡ୍ ପଞ୍ଚାୟତ ର ସଚେତନ ଯୁବକ ମାନଙ୍କ ଦ୍ବାରା ସମ୍ୱର୍ଦ୍ଧନା କାର୍ଯ୍ୟକ୍...
29/05/2025

ପରିମଳ ବେଜ ସାରଙ୍କ ଖୁଆଡ୍ ଡାକ୍ତରଖାନାରେ ଚାକିରି ଅବସର କାଳୀନ ସଭା ଖୁଆଡ୍ ପଞ୍ଚାୟତ ର ସଚେତନ ଯୁବକ ମାନଙ୍କ ଦ୍ବାରା ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ। Pratap Chandra Sarangi BrajaMohan Pradhan Kalicharan Das Sujit Das Goutam Kumar Patra Badal Soren Badal Soren Braja Kishore Giri Mahendra Marndi Sankar Marndi Janmejay Sahu Harinarayan Raj Debasis story Naveen Patnaik Tapan Sahu Sanat Shibun

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ୍ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ବୁଥ ରେ ମନ୍ କି ବାତ୍ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି।
26/05/2025

ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖୁଆଡ୍ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ବୁଥ ରେ ମନ୍ କି ବାତ୍ କାର୍ଯକ୍ରମ ଅନୁଷ୍ଠିତ ହେଇ ଯାଇଛି।

Address

Jaleswar

Telephone

+918908646880

Website

Alerts

Be the first to know and let us send you an email when Sanat Kumar Sahu posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sanat Kumar Sahu:

Share