Insider Odia

Insider Odia Contact information, map and directions, contact form, opening hours, services, ratings, photos, videos and announcements from Insider Odia, Digital creator, Jaleswar , Baleswar , Odisha, Jaleswar.

ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ନେଇ ଭୋଗରାଇ ଥାନାର ଦ୍ୱାରସ୍ଥ ହେଲେ ଏଫଏମ ମୃତ ଛାତ୍ରୀଙ୍କ ଭାଇ। ଭୋଗରାଇ ଥାନାର ଆଇଆଇସିଙ୍କୁ ଦେଲେ ଏତଲା। ...
17/07/2025

ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ନେଇ ଭୋଗରାଇ ଥାନାର ଦ୍ୱାରସ୍ଥ ହେଲେ ଏଫଏମ ମୃତ ଛାତ୍ରୀଙ୍କ ଭାଇ। ଭୋଗରାଇ ଥାନାର ଆଇଆଇସିଙ୍କୁ ଦେଲେ ଏତଲା। ୪ ଜଣଙ୍କ ନାମରେ ସେ ଅଭିଯୋଗ କରିଛନ୍ତି।

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ସହିତ ଘଟିଥିବା ଘଟଣାକୁ ନେଇ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପରିବାର ଲୋକଙ୍କୁ ଆକ୍ଷେପ କରି ବିଭିନ୍ନ ପୋଷ୍ଟ କରିଥିଲେ।
ଏ ନେଇ ମୃତ ଛାତ୍ରୀଙ୍କ ଭାଇ ସୌମ୍ୟାରଞ୍ଜନ ବିଶି ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗୁରୁତ୍ୱ ଦେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖରେ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିଲା। ସୋମବାର ରାତିରେ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣାରେ ଏଫ୍ଏମ୍ କଲେଜ ଅଧ୍ୟକ୍ଷ ଓ ଏଚଓଡିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ଏଥିସହ ପୁଲିସ ଏଚଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଥିଲା।












ଭାରତର 'ସ୍ଲିପ୍ ଚାମ୍ପିଅନ୍ ଅଫ୍ ଦ ଇୟର' ଟାଇଟଲ୍ ଜିତିଛନ୍ତି ପୁନେର ଆଇପିଏସ୍ ପ୍ରତ୍ୟାଶୀ ପୂଜା ମାଧବ ୱାଭହଲ। ଫର୍ନିଚର୍ ବ୍ରାଣ୍ଡ୍ ୱେକ୍ଫିଟ୍ ...
17/07/2025

ଭାରତର 'ସ୍ଲିପ୍ ଚାମ୍ପିଅନ୍ ଅଫ୍ ଦ ଇୟର' ଟାଇଟଲ୍ ଜିତିଛନ୍ତି ପୁନେର ଆଇପିଏସ୍ ପ୍ରତ୍ୟାଶୀ ପୂଜା ମାଧବ ୱାଭହଲ। ଫର୍ନିଚର୍ ବ୍ରାଣ୍ଡ୍ ୱେକ୍ଫିଟ୍ ପକ୍ଷରୁ ବେଙ୍ଗାଲୁରୁରେ ଆୟୋଜିତ ୬୦ ଦିନିଆ ନିଦ ଇଣ୍ଟର୍ନସିପ୍ରେ ପ୍ରତିଯୋଗିତା କରି ସେ ଏହି ଟାଇଟଲ୍ର ଅଧିକାରିଣୀ ହୋଇଛନ୍ତି । ୧୪ ଅନ୍ୟ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
,ପ୍ରତ୍ୟେକ ରାତିରେ ହାରାହାରି ୯ ଘଣ୍ଟା ଶୋଇ ସେ ୯.୧ ଲକ୍ଷ ଟଙ୍କା ପୁରସ୍କାର ଲାଭ କରିଛନ୍ତି ।

ଭାରତରେ ବଢୁଥିବା ନିଦ୍ରାଭାବ ଉପରେ ସଚେତନତା ସୃଷ୍ଟି ଏହି ନିଦ ଇଣ୍ଟର୍ନସିପ୍ର ଉଦ୍ଦେଶ୍ୟ । ସ୍ଲିପ୍ ଇଣ୍ଟର୍ନସିପ୍ର ଏହା ଥିଲା ୪ର୍ଥ ସଂସ୍କରଣ । ୧ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିଲେ । କିନ୍ତୁ ୧୫ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ସମସ୍ତଙ୍କୁ ୱେକ୍ଫିଟ୍ ବ୍ରାଣ୍ଡ୍ର ଗଦି ପ୍ରଦାନ କରାଯାଇଥିଲା । ପ୍ରତି ରାତିରେ ସେମାନଙ୍କ ନିଦ୍ରା ଅଭ୍ୟାସ ଉପରେ ନଜର ରଖିବାକୁ ଏକ କଣ୍ଟାକ୍ଟଲେସ୍ ସ୍ଲିପ୍ ଟ୍ରାକର୍ ବି ଦିଆଯାଇଥିଲା । ଇଣ୍ଟର୍ନସିପ୍ ସମୟରେ ପ୍ରତିଯୋଗୀମାନେ ନିଦ୍ରା-ବୃଦ୍ଧିକାରୀ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଉତ୍ତମ ନିଦ୍ରା ଅଭ୍ୟାସର ପ୍ରୋତ୍ସାହନ ଲାଗି ଦୈନିକ ଚାଲେଞ୍ଜ୍ ମଧ୍ୟ ସ୍ଥିର କରାଯାଇଥିଲା । ପ୍ରତିଯୋଗୀଙ୍କୁ କିଛି ମଜାଦାର କାମ ଦିଆଯାଇଥିଲା । ଆଖିରେ ଅନ୍ଧପୁଟୁଳି ବାନ୍ଧି ବିଛଣା ପ୍ରସ୍ତୁତ କରିବା, ଆଲାର୍ମ ଘଡ଼ି ଖୋଜିବା ଏବଂ ଶେଷରେ ସେମାନଙ୍କ ଶୃଙ୍ଖଳା ଓ ଧୈର୍ଯ୍ୟ ପରୀକ୍ଷା ଲାଗି ନିଦ୍ରା ଅବକାଶ ଦିଆଯାଇଥିଲା ।

ପୂଜା ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ୯୧.୩୬ ସ୍କୋର୍ କଲେ ଏବଂ ଟାଇଟଲ୍ ସହିତ ନଗଦ ପୁରସ୍କାର ଜିତିଲେ । ଇଣ୍ଟର୍ନସିପ୍ରେ ପ୍ରତିଯୋଗିତା କରିଥିବା ସମସ୍ତ ୧୫ ଜଣଙ୍କୁ ସେମାନଙ୍କ ପ୍ରୟାସ ଲାଗି ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଗଲା । ଉଲ୍ଲେଖଯୋଗ୍ୟ, ଇଣ୍ଟର୍ନସିପ୍ର ପ୍ରଥମ ସଂସ୍କରଣ ୨୦୧୯ରେ ଆରମ୍ଭ ହୋଇଥିଲା । ୪ର୍ଥ ସଂସ୍କରଣ ଶେଷ ହେବା ସହିତ ଏହା ଲକ୍ଷାଧିକ ଆବେଦନକାରୀଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରତି ବର୍ଷ ଚୟନ ହୋଇଥିବା ପ୍ରତିଯୋଗୀ ବା ‘ସ୍ଲିପ୍ ଇଣ୍ଟର୍ନ’ଙ୍କୁ ଲଗାତାର ୬୦ ଦିନ ପାଇଁ ପ୍ରତି ରାତିରେ ଅତିକମ୍ରେ ୯ ଘଣ୍ଟା ଶୋଇବା ପାଇଁ ଟଙ୍କା ଦିଆଯାଏ । ଏହାର ଉଦ୍ଦେଶ୍ୟ ନିଦ ଗୁଣବତ୍ତାକୁ ଯାଞ୍ଚ୍ କରିବା ।












ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା...
17/07/2025

ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ସେପଟେ ପଦାକୁ ଆସିଛି ରସିକିଆ ସମୀର ସାର୍‌ଙ୍କ ଭିଡିଓ। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଗତକାଲି ବିଜେଡି ଭୁବନେଶ୍ୱର ଓ ବାଲେଶ୍ୱରରେ ଚକା ଜାମ୍‌ କରିଥିବାବେଳେ ଆଜି ପୂରା ଓଡ଼ିଶାର ଅଖଚକ ବନ୍ଦ କରିଛି କଂଗ୍ରେସ।ତେବେ କଂଗ୍ରେସର ବନ୍ଦ ଡାକରା ନେଇ ମୋହନ ସରକାରଙ୍କ ବଢିଛି ଟେନଶନ। ସେଥିପାଇଁ କାଲି ରାତି ଅଧ ଯାଏ ସିଏମ ବାସଭାବନରେ ବସିଛି ବଡ଼ ବୈଠକ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଛି।

ଏହାରି ଭିତରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ'ଣ ହୋଇଥିଲା ସେନେଇ ବଡ଼ ଗୁମର ଫିଟାଇଛନ୍ତି ପିଅନ। ସବୁଠାରୁ ବଡ଼କଥା ହେଉଛି ସୌମ୍ୟାଶ୍ରୀ ଏମିତି ଜାଗାରେ ନିଜ ଦେହରେ ନିଆଁ ଲଗାଇଛନ୍ତି ଯେଉଁଠି ସିସିଟିଭି ଫଟେଜ ନ ଥିଲା। ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କୁ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ସୌମ୍ୟାଶ୍ରୀଙ୍କୁ ପିଅନ ବଞ୍ଚେଇବା ବରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସକାଲଙ୍କ ଦେହରେ ନିଆଁ ଲାଗିଯିବ ସେ ନେଇ ସେ ସୌମ୍ୟାଙ୍କୁ ତଡି ଦେଇଥିଲେ।

ଏଥିରୁ ଜଣାପଡୁଛି ଯେ, ପ୍ରିନ୍ସପାଲ ଅଫିସ ଭିତରେ ଥିଲେ। ହେଲେ ପିଅନଙ୍କୁ କହି ସୌମ୍ୟାଙ୍କୁ ଦେହରୁ ନିଆଁ ଲିଭାଇବା ପରିବର୍ତ୍ତେ ତାଙ୍କୁ ସେପରି ଅବସ୍ଥାରେ ତଡି ଦିଆଗଲା। ଏହା କେତେ ଭୟଙ୍କର ହୋଇପାରେ ଆପଣ ଆକଳନ ମଧ୍ୟ କରିପାରୁଥିବେ। ନିଆଁ ଦେହରେ ଛଟପଟ ହେଉଥିବାବେଳେ ତାଙ୍କୁ ବଞ୍ଚେଇବା ପରିବର୍ତ୍ତେ ତାଙ୍କୁ ନିଜ କଲେଜରୁ ହିଁ ସୁରକ୍ଷା ନ ଦିଆଯାଇପାରି ତଡି ଦିଆଯାଉଛି।

ରସିକିଆ ସମୀର ସାର୍‌ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!

Tags:Balasore FM CollegeFM College PrincipalFM College Student DeathFM Student Death CaseSoumyashreeBisiDeath












ଏମିତି ଦିନେ ରାୟଗଡ଼ା ଜିଲା ଟିକିରିରେ ଘଟିଥିଲା ଭୟାନକ ଘଟଣା ା ନିଜ ପାଇଁ ନ୍ୟାୟ ଭିକ୍ଷା କରି ପ୍ରଶାସନିକ ଅଧିକାରୀ, ରାଜନେତା ସମସ୍ତଙ୍କ ପାଖର...
17/07/2025

ଏମିତି ଦିନେ ରାୟଗଡ଼ା ଜିଲା ଟିକିରିରେ ଘଟିଥିଲା ଭୟାନକ ଘଟଣା ା ନିଜ ପାଇଁ ନ୍ୟାୟ ଭିକ୍ଷା କରି ପ୍ରଶାସନିକ ଅଧିକାରୀ, ରାଜନେତା ସମସ୍ତଙ୍କ ପାଖରେ ପହଞ୍ଚିଥିଲେ ଇତିଶ୍ରୀ। ଚାରିଆଡ଼ୁ ନିରାଶ ହେବା ସହ ସେ ଏକା ପଡ଼ି ଯାଇଥିଲେ। ୨୦୧୩ ଅକ୍ଟୋବର ୨୭ତାରିଖ ଥିଲା ତାଙ୍କ ପାଇଁ ବୋଧହୁଏ ଲଢ଼େଇର ଶେଷ ଦିନ ା ରାତିରେ ସେ ଏକାକୀ ରହୁଥିବା କୋଠରିରେ କେହି ଦୁର୍ବୃତ୍ତ ପଶି ତାଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ଧମକଚମକ ଦେବା ଓ ସେ ରାଜି ନ ହେବାରୁ ତାଙ୍କ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା ା ଏହି ଘଟଣା ସେହି ସମୟରେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା ା କିଏ ସେ ଇତିଶ୍ରୀ, କାହିଁକି ତାଙ୍କୁ ନ୍ୟାୟ ମିଳିଲାନି ା ଏହା ପଛରେ କିଛି ରାଜନୈତିକ ଚାପ ରହିଥିଲା କି ା ସେ ଯେଉଁ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ସେ କାହା ଛତ୍ରଛାୟା ତଳେ ରହିଥିଲେ କି ଏଭଳି ଅନେକ ପ୍ରଶ୍ନ ଭିତରେ ରାଜ୍ୟବାସୀ ଛନ୍ଦି ହେଉଥିବାବେଳେ ଶେଷରେ କିଛିଦିନର ସଂଘର୍ଷ ପରେ ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ୨୦୧୩ ନଭେମ୍ବର ୧ ତାରିଖରେ ଆଖି ବୁଜିଥିଲେ ା ଇତିଶ୍ରୀ ମଧ୍ୟ ଅଭିଯୁକ୍ତ ନେତାନନ୍ଦ ଦଣ୍ଡସେନାଙ୍କ ବିରୋଧରେ 'ଫେଭର..' ଭଳି ଆପତ୍ତିଜନକ ଅଭିଯୋଗ ଉଠାଇଥିଲେ ା ଇତିଶ୍ରୀ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରିର ଏକ ପ୍ରକଳ୍ପ ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିବାବେଳେ ସେହି ସମୟରେ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନା ଯିଏ ଉକ୍ତ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା କାଶୀପୁର ବ୍ଲକର ବିଦ୍ୟାଳୟ ନିରୀକ୍ଷକ (ଏସଆଇ) ଭାବେ କାର୍ଯ୍ୟରତ ଥିଲେ ଇତିଶ୍ରୀଙ୍କୁ କୁଆଡ଼େ 'ଫେଭର..' ମାଗିଥିଲେ ା ଇତିଶ୍ରୀ ରାଜି ନ ହେବାରୁ ତାଙ୍କ ପ୍ରତି ବଢ଼ି ଚାଲିଥିଲା ମାନସିକ ନିର୍ଯାତନା ା ସେ ବିଭିନ୍ନ ସମୟରେ ନେତ୍ରାନନ୍ଦଙ୍କ ବିରୋଧରେ ଥାନା, ଜିଲା ପ୍ରଶାସନ, ରାଜନେତାଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ ା
ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‍ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଆଜି ସମାନ ଦଶା ଦେଖିବାକୁ ମିଳିଲା ା ତାଙ୍କର ଅଭିଯୋଗ ମଧ୍ୟ ସମାନ ା ବିଭାଗୀୟ ମୁଖ୍ୟ ପ୍ରଫେସର ତାଙ୍କଠାରୁ କୁଆଡ଼େ 'ଫେଭର..' ଆଶା କରିଥିଲେ ା ବିଫଳ ହେବା ପରେ ସୌମ୍ୟାଶ୍ରୀଙ୍କ ଉପରେ ବଢ଼ି ଚାଲିଥିଲା ମାନସିକ ନିର୍ଯାତନା ା ସେ ମଧ୍ୟ ନ୍ୟାୟ ଆଶାରେ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନ, ପୁଲିସ ଓ ରାଜନେତାଙ୍କ ଦ୍ବାରସ୍ଥ ହୋଇଛନ୍ତି ା କେବଳ ସେତିକି ନୁହେଁ ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିଜର ଆକୁଳ ଚିତ୍କାର କରିଛନ୍ତି। କେହି କର୍ଣ୍ଣପାତ କରିଲେ ନାହିଁ ା ଚାରିଆଡ଼ୁ ନିରାଶ ହେବା ପରେ ସର୍ବସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଲେ ା ସେ ଚାଲିଯିବା ପରେ ତାଙ୍କୁ ନ୍ୟାୟ ଦାବି କରି ରାଜ୍ୟବ୍ୟାପୀ ହୁଲସ୍ତୁଲ ା ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ ସମସ୍ତେ ତାଙ୍କ ପାଇଁ ଲୁହ ଗଡ଼ାଉଛନ୍ତି ା ଜୀବିତ ଅବସ୍ଥାରେ ତାଙ୍କ ପାଇଁ ପଦୁଟିଏ ସ୍ବର ଉତ୍ତୋଳନ କରିବାକୁ ସାହାସ ଜୁଟାଇ ପାରି ନ ଥିବା ବ୍ୟକ୍ତିବିଶେଷ ଆଜି ତାଙ୍କ ଅବର୍ତ୍ତମାନରେ ଗଳା ଫଟାଇ ଚିତ୍କାର କରି ନ୍ୟାୟ ଭିକ୍ଷା କରୁଛନ୍ତି ା ତେବେ ସେଇ ଏକା ପ୍ରଶ୍ନ… ପଞ୍ଚଭୂତରେ ଲୀନ ହୋଇଯାଇଥିବା ସୌମ୍ୟାଶ୍ରୀଙ୍କୁ ସତରେ କ'ଣ ନ୍ୟାୟ ମିଳିଲା ? ସର୍ବସମ୍ମୁଖରେ ଯେତେବେଳେ ନିରୀହ ଝିଅଟି ନିଜ ଦେହରେ ପେଟ୍ରୋଲ ଢାଳିଲା ତାକୁ କ'ଣ କେହି ଅଟକାଇ ପାରିଲେ ନାହିଁ। ନିରୀହ ଝିଅଟି ଯେତେବେଳେ ନ୍ୟାୟ ପାଇଁ ଆକୁଳ ଚିତ୍କାର କରୁଥିଲା ସେତେବେଳେ ତା' ପଛରେ କାହିଁକି କେହି ଛିଡ଼ା ହୋଇ ନ ଥିଲେ ବୋଲି ଏବେ ପ୍ରଶ୍ନ ହେଉଛି ା

ରାଜ୍ୟରେ ଏଭଳି ଅନେକ କ୍ଷେତ୍ରରେ ବିଶେଷତଃ କର୍ମଜୀବୀ ମହିଳା 'ଫେଭର..' ଭଳି ଅପଶବ୍ଦର ଶିକାର ହେଉଥିବା ଅଭିଯୋଗ ହେଉଛି ା ଏଥିପାଇଁ କ'ଣ ଆମ ସମାଜ ଦାୟୀ ନୁହେଁ ା ପୁରୁଷ-ନାରୀ ମଧ୍ୟରେ ସମାନତା କଥା ଆମେ ବିଭିନ୍ନ ସଭା ସମିତିରେ ଚିତ୍କାର କରୁଛେ, ମହିଳା ସଶକ୍ତୀକରଣ, ସ୍ବାବଲମ୍ବୀ ନେଇ ଅନେକ ଭାଷଣ ଶୁଣୁଛେ, ତେବେ କାହିଁକି ମହିଳାଙ୍କୁ ସ୍ବାଧୀନ ଭାବେ ବଞ୍ଚିବାର ଅଧିକାରକୁ ବିଭିନ୍ନ ସମୟରେ ଛଡ଼ାଇ ନିଆଯାଉଛି। କାହିଁକି 'ଫେଭର'ର ଶିକାର ହେଉଛନ୍ତି ଇତିଶ୍ରୀରୁ ଆରମ୍ଭ କରି ସୌମ୍ୟାଶ୍ରୀଙ୍କ ପର୍ଯ୍ୟନ୍ତ ନିରୀହ ଯୁବତୀମାନେ ା ପୁଣିଥରେ 'ଫେଭର..' ଶବ୍ଦର ଜାଲରେ ଆଉ କେହି ଛନ୍ଦି ହେବା, ନ୍ୟାୟ ନ ପାଇ ଆଉ କାହା ଜୁଇ ଜଳିବା ପୂର୍ବରୁ ତୃଣମୂଳସ୍ତରରେ ଏ ନେଇ ଅଧିକ ସଚେତନତା ଲୋଡ଼ା ବୋଲି ମତପ୍ରକାଶ ପାଉଛି ା












ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମ...
16/07/2025

ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ର୍ନିଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା

ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।

ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୃତ ସୌମ୍ୟାଶ୍ରୀଙ୍କ ବାନ୍ଧବୀ। ସେ କହିଛନ୍ତି, ସୋମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିନି। ତାଙ୍କ ସହ ଜମା ୧୫ଜଣ ଠିଆ ହୋଇଥିବାବେଳେ ଯିଏ ଅଭିଯୁକ୍ତ ଏଚଓଡି ସମୀର ସାରଙ୍କ ବିରୋଧରେ ୩୦୦ଜଣ ଛିଡା ହୋଇଥିଲେ। ଏହି ମାମଲାରେ ବିରୋଧୀ ପକ୍ଷରୁ ପ୍ରବଳ ଚାପ ପକାଯାଇଥିଲା। ସମସ୍ତେ ଏହି ମାମଲାରେ ସୋମ୍ୟାଶ୍ରୀଙ୍କ ଚରିତ୍ର ସଂହାର କରିଥିଲେ। ଯେତେବେଳେ ଏହିକଥା ସୋମ୍ୟାଶ୍ରୀ ଜାଣିବାକୁ ପାଇଲେ ତାଙ୍କୁ ପ୍ରମାଣ ଦେବାକୁ କୁହାଯାଇଥିଲା। ଅନ୍ୟ ଉପାୟ ନ ପାଇ ସେ ନିଜକୁ ଜାଳି ଦେଇଥିଲେ।

ଯେଉଁମାନେ ଅଭିଯୁକ୍ତଙ୍କ ସହ ଛିଡା ହୋଇଥିଲେ ସେମାନେ ଯଦି ପଲଟିକାଲ ଏଜେଣ୍ଡା ଭୁଲି ଆମ ସହ ଛିଡା ହୋଇଥାନ୍ତେ ତେବେ ପୀଡିତା ବଞ୍ଚିଯାଇ ପାରିଥାନ୍ତେ। ସୌମ୍ୟାଙ୍କ ମୃତ୍ୟୁରେ ଅନେକ ଲୋକ ଜଡିତ ଅଛନ୍ତି। କେବଳ ପ୍ରିନ୍ସପାଲ ଓ ଏଚଓଡି ନୁହେଁ। ପୂଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଅସଲ ସତ ଜଣାପଡିବ।

Tags:Balasore FM CollegeFM Student CaseSoumyashree BisiSoumyashreeBisiDeath












ବେଙ୍ଗାଲୁରୁରେ 'No UPI Only Cash' । ଦୋକାନ ସାମ୍ନାରେ ଝୁଲିଲା ନୋଟିସ୍ । ସ୍ୱଦେଶୀ ଟେକ୍ନୋଲୋଜିକୁ ବିରୋଧ । କେବଳ ଭାରତରେ ନୁହେଁ ବିଦେଶରେ ...
15/07/2025

ବେଙ୍ଗାଲୁରୁରେ 'No UPI Only Cash' । ଦୋକାନ ସାମ୍ନାରେ ଝୁଲିଲା ନୋଟିସ୍ । ସ୍ୱଦେଶୀ ଟେକ୍ନୋଲୋଜିକୁ ବିରୋଧ । କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚାରେ ସ୍ବଦେଶୀ ପେମେଣ୍ଟ ପ୍ଲାଟଫର୍ମ UPI । ଭାରତୀୟ ଜ୍ଞାନ କୌଶଳରେ ତିଆରି 'ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍'କୁ ଆଦୃତ ମିଳିଛି । ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟୀ ଏହି ପେମେଣ୍ଟ ସିଷ୍ଟମ ପ୍ରଥମ ପସନ୍ଦ ହୋଇଛି ।
କିଛି ସେକେଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର କାରବାର ବିନା କୌଣସି ସମସ୍ୟାରେ ହେଇପାରୁଛି । ପ୍ରଧାନମନ୍ତ୍ରୀ ନିଜେ ବିଦେଶରେ ଏହାର ପ୍ରଚାର କରୁଛନ୍ତି । ତେବେ ନିଜ ଦେଶରେ ହିଁ ଏହାକୁ ବିରୋଧ ଆରମ୍ଭ ହୋଇଛି । ଆଇଟି ହବ୍ ବେଙ୍ଗାଲୁରୁରେ UPIକୁ ବିରୋଧ ହେଉଛି । ଅଧିକାଂଶ ଦୋକାନୀ QR କୋଡ୍ ସ୍ଥାନରେ ‘No UPI Only Cash’ ନୋଟିସ୍ ଝୁଲାଇଛନ୍ତି । ଥାର୍ଡ ପାର୍ଟି ପେମେଣ୍ଟ ନୁହେଁ ବରଂ ନଗଦ ମାଗୁଛନ୍ତି ଦୋକାନୀ ।

ଆଇଟି ହବ୍ରେ UPIକୁ କାହିଁକି ବିରୋଧ ? ଅନଲାଇନ ପେମେଣ୍ଟକୁ କ’ଣ ପାଇଁ ନା ? ଏସବୁ ପ୍ରଶ୍ନର ଉତ୍ତର ହେଉଛି କେନ୍ଦ୍ର ସରକାରଙ୍କ GST ନୋଟିସ୍ । ଦୋକାନୀ ଏବଂ UPI QR କୋଡ୍ ପେମେଣ୍ଟ ମଝିରେ ପ୍ରାଚୀର ହୋଇ ଛିଡ଼ା ହୋଇଛି ସେବା ଓ ଦ୍ରବ୍ୟ କର । କ୍ଷୁଦ୍ର ବ୍ୟବସାୟୀଙ୍କୁ ଆୟକର ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଜିଏସଟି ନୋଟିସ୍ ଲାଗି ପରେ ସାମଗ୍ରୀ ବଦଳରେ କେବଳ ନଗଦ ଖୋଜୁଛନ୍ତି । କ୍ୟାସ୍ ନଥିଲେ ଜିନିଷ ବିକ୍ରି କରିବାକୁ ରୋକଠୋକ୍ ମନା କରିଦେଇଛନ୍ତି ଛୋଟ ଦୋକାନୀ ଏବଂ ଫେରିବାଲା ।

ବେଙ୍ଗାଲୁରୁରେ ଚା’ ଏବଂ ଜଳଖିଆ ବିକ୍ରି କରୁଥିବା ଦୋକନୀଙ୍କୁ ଆସୁଛି ଲକ୍ଷାଧିକ ଟଙ୍କାର ସେବା ଓ ଦ୍ରବ୍ୟ ଶୁଳ୍କ । ପ୍ରତିଦିନ ୩ ହଜାର ବ୍ୟବସାୟ କରୁଥିବା ଦୋକାନୀ ଜିଏସଟି ଭରିଲେ ନିଜ ପାଇଁ କେତେ ଟଙ୍କା ସଞ୍ଚୟ କରିବେ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ବର୍ଷକୁ ୪୦ ଲକ୍ଷ ବ୍ୟବସାୟ କଲେ ଜିଏସଟି ପଞ୍ଜୀକରଣ ବାଧ୍ୟତାମୂଳକ । ସେହିପରି ସେବା ଯୋଗାଉଥିବା ଛୋଟ କମ୍ପାନି ବାର୍ଷିକ ୨୦ ଲକ୍ଷ ଟଙ୍କା କାରବାର କଲେ ନିୟମ ଅନୁଯାୟୀ ଆୟକର ଦେବାକୁ ପଡ଼ିବ ।

ପ୍ରତି UPI କାରବାର ଉପରେ ଆୟକର ବିଭାଗର ନଜର ରହିଛି । କୌଣସି ଉଧାର ନିଆଯାଇଥିବା ଟଙ୍କା ଥାର୍ଡ ପାର୍ଟି ଆପ୍ରେ ଆସିଲେ ମଧ୍ୟ ଗଣତି କରୁଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ । ସେପଟେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କର୍ଣ୍ଣାଟକ ସରକାରଙ୍କୁ ୧.୨୦ ଲକ୍ଷ କୋଟି ଟଙ୍କାର ଟ୍ୟାକ୍ସ ଆଦାୟ ପାଇଁ ଟାର୍ଗେଟ୍ ମିଳିଛି । ରାଜ୍ୟ ସରକାର କୌଣସି ଉପାୟରେ ଏହାକୁ ପୂରଣ କରିବାକୁ ଲାଗିପଡ଼ିଛନ୍ତି । ଯାହାକୁ ନେଇ ଛୋଟ ଦୋକାନୀ ଏବଂ ଫେରିବାଲା UPI ମାଧ୍ୟମରେ ପେମେଣ୍ଟ ନେବାକୁ ନା କରୁଛନ୍ତି ।












  :ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି...
15/07/2025

:
ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ଜ୍ଯୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସୌମ୍ଯାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା ।












ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣଜୀବନ ଯୁଦ୍ଧରେ ହାରିଗଲେ ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ...
15/07/2025

ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣଜୀବନ ଯୁଦ୍ଧରେ ହାରିଗଲେ ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି।
ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ଜ୍ଯୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସୌମ୍ଯାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା।

ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଟୁଇଟ କରି କହିଛନ୍ତି, ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ ସମ୍ପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି । ପରିବାର ସହିତ ସରକାର ଦୃଢ଼ ଭାବରେ ଛିଡା ହୋଇଛନ୍ତି ।

Tags:Balasore FM CollegeCm Mohan MajhiOdisha












୬ ମାସର ବ୍ୟବଧାନରେ ଖୋଲିଲା ରାୟଗଡ଼ା ଅଧିଷ୍ଠାତ୍ରୀ ମା' ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ...
07/07/2025

୬ ମାସର ବ୍ୟବଧାନରେ ଖୋଲିଲା ରାୟଗଡ଼ା ଅଧିଷ୍ଠାତ୍ରୀ ମା' ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି । ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟି ଏବଂ ପୁଲିସ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ସକାଳ ୯ଟାରୁ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି ।
ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ୨ଶହରୁ ଅଧିକ ଲୋକ ଗଣତି କାମରେ ଲାଗିଛନ୍ତି । ସବୁ ଟଙ୍କା ଗଣା ସରିବା ପରେ ଏଥର ୯୦ଲକ୍ଷରୁ ୧କୋଟି ଟଙ୍କା ମିଳିବା ଆଶା ରଖିଛି ମନ୍ଦିର କମିଟି ।

୬ ମାସ ତଳେ ଅର୍ଥାତ ଜାନୁଆରୀ ୨୭ରେ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା, ୯୩ ଗ୍ରାମ ୧ ମିଲିଗ୍ରାମ ସୁନା, ୨କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜି ହୁଣ୍ଡିରୁ ମିଳିବା ଅର୍ଥକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯିବ । ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ଟ୍ରିଷ୍ଟି ।












ରାଜ୍ୟରେ ଖୁବଶୀଘ୍ର ବଡ଼ ନିଯକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ସେ ନେଇ ତଥ୍ୟ ...
07/07/2025

ରାଜ୍ୟରେ ଖୁବଶୀଘ୍ର ବଡ଼ ନିଯକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ସେ ନେଇ ତଥ୍ୟ ମାଗିଛି ସାଧାରଣ ପ୍ରଶାସନ ବିଭାଗ । ଯଦି ସବୁ ଠିକଠାକ୍‌ ଚାଲେ ତାହାହେଲେ ପ୍ରାୟ ଲକ୍ଷେ ପଦ ନିଯୁକ୍ତି ପାଇଁ ବାଟ ଫିଟିବ ।
ରାଜ୍ୟର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟାଭିଡିଛନ୍ତି ସରକାର ।
ଖୁବଶୀଘ୍ର ବସିବ ସଚିବସ୍ତରୀୟ ବୈଠକ । ତା ପୂର୍ବରୁ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ପଦବୀର ତାଲିକା ଦେବାକୁ ସବୁ ବିଭାଗକୁ କହିଛି ସାଧାରଣ ପ୍ରଶାସନ ବିଭାଗ । କେଉଁ ବିଭାଗରେ କେତେ ପଦବୀ ଖାଲି ପଡିଛି, କେତେ ପୂରଣ ହୋଇଛି, ତାହାକୁ ନିଯୁକ୍ତି ପୋର୍ଟାଲରେ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କାରଣ ଭିଜନ-୨୦୩୬ କଥା କହୁଥିବା ସରକାର ନିଯକ୍ତିକୁ ଗୁରୁତ୍ୱ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୪୧ଟି ବିଭାଗରେ ମଞ୍ଜୁରୀପ୍ରାପ୍ତ ପଦ ହେଉଛି ୩ ଲକ୍ଷ ୮୭ହଜାର ୭୦୬ । ଖାଲିପଡ଼ିଛି ୯୬ ହଜାର ୮୫୪ ପଦ । ୨୬ହଜାର ୫୮୨ ପଦ ପୂରଣ ପାଇଁ ମଞ୍ଜୁରୀ ମିଳିଛି । ବିଶେଷକରି ସ୍ୱାସ୍ଥ୍ୟ, ଗୃହ, ସ୍କୁଲ ଓ ଗଣଶିକ୍ଷା, କୃଷି ଓ ପଶୁସମ୍ପଦ ବିଭାଗ ଭଳି ପ୍ରମୁଖ ବିଭାଗରେ ଅନେକ ପଦ ଖାଲି ପଡ଼ିଛି । ବଡ଼ ବଡ଼ ବିଭାଗରେ କାମ କରିବାକୁ ଅଫିସର ଓ କର୍ମଚାରୀ ନାହାନ୍ତି, ଯାହା ବେଶ ଚିନ୍ତାଜନକ ।

ବିଭାଗରେ ପଦବୀ ଖାଲି ପଡ଼ିଛି

ପଞ୍ଚାୟତିରାଜ- ୨୫୨୯
ସ୍କୁଲ ଓ ଗଣଶିକ୍ଷା- ୨୧୬୦୮
ଜଳସମ୍ପଦ- ୨୬୮୨
ସ୍ୱାସ୍ଥ୍ୟ- ୧୧୩୯୬
ଗୃହ- ୧୪୧୯୨
ଉଚ୍ଚଶିକ୍ଷା- ୬୧୩୬
ପଶୁସମ୍ପଦ- ୪୨୦୫
କୃଷି- ୩୯୬୪
ରାଜସ୍ୱ- ୫୩୩୯

ସେପଟେ ପଞ୍ଚାୟତରାଜମନ୍ତ୍ରୀ ରବିନାୟକ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଯେଉଁ ଯେଉଁ ବିଭାଗରେ ପଦ ଖାଲିପଡ଼ିଛି, ସେଠାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ସଂପୃକ୍ତ ବିଭାଗ ସହ ଆଲୋଚନା କରି ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢାଇବେ ।

ରାଜ୍ୟରେ ଖୁବଶୀଘ୍ର ବାହାରିବ ନୂଆନିଯୁକ୍ତି---ପ୍ରକ୍ରିୟା ଆରମ୍ଭ କଲେ ସରକାର, ସବୁ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ-ପଖାପାଖି ଲକ୍ଷେ ନିଯୁକ୍ତି ପାଇଁ କସରତ-- ସ୍ବାସ୍ଥ୍ୟ, ଗୃହ,ସ୍କୁଲ ଓ ଗଣଶିକ୍ଷା, କୃଷି ଭଳି ପ୍ରମୁଖ ବିଭାଗରେ ଖାଲପଡିଛି ହଜାର ହଜାର ପଦବୀ--













ବ୍ରାଜିଲରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତିକୁ ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ...
07/07/2025

ବ୍ରାଜିଲରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତିକୁ ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକା ବିଚଳିତ ହୋଇପଡିଛି। ବ୍ରିକ୍ସ ସମ୍ମିଳନୀ କାଳରେ ମୋଦି ଏପରି ଏକ ଖେଳ ଖେଳିଛନ୍ତି ଯାହାକୁ ଆମେରିକା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଭୁଲି ପାରିବନି।ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଟିଂ ଫଟୋ ଏବେ ଆମେରିକାକୁ ଆଶ୍ଚର୍ଯ୍ୟ କରୁଛି। ବ୍ରିକ୍ସରେ ପିଏମ ମୋଦି ଯେଉଁ ବ୍ୟକ୍ତିଙ୍କ ସହ ମିଟିଂ କରିଛନ୍ତି ତାଙ୍କୁ ଆମେରିକା ଓ ଟ୍ରମ୍ପଙ୍କ ସବୁଠୁ ବଡ଼ ଶତ୍ରୁ ମନେ କରାଯାଏ।

ମନେଥିବ ଗତମାସରେ ପାକିସ୍ତାନ ଫିଲ୍ଡମାର୍ସଲ ଅସୀମ ମୁନିରଙ୍କୁ ହ୍ୱାଇଟ୍ ହାଉସକୁ ଲଞ୍ଚ ପାଇଁ ନିମନ୍ତ୍ରଣ କରାଯାଇଥିଲା। ପାକିସ୍ତାନ ସେନାମୁଖ୍ୟଙ୍କୁ ମଧ୍ୟହ୍ନ ଭୋଜନ ପାଇଁ ଡାକି ଟ୍ରମ୍ପ ଭାବିଥିଲେ ସେ ଏକ ବଡ଼ କୂଟନୈତିକ ଚାଲ ଚଳେଇଦେଇଛନ୍ତି। ହେଲେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ପାଦ ତଳୁ ମାଟି ଖସେଇଦେବା ଭଳି କାମ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ କାଳରେ ମୋଦି କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିୟାଜ କ୍ୟାନେଲ ବରମୁଡେଜଙ୍କ ସହ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କ୍ୟୁବା ସେହି ଦେଶ ଯାହାକୁ ଆମେରିକା ନିଜର ସବୁଠୁ ବଡ଼ ଶତ୍ରୁ ମନେକରେ।

କ୍ୟୁବା ବିରୋଧରେ ଆମେରିକା କଡ଼ା ଟ୍ରାଭେଲ ବ୍ୟାନ ଲଗାଇ ରଖିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯଦି ସେପରି କୌଣସି ଜରୁରି କାମ ନଥାଏ ଆମେରିକୀୟ କ୍ୟୁବା ଯାଆନ୍ତି ନାହିଁ। କ୍ୟୁବାରେ ଆମେରିକୀୟ କମ୍ପାନୀ ନା କୌଣସି ବ୍ୟବସାୟ କରନ୍ତି ନା କୌଣସି ସାମଗ୍ରୀ ବିକ୍ରି କରିପାରନ୍ତି। ସେହି କ୍ୟୁବା ସହିତ ବସି ପ୍ରଧାନମନ୍ତ୍ରୀ ମୋଦି ବଡ଼ ଘୋଷଣା କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କ୍ୟୁବା ଏକ କ୍ଷୁଦ୍ର ଦେଶ ଓ ଆମେରିକା ଠାରୁ ମାତ୍ର ୯୦ ମାଇଲ ଦୂରରେ ଅବସ୍ଥିତ ହେଲେ ଆମେରିକାକୁ ନାକରେ ପାଣି ପିଆଉଛି। ସାରା ବିଶ୍ୱକୁ ଆମେରିକା ଡରାଉଛି ହେଲେ କ୍ୟୁବାକୁ ଡରିକି ରହୁଛି।

ପ୍ରଧାନମନ୍ତ୍ରୀ ମୋଦି ଓ କ୍ୟୁବା ରାଷ୍ଟ୍ରପତି ରବିବାର ସପ୍ତଦଶ ବ୍ରିକ୍ସ ସମ୍ମିଳନୀ ଅବ୍ୟବହତୀରେ ଏକ ବୈଠକରେ ଏକତ୍ର ହୋଇଥିଲେ। ଏହି ବୈଠକରେ ଉଭୟ ନେତା ସ୍ୱାସ୍ଥ୍ୟ, ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ସମେତ ସେହିସବୁ ପ୍ରସଙ୍ଗରେ କାମ କରିବାକୁ ସହମତ ହୋଇଛନ୍ତି ଯାହା ଗ୍ଲୋବାଲ ସାଉଥ୍ ପାଇଁ ଚିନ୍ତାର ବିଷୟ। ଏଥିରେ କୁହାଯାଇଛି ଯେ ସେମାନେ ବହୁପକ୍ଷୀୟ କ୍ଷେତ୍ରରେ ଦୁଇ ଦେଶଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଛନ୍ତି।












ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ପରାଜୟରୁ ନିଜର ନୂଆ ଋତୁ ଆରମ୍ଭ କରିଛି। ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରୁ ଚଳିତ ଋତୁ ଆରମ୍...
20/09/2023

ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ ଦଳ ଓଡ଼ିଶା ଏଫ୍‌ସି ପରାଜୟରୁ ନିଜର ନୂଆ ଋତୁ ଆରମ୍ଭ କରିଛି। ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରୁ ଚଳିତ ଋତୁ ଆରମ୍ଭ କରିଥିବା ଓଡ଼ିଶା ମଙ୍ଗଳବାର ଏଏଫ୍‌ସି କପ୍‌ର ପ୍ରଥମ ମ୍ୟାଚ୍‌ରେ ପଡ଼ୋଶୀ ମୋହନ ବାଗାନ ସୁପର ଜାଏଣ୍ଟସ୍‌ଠୁ ୦-୪ ଗୋଲ୍‌ରେ ହାରି ଯାଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା।

ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ ସାହାଲ ଅବଦୁଲ ସାମଦ (୪୬ ମିନିଟ୍‌)ଙ୍କ ଗୋଲ୍‌ରେ ମୋହନ ବାଗାନକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ଏହାପରେ ଡିମିତ୍ରି ପେଟ୍ରାଟସ (୬୮, ୮୨ ମିନିଟ୍‌) ଦୁଇଟି ଏବଂ ଲିଷ୍ଟନ କାଲ୍‌କୋ (୭୯ ମିନିଟ୍‌) ଗୋଟିଏ ଗୋଲ୍‌ କରି ଆଇଏସ୍‌ଏଲ୍‌ ଓ ଡୁରାଣ୍ଡ କପ୍‌ ବିଜେତା ମୋହନ ବାଗାନକୁ ବିଜୟ ଭେଟି‌ ଦେଇଥିଲେ। ଓଡ଼ିଶା ଶନିବାର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୫.୩୦ରେ ଚେନ୍ନାଇନ୍‌ ଏଫ୍‌ସି ବିପକ୍ଷରେ ଖେଳି ଆଇଏସ୍‌ଏଲ୍‌ ଅଭିଯାନ ଆରମ୍ଭ କରିବ।

🎙️INSIDER ODIA












Address

Jaleswar , Baleswar , Odisha
Jaleswar
756033

Website

Alerts

Be the first to know and let us send you an email when Insider Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Insider Odia:

Share