24/09/2025
ନବରାତ୍ରୀ ର ତୃତୀୟ ଦିବସ🌹🌺ମା ଚନ୍ଦ୍ରଘଣ୍ଟା
ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଂଟା ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି
ଚନ୍ଦ୍ରଘଣ୍ଟା ଏହା ପାର୍ବତୀ ଙ୍କର ଶିବଙ୍କୁ ବିବାହ କରିବା ସମୟର ନବବଧୂ ରୂପ । ନାରୀ ଜୀବନ ର ଏହା ଏକ ବୈବାହିକ ସୋପାନ । ଯେଉଁ ସୋପାନରେ ସେ ଆପଣାର ସମସ୍ତ ଶକ୍ତି ସାମର୍ଥ୍ୟ ର ସମର୍ପଣ କରିବା ଶିଖିଥାଏ । ନିଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଥାଏ। ମନର ଅଧିପତି ହେଉଛନ୍ତି ଚନ୍ଦ୍ର। ମନକୁ ନିଜ ବଶରେ ରଖିବାକୁ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ ।
ଦେବୀ ପୁରାଣ ଅନୁସାରେ , ଯେତେବେଳେ ଅସୁର ମାନଙ୍କ ଆତଙ୍କ ଏ ପୃଥିବୀ ପୃଷ୍ଠରେ ବଢିବାରେ ଲାଗିଥିଲା ସେତେବେଳେ ଦେବୀ ଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭୁତ ହୋଇଥିଲେ। ଅସୁରମାନଙ୍କର ପ୍ରଭୁ ଥିଲେ ମହିଷାସୁରା, ଯାହାର ଦେବତାମାନଙ୍କ ସହିତ ଯୁଦ୍ଧ ଚାଲିଥିଲା | ମହିଷାସୁରା ଦେବରାଜ ଇନ୍ଦ୍ରଙ୍କ ସିଂହାସନ ପାଇବାକୁ ଚାହୁଁଥିଲେ। ସ୍ବର୍ଗକୁ ଶାସନ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଏହି ଇଚ୍ଛା ଜାଣିଥିବା ସମସ୍ତ ଦେବତା ଏଥିରେ ଉତକ୍ଷିପ୍ତ ହେଲେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ନିକଟରେ ଉପସ୍ଥିତ ହେଲେ। ଭଗବାନ ଶ୍ରୀହରି ଏ କଥା ଶୁଣି କ୍ରୋଧିତ ହେଲେ। କ୍ରୋଧ ହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତି ଦ୍ବାରା ତାଙ୍କଠାରୁ ଜଣେ ଦେବୀ ଜନ୍ମିଥିଲେ। ଯାହାଙ୍କୁ ଭଗବାନ ଶଙ୍କର ତାଙ୍କ ତ୍ରିଶୁଳ ଦେଇଥିଲେ ଏବଂ ଭଗବାନ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ଦେବତା ଏବଂ ଦେବୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ମାନ ମାତାଙ୍କ ହାତରେ ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ, ଯାତ୍ରା ପାଇଁ ସିଂହ ବାହାନ ରୂପେ ପ୍ରଦାନ କଲେ।
ଏହା ପରେ ମାତା ଚନ୍ଦ୍ରଘଣ୍ଟା ମହିଷାସୁର ପାଖରେ ପହଞ୍ଚିଥିଲେ। ମାତାଙ୍କର ଏହି ରୂପ ଦେଖି ମହିଷାସୁରକୁ ଅନୁଭବ ହେଲା ଯେ ତାଙ୍କ କାଳ ଆସିଛି । ଆଉ ମହିଷାସୁର ବଞ୍ଚିବା ପାଇଁ ମାଆଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ମାତା ଚନ୍ଦ୍ରଘଣ୍ଟା ମହିଷାସୁରଙ୍କୁ ହତ୍ୟା କରିଥିଲେ। ଏହିପରି, ମାତା ଦେବତାମାନଙ୍କୁ ସୁରକ୍ଷା ଦେଇଥିଲେ।
ମା’ ଙ୍କର ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହାସ ପ୍ରାପ୍ତ ହେବାକୁ ଅନ୍ତରରେ ଶକ୍ତି ପ୍ରାପ୍ତ ହୋଇଥାଏ ।
⭕‼️⭕ **ମା ଚନ୍ଦ୍ରଘଣ୍ଟା* ⭕‼️⭕
ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଂଟା ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି
ଚନ୍ଦ୍ରଘଣ୍ଟା ଏହା ପାର୍ବତୀ ଙ୍କର ଶିବଙ୍କୁ ବିବାହ କରିବା ସମୟର ନବବଧୂ ରୂପ । ନାରୀ ଜୀବନ ର ଏହା ଏକ ବୈବାହିକ ସୋପାନ । ଯେଉଁ ସୋପାନରେ ସେ ଆପଣାର ସମସ୍ତ ଶକ୍ତି ସାମର୍ଥ୍ୟ ର ସମର୍ପଣ କରିବା ଶିଖିଥାଏ । ନିଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଥାଏ। ମନର ଅଧିପତି ହେଉଛନ୍ତି ଚନ୍ଦ୍ର। ମନକୁ ନିଜ ବଶରେ ରଖିବାକୁ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ ।
ଦେବୀ ପୁରାଣ ଅନୁସାରେ , ଯେତେବେଳେ ଅସୁର ମାନଙ୍କ ଆତଙ୍କ ଏ ପୃଥିବୀ ପୃଷ୍ଠରେ ବଢିବାରେ ଲାଗିଥିଲା ସେତେବେଳେ ଦେବୀ ଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭୁତ ହୋଇଥିଲେ। ଅସୁରମାନଙ୍କର ପ୍ରଭୁ ଥିଲେ ମହିଷାସୁରା, ଯାହାର ଦେବତାମାନଙ୍କ ସହିତ ଯୁଦ୍ଧ ଚାଲିଥିଲା | ମହିଷାସୁରା ଦେବରାଜ ଇନ୍ଦ୍ରଙ୍କ ସିଂହାସନ ପାଇବାକୁ ଚାହୁଁଥିଲେ। ସ୍ବର୍ଗକୁ ଶାସନ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଏହି ଇଚ୍ଛା ଜାଣିଥିବା ସମସ୍ତ ଦେବତା ଏଥିରେ ଉତକ୍ଷିପ୍ତ ହେଲେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ନିକଟରେ ଉପସ୍ଥିତ ହେଲେ। ଭଗବାନ ଶ୍ରୀହରି ଏ କଥା ଶୁଣି କ୍ରୋଧିତ ହେଲେ। କ୍ରୋଧ ହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତି ଦ୍ବାରା ତାଙ୍କଠାରୁ ଜଣେ ଦେବୀ ଜନ୍ମିଥିଲେ। ଯାହାଙ୍କୁ ଭଗବାନ ଶଙ୍କର ତାଙ୍କ ତ୍ରିଶୁଳ ଦେଇଥିଲେ ଏବଂ ଭଗବାନ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ଦେବତା ଏବଂ ଦେବୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ମାନ ମାତାଙ୍କ ହାତରେ ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ, ଯାତ୍ରା ପାଇଁ ସିଂହ ବାହାନ ରୂପେ ପ୍ରଦାନ କଲେ।
ଏହା ପରେ ମାତା ଚନ୍ଦ୍ରଘଣ୍ଟା ମହିଷାସୁର ପାଖରେ ପହଞ୍ଚିଥିଲେ। ମାତାଙ୍କର ଏହି ରୂପ ଦେଖି ମହିଷାସୁରକୁ ଅନୁଭବ ହେଲା ଯେ ତାଙ୍କ କାଳ ଆସିଛି । ଆଉ ମହିଷାସୁର ବଞ୍ଚିବା ପାଇଁ ମାଆଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ମାତା ଚନ୍ଦ୍ରଘଣ୍ଟା ମହିଷାସୁରଙ୍କୁ ହତ୍ୟା କରିଥିଲେ। ଏହିପରି, ମାତା ଦେବତାମାନଙ୍କୁ ସୁରକ୍ଷା ଦେଇଥିଲେ।
ମା’ ଙ୍କର ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହାସ ପ୍ରାପ୍ତ ହେବାକୁ ଅନ୍ତରରେ ଶକ୍ତି ପ୍ରାପ୍ତ ହୋଇଥାଏ ।
🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
🙏🌺 ନବରାତ୍ରି ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା 🌺🙏
ନବରାତ୍ରିର ତୃତୀୟ ଦିନ ସୌନ୍ଦର୍ଯ୍ୟ ଏବଂ ବୀରତ୍ୱର ପ୍ରତିମୂର୍ତ୍ତି ମା ଚନ୍ଦ୍ରଘଣ୍ଟାଙ୍କୁ ଉତ୍ସର୍ଗୀକୃତ। ତାଙ୍କର ଦଶଟି ହାତ ଏବଂ ତିନୋଟି ଆଖି ଅଛି। ତାଙ୍କ ପାଞ୍ଚଟି ହାତରେ, ସେ ଧନୁ, ତୀର, ତ୍ରିଶୂଳ, ଖଣ୍ଡା ଏବଂ ଗଦା ଭଳି ଅସ୍ତ୍ର ଧାରଣ କରିଛନ୍ତି। ଅନ୍ୟ ତିନୋଟି ହାତରେ, ସେ ଏକ ମାଳା, ଏକ ପଦ୍ମ ଏବଂ ଏକ ଜଳପାତ୍ର ଧାରଣ କରିଛନ୍ତି, ଏବଂ ବାକି ଦୁଇଟି ବାରଦ ଏବଂ ଅଭୟ ମୁଦ୍ରାରେ ଅଛି, ଯାହା ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ କରୁଛି। ଏକ ଘଣ୍ଟି ଆକୃତିର ଅର୍ଦ୍ଧଚନ୍ଦ୍ର ତାଙ୍କ କପାଳକୁ ସଜ୍ଜିତ କରିଥାଏ। ସିଂହ ଉପରେ ଆରୋହଣ କରି ଏବଂ ଏକ ସୁବର୍ଣ୍ଣ ଆଭା ବିସ୍ତାର କରି, ସେ ଅତ୍ୟନ୍ତ ମନୋରମ ଦେଖାଯାଆନ୍ତି।
ତାଙ୍କ ରୂପର ଏକ ବିଶେଷତ୍ୱ ହେଉଛି ଯେ ସେ ସର୍ବଦା ଯୁଦ୍ଧ ପାଇଁ ପ୍ରସ୍ତୁତ ଦେଖାଯାଆନ୍ତି; ତଥାପି ତାଙ୍କ ମୁଖମଣ୍ଡଳରେ ଏକ ଶାନ୍ତ ପ୍ରଭାବ ପ୍ରଦର୍ଶିତ ହୁଏ, ଯେପରି ଚନ୍ଦ୍ରାଲୋକିତ ରାତିରେ ଶୀତଳ ପବନ ପରି।
ତାଙ୍କୁ ଆନନ୍ଦ, ଜ୍ଞାନ, ଶାନ୍ତି ଏବଂ ସ୍ଥିରତା, ସମସ୍ତ ପ୍ରୟାସର ବୃଦ୍ଧି ଏବଂ ଜୀବନର ଉଦ୍ଦେଶ୍ୟ ପାଇଁ ପୂଜା କରାଯାଏ। କାରଣ ସେ ସର୍ବଦା ପ୍ରସ୍ତୁତ, ସେ ତାଙ୍କ ଉପାସକମାନଙ୍କୁ ତୁରନ୍ତ ଲାଭ ପ୍ରଦାନ କରନ୍ତି। ଯେତେବେଳେ ତୁମେ ତାଙ୍କୁ ଆବାହନ କରିବ, ତାଙ୍କ ଘଣ୍ଟିର ଶବ୍ଦ ତୁମକୁ ମନ୍ଦ ଆତ୍ମାଠାରୁ ରକ୍ଷା କରିବ, ଏବଂ ତାଙ୍କ ସିଂହ ତୁମକୁ ତାଙ୍କ ପରି ସାହସୀ ଏବଂ ନିର୍ଭୀକ କରିବ।
ଦେବୀ ଚନ୍ଦ୍ରଘଣ୍ଟା ମଣିପୁର ଚକ୍ର ସହିତ ଜଡିତ। ଯେତେବେଳେ ତୁମେ ମଣିପୁର ଚକ୍ରରେ ଧ୍ୟାନ ଦିଅ, ତୁମେ ଅଲୌକିକ ଏବଂ ଦିବ୍ୟ ବସ୍ତୁ ଦେଖିବ, ଦିବ୍ୟ ସୁଗନ୍ଧ ଆଘ୍ରାଣ କରିବା ଏବଂ ଦିବ୍ୟ ଶବ୍ଦ ଶୁଣିବା ପାଇଁ ସକ୍ଷମ ହୋଇଯାଅ। ସାଧକଙ୍କୁ ଏହି ଦିନରେ ବହୁତ ସତର୍କ ରହିବା ଆବଶ୍ୟକ। ଦେବୀ ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦର ଏକ ଅନନ୍ୟ ଗୁଣ ହେଉଛି ଯେ ସେ ସାଧକଙ୍କୁ ଶାନ୍ତି ଏବଂ ନମ୍ରତା, ସହିତ ସାହସ ଏବଂ ନିର୍ଭୀକତା ବିକଶିତ କରିବାରେ ସାହାଯ୍ୟ କରନ୍ତି।
ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ଆଧ୍ୟାତ୍ମିକ ଏବଂ ଆନ୍ତରିକ ଶକ୍ତିର ଦେବୀ କୁହାଯାଏ। ଦେବୀ ପାର୍ବତୀ ସର୍ବଶକ୍ତିମାନ ଭଗବାନ ଶିବଙ୍କ ପତ୍ନୀ। ସେମାନଙ୍କ ବିବାହ ପରେ, ଭଗବାନ ଶିବ ଦେବୀଙ୍କ କପାଳକୁ ଚନ୍ଦନ କାଠରେ ନିର୍ମିତ ଏକ ଅର୍ଦ୍ଧଚନ୍ଦ୍ରରେ ସଜ୍ଜିତ କରିଥିଲେ। ଏହି କାରଣରୁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ।
ମା ଚନ୍ଦ୍ରଘଣ୍ଟା ରାକ୍ଷସ ଏବଂ ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର, କିନ୍ତୁ ତାଙ୍କ ଭକ୍ତମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଏବଂ ପ୍ରେମମୟୀ।
ସେ ଜୀବନର ସମସ୍ୟା ଏବଂ ରାକ୍ଷସମାନଙ୍କୁ ବିନାଶ କରିବାକୁ ବିଶ୍ୱାସ କରାଯାଏ। ତାଙ୍କର ରଙ୍ଗ ସୁବର୍ଣ୍ଣ ଏବଂ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ। ସେ ଘଣ୍ଟିର ମାଳ ପିନ୍ଧନ୍ତି ଯାହା ଘଣ୍ଟିଗୁଡ଼ିକୁ ଶାନ୍ତ କରିବାକୁ ଏବଂ ସେମାନଙ୍କର ଶବ୍ଦକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରେ। ସେ ତାଙ୍କ ହାତରେ ଘଣ୍ଟା (ବଡ଼ ଘଣ୍ଟି) ଧାରଣ କରନ୍ତି ଏବଂ ଏକ ଅର୍ଦ୍ଧଚନ୍ଦ୍ର ତାଙ୍କ ମସ୍ତକରେ ସଜ୍ଜିତ କରନ୍ତି।
ହିନ୍ଦୁ ଧର୍ମର ନଅଟି ଗ୍ରହ ମଧ୍ୟରୁ ଗୋଟିଏ, ଦେବୀ ଶୁକ୍ର ଉପରେ ଶାସନ କରନ୍ତି। ତାଙ୍କ ଭକ୍ତମାନେ ତାଙ୍କୁ ପୂଜା କରନ୍ତି ଏବଂ ସେମାନଙ୍କର ସୁରକ୍ଷା ପାଇଁ ତାଙ୍କର ଆଶୀର୍ବାଦ ଲୋଡ଼ନ୍ତି।
ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ଆହ୍ବାନ କରନ୍ତୁ ଏବଂ ଆପଣଙ୍କ ବିନମ୍ର ପ୍ରାର୍ଥନା ଗ୍ରହଣ କରିବାକୁ ଅନୁରୋଧ କରନ୍ତୁ। ତା'ପରେ ଏକ ଦୀପ, ଧୂପକାଠି ଏବଂ ଫୁଲ ଜଳାନ୍ତୁ। ଯଦି ସମ୍ଭବ ହୁଏ, ଚମେଲି ଅର୍ପଣ କରନ୍ତୁ।
ଆପଣ ଦେବୀଙ୍କୁ ଗାଈ କ୍ଷୀର କିମ୍ବା ଖୀରରୁ ତିଆରି ଯେକୌଣସି ମିଠା ଖାଦ୍ୟ ଅର୍ପଣ କରିପାରିବେ। ଆପଣ ଫଳ, ନଡ଼ିଆ, କଦଳୀ, ପାନ ପତ୍ର ଏବଂ ପାନ ମଧ୍ୟ ଅର୍ପଣ କରିପାରିବେ। ନୈବେଦ୍ୟ ଅର୍ପଣ କରିବା ସମୟରେ ଦେବୀଙ୍କ ଆଶୀର୍ବାଦ ଲୋଡ଼ନ୍ତୁ। କର୍ପୂର ସହିତ ଦୀପ ଜାଳି ଏବଂ ଆରତି କରି ଆପଣଙ୍କର ପୂଜା ଶେଷ କରନ୍ତୁ। ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ।
ମହତ୍ତ୍ୱ
ଦେବୀ ଚନ୍ଦ୍ରଘଣ୍ଟାଙ୍କ କୃପାରୁ, ଭକ୍ତମାନେ ଅଲୌକିକ ଜିନିଷର ଦର୍ଶନ ପାଆନ୍ତି, ଦିବ୍ୟ ସୁଗନ୍ଧ ଅନୁଭବ କରନ୍ତି ଏବଂ ବିଭିନ୍ନ ପ୍ରକାରର ଶବ୍ଦ ଶୁଣନ୍ତି। ଦେବୀ ସର୍ବଦା ତାଙ୍କ ଭକ୍ତମାନଙ୍କୁ ସମସ୍ତ ବାଧାରୁ ଦୂରରେ ରଖନ୍ତି ଏବଂ ଜୀବନରେ ଖୁସି ପ୍ରଦାନ କରନ୍ତି।
ମାତା ଚନ୍ଦ୍ରଘଣ୍ଟାଙ୍କ ରଙ୍ଗ ଧୂସର। ଧୂସର ରଙ୍ଗ ଦୁଷ୍ଟତାର ବିନାଶର ପ୍ରତୀକ।
ମାତା ଚନ୍ଦ୍ରଘଣ୍ଟାଙ୍କ ମନ୍ତ୍ର |
ଯା ଦେବୀ ସର୍ବଭୂତେସୁ ମା ଚନ୍ଦ୍ରଘଣ୍ଟା ରୂପେଣ ସସ୍ତିତା |
ନମସ୍ତେସୈଇ ନମସ୍ତେସୈଇ ନମସ୍ତେସୈଇ ନମୋ ନମଃ |
ଜୟ ମା ଚନ୍ଦ୍ରଘଣ୍ଟା 🙏🙏
⚫❗⚫
ll ନବରାତ୍ରୀର ତୃତୀୟ ଦିବସ ମାଙ୍କ ଚନ୍ଦ୍ରଘଣ୍ଟା ରୂପ ll
🔱🔱🔱🚩🚩🕉️🚩🚩🔱🔱🔱
ॐ ପିଣ୍ଡଜ ପ୍ରବରାରୂଢା
ଚନ୍ଦ୍ରକୋପାସ୍ତ୍ରକୈର୍ୟୁତା ।
ପ୍ରସାଦଂ ତନୁତାଂ ମହ୍ୟଂ
ଚନ୍ଦ୍ରଘଣ୍ଟେତି ବିଶ୍ରୁତା ।।
ଘରେ ଘରେ ପୂଜା ପାଉଛନ୍ତି ମା’ ଦୂର୍ଗା ଦୂର୍ଗତିନାଶିନୀ । ଆଜି ନବରାତ୍ରୀର ତୃତୀୟ ଦିବସ । ଏହି ଦିନ ମା’ ଚନ୍ଦ୍ରଘଣ୍ଟାଙ୍କ ରୂପରେ ପୂଜା ପାଉଛନ୍ତି ।ମା’ଙ୍କ ମୁସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଇଛି । ଶରୀର ର ରଙ୍ଗ ସ୍ବର୍ଣ୍ଣ ସମାନ ଉଜ୍ଜଳ । ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡ୍ଗ, ପଦ୍ମ, ଧନୁଷ-ବାଣ, କମଣ୍ଡଳୁ, ତ୍ରିଶୂଳ ଏବଂ ଗଦା ଆଦି ଶସ୍ତ୍ର ସୁଶୋଭିତ ହେଇଛନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରୁଛନ୍ତି । କଣ୍ଠ ରେ ଶୁଭ୍ର ପୁଷ୍ପ ମାଳା ଏବଂ ଶୀର୍ଷ ଉପରେ ରତ୍ନ ଜଡି଼ତ ମୁକୁଟ ବିରାଜମାନ କରିଛନ୍ତି। ଘଣ୍ଟି ର ପ୍ରଚଣ୍ଡ ଧ୍ୱୋନୀରେ ଦାନବ, ଅତ୍ୟାଚାରୀ, ଦୈତ୍ୟ, ରାକ୍ଷସ ମାନେ ଭୟଭୀତ ହୋଇପଡନ୍ତି । ମାଙ୍କୁ ଦର୍ଶନ କରିବା ଦ୍ୱାରା ବିଭିନ୍ନ କଲ୍ୟାଣ ହେବା ସହ ପାପରୁ ମୁକ୍ତି ମିଳେ । ମା’ଙ୍କୁ ପୂଜିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ ।
*ନବରାତ୍ରୀର ତୃତୀୟ ଦିନର ମହତ୍ୱ:*
ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ଅପାର ସାହାସ ପ୍ରାପ୍ତ ହୋଇଥାଏ । ଏହି ଦିନ ମାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ଉପାସନା କରାଯାଏ । ମା’ ଚନ୍ଦ୍ରଘଣ୍ଟା ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହ ସହ ତାଙ୍କର ସମ୍ବନ୍ଧ ରହିଛି । ଏହି ଦିନ ସାଧକ ଙ୍କର ମନ "ମଣିପୁର ଚକ୍ର" ରେ ପ୍ରବିଷ୍ଟ ହୁଏ । ମା' ଚନ୍ଦ୍ରଘଣ୍ଟା ଙ୍କ କୃପା ରୁ ସାଧକ ଙ୍କୁ ଅଲୌକିକ ଦର୍ଶନ ପ୍ରାପ୍ତି ହୁଏ । ଦିବ୍ୟ ସୁଗନ୍ଧ ଏବଂ ବିବିଧ ଦିବ୍ୟ ଧ୍ଵନି ଶୁଣିବାକୁ ମିଳେ । ଏହି କ୍ଷଣ, ସାଧକ ଙ୍କ ନମନ୍ତେ ଅତ୍ୟନ୍ତ ସାବଧାନ ରହିବାକୁ ପଡେ । ମା ଚନ୍ଦ୍ରଘଣ୍ଟା ଙ୍କର କୃପା ରେ ସାଧକ ଙ୍କର ସମସ୍ତ ପାପ ଏବଂ ବାଧା ବିନଷ୍ଟ ହୋଇ ଥାଏ । ଏହାଙ୍କ ଅରାଧନା ସଦ୍ୟ ଫଳ ଦାୟୀ । ମା' ଙ୍କ ମୁଦ୍ରା ସଦୈବ ୟୁଦ୍ଧ ନିମନ୍ତେ ଅଭିମୁଖ ରହିବା କାରଣରୁ ଭକ୍ତ ମାନଙ୍କ କଷ୍ଟ ନିବାରଣ ତୁରନ୍ତ କରିଥାନ୍ତି । ବାହନ ସିଂହ ହୋଇ ଥିବାରୁ ତାଙ୍କ ଉପାସକ ସିଂହ ଭଳି ପରାକ୍ରମୀ ଏବଂ ନିର୍ଭୟ ଯୁକ୍ତ ହୋଇ ଥାଏ । ଏହାଙ୍କ ଘଣ୍ଟି ଧ୍ଵନି ସର୍ବଦା ତାଙ୍କ ଭକ୍ତ ଙ୍କୁ ପ୍ରେତ ଜନିତ ବାଧା ଆଦି ରୁ ରକ୍ଷା କରେ । ଦୁଷ୍ଟ ଦମନ ଏବଂ ବିନାଶ କରିବାରେ ସର୍ବଦା ତତ୍ପର ରହି ଥିବାରୁ, ତାଙ୍କ ସ୍ଵରୂପ ର ଦର୍ଶକ ଏବଂ ଅରାଧକ ଙ୍କ ନିମନ୍ତେ ଅତ୍ୟନ୍ତ ସୌମ୍ୟତା ଏବଂ ଶାନ୍ତି ରେ ପରିପୂର୍ଣ୍ଣ ରୁହେ। ମା' ଙ୍କ ଅରାଧନା ରୁ ପ୍ରାପ୍ତ ହେଉ ଥିବା ସଦଗୁଣ, ସାଧକ ଙ୍କ ମନ ରେ ବୀରତା ଓ ନିର୍ଭରତା ସହିତ ସୌମ୍ୟତା ଏବଂ ବିନମ୍ରତା ର ବିକାସ ହୋଇ ଥାଏ । ଏହାଙ୍କ ମୁଖ, ନେତ୍ର ତଥା ସମ୍ପୂର୍ଣ ଶରୀରରେ କାନ୍ତି-ଗୁଣ ର ବୃଦ୍ଧି ହୁଏ । ସ୍ଵର ରେ ଦିବ୍ୟ, ଅଲୌକିକ, ମାଧୁର୍ଯ୍ୟ ର ସମାବେଶ ହୁଏ । ମା' ଚନ୍ଦ୍ରଘଣ୍ଟା ଙ୍କର ସାଧକ ଏବଂ ଉପାସକ ଯେଉଁ ଦିଗରେ ଯାତ୍ରା କରନ୍ତି, ଲୋକ ମାନେ ତାଙ୍କୁ ଦେଖି ଶାନ୍ତି ଏବଂ ସୁଖ ଅନୁଭବ କରନ୍ତି । ଏହିଦିନ ପ୍ରସାଦରେ ଗାଇ ଖୀର ଚଢେଇବାର ବିଧାନ ରହିଛି ।
*ଧ୍ୟାନଂ*
ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରାମ୍ ।
ସିଂହାରୂଢାଂ ଦଶଭୁଜାଞ୍ଚନ୍ଦ୍ରଘଣ୍ଟାଂ ଯଶସ୍ୱନୀମ୍ ॥
କଞ୍ଜନାଭାଂ ମଣିପୁରସ୍ଥିତାଂ ତୃତୀୟଦୁର୍ଗାଂ ତ୍ରିନେତ୍ରାମ୍ ।
ଖଡ୍ଗଗଦାତ୍ରିଶୂଲଚାପଧରାଂ ପଦ୍ମକମଣ୍ଡଲୁମାଲାବରାଭୟକରାମ୍ ।
ପଟାମ୍ବରପରିଧାନାଂ ମୃଦୁହାସ୍ୟାଂ ନାନାଲଙ୍କାରଭୂଷିତାମ୍ ।
ମଞ୍ଜୀର-ହାର-କେୟୂର-କିଙ୍କିଣୀରତ୍ନକୁଣ୍ଡଲମଣ୍ଡିତାମ୍ ॥
ପ୍ରଫୁଲ୍ଲବନ୍ଦନାଂ ବିମ୍ବାଧାରାଂ କାନ୍ତଙ୍କପୋଲାଂ ତୁଙ୍ଗକୁଚାମ୍ ।
କମନୀୟାଂ ଲାବଣ୍ୟାଂ କ୍ଷୀଣକଟିଂ ନିତମ୍ବନୀମ୍ ॥
*ସ୍ତ୍ରୋତ୍ରମ୍*
ଆପଦୁଦ୍ଧାରିଣୀ ତ୍ୱଂ ହି ଆଦ୍ୟାଶକ୍ତିଃ ଶୁଭା ପରା ।
ଅଣିମାଦିସିଦ୍ଧିଦାତ୍ରି ଚନ୍ଦ୍ରଘଣ୍ଟେ ପ୍ରଣମାମ୍ୟହମ୍ ॥
ଚନ୍ଦ୍ରମୁଖୀ ଇଷ୍ଟଦାତ୍ରୀ ଇଷ୍ଟମନ୍ତ୍ରସ୍ୱରୂପଣୀ ।
ଧନଦାତ୍ର୍ୟାନନ୍ଦଦାତ୍ରୀ ଚନ୍ଦ୍ରଘଣ୍ଟେ ପ୍ରଣମାମ୍ୟହମ୍ ॥
ନାନାରୂପଧାରିଣୀ ଇଚ୍ଛାମୟୀ ଐଶ୍ୱର୍ୟଦାୟନୀ ।
ସୌଭାଗ୍ୟାରୋଗ୍ୟଦାୟନୀ ଚନ୍ଦ୍ରଘଣ୍ଟେ ପ୍ରଣମାମ୍ୟହମ୍ ॥
*କବଚଃ*
ରହସ୍ୟଂ ଶୃଣୁ ବକ୍ଷ୍ୟାମି ଶୈବେଶି କମଲାନନେ ।
ଶ୍ରୀଚନ୍ଦ୍ରଘଣ୍ଟାକବଚଂ ସର୍ୱସିଦ୍ଧିପ୍ରଦାୟକମ୍ ॥
ବିନା ନ୍ୟାସଂ ବିନିୟୋଗଂ ବିନା ଶାପୋଦ୍ଧାରଂ ବିନା
ବିନା ସ୍ନାନଂ ଶୌଚାଦିକଂ ଶ୍ରଦ୍ଧାମାତ୍ରେଣ ସିଦ୍ଧିଦମ୍ ॥
କୁଶିଷ୍ୟାୟ କୁଟିଲାୟ ବଞ୍ଚକାୟ ନିନ୍ଦାକାୟ ଚ ।
ନ ଦାତବ୍ୟଂ ନ ଦାତବ୍ୟଂ ନ ଦାତବ୍ୟଙ୍କଦାଚନ ॥
‼️ ନବରାତ୍ରିର ତୃତୀୟ ଦୁର୍ଗାସ୍ୱରୂପ ମାତା ଚନ୍ଦ୍ରଘଣ୍ଟା ‼️
🔥 ମାତା ଚନ୍ଦ୍ରଘଣ୍ଟା 🔥
ପିଣ୍ଡଜ ପ୍ରବରାରୁଢ଼ା ଚଣ୍ଡ କୋପାସ୍ତ୍ରକୈର୍ଯୁତା
ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ର ଘଣ୍ଟେତି ବିଶ୍ରୁତା ।।
ଦେବୀ ପାର୍ବତୀଙ୍କ ବିବାହିତ ରୂପ ହେଉଛନ୍ତି ମା ଚନ୍ଦ୍ରଘଣ୍ଟା ବିବାହ ପରେ ଦେବୀଙ୍କ କପାଳରେ ଘଣ୍ଟାଭଳି ଦିଶୁଥିବା ଅର୍ଦ୍ଧଚନ୍ଦ୍ର ରହିଛି। ଏହାର ଶବ୍ଦରେ ସମସ୍ତ ଭୂତ ପ୍ରେତ ଓ ଦୁରାତ୍ମାମାନଙ୍କୁ ଦୂର କରି ଦିଅନ୍ତି। ସେଥିପାଇଁ ଏପରି ନାମକାରଣ ହୋଇଛି। ନବରାତ୍ରିର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ।ମା ପାର୍ବତୀଙ୍କ ଆଉ ଗୋଟିଏ ଘଟଣା ଥିଲା, ତାଙ୍କର ପ୍ରିୟ ବାହନ ବାଘକୁ ପ୍ରାପ୍ତ ହେବା।
ଏହାଙ୍କ ଶରୀର ସୁବର୍ଣ୍ଣ ଭଳି ଚମକୁ ଥାଏ। ଦଶଟି ହସ୍ତରେ ଅସ୍ତ୍ର ଶସ୍ତ୍ର ଶୋଭାପାଉଥାଏ। ମା'ଭକ୍ତଙ୍କର ସମସ୍ତ ପାପ ହରଣ କରନ୍ତି। ଭକ୍ତର କର୍ତ୍ତବ୍ୟ ପଥରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର କରନ୍ତି। ତାଙ୍କର ଏହି ସ୍ବରୂପ ପରମ ଶାନ୍ତିପ୍ରଦାୟକ ଓ କଲ୍ୟାଣକାରୀ ଆଟେ। ବିଶ୍ଵ କଲ୍ୟାଣାର୍ଥେ ଆହ୍ଲାଦକାରୀ ଚନ୍ଦ୍ରମା ଯାହାଙ୍କ ଘଣ୍ଟାରେ ରହିଛନ୍ତି, ସେହି 'ଚନ୍ଦ୍ରଘଣ୍ଟା'ଦେବୀଙ୍କ
ପଦ୍ମପାଦେ ଶତକୋଟି ଦଣ୍ଡବତ ପ୍ରଣାମ।
ସମସ୍ତେ ନିଜ ନିଜ ଘରେ ଦେବ୍ୟପରାଧ କ୍ଷମାପନ ସ୍ତୋତ୍ରମ୍ ପାଠ କରନ୍ତୁ ଏବଂ ଜଗତଜନନୀ ମା ଦୁର୍ଗାଙ୍କର ଆଶୀର୍ବାଦ ଲାଭ କରନ୍ତୁ । ମା ଦୁର୍ଗା ସମସ୍ତଙ୍କର ମନସ୍କାମନା ପୂରଣ କରନ୍ତୁ। ସମସ୍ତଙ୍କ ଜୀବନ ସୁଖଶାନ୍ତିରେ ପରିପୂର୍ଣ୍ଣ ହେଉ ,ଏହାହିଁ କାମନା।।
"ଯା ଦେଵୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।"
ଜଗଜ୍ଜନନୀଙ୍କ କୃପାରୁ ଦିବସଟି ଆହ୍ଲାଦମୟ ହେଉ।
🙏ଜୟ ମା ମହାମାୟୀ 🙏🏻
*ନବରାତ୍ରୀ ଚର୍ତୁର୍ଥ ଦିବସ....*
♾️♾️♾️♾️⭕⭕♾️♾️♾️♾️
*ଶାରଦୀୟ ନବରାତ୍ରର ଆଜି ଚତୁର୍ଥ ଦିନ। ଏହି ଦିନ ମା’ ଶ୍ରୀଦୁର୍ଗାଙ୍କ ଚତୁର୍ଥ ସ୍ଵରୂପ ଦେବି କୁଷ୍ମାଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଉଦରରୁ ଏହି ବ୍ରହ୍ମାଣ୍ଡ କୁ ସୃଷ୍ଟି କରିଥିବା କାରଣରୁ ଦେବିଙ୍କ ନାମ କୁଷ୍ମାଣ୍ଡା । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ମିଳୁଛି। କୁହାଯାଏ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତେଜ ନିର୍ଗତ ହେଉଛି ତାହାର ସୃଷ୍ଟି କର୍ତ୍ତା ହେଉଛନ୍ତି ଦେବି କୁଷ୍ମାଣ୍ଡା।*
*ଯେତେବେଳେ ଏ ଦୃଶ୍ୟମାନ ସୃଷ୍ଟିର ଅସ୍ତିତ୍ଵ ନଥିଲା, ସେହି ସମୟରେ ଦେବି ଭଗବତୀ ଏହି ସୃଷ୍ଟି ରଚନା କରିଥିଲେ। ସେଥିପାଇଁ ଦେବିଙ୍କୁ ଆଦ୍ୟ ସ୍ଵରୂପା ବା ଆଦିଶକ୍ତି କୁହାଯାଏ। ମା’ ଙ୍କ ସ୍ୱରୂପ ହେଉଛି ସିଏ ସିଂହାରୁଢା। କୁଷ୍ମାଣ୍ଡାଙ୍କ ୮ଟି ହାତ । ଏଥିପାଇଁ ତାଙ୍କୁ ଅଷ୍ଟଭୂଜା କୁହାଯାଏ । ତାଙ୍କ ୭ଟି ହାତରେ କ୍ରମଶଃ କମଣ୍ଡଳୁ, ଧନୁଷ, ବାଣ, କମଳ-ପୁଷ୍ପ, ଅମୃତପୂର୍ଣ୍ଣ କଳସ, ଚକ୍ର ତଥା ଗଦା ଶୋଭାପାଏ। ଅଷ୍ଟମ ହାତରେ ମାଆଙ୍କ ସମସ୍ତ ସିଦ୍ଧି ଏବଂ ନିଧି ଦେଉଥିବା ଜପ ମାଳା ରହିଥାଏ। ମା କୁଷ୍ମାଣ୍ଡାଙ୍କୁ କଖାରୁର କାନ ଝୁମୁକା ଅତ୍ୟନ୍ତ ପ୍ରିୟ ଏବଂ ସଂସ୍କୃତରେ କଖାରୁକୁ କୁଷ୍ମାଣ୍ଡ କୁହାଯାଏ। ଏଥିପାଇଁ ମା ଦୁର୍ଗାଙ୍କ ଏହି ସୂରୂପକୁ ମଧ୍ୟ ପକ୍ଷାନ୍ତରେ କୁଷ୍ମାଣ୍ଡା କୁହାଯାଇଥାଏ। ଏହି ଦେବୀଙ୍କ ପୂଜା କରିବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୋଇଥାଏ।*
*ନବରାତ୍ରୀର ଚତୁର୍ଥ ଦିନ ପୂଜା ପଦ୍ଧତି: ମା’ କୁଷ୍ମାଣ୍ଡାଙ୍କ ଆବାହନ ମନ୍ତ୍ର ହେଉଛି –*
*“ସୁରାସମ୍ପୂର୍ଣକଳସମ୍ ରୁଧିରାପ୍ଲୁତମେବ ଚ ।*
*ଦଧାନା ହସ୍ତପଦ୍ମାଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ।’*
*“ଯାଦେବୀ ସର୍ବଭୂତେଷୁ ମା’ କୁଷ୍ମାଣ୍ଡା ରୂପେଣ ସଂସ୍ଥିତା।*
*ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।”*
*ନବରାତ୍ରୀର ଚତୁର୍ଥ ଦିନ ପୂଜାପାଇଁ ସ୍ଥାପିତ କଳସ ପୂଜାପରେ ଉକ୍ତ କଳସରେ ମା’ କୁଷ୍ମାଣ୍ଡାଙ୍କୁ ଆବା ହନ କରାଯାଇଥାଏ । ପୂଜାରେ ବସିବା ପୂର୍ବରୁ ସବୁଜ ରଙ୍ଗର ଆସନ ବ୍ୟବହାର କରାଯାଏ। ମା କୁଷ୍ମାଣ୍ଡାଙ୍କୁ ଜଳ ପୁଷ୍ପ ଅର୍ପଣକରି ଧ୍ୟାନ କରାଯାଏ । ଏହାପରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ସଂପୂର୍ଣ୍ଣ ପରେ ନିଜର ସାଦ୍ଧମତେ ଦେବୀଙ୍କୁ ଭକ୍ତିର ସହିତ ଫଳ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରାଯାଏ । ପୂଜା ପରେ ମାତା କୁଷ୍ମାଣ୍ଡାଙ୍କୁ ମାଲପୁଆ ଅର୍ପଣ କରିବାର ବିଧି ରହିଛି। ଏହାପରେ ଉକ୍ତ ପ୍ରସାଦ କୁ ବ୍ରାହ୍ମଣ ଓ ଭକ୍ତଙ୍କୁ ବିତରଣ ପରେ ନିଜେ ସେବନ କରିବାର ବିଧାନ ରହିଛି।*
*ମା’ କୁଷ୍ମାଣ୍ଡାଙ୍କ ଉପାସନା କଲେ ଭକ୍ତଙ୍କ ସମସ୍ତ ରୋଗ ଶୋକ ନଷ୍ଟ ହୋଇଥାଏ ବୋଲି ଶାସ୍ତ୍ରୀୟ ନିର୍ଦେଶ ରହିଛି।*
#ମାମଙ୍ଗଳା
➖➖❣️➖➖❣️➖➖