Thuamul Rampur Fast News

Thuamul Rampur Fast News Thuamul Rampur Fast News - Kalahandi’s No.1 Trusted Odia Daily.
(1)

Delivering credible news, insightful stories, and Odisha's voice since 2023
ଅବହେଳିତ ଓ ନିରୀହ ଲୋକଙ୍କ ସମସ୍ୟା ଠାରୁ ଆଞ୍ଚଳିକ ସତ୍ୟ ଖବର ସର୍ବପ୍ରଥମେ। ⚖️ ସତ୍ୟର ସ୍ୱର।

06/09/2026

ପ୍ରଥମ ଥର ବ୍ଲକ୍ ସ୍ତରୀୟ ଭବ୍ୟ ଆୟୋଜନକୁ ସାଧୁବାଦ ଜଣାଇଲେ ଜିଲ୍ଲା ଯାଦବ ମହାସଭା ନେତୃବୃନ୍ଦ।

06/09/2026

ଶ୍ରୀକୃଷ୍ଣଙ୍କ ବିଗ୍ରହଙ୍କୁ ମୁଣ୍ଡରେ ଧାରଣ କରି ନଗର ପରିକ୍ରମା କଲେ କର୍ତ୍ତା; ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ।

କଳାହାଣ୍ଡି ପ୍ରସିଦ୍ଧ ବାଲିଯାତ୍ରା ଦେଖିବା ପାଇଁ ବୋହୂ ମାତ୍ରାରେ ଯୋଗଦେବାକୁ ନିବେଦନ ! #ଭକ୍ତିରେ_ଲେଖନ୍ତୁ_ଜୟ_ମାଁ_ମାଣିକେଶ୍ୱରୀ 🙏🌺🙏
06/09/2026

କଳାହାଣ୍ଡି ପ୍ରସିଦ୍ଧ ବାଲିଯାତ୍ରା ଦେଖିବା ପାଇଁ ବୋହୂ ମାତ୍ରାରେ ଯୋଗଦେବାକୁ ନିବେଦନ !
#ଭକ୍ତିରେ_ଲେଖନ୍ତୁ_ଜୟ_ମାଁ_ମାଣିକେଶ୍ୱରୀ
🙏🌺🙏

04/09/2026

📌 ଥୁଆମୂଳ ରାମପୁରରେ ବ୍ଲକ୍ ଯାଦବ ମହାସଭା ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: କାଲି ହେବ ନନ୍ଦୋତ୍ସବ

​ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଯାଦବ ମହାସଭା ଆନୁକୂଲ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ମହାସମାରୋହରେ ଆରମ୍ଭ ହୋଇଯାଇଛି। ଶତାଧିକ ମହିଳା ତହସିଲ ପଡ଼ା ନାଳରୁ କଳସରେ ଜଳ ଆଣି ସହର ପରିକ୍ରମା କରିବା ପରେ ପୂଜା ସ୍ଥଳରେ ସ୍ଥାପନ କରିଥିଲେ। ପୂଜାର୍ଚ୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହରିନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଛଳ ଭକ୍ତିମୟ ହୋଇଉଠିଛି।

​🗓️ ଆସନ୍ତାକାଲି (ଶନିବାର): ନନ୍ଦୋତ୍ସବ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

​ନ୍ୟୁଜ୍ ଅପଡେଟ୍ ପାଇଁ ଆମ ପେଜ୍‌କୁ FOLLOW LIKES ଓ SHARE କରନ୍ତୁ।

03/09/2026

ଶୌଚ ହେବାକୁ ଯାଇ ଆଉ ଫେରିଲେନି ୨୪ ବର୍ଷର ଯୁବକ! ପୋଖରୀରୁ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅଧୀନସ୍ଥ ଉପରଚବରି ଗ୍ରାମରେ ଘଟିଯାଇଛି ଏକ ଅତ୍ୟନ୍ତ ଅଭାବନୀୟ ଘଟଣା। ଗ୍ରାମର ରାଏସିଙ୍ଗ ମାଝୀଙ୍କ ୨୪ ବର୍ଷୀୟ ପୁଅ ଶରତ ମାଝୀ ସକାଳ ପ୍ରାୟ ୭ଟାରେ ଗାଁ ଶ୍ମଶାନ ପାଖ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
​ଖବର ପାଇ ମହୁଲପାଟଣା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ଖଡ଼ା ଓ ଥୁଆମୂଳ ରାମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମହୁଲପାଟଣା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା (UD Case No. 10/26) ରୁଜୁ ହୋଇଛି।
​ଏହି ଅଞ୍ଚଳରେ ନିୟମିତ ଭାବେ ପାଣିରେ ବୁଡ଼ି ମୃତ୍ୟୁ ଘଟୁଥିବାରୁ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କାହିଁକି ବ୍ୟାପକ ସଚେତନତା କରାଯାଉ ନାହିଁ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

​ପୂରା ଖବର ଦେଖିବା ପାଇଁ ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଅନ୍ୟମାନଙ୍କ ସହ ସେୟାର୍ କରନ୍ତୁ।


02/09/2026

ଥୁଆମୂଳ ରାମପୁରରେ ଧୁମଧାମରେ ପାଳିତ ହେଲା 'ରାଷ୍ଟ୍ରୀୟ ଡ୍ରାଇଭର ଦିବସ' | ବାଇକ୍ ରାଲି ସହ କେକ୍ କାଟି ଖୁସି ମନାଇଲେ ଶତାଧିକ ଡ୍ରାଇଭର ଭାଇ

ଥୁଆମୂଳ ରାମପୁର (ଥୁଆମୂଳ ରାମପୁର ଫାଷ୍ଟ ନ୍ୟୁଜ୍):
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସେପ୍ଟେମ୍ବର ୧ 'ରାଷ୍ଟ୍ରୀୟ ଡ୍ରାଇଭର ଦିବସ' ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ତହସିଲ କାର୍ଯ୍ୟାଳୟ ଛକରୁ ମା' ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ବାହାରିଥିଲା। ପରବର୍ତ୍ତୀ ସମୟରେ କୋଷାବରା ସ୍ଥିତ 'ହେଲୋ ପ୍ୟାଣ୍ଟ' ଠାରେ ବ୍ଲକ୍ ସଭାପତି ତ୍ରିନାଥ ଦୋରାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୨୪ ଗୋଟି ଗ୍ରାମପଞ୍ଚାୟତରୁ ୧୫୦ରୁ ଊର୍ଦ୍ଧ୍ୱ ଡ୍ରାଇଭର ଭାଇ ଏକାଠି ହୋଇ କେକ୍ କାଟି ଦିବସ ପାଳନ କରିଥିଲେ।

ସେପ୍ଟେମ୍ବର ୧ କୁ ସରକାରୀ 'ଡ୍ରାଇଭର ଦିବସ' ଭାବେ ଘୋଷଣା କରିବା ସହ ଡ୍ରାଇଭରମାନଙ୍କୁ ସାମାଜିକ ସୁରକ୍ଷା, ବିମା ସୁବିଧା ଓ ଉଚିତ୍ ସମ୍ମାନ ପ୍ରଦାନ କରିବାକୁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି।

👉 ସମ୍ପୂର୍ଣ୍ଣ ଖବର ଦେଖିବା ପାଇଁ ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ଏବଂ ପୋଷ୍ଟକୁ ଲାଇକ୍ ଓ ଶେୟାର କରନ୍ତୁ!

31/08/2026

ଥୁଆମୂଳ ରାମପୁରରେ ଯୁବ ସାମ୍ବାଦିକ ସଂଘର ମହାସମାବେଶ: ନିରପେକ୍ଷ ଓ ସଚ୍ଚୋଟ ସାମ୍ବାଦିକତା ଉପରେ ଗୁରୁତ୍ୱ

“ସାମ୍ବାଦିକତା ଲୋକଙ୍କୁ ଭୟଭୀତ କରିବା ପାଇଁ ନୁହେଁ” — ଥୁଆମୂଳ ରାମପୁର ଯୁବ ସାମ୍ବାଦିକ ସଂଘର ମିଶ୍ରଣ ପର୍ବରେ ବୁଦ୍ଧିଜୀବୀଙ୍କ ବକ୍ତବ୍ୟ

ନିରପେକ୍ଷ ସାମ୍ବାଦିକତା ଓ ସତ୍ୟ ଖବର ପ୍ରସାରଣ ଉପରେ ବୁଦ୍ଧିଜୀବୀଙ୍କ ଆହ୍ୱାନ

29/08/2026

ଡାକୋଟା ଗ୍ରାମ ଯଜ୍ଞସ୍ଥଳରୁ ସିଜିମାଳି ଖଣି ଆନ୍ଦୋଳନକାରୀ ହିରାମଲ୍ ନାଏକଙ୍କୁ ଉଠାଇ ନେଲା ପୋଲିସ।

ପୂର୍ବ ଗଣ୍ଡଗୋଳ (କେସ୍ ନଂ ୨୩/୨୫, ହତ୍ୟା ଉଦ୍ୟମ) ମାମଲାରେ ଗିରଫ କରାଯାଇଥିବା ସୂଚନା।

 #ଫଟୋରେ_ଖବର Condition Bellରେ ଆସିଥିବା ମାଁ ମିଳିମାଟି ସୁରକ୍ଷା ମଞ୍ଚ ସଦସ୍ୟ ହିରାମଲ୍ ନାଏକଙ୍କୁ ପୁଣି ଉଠାଇନେଲା କର୍ଲାପାଟ - ଥୁଆମୂଳ ରା...
28/08/2026

#ଫଟୋରେ_ଖବର
Condition Bellରେ ଆସିଥିବା ମାଁ ମିଳିମାଟି ସୁରକ୍ଷା ମଞ୍ଚ ସଦସ୍ୟ ହିରାମଲ୍ ନାଏକଙ୍କୁ ପୁଣି ଉଠାଇନେଲା କର୍ଲାପାଟ - ଥୁଆମୂଳ ରାମପୁର ପୋଲିସ !

ଗାୟତ୍ରୀ ପରିବାର ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରାବଣୀ ପର୍ବ ଉତ୍ସବ ଚାଲୁଥିବା ବେଳେ ହିରାମଲ୍ ନାଏକଙ୍କୁ ପୋଲିସ ଉଠାଇ ନେଇଛି ଯାହା ଡାକୋଟା ଗ୍ରାମ ଠାରେ ଏକ ଯଜ୍ଞ ଚାଲୁଥିଲା ଯଜ୍ଞ ସରିବାପରେ ଉଠାଇ ନେଇଛି ପୋଲିସ....
#ଅଧିକ_ଅପଡେଟ_ପାଇଁ_ଦେଖୁ_ଥାଆନ୍ତୁ_ଆମ_ଚ୍ୟାନେଲ

Thuamul Rampur Fast News  ପରିବାର ପକ୍ଷରୁ ସମସ୍ତ ଶ୍ରୋତାବନ୍ଧୁ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ !
28/08/2026

Thuamul Rampur Fast News ପରିବାର ପକ୍ଷରୁ ସମସ୍ତ ଶ୍ରୋତାବନ୍ଧୁ ମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ !

Address

Thuamul Rampur
Kalahandi
766037

Telephone

+918480051882

Website

Rampur Fast News

Alerts

Be the first to know and let us send you an email when Thuamul Rampur Fast News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Thuamul Rampur Fast News:

Shortcuts

Share