16/08/2025
*ଖବର ଆଜିର*
ତାରିଖ:୧୬/୦୮/୨୫, ଶନିବାର
୧-ଆକ୍ସନ ମୋଡ଼ରେ STF; 'ନିଶା' ରୋକିବାକୁ ବଡ଼ ରେଡ୍।ବିଭିନ୍ନ ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ।
୨-ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ, ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ।
୩-ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ।
୪-ଖୁବ୍ ଶୀଘ୍ର ଓଡ଼ିଶା ହେବ ଫାର୍ମା ହବ୍ , ଅଢେଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ।୧୧ଟି ଜିଲ୍ଲାକୁ ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ଯୋଗାଇବାକୁ ସରକାରଙ୍କର ନିଷ୍ପତ୍ତି।
୫-ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା,୧୫ଜଣ ସାକ୍ଷୀଙ୍କ ବୟାନ୍ ଅନୁସାରେ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ।
୬-ରାଉରକେଲା ହନୁମାନ ବାଟିକା ସାମନାରେ ଭୟଙ୍କର ସିରିଜ୍ ଦୁର୍ଘଟଣା।ଲୋକଙ୍କ ଉପରେ ମାଡ଼ିଗଲା ହାଇୱା ,ସ୍କୁଟିରେ ଯାଉଥିବା ଯୁବକ-ଯୁବତୀଙ୍କୁ ୫୦ ମିଟର ଯାଏ ଘୋଷାଡ଼ି ନେଲା।
୭-ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀକୁ ନେଇ ସାରା ଦେଶରେ ଉତ୍ସାହ : ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ।
୮-ଭୁବନେଶ୍ୱର:ମେଗା ପାଇପ୍ ଜଳଯୋଗାଣରେ ଅବହେଳା ପାଇଁ ଜବାବ ତଲବ । ୩ଜଣ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ଆରଡବ୍ଲୁଏସସ ବିଭାଗୀୟ ଅଧିକାରୀ ।
୯-ଅସ୍ତରଙ୍ଗ ଥାନା ଆଇଆଇସି ରାଜେଶ ବଳିଆରସିଂଙ୍କୁ ସସପେଣ୍ଡ, ବିରୋଧରେ ଥିଲା ଦୁର୍ନୀତି ଅଭିଯୋଗ।
୧୦-ସମ୍ବଲପୁର:ଭିସୁଟର ଦୁଇ ଅଧ୍ୟାପକ ନିଲମ୍ବିତ, ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ।
୧୧-ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର : ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ଜଣେ ନିଖୋଜ।
୧୨-ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଗଠନ ହେବ ଆଉ ୨୧ଟି ନୂଆ ଏନଏସି।
୧୩-ଓଡ଼ିଶା ପାଇଁ ୩୫ ଜଣିଆ ତାଲିକା ଘୋଷଣା କଲା ଏଆଇସିସି । ସଂଗଠନ ସୃଜନ ଅଭିଯାନ ଜରିଆରେ ବଛାଯିବ ଜିଲ୍ଲା ସଭାପତି
୧୪-ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଦେଉଥିବା ‘ସ୍ତ୍ରୀ ଶକ୍ତି’ ଯୋଜନା ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ।
୧୫-ସ୍ୱାସ୍ଥ୍ୟ ବୀମା, ଦୈନନ୍ଦିନ ସାମଗ୍ରୀ ହେବ ଶସ୍ତା,୧୨% ଓ ୧୮% ଜିଏସଟି ସ୍ଲାବ୍ ହଟାଇବା ପାଇଁ ସରକାରଙ୍କ ସୁପାରିଶ।
୧୬-ହରିୟାଣା, ବୁଆନା ଲାଖୁ ଗାଁର ପଞ୍ଚାୟତ:ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପ୍ରଥମ ଥର ପାଇଁ ଇଭିଏମ ଖୋଲି ଗଣତି ହେଲା ଭୋଟ, ଜିତିଲେ ପରାଜିତ ପ୍ରାର୍ଥୀ।
୧୭-ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଦମାନ ଜିଲ୍ଲାରେ ଟ୍ରକକୁ ଧକ୍କା ଦେଲା ବାସ୍.୧୦ ମୃତ ୩୫ ଆହତ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଂକା।
୧୮-ଲାଲକିଲାରୁ ପାକିସ୍ତାନକୁ ଚେତାଇଲେ ପ୍ରଧାନମନ୍ତ୍ରୀ- ସିନ୍ଧୁ ଚୁକ୍ତି ଭାରତକୁ ମଞ୍ଜୁର ନାହିଁ।
୧୯-ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ଲାଗୁ ହେଲା ବିକଶିତ ଭାରତ ରୋଜଗାର ଯୋଜନା।
୨୦-ନୂଆଦିଲ୍ଲୀ:ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବାକୁ ଯାଉଛି ଭାରତ- ପ୍ରଧାନମନ୍ତ୍ରୀ ମୋଦୀ
୨୧-ଜମ୍ମୁ କାଶ୍ମୀର:କିସ୍ତୱାଡ଼ରେ ବାଦଲଫଟା ବର୍ଷା,୩୮ ଜଣଙ୍କ ଅବସ୍ଥା ଗୁରୁତର; ୨୦୦ ଲୋକ ଏବେ ବି ନିଖୋଜ।
୨୨-ଆୟର୍ଲାଣ୍ଡରେ ବଢୁଛି ଭାରତୀୟଙ୍କ ଉପରେ ଆକ୍ରମଣ, ୨୬ ବର୍ଷ ଧରି ରହୁଥିବା ମହିଳାଙ୍କୁ ଆକ୍ରମଣ କରି ଲୁଟିଲେ ଦୃର୍ବୁତ୍ତ।
🙏🙏