17/09/2025
ଡିଜେ ଗାଡ଼ି ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ସର୍କୁଲାର ଜାରି କଲା ପରିବହନ ବିଭାଗ । ସର୍ବସାଧାରଣ ସ୍ଥାନରେ ଡିଜେ ଗାଡ଼ି ବା ମୋଡିଫାଏ କରାଯାଇଥିବା ଗାଡ଼ି ଚାଲିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ରଦ୍ଦ ହେବ ଗାଡ଼ିର ଫିଟନେସ ସାର୍ଟିଫିକେଟ । ଏହାସହ ଡିଜେ ଗାଡ଼ି ବ୍ୟବହାର ହେଉଥିବା ମଲ୍ଟି କଳର ଏଲଇଡି ଲାଇଟ୍, ନିଓନ ଲାଇଟ୍, ଲେଜର ଲାଇଟ୍ ଉପରେ ମଧ୍ୟ ଲାଗିଲା ରୋକ୍ । ଡିଜେ ଗାଡ଼ିରେ ସାଉଣ୍ଡ ସିଷ୍ଟମ ଲଗାଇବା ଉପରେ ମଧ୍ୟ ବ୍ୟାନ ଲଗାଇଲେ ସରକାର । ରାସ୍ତାରେ ଡିଜେ ଗାଡ଼ି ଦେଖିଲେ ତୁରନ୍ତ ସୂଚନା ଦେବାକୁ ଅପିଲ କଲା ପରିବହନ ବିଭାଗ ।