Anweshan odisha

Anweshan odisha Blog Post

ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆରେ ୮୦ ତମ ସ୍ୱାଧୀନତା ଦିବସ ପାଳିତପଟ୍ଟାମୁଣ୍ଡାଇ ୧୫ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍...
15/08/2026

ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ପଟ୍ଟାମୁଣ୍ଡାଇ ୧୫ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଶନିବାର ୮୦ ତମ ସ୍ୱାଧୀନତା ଦିବସ ସମାରୋହ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ସେ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ସଭାକୁ ସମ୍ବୋଧିତ କରି ବିଧାୟକ ଶ୍ରୀ ସାହୁ କହିଥିଲେ ଯେ, ଆଜିର ଏହି ମହାନ ଦିବସ ଅକ୍ଲାନ୍ତ ପରିଶ୍ରମ ଓ ବଳିଦାନ ଦେଇ ଦେଶକୁ ସ୍ୱାଧୀନତା ଆଣିଦେଇଥିବା ସଂଗ୍ରାମୀମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହି ମାଟିର ବୀର ସନ୍ତାନମାନେ ଦେଶର ସ୍ୱାଧୀନତା ସଂଗ୍ରାମରେ ଅତୁଲନୀୟ ଯୋଗଦାନ ଦେଇଛନ୍ତି। ସେମାନଙ୍କ ତ୍ୟାଗ ଓ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଆଜି ଆମେ ଏକ ମୁକ୍ତ ଏବଂ ପ୍ରଗତିଶୀଳ ଭାରତରେ ସ୍ୱାଧୀନତା ଉତ୍ସବ ପାଳନ କରୁଛୁ।"ଆମ ଦେଶ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର'। କୃଷି ଓ କୃଷକଙ୍କ ଆକ୍ଲାନ୍ତ ପରିଶ୍ରମ ଦେଶର ଅର୍ଥନୀତି ଓ ଖାଦ୍ୟ ସୁରକ୍ଷାର ମୂଳଦୁଆ। ଏଥିସହିତ ଜାପାନ ଭଳି ଅନ୍ୟାନ୍ୟ ଦେଶର ବିକାଶ ଗାଥାର ଉଦାହରଣ ଦେଇ ସେ କହିଥିଲେ ଯେ, ସମାନ ସମୟ ମଧ୍ୟରେ ସ୍ୱାଧୀନ ଓ ପୁନର୍ଗଠିତ ହୋଇଥିବା ଜାପାନ ଏବଂ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେଇ ଦ୍ରୁତ ଅଗ୍ରଗତି ହାସଲ କରିଛନ୍ତି। ଆମ ଦେଶକୁ ଆହୁରି ଅଗ୍ରଗାମୀ କରିବାକୁ ହେଲେ କୃଷି ସହିତ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ସୁଧାର ଆଣିବା ଆବଶ୍ୟକ। ନିକଟରେ ଚର୍ଚ୍ଚାରେ ଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଜେଏନଜି/ସାଧାରଣ ଆନ୍ଦୋଳନ ସମ୍ପର୍କରେ ନିଜର ଚିନ୍ତା ବ୍ୟକ୍ତ କରି ବିଧାୟକ କହିଥିଲେ ଯେ, ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଓ ପ୍ରଶ୍ନପତ୍ର ପ୍ରକାଶନ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଆବଶ୍ୟକ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ଚଞ୍ଚକତାକୁ ବରଦାସ୍ତ କରାଯିବ ନାହିଁ। ଏଥିସହିତ ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ସଂସ୍କାର ଉପରେ ସରକାର ଅଧିକ ଧ୍ୟାନ ଦେବାକୁ ସେ ଦାବି କରିଥିଲେ। ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ବିଧାୟକ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଅଧିକାରୀ, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ସମେତ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ଆଇନଜୀବୀ ଗୋପିନାଥ ତ୍ରିପାଠୀ, ସାମାଜିକକର୍ମୀ ରାଜେନ୍ଦ୍ର ଦାଶ,ଖଗେଶ୍ୱର ଲେଙ୍କାଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ସାଧାରଣ ଜନତା ଉପସ୍ଥିତ ଥିଲେ। ଶେଷରେ କୃର୍ତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଶୁଭ୍ରାଂଶୁ ସାହୁ .ଉଠାଜଳସେଚନ କାର୍ଯ୍ୟାଳୟରେ ଇଂ....

ପଟ୍ଟାମୁଣ୍ଡାଇ ୧୫ା୮-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ପଡିଆଠାରେ ଶନିବାର ୮୦ ତମ ସ୍ୱାଧୀନତା ଦିବସ ସମାରୋହ ଅ....

ଦେଶଭକ୍ତଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚପଟ୍ଟାମୁଣ୍ଡାଇ ୧୫/୮-ଆର୍ଯ୍ୟଭୂମି ଭାରତର ସ୍ୱାଧୀନତା ସଂଗ୍ରା...
15/08/2026

ଦେଶଭକ୍ତଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ

ପଟ୍ଟାମୁଣ୍ଡାଇ ୧୫/୮-ଆର୍ଯ୍ୟଭୂମି ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସାହସ ଓ ଅତୁଳନୀୟ ବଳିଦାନକୁ ସ୍ମରଣ କରି ଶନିବାର ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଭାରତର ୮୦ ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି।ମଞ୍ଚ ର କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୂଖ୍ୟ ଅତିଥିଭାବେ ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା ଯୋଗ ଦେଇଥିଲେ ପ୍ରଥମେ ସମ୍ମାନର ସହିତ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ମଂଚର ଚିତ ବିନୋଦନ ଭବନ ପରିସରରେ ଏକ ବିଶେଷ ସଭା ଆୟୋଜିତ ହୋଇଥିଲା। ଏଥିରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ନାଗରିକ ଯୋଗଦେଇ ଦେଶର ମାଟି ପାଇଁ ଆତ୍ମବଳିଦାନ ଦେଇଥିବା ବିର ପୁତ୍ରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସ୍ୱାଧୀନତା ଆମ ଜନ୍ମଗତ ଅଧିକାର ଶୀର୍ଷକ ଆଲୋଚନା ଚକ୍ର କବିତା ପାଠ୍ୟତ୍ସବ ଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, "ଆମ ସ୍ୱାଧୀନତା କେବଳ ଏକ ଐତିହାସିକ ଘଟଣା ନୁହେଁ, ବରଂ ଏହା ଲକ୍ଷ ଲକ୍ଷ ଦେଶଭକ୍ତଙ୍କ ଆତ୍ମତ୍ୟାଗର ପ୍ରତୀକ। ଅଖଣ୍ଡ ଭାରତର ଆତ୍ମା ଆମ ଜାତୀୟ ପତାକା ଆଗରେ ସଦା ସର୍ବଦା ଜାଜ୍ୱଲ୍ୟମାନ।' ବକ୍ତାମାନେ ଆହୁରି ମଧ୍ୟ ପ୍ରକାଶ କରିଥିଲେ ଯେ, ଆଜିର ଏହି ପବିତ୍ର ଦିନରେ ଆମ ସମସ୍ତଙ୍କୁ ଜାତୀୟ ଏକତା, ଅଖଣ୍ଡତା ଓ ଭାଇଚାରାର ପରିଚୟ ଦେବାକୁ ହେବ। କାତି, ଧର୍ମ, ଓ ବର୍ଣ୍ଣର ଭେଦଭାବ ଭୁଲି ତିରଙ୍ଗା ତଳେ ଏକାଠି ହେବା ଏବଂ ଦେଶର ପ୍ରଗତିରେ ନିଜ ନିଜର ଯୋଗଦାନ ଦେବା ହିଁ ବୀର ସଂଗ୍ରାମୀମାନଙ୍କ ପ୍ରତି ସତ୍ୟ ଶ୍ରଦ୍ଧାଞ୍ଜଳି ହେବ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ରମେଶ ଚନ୍ଦ୍ର ଜେନା, ଡ....

ପଟ୍ଟାମୁଣ୍ଡାଇ ୧୫/୮-ଆର୍ଯ୍ୟଭୂମି ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସାହସ ଓ ଅତୁଳନୀୟ ବଳିଦାନକୁ ସ୍ମରଣ କରି ଶନିବାର ପଟ୍ଟା.....

କ୍ଷାବିତ ବିଜୟ ମଲ୍ଲିକଙ୍କ ଶ୍ରଦ୍ଧାଞ୍ଜଳି ସଭାପଟ୍ଟାମୁଣ୍ଡାଇ ତା-୧୪/୮- ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବିଶିଷ୍ଟ ଶିକ୍ଷାବିତ...
14/08/2026

କ୍ଷାବିତ ବିଜୟ ମଲ୍ଲିକଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ତା-୧୪/୮- ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ମଲ୍ଲିକଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛିI ଧ୍ରୁବ ଅନ୍ନପୂର୍ଣ୍ଣା କଳା ପରିଷଦ ସଭାପତି ନଳିନୀକାନ୍ତ ସ୍ଵାଇଁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବାଲିପାଟଣା ପଂଚାୟତ ପୂର୍ବତନ ସରପଞ୍ଚ କିଶୋର କୁମାର ଜେନା ଓ ବିଜୟାନନ୍ଦ ପରିଡା,ସମାଜସେଵୀ ଅଭୟ ଜେନା ଅମରେନ୍ଦ୍ର ନାୟକ, ତୁଳସୀ କ୍ଷେତ୍ର କଳାକାର ସଂଘ ସଭାପତି କେଦାର ବାବୁ ପ୍ରଦୀପ୍ତ ନାୟକ ସରୋଜ ଲେଙ୍କା . ନାରୀ ନେତ୍ରୀ ସରିତା ମଲ୍ଲିକ ଲିସା ରାଣୀ ମଲ୍ଲିକ,ଚନ୍ଦନନଗର ହାଇସ୍କୁଲ ପୂର୍ବତନ ପ୍ରଧାନଶିକ୍ଷକ ରଘୁନାଥ ମଲ୍ଲିକ, ମୋହିନୀ ଦେବୀ ଗ୍ରାମ୍ୟ କମିଟି ସଭାପତି ବିଭୁତି ଭୂଷଣ ଜେନା,ସଂପାଦକ ସୁବାଷ ଚନ୍ଦ ପରିଡା,ପୂର୍ବତନ ଏଜି ଅଡ଼ିଟର ଦିନମଣି ମଲ୍ଲିକ ପୂର୍ବତନ ପ୍ରଧାନଶିକ୍ଷକ ଶତୃଘନ ସାହୁ ଓ ଏକାଦଶୀ ସାମଲ ପ୍ରମୁଖ ଭାଷଣ ଦେଇ ଦିବଂଗତ ଶିକ୍ଷାବିତ ବିଜୟ ମଲ୍ଲିକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ଧ୍ରୁବ ଅନ୍ନପୂର୍ଣ୍ଣା କଳା ପରିଷଦ କଳାକାରମାନେ ଭଜନ ପରିବେଷଣ କରିଥିଲେ Iଶେଷରେ ମନୋରଞ୍ଜନ ମଲ୍ଲିକ (ମୁନା ) ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ସ୍କୃତୀରଞ୍ଜନ ମଲ୍ଲିକ,ଜୟଶ୍ରୀ ମଲ୍ଲିକ,ରାଜଶ୍ରୀ ମଲ୍ଲିକ,ସୁକାନ୍ତ ସାହୁ ପରିଚାଳନା କରିଥିବାବେଳେ ବେଣୁଧର ମଲ୍ଲିକ,ବସନ୍ତ ମଲ୍ଲିକ, ଗୁରୁ ଚରଣ ମଲ୍ଲିକ ପରିଚାଳନାରେ ସହଯୋଗ କରିଥିଲେ I

ପଟ୍ଟାମୁଣ୍ଡାଇ ତା-୧୪/୮- ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ମଲ୍ଲିକଙ୍କ ଏକାଦଶାହ...

ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଫାର୍ମାସିଷ୍ଟଙ୍କ ଡେପୁଟେସନ ବାତିଲ ଦାବି, ସିଡ଼ିଏମଓଙ୍କୁ ଦାବିପତ୍ରପଟ୍ଟାମୁଣ୍ଡାଇ ୧୪/୮ନରେନ୍ଦ୍ର ଧଳ - ପଟ୍ଟାମୁ...
14/08/2026

ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଫାର୍ମାସିଷ୍ଟଙ୍କ ଡେପୁଟେସନ ବାତିଲ ଦାବି, ସିଡ଼ିଏମଓଙ୍କୁ ଦାବିପତ୍ର

ପଟ୍ଟାମୁଣ୍ଡାଇ ୧୪/୮ନରେନ୍ଦ୍ର ଧଳ - ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ବିପନ୍ନ ଧୋୟାଂଚଳରେ ଅବସ୍ଥିତ ସର୍ବପୁରାତନ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଂଟିଆ ସେବା ଯୋଗାଇ ଦେବାକୁ ଅଂଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ବିକ୍ରମାଦିତ୍ୟ ଦାଶଙ୍କୁ ହଠାତ୍ ପଟ୍ଟାମୁଣ୍ଡାଇ ସବଡିଭିଜନାଲ ହସ୍ପିଟାଲକୁ ଡେପୁଟେସନରେ ପଠାଯିବା ଘଟଣା ଅଂଚଳବାସୀଙ୍କୁ ନିରାଶ ଓ ଆଶ୍ଚର୍ଯ୍ୟଚକିତ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଅଣ୍ଢରା, ସିଂହଗାଁ, ପେଣ୍ଠପାଳ, ଅମୃତମଣୋହି ଓ ବଲୁରିଆ ଆଦି ପଂଚାୟତର ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ସମେତ ଶତାଧିକ ଜନସାଧାରଣ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସରଙ୍କ ନିକଟରେ ଲିଖିତ ଭାବେ ଆପତି ଜଣାଇଥିଲେ। ଅନ୍ୟପକ୍ଷରେ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଦିନ ୧୨ ଟା ପରେ ବନ୍ଦ ରହୁଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ତେବେ ଅଣ୍ଢରା ଫାର୍ମାସିଷ୍ଟ ଦାଶଙ୍କ ଡେପୁଟେସନ ଆଦେଶ ବାତିଲ ପାଇଁ ଅଂଚଳବାସୀ ଦାବି କରିବାର ୨ ସପ୍ତାହରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ବିଭାଗୀୟ କତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ରୋଗୀ ସେବାରୁ ବଂଚିତ ଧୋୟାଂଚଳବାସୀ ବାଧ୍ୟ ହୋଇ ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ତରଡ଼ିପାଳ ସମିତିସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ବିଶ୍ୱାଳ, କୁଳମଣି ମଲିକ, ନିରଞ୍ଜନ ସୁନ୍ଦରାୟ, ସନ୍ତୋଷ ତରାଇ, ଗୋପୀନାଥ ଧଳ, ମାନସ ସାମଲ, ରବୀନ୍ଦ୍ର ଧଳ ପ୍ରମୁଖ ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଧିକାରୀଙ୍କୁ ଭେଟି ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଂଟିଆ ରୋଗୀ ସେବା ସୁନିଶ୍ଚିତ କରିବା ସହ ଫାର୍ମାସିଷ୍ଟ ବିକ୍ରମାଦିତ୍ୟ ଦାଶଙ୍କ ଡେପୁଟେସନ ଆଦେଶକୁ ତୁରନ୍ତ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି। ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ପୁନଃରାୟ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦେବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଧୋୟାଂଚଳର ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବ୍ୟାହତ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି। ପ୍ରଶାସନ ଏହି ସଂବେଦନଶୀଳ ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ପଟ୍ଟାମୁଣ୍ଡାଇ ୧୪/୮ନରେନ୍ଦ୍ର ଧଳ – ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ବିପନ୍ନ ଧୋୟାଂଚଳରେ ଅବସ୍ଥିତ ସର୍ବପୁରାତନ ଅଣ୍ଢରା ସ୍ୱାସ୍ଥ୍ୟ.....

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ରିଲିଫ ବଂଟନପଟ୍ଟାମୁଣ୍ଡାଇ ୧୪/୮ - ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭି...
14/08/2026

ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

ପଟ୍ଟାମୁଣ୍ଡାଇ ୧୪/୮ - ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳରେ ରାଜ୍ୟ ଛାତ୍ରକଂଗ୍ରେସ ପକ୍ଷରୁ ରିଲିଫ ବଂଟନ କାର୍ଯ୍ୟ କରାଯାଇଛି। ରାଜ୍ୟ ଛାତ୍ର କଂଗ୍ରେସ କମିଟିର ସଭାପତି ବିଭୂତି ମହାପାତ୍ରଙ୍କ ନେତୃତ୍ୱରେ ପୂର୍ବତନ ବିଧାୟିକା ଡ଼ ସିପ୍ରା ମଲିକ,ଜିଲା ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ଜିଲା ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରକାଶ ମହାନ୍ତି, ଜିଲା ସୋସିଆଲ ମିଡିଆ ଅଧ୍ୟକ୍ଷ ହିମାଂଶୁ ନନ୍ଦ, ଭାଗୀରଥୀ ଜେନା, ବିଦ୍ୟୁଭୂଷଣ ମହାପାତ୍ର, ହଳଧର ସେଠୀ ଓ ଧନେଶ୍ୱର ଦାସ, ଦିବେଶ ମଲିକଙ୍କ ସମେତ ବହୁ କଂଗ୍ରେସ ଛାତ୍ରକଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇ ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା, ଅଲପୁଆ, ତାରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହି ଶ୍ରୀରାମପୁର, ବାଛରା, ଡାମରପୁର, ତନୁପୁର, ନନ୍ଦିନ ନଗର ଓ ବାଲିପଡ଼ା ଆଦି ବିଭିନ୍ନ ଅଂଚଳରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ରିଲିଫ ଆକାରରେ ପାଲ, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ କରିଛନ୍ତି ।

ପଟ୍ଟାମୁଣ୍ଡାଇ ୧୪/୮ – ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳରେ ରାଜ୍ୟ ଛାତ୍ରକଂଗ୍ରେସ ପକ୍ଷରୁ ରିଲିଫ...

ଗୋଷ୍ଠୀ ଶୌଚାଳୟ ବିବାଦ: ୯ମ ଦିନରେ ଅନଶନ, ଉଚ୍ଚସ୍ତରୀୟ ତଦନ୍ତ ପରେ ବି ଫିଟିଲାନି ସମାଧାନର ବାଟଅନଶନକାରୀଙ୍କ ଜିଦ୍‌କୁ ନେଇ ବୁଦ୍ଧିଜୀବୀ ମହଲରେ...
14/08/2026

ଗୋଷ୍ଠୀ ଶୌଚାଳୟ ବିବାଦ: ୯ମ ଦିନରେ ଅନଶନ, ଉଚ୍ଚସ୍ତରୀୟ ତଦନ୍ତ ପରେ ବି ଫିଟିଲାନି ସମାଧାନର ବାଟ

ଅନଶନକାରୀଙ୍କ ଜିଦ୍‌କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ପଟ୍ଟାମୁଣ୍ଡାଇ୧୪/୮- ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମାଳିପୁର ଗ୍ରାମର ଶନିମନ୍ଦିର ନିକଟସ୍ଥ ରାସ୍ତା କିସମ ଜମିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣକୁ ନେଇ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ବିରୋଧ କରି ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାଶ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚଳାଇଥିବା ଆମରଣ ଅନଶନ ଶୁକ୍ରବାର ୯ମ ଦିନରେ ପହିଁିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ମହାନ୍ତି ଓ ଅତିରିକ୍ତ ଜିଲାପାଳ (ରାଜସ୍ୱ) ରବୀନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଦାବି ଶୁଣିବା ପରେ, ତହସିଲଦାର ଓ ବିଡିଓଙ୍କ ଉପସ୍ଥିତିରେ ଅନଶନକାରୀଙ୍କ ସହ ପୁନର୍ବାର ଆଲୋଚନା କରାଯାଇଥିଲା। ମାତ୍ର ଶୌଚାଳୟ ନିର୍ମାଣ ସ୍ଥାନ ପରିବର୍ତନ ଦାବିରେ ଅନଶନକାରୀ ଅଟଳ ରହିବାରୁ ଆଲୋଚନା ନିଷ୍କର୍ଷବିହୀନ ହୋଇଛି। ଅନଶନକାରୀ ପ୍ରଶାସନର ସମସ୍ତ କଥାକୁ ଅଣଦେଖା କରି ଅନଶନ ଜାରି ରଖିବାକୁ ନେଇ ବୃଦ୍ଧିଜୀବୀ ମହଲରେ ଚିନ୍ତା ଓ ପ୍ରତିକ୍ରିୟା ପ୍ରକାଶ ପାଇଛି।...

ଅନଶନକାରୀଙ୍କ ଜିଦ୍‌କୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ପଟ୍ଟାମୁଣ୍ଡାଇ୧୪/୮- ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ମାଳିପୁର ଗ୍ରାମର ....

ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ମୃତ ତପନଙ୍କ ଅସହାୟ ପରିବାରକୁ ସହାୟତାପଟ୍ଟାମୁଣ୍ଡାଇ ତା ୧୪/୮ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀ ଜଗନ୍ନାଥ ଚାର...
14/08/2026

ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ମୃତ ତପନଙ୍କ ଅସହାୟ ପରିବାରକୁ ସହାୟତା

ପଟ୍ଟାମୁଣ୍ଡାଇ ତା ୧୪/୮ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଦାବେଳେ ଅସହାୟଙ୍କ ପାଇଁ ସାହାରା ସାଜିଛି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ପଟିଲୋ ପଂଚାୟତ ନନ୍ଦନ ଗ୍ରାମର ତପନ ବାରିକ ବୃତ୍ତି ରେ ଜଣେ ଡ୍ରାଇଭର । ତାଙ୍କର ପରିବାର କହିଲେ ମାନସିକ ବିକୃତ ବାପା ବୃଦ୍ଧ ମା ସ୍ତ୍ରୀ ଓ ୩ଝିଅ । କିଡ଼ନୀ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତପନଙ୍କ ମୃତ୍ୟୁ ଘଟିଛି । ଏହି ଅସହାୟ ପରିବାରର ଦାରୁଣ ଦୁଃଖ କାହାଣୀର ଖବର ମିଡିଆରେ ପ୍ରସାରିତ ପରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏହି ପରିବାର ପାଖରେ ପହଞ୍ଚି ମୃତ ତପନଙ୍କ ସ୍ତ୍ରୀ ସଂଗୀତାଙ୍କ ସହ ଆଲୋଚନା କରି ପରିବାର ଚଳିବା,ପିଲାଙ୍କ ପାଠପଢା ଓ ବୃଦ୍ଧ ବାପା ମା ଙ୍କୁ ସହାୟତା ସହ ସଂଗୀତାଙ୍କୁ ସ୍ୱରୋଜଗାର ଯୋଜନାରେ ସାମିଲ କରାଯିବବା ନେଇ ଆଲୋଚନା କରିଥିଲେ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ପରାମର୍ଶଦାତା ନିମାଇଁ ଚରଣ କର, ମୁଖପାତ୍ର ପ୍ରମୋଦ ନାୟକ ଟ୍ରଷ୍ଟର ଅନୁଗୁଳ ପ୍ରତିନିଧି ପ୍ରଶାନ୍ତ କୁମାର ଦାଶ, ସୁରେନ୍ଦ୍ରନାଥ ଶତପଥୀ, ବଳରାମ ଦାସ ଚିତ୍ତରଞ୍ଜନ ବସନ୍ତରାୟ ପ୍ରମୁଖ ଏହି ଅସହାୟ ପରିବାରକୁ ଭେଟି ୨ମାସର ରାସନ ସଉଦା ସହ ପିଲାମାନଙ୍କ ପାଠପଢା ପାଇଁ ଆର୍ଥିକ ସହାୟତା ପ୍ରଦାନ ସହ ଆଗାମୀ ଦିନରେ ଏହି ଦୁସ୍ଥ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବାକୁ ଟ୍ରଷ୍ଟ କର୍ମକର୍ତ୍ତା ପ୍ରତିଶୃତି ଦେଇଥିଲେ।

ପଟ୍ଟାମୁଣ୍ଡାଇ ତା ୧୪/୮ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଦାବେଳେ ଅସହାୟଙ୍କ ପାଇଁ ସାହାରା ସାଜିଛି । .....

ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ହର ଘର ତ୍ରିରଙ୍ଗା ରାଲିପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ଆଜି ୧୪ ଅଗଷ୍ଟରେ ଏକ ଭବ୍ୟ ‘ହର ଘ...
14/08/2026

ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ହର ଘର ତ୍ରିରଙ୍ଗା ରାଲି

ପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ଆଜି ୧୪ ଅଗଷ୍ଟରେ ଏକ ଭବ୍ୟ ‘ହର ଘର ତ୍ରିରଙ୍ଗା’ ରାଲି ସଫଳତାର ସହ ଆୟୋଜିତ ହୋଇଛି .। ଏହି ରାଲି ବ୍ଲକ କାର୍ଯ୍ୟାଳୟରୁ ବାହାରି ପଟ୍ଟାମୁଣ୍ଡାଇ ବଜାର ସମେତ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା ଏହି ଭକ୍ତି ଦେଶାତ୍ମବୋଧ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ,ବ୍ଲକ ସହନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ,ଓ ପ୍ରସନ୍ନ ରାଉତ ସହକାରୀ ଯନ୍ତ୍ରୀ ବିନାୟକ ମିଶ୍ର ବନ୍ଦିତା ବେହୁରା ଶୁଭସ୍ମିତା ବେହେରା,ପ୍ରକୃତି ମହାପାତ୍ର, ଜ୍ଞାନ ରଞ୍ଜନ ବେହେରା ମୋନାଲିସା ପ୍ରଧାନ, ସି ଡି ପି ଓ ଲଷ୍ମୀମଣି ସିଂ ଯୋଗାଣ ନିରୀକ୍ଷକ ପୁଷ୍ପଲତା ଗାହାଣ,ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ଉପବିଭାଗୀୟ ଅଧିକାରୀ ଗୌରୀ ବେହେରା,ଡବ୍ଲୁ ଇ ଓ ଲିପିକା ବେହେରା,ଓ ଏଲ ଏମ ବି ପି ଏମ ପ୍ରକାଶ ସେଠୀ ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା ଅରଡ଼ ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା, ବଲୁରିଆ ପୂର୍ବତନ ସରପଞ୍ଚ ରତିକାନ୍ତ ସାହାଣୀ ଡିହାପଡା ସରପଞ୍ଚ ଶତ୍ରୁଗ୍ନ ମଲିକ, ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଦିହୁଡିପୁର ସରପଞ୍ଚ ନରେଶ ମଲିକ,ପେଣ୍ଠ ପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ ସମିତି ସଭ୍ୟ ଉତ୍ତମ ଜେନା, ଖଣତା ସମିତି ସଭ୍ୟ ସୁରେଶ ଜେନା,ମିଶନଶକ୍ତି ସହାୟିକା ପ୍ରମିଳା ଜେନା ସମାଜସେବୀ ସଂଗ୍ରାମ ସ୍ୱାଇଁ ଶଶିକାନ୍ତ ପଣ୍ଡା, ପ୍ରେମାନନ୍ଦ ସେଠୀଙ୍କ ସମେତ ମିଶନଶକ୍ତି, ମହିଳା ମହା ସଂଘ ଓ ବିଭିନ୍ନ ଏସ ଏସ ଜି ଗ୍ରୁପ ମହିଳା ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ସଂଗଠନ କର୍ମକର୍ତ୍ତା ସମେତ ୩୦୦ ଅଂଶଗ୍ରହଣକାରୀ ସାମିଲ ହୋଇ ତ୍ରିରଙ୍ଗା ପତାକା ଜାତୀୟ ଏକତା, ଦେଶପ୍ରେମ ଓ ଦେଶର ଗୌରବ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜି ପି ଡି ଓ ରଂଜିତ ପରିଡା, ପ୍ରଭାତ ମଲ୍ଲିକ ପ୍ରିୟ ରଞ୍ଜନ ସ୍ୱାଇଁ ଓ ଦୁଷ୍ମନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ପଟ୍ଟାମୁଣ୍ଡାଇ ତା ୧୪/୮- ପଟ୍ଟାମୁଣ୍ଡାଇ ବ୍ଲକ ପକ୍ଷରୁ ଆଜି ୧୪ ଅଗଷ୍ଟରେ ଏକ ଭବ୍ୟ ‘ହର ଘର ତ୍ରିରଙ୍ଗା’ ରାଲି ସଫଳତାର ସହ ଆୟୋଜିତ ହୋଇ....

Address

Kendrapara District

Alerts

Be the first to know and let us send you an email when Anweshan odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share