Anwesan news

Anwesan news NEWS STORY

ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ବୃକ୍ଷରୋପଣ କାର୍ଯ୍ୟକ୍ରମକେନ୍ଦ୍ରାପଡା୨୩ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତ ...
23/07/2026

ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା୨୩ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଦୁହୁରିଆ ବିଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନଡିଆ ଗଛର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କହିଥିଲେ ଯେ ସମସ୍ତେ ନିହାତି ଗୋଟିଏ ଗଛ ଲଗାଇବା ଦରକାର । କାରଣ ବୃକ୍ଷ ପରିବେଶକୁ ସୁରକ୍ଷିତ ରଖେ । ଖରା, ବର୍ଷା ଓ ପ୍ରାକୃତିକ ର୍ଦୁବିପାକରୁ ରକ୍ଷା କରେ । ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହରେକୃଷ୍ଣ ବରାଳ, ଉପସଭାପତି କ୍ଷିରୋଦ ଚନ୍ଦ୍ର ନାଥ, ସହ ସମ୍ପାଦକ ହେମନ୍ତ କୁମାର ପତି, କୋଷାଧ୍ୟକ୍ଷ ବଳରାମ ବରାଳ, ସଭ୍ୟ ଅନାଦି ଚରଣ ଓଝା, ସାଂସ୍କୃତିକ ସମ୍ପାଦକ ଗଗନ ବିହାରୀ ସିଂ, ପ୍ରସନ୍ନ କୁମାର ସାହୁ, ରଘୁନାଥ ଦାସ, ଅଧିକାରୀ ଗୋପିନାଥ ଦାସ, ସରୋଜକାନ୍ତ ଜେନା, ଗୋବିନ୍ଦ ଦାସ, ନିରଞ୍ଜନ ଜେନା ଏବଂ ଗୁଣମଣି ବେହେରା, ସଭରୀ ଦାସ ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଗଛ ମାନଙ୍କର ରକ୍ଷଣା ବେକ୍ଷଣ ପାଇଁ ଗଛର ଚାରିପାଖରେ କପଡା ବନ୍ଧା ଯାଇଥିଲା । ରଘୁନାଥ ଦାସ ଓ ସଭରୀ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା ।

କେନ୍ଦ୍ରାପଡା୨୩ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଦୁହୁରିଆ ବିଲେଶ୍ୱର .....

ଦଳିତ ମହିଳା ଖାଉଟି ସାମଗ୍ରୀରୁ ବଞ୍ଚିତକେନ୍ଦ୍ରାପଡ଼ା,୨୩ା୭:ଜଣେ ଦଳିତ ବର୍ଗର ମହିଳାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରାଯାଇଥିବା ନେଇ ...
23/07/2026

ଦଳିତ ମହିଳା ଖାଉଟି ସାମଗ୍ରୀରୁ ବଞ୍ଚିତ

କେନ୍ଦ୍ରାପଡ଼ା,୨୩ା୭:ଜଣେ ଦଳିତ ବର୍ଗର ମହିଳାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ ବାରିମୂଳ ଗ୍ରାମପଞ୍ଚାୟତର ଖଣ୍ଡସାହି ଗ୍ରାମର ଗୈାତ୍ତମ ମଳିକଙ୍କ ପତ୍ନୀ ଭଗବତୀ ମଳିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାମରେ ରାସନକାର୍ଡ ରହିଛି। କିନ୍ତୁ ଖାଉଟି ଡିଲର କିଛିମାସ ହେବ ତାଙ୍କ ଫିଙ୍ଗର ପ୍ରିଣ୍ଟ ନେଉଥିଲେ ମଧ୍ୟ ଖାଉଟି ସାମଗ୍ରୀ ଅର୍ଥାତ ଚାଉଳ ତାଙ୍କୁ ଦେଉନାହାନ୍ତି। ଏସମ୍ପର୍କରେ ସେ ଡେରାବିଶ ବ୍ଲକରେ ହୋଇଥିବା ଜନ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତା’ପରେ ସେହି ବ୍ଲକର ମାର୍କେଟିଂ ଇନସପେକ୍ଟର ତାଙ୍କ ଘରକୁ ଯାଇ ତାଙ୍କୁ ଧମକାଇ ଏକ କାଗଜରେ ତାଙ୍କ ଠାରୁ ଦସ୍ତଖତ ନେଇଆସିଥିଲେ। ଏହାପରେ ଡିଲର ଆଉ ତାଙ୍କୁ ଖାଉଟି ସାମଗ୍ରୀ ଦେଉନାହିଁ। ତାଙ୍କ ସ୍ୱାମୀ ଓ ସେ ନିଜେ ଦିନମଜୁରିଆ ହୋଇଥିବାରୁ ଏହି ରାସନ ଚାଉଳ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି। କିନ୍ତୁ ସେଥିରୁ ସେମାନଙ୍କୁ ବଞ୍ଚିତ କରାଯାଇଥିବାରୁ ବହୁ ଦୁଃଖ କଷ୍ଟରେ ସେମାନେ କାଳାତିପାତ କରୁଥିବା କହିଛନ୍ତି। ତେଣୁ ଯଥା ଶୀଘ୍ର ତାଙ୍କ ବକେୟା ରାସନ ସାମଗ୍ରୀ ତାଙ୍କୁ ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରି ନିବେଦନ କରିଛନ୍ତି। ଏହି ଅଭିଯୋଗର ନକଲ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା,୨୩ା୭:ଜଣେ ଦଳିତ ବର୍ଗର ମହିଳାଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରୁ ବଞ୍ଚିତ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭ....

ଅଳପୁଆ – ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ରେନକଟ ଯୋଗାଯୋଗ ବିଛିନ୍ନ ସମ୍ଭାବନା!ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କ...
23/07/2026

ଅଳପୁଆ – ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ରେନକଟ ଯୋଗାଯୋଗ ବିଛିନ୍ନ ସମ୍ଭାବନା!

ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ। ପ୍ରବଳ ବର୍ଷା ଜଳ ଓ ଭାରିଯାନ ଚଳାଚଳ ପ୍ରଭାବରେ ରାସ୍ତାର ମାଟି ଧୋଇଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ, ଯେକୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଓ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଧୋୟାଞ୍ଚଳର ଅଳପୁଆରୁ ବଲୁରିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ (ଚଡଊ) ରାସ୍ତାରେ ବଡବଡ ଗଭୀର ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହିଛି । ଫଳରେ ଭାରିଯାନ ଯାତାୟତ ଯୋଗୁ ଗଭୀର ’ରେନକଟ’ (ଜବସଦ୍ଭ ଉଙ୍କଗ୍ଧ ) ମାଟି ଧୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ଅଳପୁଆ, ବଲୁରିଆ, ଅଣ୍ଢରା, ଅମୃତମଣୋହୀ, ତରଡ଼ିପାଳ ଆଦି ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ରାସ୍ତାଟି ସମ୍ପୂର୍ଣ୍ଣ କଟିଗଲେ ଏହିସବୁ ଗ୍ରାମଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିବେ। ସ୍କୁଲ-କଲେଜ ଛାତ୍ରଛାତ୍ରୀ, ରୋଗୀ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ପାଇଁ ସ୍ଥାନୀୟ ଲୋକେ ଗଭୀର ଦୁର୍ଦ୍ଦଶାର ସମ୍ମୁଖୀନ ହେବେ । ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ରାସ୍ତାରେ ସୃଷ୍ଟି ହୋଇଥିବା ରେନକଟ ଦିନକୁ ଦିନ ବୃଦ୍ଧି ପାଉଛି। ଯଦି ପ୍ରଶାସନ ତୁରନ୍ତ ବାଲିବସ୍ତା ଓ ମରାମତି କାର୍ଯ୍ୟ ନକରେ, ତେବେ ଯେକୌଣସି ମୁହୂର୍ତ୍ତରେ ରାସ୍ତାଟି ସମ୍ପୂର୍ଣ୍ଣ ଭାସିଯିବ। ଅଞ୍ଚଳବାସୀ ଓ ସ୍ଥାନୀୟ ପ୍ରତିନିଧିମାନେ ପୂର୍ତ୍ତ ବିଭାଗ (ଚଡଊ) ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହି ରେନକଟ ସ୍ଥଳରେ ପାଚେରୀ/ସୁରକ୍ଷା ବନ୍ଧ, ବାଲିବସ୍ତା ପ୍ୟାକିଂ ଏବଂ ଆବଶ୍ୟକ ମରାମତି କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି। ଅନ୍ୟପକ୍ଷରେ ତରଡ଼ିପାଳ ସତ୍ୟସାଇ ଶିଶୁ ମନ୍ଦିର ଛକ, ହାଇସ୍କୁଲ ଛକ ସହିତ ତରଡ଼ିପାଳ ଠାକୁର ନିଗମାନନ୍ଦ ଶାଖା ସଂଘ ସମ୍ମୁଖରେ ରାସ୍ତାଟି ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଗତ ୨ସପ୍ତାହ ହେବ ଲଘୁଚାପଜନିତ ବର୍ଷା ଯୋଗୁଁ ଏଠାରେ ରେନକଟ ସୃଷ୍ଟି ହୋଇ ସମ୍ପ୍ରତି ଘାଇର ରୂପ ନେବାକୁ ବସିଛି। ଏବେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଆଗକୁ ବନ୍ୟା ଆସିବାର ନିଶ୍ଚିତ ସମ୍ଭାବନା ସୃଷ୍ଟି ହୋଇଛି । ଯାହା ଫଳରେ ବନ୍ୟା ଯୋଗୁଁ ତରଡ଼ିପାଳ ଓ ଅଳପୁଆ ପଞ୍ଚାୟତର ୧୦ ଟି ପଡା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହେବାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଅଞ୍ଚଳ ସହିତ ବରୀ ବ୍ଲକର କେତେକ ଅଂଚଳକୁ ମଧ୍ୟ ଯୋଗାଯୋଗ ବିଛିନ୍ନ ହେବାର ସମ୍ଭାବନା ରହିଛି ଓ ଅଣ୍ଢରା ହାଟକୁ ବରୀ ଅଞ୍ଚଳରୁ ଆସୁଥିବା ପନିପରିବା ପରିବହନ ମଧ୍ୟ ବାଧାପ୍ରାପ୍ତ ହେବ। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଥିବା ଖଳଖମା ପୂରଣ କରି ବାଉଁଶ ଜାଫ୍ରି ଦେବାକୁ ବ୍ରାହ୍ମଣୀ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି।

ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁ...

ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତକେନ୍ଦ୍ରାପଡ଼ା,୨୩ା୭:ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମ...
23/07/2026

ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା,୨୩ା୭:ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ଆଲୁମନି ଗାର୍ଡେନରେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରଫେସର ଦାସଙ୍କ କରକମଳରେ ଏକ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ବିଭିନ୍ନ ବୃକ୍ଷର ଚାରା ରୋପଣ କରି ପରିବେଶ ସଂରକ୍ଷଣ ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ। ଏହି ଉତ୍ସବରେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ପୁହାଣ, ଏନସିସି ବାଳିକା ବିଭାଗ ଏଏନଓ କ୍ୟାପଟେନ ସୀମା ମହାନ୍ତି,ଏନସିସି ବାଳକ ବିଭାଗ ଏଏନଓ ରଜନୀକାନ୍ତ ତ୍ରିପାଠୀ,ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ପୂର୍ବାଶା ପ୍ରିୟଦର୍ଶିନୀ, ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ତୁଷାରକାନ୍ତି ଭୂୟାଁ, ମାଇଁ ଆଲୁମନି ଆସୋସିଏସନ ସଭାପତି ପୂର୍ଣ୍ଣିମା ବିଶ୍ୱାଳ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ,ଏନସିସିର ବାଳକ ଓ ବାଳିକା ବିଭାଗର କ୍ୟାଡେଟ୍‌ମାନଙ୍କ ସମେତ ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ପ୍ରଫେସର ଦାସ ମହାବିଦ୍ୟାଳୟର ସାମଗ୍ରିକ ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

କେନ୍ଦ୍ରାପଡ଼ା,୨୩ା୭:ମାଇଁ ଆଲୁମନି ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପ୍ରଫେସର ଚିତ୍ତର...

ନିଟ ପ୍ରସଙ୍ଗ ଓ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସଆର ଜୁଲମକୁ ନେଇ କଂଗ୍ରେସର ବିକ୍ଷୋଭକେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ...
23/07/2026

ନିଟ ପ୍ରସଙ୍ଗ ଓ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସଆର ଜୁଲମକୁ ନେଇ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସ ଆକ୍ରମଣ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନଙ୍କୁ ପୋଲିସ ଅଟକ ରଖିଥିବା ଘଟଣାର ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ତିନିମୁହାଣି ଛକରେ ଦଳୀୟ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପ୍ରତିବାଦକାରୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ଦିଲ୍ଲୀର ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଏହି ଅବସରରେ କଂଗ୍ରେସ ନେତାମାନେ କହିଥିଲେ ଯେ, ଗଣତନ୍ତ୍ରରେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କର ନିଜ ଦାବି ଏବଂ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉଠାଇବାର ସାମ୍ବିଧାନିକ ଅଧିକାର ରହିଛି। ସେହି ସ୍ୱରକୁ ବଳପୂର୍ବକ ଦମନ କରିବା ଗଣତନ୍ତ୍ର ପାଇଁ ବିପଦଜନକ ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରତିବାଦକାରୀମାନେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଦିଲ୍ଲୀରୁ ଉଠିଥିବା ଏହି ପ୍ରତିବାଦର ସ୍ୱର ଏବେ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରତିଧ୍ୱନିତ ହୋଇଛି। ଛାତ୍ରଛାତ୍ରୀଙ୍କ ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ସଂଗ୍ରାମ ଜାରି ରହିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ବରିଷ୍ଠ ନେତା ଧନେଶ୍ୱର ଦାସ ଓ ଫକୀର ଖଟୁଆ, ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତି, ଜ୍ୟୋତି ରଞ୍ଜନ ପରିଡ଼ା, ଶିକଂଶୁ ଲେଙ୍କା, ନଗର ସଭାପତି ଦିଲ୍ଲୀପ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭାଗୀରଥୀ ଜେନା, ସସ୍ମିତା ପଣ୍ଡା, ସନ୍ତୋଷ ବେହେରା, ସର୍ବେଶ୍ୱର ସେଠୀ, ଦାଶରଥୀ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।

କେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସ ଆକ୍ରମଣ ଏବଂ ଲ...

ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ଆଲୋଚନାଚକ୍ରକେନ୍ଦ୍ରାପଡ଼ା,୨୨ା୭:ପାରାଦୀପସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷ...
22/07/2026

ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା,୨୨ା୭:ପାରାଦୀପସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଷ୍ଟେଟବ୍ୟାଙ୍କ ପେନସନର୍ସମାନଙ୍କ ସମସ୍ୟା ସମାଧାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ଏହି ବୈଠକରେ ପୈାରହିତ୍ୟ କରିଥିଲେ। ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ,ପାରାଦୀପର ମାନବସମ୍ବଳ ପରିଚାଳକ ଶକ୍ତିପ୍ରସନ୍ନ ପତି ବୈଠକ ପରିଚାଳନା କରିବା ସହ ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଓଡିଶା ସର୍କଲର ଆଞ୍ଚଳିକ ସମ୍ପାଦକ ଗଣେଶ୍ୱର ମେକାପ ବିଭିନ୍ନ ସମସ୍ୟା ଉତ୍‌ଥାପନ କରିବା ସହ ପାରାଦୀପ ଆଞ୍ଚଳିକ କାର୍ଯ୍ୟାଳୟର ଷ୍ଟେଟବ୍ୟାଙ୍କ ଡିସପେନ୍‌ସରୀ(ଚିକିତ୍ସାକେନ୍ଦ୍ର) ସହ ଡାଇଗ୍ନୋଷ୍ଟିକ ସେଣ୍ଟରର ସୁପାରିଶ କରିବା ନିମନ୍ତେ ଦୀର୍ଘଦିନର ଦାବିକୁ ବ୍ୟାଙ୍କ କତ୍ତୃପକ୍ଷ ବାରମ୍ବାର ଅଣଦେଖା କରୁଥିବାରୁ ଗଭୀର ଉଦବେଗ ପ୍ରକାଶ କରିଥିଲେ। ମୁଖ୍ୟପରିଚାଳକ ଶ୍ରୀ ଭଟ୍ଟାଚାର୍ଯ୍ୟ ଓ ମାନବସମ୍ବଳ ପରିଚାଳକ ଶ୍ରୀ ପତି ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲାଯିବାକୁ ସୁପାରିଶ କରାଯିବ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ। ବୈଠକରେ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ମାଧବାନନ୍ଦ ମହାପାତ୍ର, ଶରତ କୁମାର ମୁଦୁଲି, ଦୁର୍ଯ୍ୟୋଧନ ସେଠୀ, ଗୋଳକ ବିହାରୀ ବେହେରା,ଏସାନ ମହମ୍ମଦ, ନିତ୍ୟାନନ୍ଦ ସେଠୀ, ପରମାନନ୍ଦ ସେଠୀ, ରବିନ ଗୋଛାୟତ, ହରିହର ଗୋଛାୟତ, ଜିତେନ ଗୋଛାୟତ, ହରିପଦ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଆଞ୍ଚଳିକ ସମ୍ପାଦକ ଶ୍ରୀ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ରାପଡ଼ା,୨୨ା୭:ପାରାଦୀପସ୍ଥିତ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍.....

ଜମଧର ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଳମ୍ବିତ ଉପସ୍ଥିତି ନେଇ ଗ୍ରାମବାସୀଙ୍କ ଅଭିଯୋଗକେନ୍ଦ୍ରାପଡ଼ା,୨୨/୭ - କେନ୍ଦ୍ର...
22/07/2026

ଜମଧର ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଳମ୍ବିତ ଉପସ୍ଥିତି ନେଇ ଗ୍ରାମବାସୀଙ୍କ ଅଭିଯୋଗ

କେନ୍ଦ୍ରାପଡ଼ା,୨୨/୭ - କେନ୍ଦ୍ରାପଡ଼ା ଜିଲ୍ଲା ଜମଧର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ କରି ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ଦାଖଲ କରିଛନ୍ତି। ନରେଶ ଜେନାଙ୍କ ନେତୃତ୍ୱରେ ଜମଧର ଗ୍ରାମ ପଞ୍ଚାୟତର ବହୁ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ବିଦ୍ୟାଳୟରେ ଚାଲିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିୟମିତ ବିଳମ୍ବିତ ଉପସ୍ଥିତି ଯୋଗୁଁ ବିଦ୍ୟାଳୟର ପାଠପଢ଼ା ବ୍ୟାହତ ହେଉଥିବା ବେଳେ କୁନି କୁନି ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ତତ୍ତ୍ୱାବଧାନ ବିନା କିଛି ସମୟ ରହୁଛନ୍ତି। ବିଦ୍ୟାଳୟ ନିକଟରେ ଏକ ପୁଷ୍କରିଣୀ ଥିବାରୁ ପିଲାମାନଙ୍କ ସୁରକ୍ଷାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଉଦ୍ୱେଗ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସ୍ଥାୟୀ ସମାଧାନ ସହ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କୁ ମଧ୍ୟ ଅବଗତ କରାଯାଇଥିବା ବେଳେ ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

କେନ୍ଦ୍ରାପଡ଼ା,୨୨/୭ - କେନ୍ଦ୍ରାପଡ଼ା ଜିଲ୍ଲା ଜମଧର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ .....

Address

Pattamundai
Kendrapara
754215

Alerts

Be the first to know and let us send you an email when Anwesan news posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anwesan news:

Shortcuts

Share