Anwesan news

Anwesan news NEWS STORY

ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରାମର ବ୍ରାଉନ ...
24/09/2025

ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହ ଘଟଣାରେ ସମ୍ପୃକ୍ତ ନିମପୁର ଗ୍ରାମର ରାଜେଶ ସେଠୀ (୨୫)ଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ତାଙ୍କୁ ବୁଧବାର ସଂନ୍ଧ୍ୟାରେ କୋଟ ଚାଲାଣ କରାଯାଇଛି । ଗିରଫ ରାଜେଶର ଜାମିନ ନାମଞ୍ଜୁର ହେବାରୁ ତାକୁ କେନ୍ଦ୍ରାପଡା ଉପକାରାଗାର କାରାଗାରକୁ ପଠାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।...

ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରା.....

କେନ୍ଦ୍ରାପଡ଼ା,୨୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅହୋରାତ୍ର ...
23/09/2025

କେନ୍ଦ୍ରାପଡ଼ା,୨୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅହୋରାତ୍ର ଗଣଧାରଣାର ଆଜି ୨ୟ ଦିବସ ପୂର୍ଣ୍ଣ ହୋଇଛି। ରାଜ୍ୟ ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟଙ୍କ ସହ ଖୋଦ୍ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ସମ୍ପର୍କରେ ବିଭିନ୍ନ ସମୟରେ ଆଶ୍ୱାସନା ଦେଇଥିଲେ ମଧ୍ୟ ଗତକାଲି ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର ସରକାରଙ୍କ ପ୍ରକୃତ ମୁଖା ଖୋଲି ଦେଇଛି। କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନ ହେବା ଗଠିତ ଉଚ୍ଚ ସ୍ତରୀୟ କମିଟିର ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ପରୋକ୍ଷରେ ସୂଚନା ଦେବା ପରେ, ଏହା ଜିଲ୍ଲାବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଆଜି ଗଣଧାରଣାର ଦ୍ୱିତୀୟ ଦିବସ ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଆନ୍ଦୋଳନକାରୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତି ତାଙ୍କର ନକାରାତ୍ମକ ମନୋଭାବ ସ୍ପଷ୍ଟ କରିବା ପରେ ଧାରଣାକାରୀମାନେ ଦାବି ହାସଲ ପାଇଁ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ପ୍ରତିବାଦ ସଭାରେ ଆପ୍ ରାଜ୍ୟ ସଙ୍ଗଠନ ସମ୍ପାଦକ ସନ୍ଦୀପ୍ତ ଦାସ, ପ୍ରାକ୍ତନ ପୈାରପାଳ ଆକବର ଅଲ୍ଲୀ, ଶ୍ରମିକ ନେତା ମୁକ୍ତାର ଖାଁ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଡ....

କେନ୍ଦ୍ରାପଡ଼ା,୨୩ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥି...

କେନ୍ଦ୍ରାପଡା ୧୭/୯- ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍...
17/09/2025

କେନ୍ଦ୍ରାପଡା ୧୭/୯- ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଜିଲ୍ଲାର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୋସ୍ନା ସାହୁଙ୍କ ନେତୃତ୍ୱରେ ମହିଳାମାନେ ଏକ ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ପହଁଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶାର ସାମ୍ପ୍ରତିକ ମାମଲାରେ ମହିଳାଙ୍କ ପ୍ରତି ହେଉଥୁବା ନିର୍ମମ ଆକ୍ରମଣ, ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର, ଯେପରିକି ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରଳାର ସମୟରେ ଏକ ନିରନ୍ତର ସମସ୍ୟାରେ ପରିଣତ ହୋଇଛି, ଯାହା ନ୍ୟାୟ ପ୍ରଦାନରେ ବ୍ୟବସ୍ଥାଗତ ବିଫଳତାକୁ ମଧ୍ୟ ପ୍ରକାଶ କରୁଛି । ପୋଲିସ୍ ନିଷ୍ଠୁରତାର ଏକ ଚିତ୍ର, କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର ରାଜପୁର ପଞ୍ଚାୟତର ମହିଳା ସରପଞ୍ଚ ରାଣୀ ମଞ୍ଜରୀ ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ । ଗତ ସେପ୍ଟେମ୍ବର ୯ରେ ଏଫ.ଆଇ.ଆର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ୍ ଅପରାଧିକୁ ଘଣ୍ଟ ଘୋଡାଇ ରଖିଛି । ଜିଲ୍ଲା ସରପଞ୍ଚ ସଂଘ ତରଫରୁ ଏସ୍‌.ପି....

କେନ୍ଦ୍ରାପଡା ୧୭/୯- ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ...

ପଟ୍ଟାମୁଣ୍ଡାଇ ୧୫/୯ - ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବ...
15/09/2025

ପଟ୍ଟାମୁଣ୍ଡାଇ ୧୫/୯ - ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ବେକରୁ ଦୁବୃତମାନେ ସୁନା ଚେନ ଚିଣ୍ଡାଇ ନେଇ ଚମ୍ପଟ ମାରିଛନ୍ତି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ-କଦଳୀବଣ ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦୀପିକା ଲେଙ୍କା ଦିବା ୪ଘଟିକା ସମୟରେ ସ୍କୁଲ ଛୁଟି ପରେ ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ସ୍କୁଲ ଗେଟ ନିକଟରେ ପହଂଚିବା ମାତ୍ରେ ଦୁଇ ଜଣ ଯୁବକ ବାଇକ ଯୋଗେ ଆସି ସେଠାରେ ପହଂଚି ଥିଲେ । ଜଣେ ବାଇକ ଷ୍ଟାଟ କରି ବସିଥିବା ବେଳେ ଅନ୍ୟ ଯୁବକ ଜଣକ ତତକ୍ଷଣାତ ଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିଲା । ପରେ ଦୁଇ ଯୁବକ ବାଇକ ଯୋଗେ କ୍ଷୀପ୍ର ଗତିରେ ଚୌଦକୁଲାଟ-ଇନ୍ଦୁପୁର ରାସ୍ତାରେ ଯାଇ ଉଭାନ ହୋଇଥିଲେ । କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଏହି ଘଟଣା ଘଟିଗଲା । ପଟ୍ଟାମୁଣ୍ଡାଇ ପୋଖରୀଆପଡା ନିବାସୀ ଶିକ୍ଷୟତ୍ରୀ ଜଣକ ଶେଷରେ କୌଣସି ଉପାୟ ନପାଇ ଘରକୁ ଫେରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ପୋଲିସ ଏକ ଲୁଟ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ସମେତ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ପଟ୍ଟାମୁଣ୍ଡାଇ ୧୫/୯ - ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅରୁଆ -କଦଳୀବଣ ହାଇସ୍କୁଲ ସମ୍ମୁଖରେ ସୋମବାର ଜନୈକା ଶିକ୍ଷୟତ୍ରୀଙ୍କ ....

କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକ...
11/09/2025

କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠ ଦ୍ୱାରା ଏକ ବିବେକାନନ୍ଦ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି କେନ୍ଦ୍ରାପଡା ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯୁବ ଶାଖାର ସହଯୋଗରେ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବ ବିଭାଗର ମୁଖ୍ୟ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତା ଆଶ୍ୱାସନ ପ୍ରକୋଷ୍ଠର ସଂଯୋଜିକା ଡ. ଦିପ୍ତୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକ ସଂସଦର ବିଚାରଧାରା ବିଭାଗର ରାଜ୍ୟ ଅଧ୍ୟକ୍ଷ ଜଗତ କିଶୋର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାମୀଜୀଙ୍କର ଅଦ୍ୱୈତ ବେଦାନ୍ତ ଦର୍ଶନର ତର୍ଜମା କରିବା ସହିତ ସ୍ୱାମୀଜୀଙ୍କୁ ଯୁବ ମାନସର ପ୍ରତିଭୂ ଭାବେ ବର୍ଣ୍ଣନା କରିଥିଲେ। ଶେଷରେ ପୂର୍ବ ସଂଭାଗର ବିଚାରଧାରା ଅଧ୍ୟକ୍ଷ ଡ....

କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ମହାବିଦ୍ୟାଳୟ ଆଭ୍ୟନ୍ତରିକ ଗୁଣବତ୍ତ.....

କେନ୍ଦ୍ରାପଡ଼ା,୮ା୯:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର କୁସୁପୁର ନୋଡାଲ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷକ ...
08/09/2025

କେନ୍ଦ୍ରାପଡ଼ା,୮ା୯:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର କୁସୁପୁର ନୋଡାଲ ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିର୍ମଳ କୁମାର ସ୍ୱାଇଁ ୨୦୨୪-୨୫ ଶିକ୍ଷାବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ପବିତ୍ର ଗୁରୁଦିବସ ଅବସରରେ ଇଛାପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ଓ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ଠାରୁ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ଟ୍ରଫି ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଶିକ୍ଷକ ଶ୍ରୀ ସ୍ୱାଇଁ ୨୦୨୩-୨୪ଶିକ୍ଷା ବର୍ଷରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ବିଦ୍ୟାଳୟ ତଥା ଜିଲ୍ଲାର ଗୈାରବ ବୃଦ୍ଧି କରିଥିଲେ। ଏଥିପାଇଁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଶୁଭେଛୁମାନେ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶିକ୍ଷକଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ମଧ୍ୟ ଆନନ୍ଦର ଲହରି ଖେଳିଯାଇଛି। ଏହି କୃତୀତ୍ୱରେ ତାଙ୍କ ପିତାମାତା ଖୁସି ବ୍ୟକ୍ତ କରିବା ସହ ପୁତ୍ରର ଏହି ସଫଳତା ପାଇଁ ପରିଶ୍ରମ ଓ କର୍ମନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। ଶିକ୍ଷକ ଶ୍ରୀ ସ୍ୱାଇଁ ଜଣେ ଛାତ୍ରବତ୍ସଳ ଶିକ୍ଷକ, ଶିକ୍ଷକ ନେତା, ସମାଜସେବୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ସାଧାରଣରେ ପରିଚିତ। ଶିକ୍ଷକ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ତାଙ୍କର ଏହି ପୁରସ୍କାର ପାଇବା ପଛରେ ପିତାମାତାଙ୍କ ଆଶ୍ରିର୍ବାଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପ୍ରେରଣା, ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ, ବନ୍ଧୁ ଓ ଶୁଭେଛୁମାନଙ୍କର ଉତ୍ସାହ ପ୍ରଦାନ ରହିଛି। ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ବିଭିନ୍ନ ଶିକ୍ଷକ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି।

କେନ୍ଦ୍ରାପଡ଼ା,୮ା୯:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର କୁସୁପୁର ନୋଡାଲ ଉଚ୍ଚବିଦ୍ୟାଳୟର ହି...

କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ର...
08/09/2025

କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ଗୁରୁଦେବଙ୍କ ପାଦପୂଜନ, ଭଜନକୀର୍ତ୍ତନ କରାଯିବା ସହ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏଥିସହିତ ଶିବାନନ୍ଦଙ୍କ ଜୀବନଦର୍ଶନ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ,ଆଶ୍ରମର ଉପସଭାପତି ଡ. କାଳୀପ୍ରସନ୍ନ ଶତପଥୀ, ବିଦ୍ୟାମନ୍ଦିରର ସମ୍ପାଦକ ଓ ସହ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଶରତ ବରାଳ, ଶ୍ରୀଧର ରାଉତ, ପ୍ରମୋଦ ଦାସ(ଲିଟୁ),ଆଶ୍ରମର ବ୍ରହ୍ମଚାରୀ ନୃସିଂହ ନାଥ ଦାସ ପ୍ରମୁଖ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ। ଆଜି ଠାରୁ ଆସନ୍ତା ୨୪ତାରିଖ ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଆଶ୍ରମରେ ଏକ ଆଧ୍ୟାତ୍ମିକ ପକ୍ଷ ପାଳନ କରାଯାଉଅଛି। ଏହି ଅବସରରେ ବିଭିନ୍ନ ଦିବସରେ ପୂଜାର୍ଚ୍ଚନା, ହୋମଯଜ୍ଞ, ଗୀତା ପାରାୟଣ, ଶ୍ରୀରାମଚରିତ ମାନସ ପାରାୟଣ, ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଭା ଚୟନ ପ୍ରତିଯୋଗିତା ଓ ସ୍ୱାସ୍ଥ୍ୟ ଶିବିର ପ୍ରଭୃତି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି। ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବା ପାଇଁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ଶ୍ରୀ’ମା।

କେନ୍ଦ୍ରାପଡ଼ା,୮ା୯:ବିଶ୍ୱଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଗରାପୁରସ୍ଥିତ ଶିବାନନ୍ଦ...

କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲ...
08/09/2025

କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ଆଥଲେଟିକ ଆସୋସିଏସନ ଦ୍ୱାରା କଟକ ବାରବାଟି ଷ୍ଟାଡିୟମ ପୋଲିସ ପଡିଆରେ ଚଳିତମାସ ୬ରୁ ୭ତାରିଖ ଦୁଇଦିନ ଧରି ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ୧୪ରୁ ୨୦ବର୍ଷ ବୟସର ୨୯ଜଣ ଖେଳାଳୀ ଯୋଗଦେଇଥିଲେ। ଚୟନ ଶିବିରରେ ଲମ୍ବଡିଆଁ, ଉଚ୍ଚାଡିଆଁ, ୬୦ମିଟର, ୨ଶହ ମିଟର, ୪ଶହ ମିଟର, ୬ଶହ ମିଟର, ଏକହଜାର, ତିନିହଜାର, ୫ହଜାର ମିଟର ଦୈାଡ, ସଟପୁଟ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚୟନ ଶିବିରରେ ଯୋଗଦେବାକୁ କେନ୍ଦ୍ରାପଡାରୁ ୨୯ଜଣ ଖେଳାଳୀଙ୍କୁ ନେଇ ଆଥଲେଟିକ କୋଚ ସେକ ସୈାକତ ଖାନ, ମ୍ୟାନେଜର ସୁହାନା ପରୱିନ, ଖ୍ୱାଜା ରମଜାନୀ ଓ ସେକ ଆବାସ ପ୍ରମୁଖ କଟକ ଯାଇଥିଲେ। ରାଜ୍ୟ ଆଥଲେଟିକ ଆସୋସିଏସନ ପକ୍ଷରୁ ଚୟନ ହୋଇଥିବା ଖେଳାଳୀଙ୍କ ସମ୍ପର୍କରେ ପତ୍ର ପାଇବା ପରେ ଖେଳାଳୀମାନେ ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ହେବାକୁ ଥିବା କନିଷ୍ଠ ଆଥଲେଟିକ ଚମ୍ପିଆନସିପ ପ୍ରତିଯୋଗିତାରେ ଭାଗ ନେବାକୁ ଯାତ୍ରା କରିବେ ବୋଲି ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଓ ପୂର୍ବତନ ଭଲିବଲ ଖେଳାଳୀ ବିକାଶ ଖୁଣ୍ଟିଆ ପ୍ରମୁଖ କହିଛନ୍ତି।

କେନ୍ଦ୍ରାପଡ଼ା,୮ା୯: ଆସନ୍ତା ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଞ୍ଚିର ମୋରାବାଡି ଫୁଟବଲ ଷ୍ଟାଡିୟମରେ ୩୬ତମ ପୂର୍ବ ଜୋନ .....

କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା...
08/09/2025

କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବୀ କରିଛନ୍ତି । ଘଟଣା ହତ୍ୟା ନୁହେଁ ଗଣହତ୍ୟା ବୋଲି ଧାରଣାକାରୀମାନେ କହିବା ସହିତ ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମୃତ ବନିତାଙ୍କ ପୁଅକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଧାରଣାକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।...

କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବି.....

କେନ୍ଦ୍ରାପଡ଼ା,୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀର୍ଘଦିନ ହେବ ...
07/09/2025

କେନ୍ଦ୍ରାପଡ଼ା,୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀର୍ଘଦିନ ହେବ ଏଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଅଛି। ବାସୁଦେବ ଜନ୍ମଦିନ ଅବସରରେ ଭାଗବତ ସପ୍ତାହ ପାଳନ ହୋଇଅଛି। ରୀତି ନୀତି ଅନୁଯାୟୀ ନୀତିକାନ୍ତି, ହୋମଯଜ୍ଞ, ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟ କରାଯାଇଛି। ସନ୍ତୋଷ କୁମାର ନାୟକ, ଗୈାରାଙ୍ଗ ସାହୁ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, କ୍ଷେତ୍ରବାସୀ ପରିଡା, ପ୍ରଭାକର ପରିଡା, ପ୍ରଶାନ୍ତ କୁମାର ବେହେରା, ମନୋରଞ୍ଜନ ସାହୁଙ୍କ ସମେତ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ସମାପନ କରିଥିଲେ।

କେନ୍ଦ୍ରାପଡ଼ା,୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଯୋଡିଚଉଁରା ପୀଠରେ ଭାଗବତ ଗାଦି ଅନୁଷ୍ଠିତ ହୋଇଅଛି। ଦୀ....

କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ...
07/09/2025

କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ଭଦ୍ରଙ୍କୁ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଶ୍ରୀମତୀ ଭଦ୍ର ଜଣେ ଛାତ୍ରବତ୍ସଳ, ପରୋପକାରୀ ଓ ମିଷ୍ଟଭାଷି ଶିକ୍ଷୟିତ୍ରୀ ରୂପେ ଡେରାବିଶ ବ୍ଲକରେ ପରିଚିତ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ପୁରସ୍କାର ପାଇବା ପଛରେ ତାଙ୍କର ପିତାମାତା, ଶଶୁର,ଶାଶୁଙ୍କ ଆଶ୍ରିର୍ବାଦ ସ୍ୱାମୀଙ୍କ ସାହସ ଓ ପ୍ରେରଣା, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରେରଣା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ, ବନ୍ଧୁ ଓ ଶୁଭେଛୁମାନଙ୍କର ଉତ୍ସାହ ରହିଛି। ଏହି ପୁରସ୍କାର ପାଇଥିବାରୁ ଶ୍ରୀମତୀ ଭଦ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଛୁମାନେ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ରାପଡ଼ା,୭ା୯: ଡେରାବିଶ ବ୍ଲକ ଅଧିନ ଆରିପଦା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବନିତା ଭଦ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ...

କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁଦିବସ ଅବସରରେ ...
07/09/2025

କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଇଛାପୁର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର.ଆୟାର ଯୋଗଦେଇ ହିନ୍ଦୀ ଶିକ୍ଷକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ, ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ସାହୁ ଜଣେ ଛାତ୍ରବତ୍ସଳ, କର୍ତ୍ତବ୍ୟପରାୟଣ, ପରୋପକାରୀ ଓ ମେଳାପି ଶିକ୍ଷକ ଭାବେ ସାଧାରଣରେ ପରିଚିତ। ଏଥିସହିତ ସେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟନିର୍ବାହ କରିଆସୁଛନ୍ତି। ବର୍ତ୍ତମାନ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ସେ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘର ସମ୍ପାଦକ ଓ ଓଡିଶା ରାଷ୍ଟ୍ରଭାଷା ପରିଷଦ, ପୁରୀର ମଧ୍ୟ ପ୍ରଚାରକ ରୂପେ ଦୀର୍ଘ ୧୫ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ଏହାବ୍ୟତିତ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ(ଓଷ୍ଟା)ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରୂପେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏହି ପୁରସ୍କାର ପାଇବା ତାଙ୍କର ପିତା ସ୍ୱର୍ଗତ ସନାତନ ସାହୁ ଓ ମାତା ସରସ୍ୱତୀ ସାହୁ ଏବଂ ଜ୍ୟେଷ୍ଟଭ୍ରାତା ସ୍ୱର୍ଗତ ଖଗେଶ୍ୱର ସାହୁଙ୍କ ଆଶିର୍ବାଦରୁ ହିଁ ସମ୍ଭବ ହୋଇପାରିଛି। ଏହି ପୁରସ୍କାର ପାଇଥିବାରୁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ,ଶିକ୍ଷୟିତ୍ରୀ, ପରିଚାଳନା ପରିଷଦର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଶିକ୍ଷକ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ସରସ୍ୱତୀ ସରକାରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କୁ ଗୁରୁ.....

Address

Pattamundai
Kendrapara
754215

Alerts

Be the first to know and let us send you an email when Anwesan news posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anwesan news:

Share