18/11/2021
ସ୍ବାଧୀନତାର ୭୬ବର୍ଷ ପରେ ବି ଡାଙ୍ଗମାଳ ରୁ ଖୋଳା ପୋଲୋ ପର୍ଯ୍ୟନ୍ତ ୭ କିଲୋମଟର ଜଙ୍ଗଲ ରାସ୍ତା ଏଯାଏ ଯାତାୟତ ପାଇଁ ଉପଯୁକ୍ତ ହୋଇପାରି ନାହିଁ ଫଳରେ ଡଙ୍ଗମାଳ, ଦୁର୍ଗା ପ୍ରସାଦ, ରଗଡ଼ାପାଟିଆ,ରାଜେନ୍ଦ୍ରନାରାୟଣପୁର,ପରମାନନ୍ଦପୁର, ଖୋଳା ପ୍ରାୟ ୫ଟି ଗାଁ ସହିତ ପ୍ରତେକ ପରୋକ୍ଷ ଭାବରେ ପ୍ରାୟ ୨୦ ହଜାର ରୁ ଅଧିକ ଲୋକ ବର୍ଷକ ୧୨ ମାସ ନାହିଁ ନଥିବାର ଅସୁବିଧାର ସମୁଖୀନ ହେଉଛନ୍ତି । ଏଠାରେ ଗମନା ଗମନ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ବିପର୍ଯ୍ୟସ୍ତ। ତେବେ ଏହି ରାସ୍ତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ ! ଏହି ଘଟଣାକୁ ବିରୋଧ କରି ଭିତରକନିକା ୟୁଥ ଭୟସ ର ଯୁବ ଗୋଷ୍ଠୀଙ୍କ ସହ ଗ୍ରାମବାସୀ ଏବଂ ମହିଳା ମାନେ ମିଶି ପ୍ରତିବାଦ କରିଥିଲେ । ଅନ୍ୟପକ୍ଷରେ ରାସ୍ତା ନଥିବା ଯୋଗୁଁ ବିଦ୍ୟାଳୟକୁ ଆସୁଥିବା ଛାତ୍ର ଛାତ୍ରୀ, ରୋଗୀ ଏବଂ ଗର୍ଭବତୀ ମହିଳା କାଦୁଅ ଓ କଚ୍ଚା ରାସ୍ତାରେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଗ୍ରାବାସୀମାନେ ରାସ୍ତା ନିର୍ମାଣ କାମ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାପାଇଁ ସରକାରଙ୍କୁ ନେହୁରା ହୋଇଛନ୍ତି !
ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ ହେଉଛି ୪ବର୍ଷ ହେବ ଟେଣ୍ଡର ହୋଇଚି ହେଲେ ଏଯାଏ କୌଣସି ସୂଚନା ଫଳକ ଟିଏ ଲାଗିପରିନାହିଁ ଏବଂ ଗ୍ରାମବସୀ ନିଜ ଜମିରୁ ବିନମୂଲ୍ୟ ରେ ମାଟି ଦେଇଥିଲେ ମଧ୍ୟ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରୁନାହିଁ। ଆହୁରି ମଧ୍ୟ ନିମ୍ନ ମାନ ର ମାଟି କାମ ଯୋଗୁଁ ରାସ୍ତା ଉପରେ ଜୁଆର ପାଣି ମାଡ଼ିଆସୁଚି।
ଗ୍ରାମବାସୀଙ୍କର ଏହି ଅସୁବିଧାକୁ ଅନୁଭବ କରି #କେନ୍ଦ୍ରାପଡ଼ା_ଜିଲ୍ଲାପାଳ , ବିଧାୟକ ଧ୍ରୁବ ଚରଣ ସାହୁ ଏବଂ #ରାଜନଗର_ବିଡିଓ ମୋହୋଡୋୟ ଏହା ଉପରେ ଦୃଷ୍ଟି ନଦେଲେ ଆଗାମୀ #ପଂଚାୟତ_ନିର୍ବାଚନରେ #ଭୋଟ_ବର୍ଜନ କରିବେ ବୋଲି ଗ୍ରାମବାସୀ ଚରମ ବାଣୀ ଶୁଣାଇଛନ୍ତି ।
ଆମ କେନ୍ଦ୍ରାପଡ଼ା
ଆମ ଗାଁ ଆମ ଜିଲ୍ଲା ଆମ ଓଡ଼ିଶା