BamraTips

BamraTips Bamra is a Town in Bamra Tehsil in Sambalpur District of Odisha State, Pin- 768221.
(1)

30/06/2025

ପାରୀମୁଣ୍ଡା ତେଣ୍ଡାକୁଦର୍ ମଧ୍ୟରେ ଏକ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, ଅଞ୍ଚଳ ରେ ପ୍ରବଳ ବର୍ଷା ଲାଗି ରହିଛି
ଭିଡିଓ: ରାଜକୁମାର ପ୍ରଧାନ, ବାମରା

28/06/2025

ପବିତ୍ର ରଥଯାତ୍ରା ରେ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆକର୍ଷଣୀୟ ଭଜନ କୀର୍ତ୍ତନ

27/06/2025

ବାମରା ସ୍ଥିତ ହରିପଡ଼ା ରେଳ ଫାଟକ ନିକଟରେ ଟ୍ରେନ ଧକ୍କା ର ଜଣେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇ ଥିବା ସୂଚନା ରହିଛି। ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପ୍ରାୟ ୪ ଟା ସମୟରେ ହରିପଡ଼ା ରେଳ ଫାଟକ ନିକଟ ରେଳ ଲାଇନ ମଝି ଡ୍ରେନ ରେ ଜଣେ ଯୁବକ ଙ୍କ ଶବ ପଡ଼ି ରହିଥିବା ସୂଚନା ପାଇ ପୋଲିସ ଘଟଣାସ୍ଥଳ କୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପ୍ରାଥମିକ ତଦନ୍ତ ରୁ ମୃତ ଯୁବକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ର ସୁରେନ୍ଦ୍ର କିସାନ ଙ୍କ ପୁଅ ପ୍ରମୋଦ କିସାନ ବୋଲି ଜଣାପଡ଼ିଥିଲା। ସେ ଗୁରୁବାର ଦିନ ପ୍ରାୟ ୨ ଟାରେ ନିଜ ସାଙ୍ଗ ମୋହନ କିସାନଙ୍କ ସହ ଏକ ବାଇକ୍ ଯୋଗେ ବାମରା ର ହରିପଡ଼ା ରେଳ ଫାଟକ କୁ ଆସିଥିଲେ। ମୋହନ ତାଙ୍କୁ ଛାଡି ଘର କୁ ଫେରି ଯାଇଥିବା ବେଳେ ସେ ରେଳ ଲାଇନ୍ ରେ ବୁଲାବୁଲି କରୁଥିବା ସମୟରେ ପୁନେ ହାୱଡା ଦୁରନ୍ତୋ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳ ରେ ସେ ଛିଟିକି ପଡ଼ି ରେଳ ଲାଇନ ମଝି ରେ ଥିବା ଡ୍ରେନ ରେ ପଶି ଯାଇଥିଲେ। ତାଙ୍କ ଦେହ ର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସମ୍ପୃକ୍ତ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହାକୁ ନେଇ ବାମରା ରେଳବାଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧ୍ୟା ୬ ଟାରେ ଶବ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା କୁ ପଠାଯାଇଥିବା ସୂଚନା ରହିଛି। ମୃତ ଯୁବକ ଜଣକ ବଡ଼ଗାଁ ସ୍ଥିତ ଟାଟା ପାୱରରେ ବିଦ୍ୟୁତ ଲାଇନ୍ ମେନ୍ ଭାବେ କାର୍ଯ୍ୟରତ ଥିବା ସୂଚନା ରହିଛି।

26/06/2025

ବାମରା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଗୁରୁବାର ଦିନ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦିବ୍ୟ, ଅଲୌକିକ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା। ମନ୍ଦିର ପୂଜକ ଅଜୟ ପୁରୋହିତ ଏବଂ ସୁବ୍ରତ ମିଶ୍ରଙ୍କ ଦ୍ଵାରା ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଜୀବନ୍ୟାସ କରି ନୂତନ ପୋଷାକ ଓ ଅଳଙ୍କାର ଧାରଣ କରାଇଥିଲା।ପରେ ପୂଜା ଅର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା। ଗୋବିନ୍ଦପୁର ଜମିଦାର ଦାୟଦ ସଂଜୀବ ପାଲ ମୁଖ୍ୟ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତୀ ଅଧିକ ସ୍ନାନ ପରେ ଅସୁସ୍ଥ ହୋଇଯାଇଥିଲେ। ଏହା ମଧ୍ୟରେ ୧୫ ଦିନ ଏକାନ୍ତ ବାସରେ ଥିଲେ ପ୍ରଭୁ।ମନ୍ଦିର ପଟ ବନ୍ଦ ରହିଥିଲା। ଆଷାଢ଼ ପ୍ରତିପଦା ଗୁରୁବାର ମନ୍ଦିର ପଟ ଫିଟି ଥିଲା ଓ ପୂଜା ଅର୍ଚ୍ଚନା,ହୋମ ଯଜ୍ଞ ପରେ ପ୍ରଭୁ ଙ୍କ ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ ରୀତିନୀତି ସମ୍ପନ୍ନ ହୋଇଥିଲା। ଆୟୋଜନରେ ମନ୍ଦିର ପରିଚାଳନା ସଭାର ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ। ମହାପ୍ରଭୁ ଙ୍କ ଦର୍ଶନ ପାଇଁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା।

26/06/2025

ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଭାଗପଡ଼ା ବାସୀ ଅତିଷ୍ଠ
ବାମରା : ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ ଭଗପଡ଼ା ଗ୍ରାମବାସୀ ମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି । ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅଭିଯୋଗ ଅନୁସାରେ,ଭଗପଡା ଗ୍ରାମରେ ପ୍ରାୟ ୧୫୦ ପରିବାର ରହିଛନ୍ତି,ଯେଉଁମାନେ ଟାଟା ପାୱାର କମ୍ପାନୀର ଉପଭୋକ୍ତା ଅଟନ୍ତି । ପ୍ରାୟ ୯୫ ପ୍ରତିଶତ ଗ୍ରାମବାସୀ ଆଦିବାସୀ ହରିଜନ ପରିବାରର ରହିଛନ୍ତି । ଉକ୍ତ ଗାଁରେ ଗତ ପ୍ରାୟ ୪/୫ ମାସ ହେବ ଲଗାତାର ଭାବେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ବାରମ୍ବାର ବିଭ୍ରାଟ ହେଉଥିବା ଅଭିଯୋଗ ହୋଇଛି । ଦିନକୁ ପ୍ରାୟ ୮/୯ ଥର ବିଦ୍ୟୁତ କାଟ ହେଉଥିବା କାରଣରୁ ପ୍ରବଳ ଗୁଳୁଗୁଳି ଓ ଗରମ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଗାଁରେ ଥିବା ଛାତ୍ରଛାତ୍ରୀ ମାନେ ଠିକ ଢଙ୍ଗରେ ପାଠ ପଢ଼ି ପାରୁ ନ ଥିବାବେଳେ,ମୋବାଇଲ ଚାର୍ଜ କରିବାକୁ କେଛୁପାଣି ଓ ବାମରା କୁ ଯିବାକୁ ପଡ଼ୁଛି । ଏହାକୁ ନେଇ ବାମରା ସେକ୍ସନ ଟାଟା ପାୱାରର ଜେଇ ଓ ସୁପରଭାଇଜରକୁ ଜଣାଇବା ସହିତ ଅନଲାଇନ ଅଭିଯୋଗ କରିଛନ୍ତି । ହେଲେ ମଧ୍ୟ ଏ ଯାଏଁ କୌଣସି ସୁଫଳ ମିଳି ପାରି ନ ଥିବା ଗ୍ରାମବାସୀମାନେ ଗଣ ମାଧ୍ୟମ ପ୍ରତିନିଧିଙ୍ ସମ୍ମୁଖରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏ ବିଷୟରେ ଟାଟା ପାୱାର ବାମରା ସେକ୍ସନ ଅଧିକାରୀ ସୌରଭ ପଟେଲଙ୍କୁ ପଚାରିବାରୁ,ସେହି ଗାଁକୁ ଲାଗି ବହୁତ ଗୁଡ଼ାଏ ଗାଁ ରହିଥିବା ବେଳେ, ବର୍ତ୍ତମାନ ବର୍ଷା ଋତୁରେ ବିଦ୍ୟୁତ ସମସ୍ୟା ସୃଷ୍ଟି ହେଉଛି । ଅନ୍ୟ ଗାଁରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ,ଏଭଳି ପରିସ୍ଥିତି ଦେଖାଦେଉଛି ବୋଲି କହିଥିଲେ । ବାମରା ସ୍ଥିତ ୧୩୨ କେଭି ଓପିଟିସିଏଲ ଗ୍ରୀଡ଼ରୁ ସିଧାସଳଖ ଭଗପଡ଼ା ଗାଁକୁ ବିଦ୍ୟୁତ ସଂଯୋଗ କରିବାକୁ ଗ୍ରାମବାସୀମାନେ ଦୃଢ଼ ଦାବି କରିଛନ୍ତି ।

26/06/2025

କୁକୁଡ଼ା ଚୋର କହି ବାପ କୁ ନିସ୍ତୁକ ପିଟିଲା ପୁଅ
ବାମରା ସ୍ଥିତ ସିସଲଫାର୍ମ ପଡ଼ା ରେ ବାପା କୁ କୁକୁଡ଼ା ଚୋର କହି ନିସ୍ତୁକ ମାଡ଼ ମାରିଲା ପୁଅ, ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସିସଲଫାର୍ମ ପଡ଼ା ର ଶରତ ତନ୍ତୀ ଓରଫ ଭାଲଟୁ ଙ୍କ ଘରୁ ମଙ୍ଗଳବାର ଦିନ ଏକ କୁକୁଡ଼ା ଚୋରି ହୋଇ ଥିଲା। ରାତିରେ ତାଙ୍କ ପୁଅ ଘର କୁ ଫେରି ଥିବା ବେଳେ ଘରେ କୁକୁଡ଼ା ନ ଥିବା ଦେଖିବା କୁ ପାଇଥିଲେ। ଏଥିରୁ ଉକ୍ଷୀପ୍ତ ହୋଇ ସେ ନିଜ ବାପା ଙ୍କୁ ଚୋରି ଅଭିଯୋଗ କରି ଫାଇଟ ରେ ନିସ୍ତୁକ ମାଡ ମାରିଥିଲେ। ଫଳରେ ଭାଲଟୁ ଙ୍କ ମୁଁହ ରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଚିକିତ୍ସା କରାଯାଇଥିଲା। ଏନେଇ ସୂଚନା ପାଇ ରାତି ୧୧ ଟା ସମୟରେ ଗୋବିନ୍ଦପୁର ପୋଲିସ ଡାକ୍ତରଖାନା କୁ ଆସି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। ଅନ୍ୟ ପଟେ ଭାଲଟୁ କୁକୁଡ଼ା ଚୋରି କରି ନଥିବା ନିଜ ପ୍ରତିକ୍ରିୟା ରେ କହିଛନ୍ତି।

26/06/2025

ବାମରା ସ୍ଥିତ ଭି ଏ ଏସ କଲୋନୀ ରୁ ଏକ ବିଶାଳକାୟ ନାଗ ସାପ କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଭି ଏ ଏସ କଲୋନୀ ର ରବୀନ୍ଦ୍ର ସେଠ୍ ଙ୍କ ଘରେ ବୁଧବାର ସନ୍ଧ୍ୟା ପ୍ରାୟ ୬ ଟାରେ ଏକ ବିଶାଳକାୟ ନାଗ ସାପ ପଶି ରହିଥିବା ବେଳେ ଏ ନେଇ ସେମାନେ ସର୍ପମିତ୍ର ଭୀଷ୍ମ ସେଠଙ୍କୁ ସୂଚନା ଦେଇଥିଲେ। ଖବର ପାଇ ଭୀଷ୍ମ ଘଟଣାସ୍ଥଳ କୁ ଯାଇ ଉକ୍ତ ନାଗ ସାପ କୁ ସୁରକ୍ଷିତ ଉଦ୍ଧାର କରି ଗୁରଲା ରୋଡ଼ ନିକଟ ନାଳରେ ଛାଡ଼ି ଥିବା ସୂଚନା ରହିଛି।

26/06/2025

ମହୁଲପାଲି ଥାନା ଅନ୍ତର୍ଗତ ଝଗଡାତିରିଆ ଠାରେ ଅନ୍ଧ ପ୍ରେମ ର ଏକ କରୁଣ ପରିଣତି ଦେଖିବା କୁ ମିଳିଛି, ପ୍ରେମିକା ର ଘର ସମ୍ମୁଖରେ ଫାଶୀ ଲଗାଇ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି। ସୂଚନା ଅନୁସାରେ ଲଇଗୁରା ଗ୍ରାମ ର ଗଣ୍ଡା ବୁଡ ଙ୍କ ପୁଅ ଦୀପକ ବୁଡ ବୟସ ୧୯ ବର୍ଷ ଶନିବାର ରାତିରେ ଝଗଡାତିରିଆ ଗ୍ରାମ କୁ, ନିଜ ପ୍ରେମିକା ସହ ଦେଖା କରିବାକୁ ଯାଇ ଥିଲେ। ସେଠାରେ କୌଣସି କଥା କୁ ନେଇ ଉଭୟ ପ୍ରେମିକ ପ୍ରେମିକା ଙ୍କ ମଧ୍ୟ ରେ ଝଗଡା ହୋଇଥିଲା। ହେଲେ ଯୁବତୀ ଙ୍କ ପ୍ରେମ ର ଅନ୍ଧ ଥିବା ଦୀପକ ହତାଶ ହୋଇ ପାଖରେ ଥିବା ଏକ ଗଛ ରେ ରସି ବାନ୍ଧି ବେକ ରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ଫଳ ରେ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବା କୁ ପାଇଛି। ରବିବାର ଦିନ ଗଛ ରେ ଦୀପକ ଙ୍କ ମୃତଦେହ ଝୁଲୁ ଥିବା ଦେଖି ଗ୍ରାମବାସୀ ମାନେ ପୋଲିସ କୁ ସୂଚନା ଦେଇଥିଲେ। ସୂଚନା ପାଇ ମହୁଲପାଲି ପୋଲିସ ଘଟଣାସ୍ଥଳ କୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି କୁଚିଣ୍ଡା ଡାକ୍ତରଖାନା କୁ ପଠାଇଥିଲେ। ଏନେଇ ପୋଲିସ ପକ୍ଷରୁ ସନ୍ଧ୍ୟା ୬ ଟା ସମୟ ରେ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଅନ୍ୟ ପଟେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉକ୍ତ ହୃଦୟସ୍ପର୍ଶୀ ଘଟଣା ଟି ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି।

26/06/2025

ବାମରା ବଡ଼ ଡୁମେରମୁଣ୍ଡା ରାସ୍ତା କଦର୍ଯ୍ୟ, ଅଭିଯୋଗ ଆଣିଲେ ଲୋକ

ସାବଧାନ,ବର୍ଷା ଋତୁ ଆରମ୍ଭ ରେ ସାପ ମାନଙ୍କ ପ୍ରତି ସଜାଗ ରହନ୍ତୁ lବିଷ ଧର ଓ ବିଷ ହୀନ ସାପ ବିଷୟରେ ଜାଣନ୍ତୁ lLike, subscribe & share...
25/06/2025

ସାବଧାନ,
ବର୍ଷା ଋତୁ ଆରମ୍ଭ ରେ ସାପ ମାନଙ୍କ ପ୍ରତି ସଜାଗ ରହନ୍ତୁ l
ବିଷ ଧର ଓ ବିଷ ହୀନ ସାପ ବିଷୟରେ ଜାଣନ୍ତୁ l

Like, subscribe & share...

21/06/2025

ବାମରା ବ୍ଲକ ଅଫିସ କାର୍ଯ୍ୟାଳୟ ପରିସର ରେ ଆନ୍ତର୍ଜାତୀୟ ଯୋଗ ଦିବସ

21/06/2025

ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ବାମରା ବ୍ଲକ ଡ୍ରାଇଭର ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ଗୋବିନ୍ଦପୁର ଥାନା ଓ ବାମରା ତହସିଲ ଅଫିସ ସମେତ ବିଭିନ୍ନ ସ୍ଥାନ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୮ ଜୁଲାଇ ଦିନ ଷ୍ଟେୟରିଙ୍ଗ ଛାଡ ଆନ୍ଦୋଳନ କରିବା କୁ ନିଷ୍ପତ୍ତି ନିଆ ଯାଇଛି। ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ବିଭିନ୍ନ ସମୟ ରେ ଦାବି କରାଯାଇଥିଲେ ମଧ୍ୟ ସରକାର ଦାବି ପୂରଣ ନ କରିବା ରୁ ପୁଣି ଥରେ ସରକାର ଙ୍କୁ ଚେତାବନୀ ଦେଇ ଆଉ ଏକ ଦାବିପତ୍ର ସରକାର ଙ୍କୁ ପ୍ରଦାନ କରାଯାଇଛି। ଗୁରୁବାର ଦିନ ୧୨ ଟା ରୁ ସନ୍ଧ୍ୟା ୫ ଟା ମଧ୍ୟରେ ବାମରା ବ୍ଲକ ଡ୍ରାଇଭର ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ଗୋବିନ୍ଦପୁର ଥାନା, ବାମରା ତହସିଲ ଅଫିସ, ବ୍ଲକ ଅଫିସ ଓ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନ ରେ ପ୍ରଦାନ କରିଛନ୍ତି। ଦାବି ପୂରଣ ନ ନହେଲେ ଆସନ୍ତା ୮ ତାରିଖ ଦିନ ଆନ୍ଦୋଳନ କରିବା କୁ ନେଇ ଡ୍ରାଇଭର ମାନେ ଚେତାଇ ଦେଇଛନ୍ତି।

Address

At/Govindpur, Po/Bamra, Dist/Sambalpur, Pin-, Odisha, India, Govindpur, Odisha
Keonjhar
768221

Telephone

+919937766039

Website

Alerts

Be the first to know and let us send you an email when BamraTips posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BamraTips:

Share