APP News Odia

APP News Odia NEWS

24/05/2025

ଆନନ୍ଦପୁର ରେ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା

ଆନନ୍ଦପୁର ବିଜେପି ପକ୍ଷରୁ  ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
24/05/2025

ଆନନ୍ଦପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) ରାଜ୍ୟସ୍ତରୀୟ  କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ ଭୁବନେଶ୍ୱର:- ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ଅନୁଷ୍ଠ...
30/04/2025

(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)
ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ
ଭୁବନେଶ୍ୱର:- ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଥିବା ସୂଚନା
ଆଗାମୀ ପାଞ୍ଚ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ଏବଂ
ଚାଷୀଙ୍କ ଉନ୍ନତି ସାଧନ ପାଇଁ ଆମର ଦୃଢ ଇଛା ଶକ୍ତି ରହିଛି
ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରି ପର୍ଯ୍ୟନ୍ତ ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ ବୋଲି
- ମୁଖ୍ୟମନ୍ତ୍ରୀ କହିଥିଲେ
ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀ ମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହ ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧ ଲକ୍ଷ ଚାଷୀ ଏହି ସହାୟତା ରାଶି ପାଇଲେ। ଏଥିରେ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଗୁଆ ସହାୟତା ପ୍ରଦାନ କରାଯାଉଥିବା ଯୋଗୁ ଏହି ରାଶି ରାଜ୍ୟର ଚାଷୀ ଭାଇ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଆମେ ଖାଦ୍ୟ ଦେବାରେ ଅସମର୍ଥ ଥିଲୁ। କିନ୍ତୁ, ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି। ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର। ୨୦୧୪ ମସିହା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦଶା ଓ ଦିଶା ମିଳିଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ ପ୍ରଭୃତି କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି।

ସେ ପୁଣି କହିଥିଲେ, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରୁ ଆସିଥାଏ। ଚାଷ ସହିତ ନିଜର ଅନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚାଷ କାର୍ଯ୍ୟ କଠିନ ପରିଶ୍ରମର କାର୍ଯ୍ୟ। ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ପୂର୍ବ ସରକାର ଏମ.ଏସ୍.ପି ପାଇଁ କେବଳ ବିଧାନସଭାରେ ଏକ ରିଜୋଲ୍ୟୁସନ ଆଣି ଚୁପ୍ ରହିଗଲେ। ଆମେ କଥା ଦେଇଥିଲୁ, କଥା ରଖି ୩,୧୦୦ ଟଙ୍କା ଏମ.ଏସ୍.ପି ଦେଲୁ। ଚାଷୀଙ୍କ ପାଇଁ ଭାବନା ଭଲ ରହିବା ଉଚିତ୍। ସେତେବେଳେ ଇଛା ଶକ୍ତିର ଅଭାବ ଥିଲା, ଏବେ ଆମ ପାଖରେ ଚାଷୀଙ୍କ ଉନ୍ନତି ପାଇଁ ଇଛା ଶକ୍ତି ଅଛି। ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଆମେ ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଉଛୁ। ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ। ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରୀ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଆମେ ଚାଷୀଙ୍କ ସହିତ ଅଛୁ, ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମ ଠାରେ ଓଡିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ।

ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ପବିତ୍ର ଅକ୍ଷୟ ତୃତୀୟରେ ଚାଷୀ ତା’ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀ ମାନଙ୍କ ସହିତ ଆମ ସରକାର ସବୁବେଳେ ଛିଡାହେବ। କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି। ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଆଗୁଆ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଆନନ୍ଦପୁର ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ଦୟା ନିଧି ଦାଶ ଓ ସଂପାଦକ ଭାବେ ଆଇନଜୀବୀ ଭଗବାନ ମଲ୍ଲିକ ନିର୍ବାଚିତ . #ଆନନ୍ଦପୁର
29/03/2025

ଆନନ୍ଦପୁର ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ଦୟା ନିଧି ଦାଶ ଓ ସଂପାଦକ ଭାବେ ଆଇନଜୀବୀ ଭଗବାନ ମଲ୍ଲିକ ନିର୍ବାଚିତ .
#ଆନନ୍ଦପୁର

ଡାଲମିଆ ସିମେଣ୍ଟ ଆନୁକୁଲ୍ୟରେ  ଠିକାଦାର ଓ ମିସ୍ତ୍ରୀ ଙ୍କୁ ନେଇ କର୍ମଶାଳା ଅନୁଷ୍ଠିତଆନନ୍ଦପୁର,୧୪/୦୨(ଗଣେଶ୍ଵର ମହାନ୍ତି): ଡାଲମିଆ ସିମେଣ୍ଟ ...
14/02/2025

ଡାଲମିଆ ସିମେଣ୍ଟ ଆନୁକୁଲ୍ୟରେ ଠିକାଦାର ଓ ମିସ୍ତ୍ରୀ ଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

ଆନନ୍ଦପୁର,୧୪/୦୨(ଗଣେଶ୍ଵର ମହାନ୍ତି): ଡାଲମିଆ ସିମେଣ୍ଟ ତାହାର ଗୁଣବତ୍ତା ଓ ସ୍ଥାୟିତ୍ଵ କୁ ନେଇ ସାରା ବିଶ୍ବ ତଥା ଭାରତରେ ଏକ ନିଆରା ପରିଚୟ ସୃଷ୍ଟି କରିଛି ଦିର୍ଘ ୮୬ ବର୍ଷ ହେଲା ଭାରତରେ ଏହି କମ୍ପାନୀ ସିମେଣ୍ଟ ଉତ୍ପାଦନ କରୁଛି ଆଧୁନିକ ଯନ୍ତ୍ରପାତି ଅତ୍ୟାଧୁନିକ ବୈଷୟିକ କୌଶଳ ନେଇ ଏହି କମ୍ପାନୀ ର କାରଖାନା ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଉତ୍ପାଦନ କରିବା ସହ ଜନସାଧାରଣଙ୍କ ଗୃହ,ରାସ୍ତା,ନାଳ ,ପାଚେରୀ ନିର୍ମାଣ ପାଇଁ ଆବଶ୍ୟକତା ମେଣ୍ଟାଉଛି ଏବଂ ସରକାରୀ ଓ ବେସରକାରୀ ନିର୍ମାଣର ଆବଶ୍ୟକତା ପୂରଣ କରୁଛି ଏଥିପାଇଁ ସାରା ଭାରତରେ ତାର ସୁନାମ ରହିଛି ଏହି ଡାଲମିଆ ସିମେଣ୍ଟ କମ୍ପାନୀ ତରଫରୁ ଶୁକ୍ରବାର ଦିନ ଆନନ୍ଦପୁରର କ୍ରିଷ୍ଣା ପ୍ୟାଲେସ ହୋଟେଲ ପରିସରରେ ଠିକାଦାର, ମିସ୍ତ୍ରୀ, ରାଜମିସ୍ତ୍ରୀ, ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଏରିଆ ସେଲସ ମେନେଜର ଶରତ ସ୍ବାଇଁ,ଜୋନାଲ ଟେକ୍ନିକାଲ ମେନେଜର ରଜନୀକାନ୍ତ ଷଡ଼ଙ୍ଗୀ, ଟେକ୍ନିକାଲ ସେଲସ ଲିଡ ସୂର୍ଯ୍ୟକାନ୍ତ ମିଶ୍ର,ଟେକ୍ନିକାଲ ବିଜିନେସ ଡେଭେଲପମେଣ୍ଟ ଅଫିସର ଇଂ ଜିତ ପ୍ରକାଶ ରାଜ, ଟେକ୍ନିକାଲ ବିଜନେସ ଡେଭଲପମେଣ୍ଟ ଅଫିସର ଅରୁଣ କୁମାର ସ୍ବାଇଁ, ଏରିଆ ସେଲସ ଅଫିସର ସ୍ନେହାସି ଲେଙ୍କା,ଏରିଆ ସେଲସ ଅଫିସର ଚିରାଗ ଚିରଞ୍ଜିବୀ ଦାସ ଓ ସମସ୍ତ ବିଭାଗୀୟ ଅଧିକାରୀ,ବିଲ୍ଡର ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଅତିଥି ଗଣ ଭାରତ ପ୍ରଷିଦ୍ଧ ଡାଲମିଆ ସିମେଣ୍ଟ କମ୍ପାନୀର ୮୬ ବର୍ଷ ର ଇତିହାସ ଉପରେ ଆଲୋକପାତ କରିବା ସହ ଡାଲମିଆ ସିମେଣ୍ଟ କମ୍ପାନୀ ଲୋକଙ୍କ ଚାହିଦା,ସିମେଣ୍ଟ ଗୁଣବତ୍ତା, କାରଖାନାକୁ ଆଧୁନିକକରଣ,ପରିବେଶ ଉପରେ ଗୁରୁତ୍ବ, କର୍ମଚାରୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ବ ଦିଆ ଯାଉଥିବା କଥା କହିଥିଲେ ଆଗକୁ ମଧ୍ୟ ସିମେଣ୍ଟ ପ୍ଲାଣ୍ଟ କୁ ଜିରୋ କାର୍ବନ ରେ ପରିଣତ କରିବାକୁ ଚେଷ୍ଟା କରିବ ବୋଲି କହିଥିଲେ ଡାଲମିଆ ସିମେଣ୍ଟ ସେମାନଙ୍କୁ ବହୁ କିଛି ସୁବିଧା ଦେଉଛି ସଠିକ ସମୟରେ ସିମେଣ୍ଟ ଯୋଗାଇବା,ଗୁଣାଵତ୍ତା ଵଜାୟ‌ ରଖିବା , ମିସ୍ତ୍ରୀ ମାନଙ୍କୁ ଆବଶ୍ୟକୀୟ ସମୟ ସମୟ ନେଇ ପ୍ରଶିକ୍ଷଣ କରାଇବା ଉପରେ ଗୁରୁତ୍ବ ଦେଇଥିଲେ ତତ୍ ସହ ମିସ୍ତ୍ରୀ ମାନେ ଡାଲମିଆ ସିମେଣ୍ଟର ବଜାରର ଆବଶ୍ୟକତା ଏବଂ ଵଜାରରେ ଲୋକଙ୍କର ଡାଲମିଆ ସିମେଣ୍ଟ ଚାହିଦା ଅଧିକ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମ ରେ ଡିଲର, ଶତାଧିକ ମିସ୍ତ୍ରୀ ପ୍ରମୁଖ ଯୋଗଦେଇ ଡାଲମିଆ ସିମେଣ୍ଟ କମ୍ପାନୀର ଅଧିକାରୀମାନଙ୍କ ଠାରୁ ବହୁମୂଲ୍ୟ କଥା ଶୁଣିଥିଲେ ।

ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋ...
06/07/2024

ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଜାତୀୟ ଚେତନାର ସୂତ୍ରରେ ବାନ୍ଧିବା ସହ ଓଡ଼ିଆ ସାହିତ୍ୟ ଓ ଶିକ୍ଷାର ବିକାଶ ପାଇଁ ଉତ୍କଳମଣିଙ୍କ ଅବଦାନକୁ ସ୍ମରଣ କରିଛନ୍ତି।

ଗୋପବନ୍ଧୁଙ୍କ ଆଦର୍ଶକୁ ପୁଞ୍ଜି କରି ନୂଆ ସରକାର ଓଡ଼ିଶାର ସେବା କରି ଚାଲିବ। ୨୦୩୬ ମସିହାରେ ସ୍ବତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିକାଶ ପାଇଁ ଭିଜନ-୨୦୩୬ ପ୍ରସ୍ତୁତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଏହି ଶ୍ରାଦ୍ଧବାର୍ଷିକୀ ପାଳନ କାର୍ଯ୍ୟକ୍ରମରେ ଭାରତର ମହାମହିମ President of India ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ମଧ୍ୟ ଯୋଗ ଦେଇଥିଲେI

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ...
04/07/2024

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୌରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ। ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସତର୍କ ମୋବାଇଲ୍ ଆପ୍ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ଓଡରାଫ୍ର ବର୍ତ୍ତମାନ ୨୦ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ଟି ୟୁନିଟ୍ କରାଯିବ। ସେହିପରି ଅଗ୍ନିଶମ ବିଭାଗ ଜିଲ୍ଲା ସ୍ତରରେ ଯେକୌଣସି ବିପର୍ଯ୍ୟୟ ହେଲେ ପ୍ରଥମେ ଅଂଶଗ୍ରହଣ କରନ୍ତି।

ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି। ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ।

ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ଟି ଆଞ୍ଚଳିକ ଅଗ୍ନିଶମ ସେବା ହବ୍ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ।

ବୈଠକରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀଙ୍କ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମେତ ଅଧିକାରୀମାନେ ଉପସ୍ଥିତ ଥିଲେ।

ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
04/07/2024

ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

  CM and Deputy CMs discuss issues of State with PM Modi
28/06/2024

CM and Deputy CMs discuss issues of State with PM Modi

11/06/2024
କେନ୍ଦୁଝର ମାଟିର ସୁପୁତ୍ର, ମା ତାରିଣୀଙ୍କ ସୁଯୋଗ୍ଯ ସନ୍ତାନ କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ  ଶ୍ରୀଯୁକ୍ତ Mohan Charan Majhi  ମହୋଦୟଙ୍କ...
11/06/2024

କେନ୍ଦୁଝର ମାଟିର ସୁପୁତ୍ର, ମା ତାରିଣୀଙ୍କ ସୁଯୋଗ୍ଯ ସନ୍ତାନ କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ଶ୍ରୀଯୁକ୍ତ Mohan Charan Majhi ମହୋଦୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆମ କେନ୍ଦୁଝରମାଟିର ନାମ କୁ ବିଶ୍ବ ଦରବାରରେ ପହଞ୍ଚାଇବା ସହ ଆପଣଙ୍କ ନେତୃତ୍ବରେ ଓଡିଶା ତଥା ଆମ କେନ୍ଦୁଝର ଜିଲ୍ଲା ଓ ଆମ ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ର ସର୍ବାଙ୍ଗୀନ ବିକାଶ ସାଧନ ହେବ ବୋଲି ଆଶା ଓ ବିଶ୍ବାସ ରଖୁଛୁ । ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କୁ BJP Odisha ଚୟନ କରିଥିବାରୁ ସାଧାରଣ ଲୋକଟିଏ ଯେ ମୁଖ୍ୟମନ୍ତ୍ରୀ ହୋଇପାରେ ଏ ଧାରଣା ଓ କଳ୍ପନା Bharatiya Janata Party (BJP) ଗଠନ କରିବା ସହ ଭାଜପା ପ୍ରତି ଜନସାଧାରଣଙ୍କର ଆସ୍ଥା ବୃଦ୍ଧି ପାଉଛି ।

06/05/2024

ଆନନ୍ଦପୁର ଓ ଘଷିପୁରା ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ

Address

ODISHA
Keonjhar
758021

Website

Alerts

Be the first to know and let us send you an email when APP News Odia posts news and promotions. Your email address will not be used for any other purpose, and you can unsubscribe at any time.

Share