Champua News

Champua News Any news about Champua.

କାଠ ବେପାରୀଙ୍କୁ ଟଙ୍କା ମାଗୁଛନ୍ତି ଅଡିଓ ଭାଇରାଲ୍  କେନ୍ଦୁଝର ବନଖଣ୍ଡର ଚମ୍ପୁଆ ଫରେଷ୍ଟର ସୁନିତା ବାଘେଲଙ୍କୁ ଚମ୍ପୁଆରୁ ବଦଳି କରି ମୁଖ୍ୟାଳୟ...
03/03/2025

କାଠ ବେପାରୀଙ୍କୁ ଟଙ୍କା ମାଗୁଛନ୍ତି ଅଡିଓ ଭାଇରାଲ୍

କେନ୍ଦୁଝର ବନଖଣ୍ଡର ଚମ୍ପୁଆ ଫରେଷ୍ଟର ସୁନିତା ବାଘେଲଙ୍କୁ ଚମ୍ପୁଆରୁ ବଦଳି କରି ମୁଖ୍ୟାଳୟକୁ ଅଣାଯାଇଛି । କାଠ ବେପାରୀ ଠାରୁ ଟଙ୍କା ମାଗିବା ଅଭିଯୋଗ ଆସିବା ପରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ସ୍ବରୂପ ବଦଳି କରାଯାଇଥିବା ଜଣାପଡିଛି । ଏକ ଭାଇରାଲ ଅଡିଓକୁ ଆଧାର କରି ଏଭଳି ପଦକ୍ଷେପ ନିଆଯାଇଛି। ଚମ୍ପୁଆ ବନାଞ୍ଚଳରେ ଇଉକାଲିପଟାସ୍ ଓ ଆକାଶିଆ ଗଛ କାଟିବା ପାଇଁ ଅନୁମତି ନେଇ କାଠ ବେପାରୀମାନେ ମୂଲ୍ୟବାନ ଗଛ କାଟୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ତେବେ କାଠ ବେପାରୀଙ୍କୁ ଫରେଷ୍ଟର ସୁନିତା ୮ ହଜାର ଟଙ୍କା ମାଗିବା ଏବଂ ଜଣେ ଅସ୍ଥାୟୀ ବନ କର୍ମଚାରୀ ଡ୍ରାଇଭରଙ୍କ ଫୋନ୍ ପେ’ରେ ଟଙ୍କା ପଠାଇବାକୁ କହୁଥ‌ିବାର ଏକ ଅଡିଓ ଭାଇରାଲ ହେଉଛି ।
ଏ ସମ୍ପର୍କରେ ଡିଏଫ୍ଓ ଧନରାଜ ଏଚ୍‌ଡିଙ୍କୁ ଯୋଗାଯୋଗ କରିବାରୁ ଏହି ଅଡିଓ ଘଟଣାକୁ ନେଇ ଫରେଷ୍ଟରଙ୍କୁ ସେଠାରୁ ହଟାଇ ମୁଖ୍ୟାଳୟକୁ ଅଣାଯାଇଛି । ଉକ୍ତ ଘଟଣାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଫରେଷ୍ଟରଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିବାରୁ ମତାମତ ନିଆଯାଇପାରିନାହିଁ।

ଚମ୍ପୁଆରେ କେବେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ?୨୦୧୮ ମସିହାରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଏଯାଏଁ ଏହି ପ୍ରକଳ୍ପ କେବଳ କା...
20/02/2025

ଚମ୍ପୁଆରେ କେବେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ?

୨୦୧୮ ମସିହାରୁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସ୍ତାବିତ ହୋଇଥିଲେ ମଧ୍ୟ ଏଯାଏଁ ଏହି ପ୍ରକଳ୍ପ କେବଳ କାଗଜ଼ କଲମ ରେ ସୀମିତ ଅଛି। ସ୍ଥାନୀୟ ଲୋକମାନେ ଏହି ବିଦ୍ୟାଳୟ ପାଇଁ ୭ ବର୍ଷ ହେଲା ପ୍ରତୀକ୍ଷା କରିଛନ୍ତି , କିନ୍ତୁ ସରକାର ଏବଂ ପ୍ରଶାସନ କେବଳ ଖାଲି ମିଥ୍ୟା ଆଶ୍ୱାସନା ଦେଇ ଚାଲିଛନ୍ତି । ଏହି ଆଶ୍ୱାସନା ଆଉ କେତେଦିନ ଚାଲିବ?ସରକାର ଏବଂ ପ୍ରଶାସନ,କିଏ ଉତ୍ତରଦାୟୀ ହେବ?

୨୦୧୮ ରୁ ଆଜି ୨୦୨୫—ସାତ ବର୍ଷ ହୋଇଗଲା, ଚମ୍ପୁଆ ନାଗରିକମାନେ ଆଶା କରୁଥିଲେ ଯେ ଏଠାରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ହେବ, ଯେଉଁଠି ସେମାନଙ୍କ ପିଲାମାନେ ଉଚ୍ଚ ଶିକ୍ଷା ପାଇପାରିବେ। ପ୍ରଶାସନ ବହୁତ ଦିନ ଧରି କେବଳ ଭୁଆଁ ବୁଲେଇ ଚାଲିଛି ।ଚମ୍ପୁଆ ପ୍ରଶାସନ ସାଢେ ୭ ଏକର ଜମି ଯୋଗାଇ ଦେଇଛି,ବୋଲି ଖବର କାଗଜ଼ ରେ ବି ଆସୁଛି , ସବୁ ଯଦି ଠିକ ଠାକ୍ ହେଇ ସାରିଛି ତାହେଲେ ଏବେ ବି ଏହି ବିଦ୍ୟାଳୟ ଆରମ୍ଭ ହେଉ ନାହିଁ କାହିଁକି ?, ଏ ସବୁ ପଛରେ କାହାର ହାତ ଅଛି? କିଏ ଏହି ଯୋଜନା ଉପରେ ରୋକ୍ ଲଗାଇଛି? ସରକାର ଅନ୍ୟାନ୍ୟ ସ୍ଥାନ ରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲୁଛନ୍ତି, କିନ୍ତୁ ଚମ୍ପୁଆକୁ କାହିଁକି ଅବହେଳା କରାଯାଉଛି?

ବିଭିନ୍ନ ନେତାମାନେ ନିର୍ବାଚନ ଆସିଲେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲୋକମାନଙ୍କୁ ଆଶା ଦେଉଛନ୍ତି, କିନ୍ତୁ ନିର୍ବାଚନ ସରିଲେ ସେମାନେ ଗାଢ଼ ଘୁମ ପକାଉଛନ୍ତି । ବିଜେଡି ସରକାର ଏପର୍ଯ୍ୟନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗରେ କେବଳ ଖାଲି ଆଶ୍ୱାସନା ଦେଇ ଆସୁଛି, କୌଣସି ପଦକ୍ଷେପ କାହିଁକି ନେଉ ନାହିଁ ?ଚମ୍ପୁଆ ଲୋକମାନେ ଏବେ ମିଳିତ ହୋଇ ଏହି ଅନ୍ୟାୟ ଓ ଅବହେଳା ବିରୁଦ୍ଧରେ ସ୍ୱର ଉଠାଇବା ଉଚିତ୍। ସରକାର ଏବଂ ପ୍ରଶାସନ ଯଦି ଏହି ବିଦ୍ୟାଳୟ ର ପ୍ରକ୍ରିୟା ଆରମ୍ଭ କରିବା ଉପରେ ଅସ୍ପଷ୍ଟ ରୁହନ୍ତି , ତେବେ ଚମ୍ପୁଆ ଲୋକମାନେ ଏହାକୁ ନେଇ ଗମ୍ଭୀର ପଦକ୍ଷେପ ନେବା ଦରକାର।

ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଏବେ ହେବ କି ନାହିଁ? କେଉଁ ଦିନ ଏହା ଆରମ୍ଭ ହେବ? ଏହି ଫାଇଲ ଏଯାଏଁ କେଉଁ ଅଫିସରେ ଅଟକି ରହିଛି? କେଉଁ ଅଧିକାରୀ ଏହି ନିଷ୍କ୍ରିୟତା ପାଇଁ ଦାୟୀ? ଏହା ସମସ୍ତଙ୍କ ଜାଣିବା ଦରକାର। ଚମ୍ପୁଆ ଲୋକମାନେ ଆଉ କେତେଦିନ ଏହି ଯୋଜନା ପାଇଁ ଅପେକ୍ଷା କରିବେ? ଏହା ଏକ ରାଜନୈତିକ କୂଟଚକ୍ର ନୁହେଁ ତ?

ଚମ୍ପୁଆବାସୀଙ୍କୁ ଏହି ଅବହେଳା ବିରୁଦ୍ଧରେ ସ୍ୱର ଉଠାଇବା ଦରକାର ଏବଂ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ଦରକାର! ନହେଲେ ଚମ୍ପୁଆ ଆହୁରି ଏଭଳି ଅବହେଳିତ ଅଞ୍ଚଳ ହିସାବରେ ରହିଯିବ।

ଚମ୍ପୁଆରେ ବଡ଼ ଧରଣର ଚୋରି ଘଟଣା: ଲୁଟିଲେ ୨୦ ଲକ୍ଷରୁ ଅଧିକ ମୋବାଇଲ ଓ ସରଂଜାମ ଗତକାଲି ମଧ୍ୟରାତ୍ରିରେ ଚମ୍ପୁଆ ଥାନାରୁ କେବଳ ୨୦୦ ମିଟର ଦୂରରେ ...
13/12/2024

ଚମ୍ପୁଆରେ ବଡ଼ ଧରଣର ଚୋରି ଘଟଣା: ଲୁଟିଲେ ୨୦ ଲକ୍ଷରୁ ଅଧିକ ମୋବାଇଲ ଓ ସରଂଜାମ

ଗତକାଲି ମଧ୍ୟରାତ୍ରିରେ ଚମ୍ପୁଆ ଥାନାରୁ କେବଳ ୨୦୦ ମିଟର ଦୂରରେ ଥିବା ରାଜ ଏଣ୍ଡ୍ ରାଜ ମୋବାଇଲ ଦୋକାନରେ ଅପରାଧୀ ମାନେ ଲୁଟ୍ ଘଟାଇଛନ୍ତି। ସଟର ତାଡି ଲୁଟେରା ମାନେ ପ୍ରାୟ ୨୦ ଲକ୍ଷରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଓ ସରଂଜାମ ଚୋରି କରିନେଇଛନ୍ତି।

ଦୋକାନ ମାଲିକ ଦିଲ୍ଲିପ କୁମାର ରାଜଙ୍କ ଅନୁସାରେ, ଗତକାଲି ରାତି ୯ଟାରେ ଦୋକାନ ବନ୍ଦ କରି ସେ ଘରକୁ ଯାଇଥିଲେ। ଆଜି ସକାଳେ ଦୋକାନ କର୍ମଚାରୀ ମାନେ ଆସି ଦେଖିଲେ ଯେ ସଟରର ତାଲା ଭଙ୍ଗା ହୋଇଛି। ସେମାନେ ଖବର ଦେବା ପରେ ମାଲିକ ଆସି ସଟର ଉଠାଇ ଦେଖିଲେ ଯେ ଦାମୀ ମୋବାଇଲ ଓ ଅନ୍ୟାନ୍ୟ ସରଞ୍ଜାମ ସବୁ ଚୋରି ହୋଇ ଯାଇଛି। ଲୁଟେରା ମାନେ ଦୋକାନରେ ଥିବା ସିସିଟିଭି ହାର୍ଡ ଡିସ୍କକୁ ମଧ୍ୟ ଚୋରି କରିନେଇଛନ୍ତି।

ଘଟଣାସ୍ଥଳରେ ଚମ୍ପୁଆ ଏସଡିପିଓ ବିଜୟ କୁମାର ମଲ୍ଲିକ, ବାରିଆ ଆଇଆଇସି ଦେବକୀ ନାଏକ, ସାଇଣ୍ଟିଫିକ ଟିମ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହା ସହିତ ଏକ ପେସାଦାର ଲୁଟେରା ଗ୍ୟାଙ୍ଗ ଜଡିତ ଅଛି। ବିଭିନ୍ନ ସିସିଟିଭି ଫୁଟେଜକୁ ପରିଖ୍ୟାନ କରି ତଦନ୍ତ ଚଳାଉଛନ୍ତି।

ଚମ୍ପୁଆ ମୁଖ୍ୟ ବଜାରରେ ଏଭଳି ବଡ଼ ଚୋରି ଘଟଣା ପ୍ରଥମ ଥର ଘଟିଥିବାରୁ ବ୍ୟବସାୟୀ ମାନଙ୍କ ମନରେ ଭୟ ଓ ଚିନ୍ତା ସୃଷ୍ଟି ହୋଇଛି।
ପୋଲିସ କେସ ରୁଜୁ କରି ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଜୋରଦାର ଚେଷ୍ଟା ଜାରି ରଖିଛନ୍ତି।

ଚମ୍ପୁଆ ରେ ପରିବର୍ତ୍ତନର ଆହ୍ୱାନ:ଚମ୍ପୁଆ ଅଞ୍ଚଳରେ ଆଜି ଯେଉଁ ସମସ୍ୟାମାନେ ଜନସାଧାରଣଙ୍କ ଜୀବନକୁ ପ୍ରଭାବିତ କରୁଛି, ସେଗୁଡ଼ିକ ଦେଖି ଆମେ ଅଣଦ...
10/12/2024

ଚମ୍ପୁଆ ରେ ପରିବର୍ତ୍ତନର ଆହ୍ୱାନ:

ଚମ୍ପୁଆ ଅଞ୍ଚଳରେ ଆଜି ଯେଉଁ ସମସ୍ୟାମାନେ ଜନସାଧାରଣଙ୍କ ଜୀବନକୁ ପ୍ରଭାବିତ କରୁଛି, ସେଗୁଡ଼ିକ ଦେଖି ଆମେ ଅଣଦେଖା କରିବାରେ ଲାଗିଛେ ,ଯେମିତି କି ବିଭିନ୍ନ ବିଭାଗରେ କର୍ମଚାରୀଙ୍କ ଅଭାବ, ସରକାରୀ ସ୍କୂଲ ରେ ଶିକ୍ଷାର ମାନ କମିବାରେ ଲାଗିଛି ,ସ୍କୁଲରେ ଶିକ୍ଷକ ଅଭାବରେ ପିଲାମାନଙ୍କ ଶିକ୍ଷାର ମାନ ହ୍ରାସହେଉଛି,ଡାକ୍ତର ଖାନା ରେ ଡାକ୍ତର ନାହାନ୍ତି ରୋଗୀ ମାନେ ଉପଯୁକ୍ତ ଚିକିତ୍ସା ପାଉନାହାନ୍ତି । ରାସ୍ତାରେ ଟ୍ରକ ଗଡି ଗଡି ରାସ୍ତା ଖାଲ ଢିପ ରେ ଭରି ଗଲାଣି, ଯେଉଁଠି ନାହିଁ ସେଇଠି ହମ୍ପସ, ତା ପରେ ମଦ ନିଶା ଆଜିର ଯୁବକଙ୍କୁ ଘାରିଛି , ନିଶା ଶକ୍ତ ଏ ଯୁବ ସମାଜ ଗାଡି ଧରି ଘିରି ଘିରି ବୁଲୁଛନ୍ତି ନିଜ ଜୀବନକୁ ବାଜି ଲଗାଇବା ସହ କିଛି ନିରୀହ ଲୋକ ଙ୍କ ପ୍ରାଣ କୁ ବି ବିପତ୍ତି ରେ ପକାଉଛନ୍ତିI

ଆମ ସଂସ୍କୃତି ପରମ୍ପରା ଆଧୁନିକ ଯୁଗର ପଶ୍ଚିମୀ ଆକର୍ଷଣ ଏବଂ ଜୀବନଧାରା ବିମୋହିତ କରି ସମଗ୍ର ଯୁବପିଢିକୁ ଗ୍ରାସିତ କଲାଣି I ଆଧୁନିକ ଆହାର ଚଳନରେ କୃଷିର ପ୍ରଭାବ କମିଯାଇଛି, ଚାଷଜମି ପଡିଆ ପଡୁଛି ଚାଷୀ ଆଜି ବେପାରୀ, ଚାଷୀ ଚାଷ ଭୁଲିଗଲେଣି, ଆଉ ପରିବା ଦର ଆକାଶ ଛୁଆଁ।ପରିବା କିଣିବା ଆମ ପାଇଁ ମହଙ୍ଗା ହୋଇପଡୁଛି। ତେଣୁ ଫାର୍ମ କୁକୁଡ଼ା ଶସ୍ତା ସୁବିଧା ଓ ସୁଆଦିଆ ଲାଗୁଛି ଯାହାର ଚାହିଦା ବଢ଼ିବାରେ ଲାଗିଛି I ହେଲେ ଏହି ଫାର୍ମ କୁକୁଡ଼ା ଫାର୍ମ ଅଣ୍ଡା ସାର ଦିଆ ପରିବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ହିତ କର ଏହା ଆମର ବୁଦ୍ଧି ଓ ବିବେକ ଠିକ୍ ଜାଣିଛି I

ଯାହାକୁ ପଚାର ସିଏ ଏ ସବୁ କଥା ଜାଣିଛନ୍ତି ମୁଁ କିଛି ନୂଆ କହୁନି ଆମେ ସବୁ ଜାଣି ସିଆଣିଆ ସବୁ ଜାଣି ବି ଅଜଣା , କିନ୍ତୁ ଏହା ଆମକୁ ମହଙ୍ଗା ପଡିବ।ସେ ସମୟ ଆସିଗଲାଣି ଆଜି ଯଦି ସଚେତନ ନ ହେବା କାଲି ଆମେ ନିଶ୍ଚୟ ଏହାର କୁ-ପ୍ରଭାବ ଭୋଗିବା। ତେଣୁ ଆଜି ପରିବର୍ତ୍ତନ ର ସ୍ୱର ଚିତ୍କାର କରୁଛି, ଆପଣ ମାନଙ୍କୁ ଆହ୍ୱାନ କରୁଛି ନିଜେ ଜାଗ୍ରତ ହୁଅ ନିଜ କର୍ତ୍ତବ୍ୟ ପ୍ରତି ସଜାଗ ହୁଅ , ଆଗକୁ ଆସି ନିଜ ପାଇଁ ଠିଆ ହୁଅ I

ସମସ୍ତ ପରିବର୍ତ୍ତନର ମୂଳ ଅଧାର ହେଉଛି ଜନତାର ସଚେତନତା ଏବଂ ଏକତା।

ଚମ୍ପୁଆର ଯୁବ ଶକ୍ତିକୁ ଏବେ ଏକ ମୂଳ ଭୂମିକା ନେବାର ସମୟ ଆସିଛି।।

କାଚ ମଦ ବୋତଲ ବ୍ୟବହାର ପରେ ତାହାକୁ ଫିଙ୍ଗିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ। ବିଧାନସଭାରେ ଏହି ବି...
10/12/2024

କାଚ ମଦ ବୋତଲ ବ୍ୟବହାର ପରେ ତାହାକୁ ଫିଙ୍ଗିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ। ବିଧାନସଭାରେ ଏହି ବିଷୟ ଉପରେ ତୀବ୍ର ଆଲୋଚନା ହୋଇଥିବା ବେଳେ ସେ କହିଛନ୍ତି, ମଦ୍ୟପାନ କରିବା ପରେ ମଦୁଆମାନେ ବୋତଲଗୁଡ଼ିକୁ ରାସ୍ତାଘାଟ, ଜଳାଶୟ ଓ ଚାଷଜମିରେ ଫିଙ୍ଗି ଦେଉଛନ୍ତି, ଯାହାର ପରିଣାମରେ ପରିବେଶ ଦୂଷିତ ହେଉଛି ଏବଂ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

ସନାତନ ମହାକୁଡ କାଚ ବୋତଲ ବ୍ୟବହାର ବଦଳରେ ବିକଳ୍ପ ବ୍ୟବସ୍ଥା ଚାଲୁ କରିବାର ଆବଶ୍ୟକତା ଅଛି ବୋଲି ସରକାରଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି। ସେ ଲିଖିତ ପ୍ରଶ୍ନରେ ଦାବି କରିଛନ୍ତି ଯେ, ମଦ ବୋତଲ ଫିଙ୍ଗିବା ନେଇ ସାଧାରଣ ଲୋକ ଓ ଜୀବଜନ୍ତୁ ଆଘାତ ପାଇବା ସହ ପରିବେଶ ପ୍ରଦୂଷିତ ହେଉଛି । ଏହା ନିବାରଣ ପାଇଁ ସରକାର କିଛି ନିଷ୍ପତ୍ତି ନେବା ଆବଶ୍ୟକ।

ନିଶା ଖାଇ ମଦ୍ୟପମାନେ ଏଣେ ତେଣେ ବୋତଲ ଫିଙ୍ଗୁଥିବାରୁ ଏହି ସମସ୍ୟା ଘଟୁଛି। ସରକାର ଯଦି ଏହାର ନିରାକରଣ ପାଇଁ ଅବଗତ ଅଛନ୍ତି, ତେବେ ବିକଳ୍ପ ବ୍ୟବସ୍ଥା କଣ ପାଇଁ ନିଆ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶିଶୁ ଦିବସ ଉପଲକ୍ଷେ "ଚିଲ୍ଡରେନ୍ସ କର୍ନର" ଶିଶୁ ସୃଜନ ସଚେତନତା ଚିନ୍ତନ ଗୋଷ୍ଠୀ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ୧୪/୧୧/୨୦୨୪।  ଚିଲ୍ଡରେନ୍...
15/11/2024

ଶିଶୁ ଦିବସ ଉପଲକ୍ଷେ "ଚିଲ୍ଡରେନ୍ସ କର୍ନର" ଶିଶୁ ସୃଜନ ସଚେତନତା ଚିନ୍ତନ ଗୋଷ୍ଠୀ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

୧୪/୧୧/୨୦୨୪। ଚିଲ୍ଡରେନ୍ସ କର୍ନର ଶିଶୁ ସୃଜନ ସଚେତନତା ଚିନ୍ତନ ଗୋଷ୍ଠୀ ଆନୁକୁଲ୍ୟରେ ଶିଶୁ ଦିବସ ଉପଲକ୍ଷେ ସ୍ବତନ୍ତ୍ର 'ଚିତ୍ରାଙ୍କନ' ଏବଂ 'କବିତା ଲିଖନ' ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୭୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବାର ଦେଖିବାକୁ ମିଳିଛିl ଚିତ୍ରାଙ୍କନ ପ୍ରତିଯୋଗିତା ନିମନ୍ତେ ଉପକନିଷ୍ଠ ବିଭାଗ ରେ ୯ ଜଣ, କନିଷ୍ଠ ବିଭାଗ ରେ ୯୩ ଜଣ ଏବଂ ବରିଷ୍ଠ ବିଭାଗରେ ୭୫ ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ହିସାବରେ ଉପକନିଷ୍ଠ ବିଭାଗରେ ପ୍ରୀତମ୍ ବାନ୍ଦ୍ରା (ପ୍ରଥମ), ଜେରି ଜୋସ୍ ଟୋପ(ଦ୍ୱିତୀୟ) ଏବଂ ତନୁଶ୍ରୀ ନାଏକ( ତୃତୀୟ ) ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବର୍ଗ ରେ ମନୀଷ ପ୍ରଧାନ(ପ୍ରଥମ), ଶ୍ୱେତପଦ୍ମା ମୁଣ୍ଡା ଓ ସୃଷ୍ଟି ସ୍ୱରୂପା ପ୍ରଧାନ (ଯୁଗ୍ମ ଦ୍ଵିତୀୟ) ଏବଂଅଙ୍କିତା ମହାନ୍ତ (ତୃତୀୟ)ସ୍ଥାନରେ ରହିଥିଲେ। ବରିଷ୍ଠ ବର୍ଗ ଆଶୁତୋଷ ପ୍ରଧାନ ( ପ୍ରଥମ), ଯୁଗ୍ମ ବିଜେତା ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତ ଓ ପୁଷ୍ପାଞ୍ଜଳୀ ବେହେରା (ଦ୍ଵିତୀୟ), ଏବଂ ତୃପ୍ତିମୟୀ ଗିରି(ତୃତୀୟ) ସ୍ଥାନରେ ରହିଥିଲେ। ସେହିପରି କବିତା ଲିଖନ ପ୍ରତିଯୋଗିତା ରେ କନିଷ୍ଠ ବିଭାଗ ରେ ସମୁଦାୟ ୩୦ ଜଣ ଓ ବରିଷ୍ଠ ବିଭାଗ ରେ ୬୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କନିଷ୍ଠ ବିଭାଗ ରେ ପୂଜା ନାଏକ (ପ୍ରଥମ), ଇତିଶ୍ରୀ ମହାନ୍ତ ଓ ବିବେଶ୍ୱାନ୍ ପ୍ରଧାନ (ଯୁଗ୍ମ ଦ୍ଵିତୀୟ), ନମିତା ମୁଣ୍ଡା (ତୃତୀୟ) ଏବଂ ବରିଷ୍ଠ ବିଭାଗ ରେ ବିନୋଦିନୀ ପୂର୍ତ୍ତି (ପ୍ରଥମ), ନୂପୁର ବାରିକ (ଦ୍ଵିତୀୟ), ଦିବ୍ୟଜ୍ୟୋତି ଗିରି (ତୃତୀୟ) ସ୍ଥାନ ଅଧିକାର କରିଥିଲେ l ' ମୋ ବିଦ୍ୟାଳୟ','ପ୍ରକୃତିର ସୌନ୍ଦର୍ଯ୍ୟ' ଏବଂ 'ସ୍ଵଚ୍ଛ ଭାରତ' ଆଦି ବିଷୟ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା କରା ଯାଇଥିବା ବେଳେ 'ଶିଶୁ ହସିଲେ ଦୁନିଆଁ ହସେ' ଓ 'ମୋ ସ୍ୱପ୍ନର ଭାରତ ' ଶୀର୍ଷକ ରେ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। । ଅବସରପ୍ରାପ୍ତ ଶିକ୍ଷକ ରାସେଶ୍ୱର ମହାନ୍ତ ଚିତ୍ରାଙ୍କନ ଓ କବିତା ଲିଖନ ସୃଜନଶୀଳତା ର ଉତ୍ତମ ମାର୍ଗ ବୋଲି ମତ ରଖିଥିଲେ।ଶିଶୁ ସୃଜନ ସଚେତନତା ଚିନ୍ତନ ଗୋଷ୍ଠୀର ରାଜକିଶୋର ଶତପଥୀଙ୍କ ତଦାରଖରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାହିତ ହୋଇଥିଲାl ଏଥିରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

14/11/2024
ଲୋକପ୍ରିୟ ଟିଭି ଶୋ ‘କୌନ ବନେଗା କରୋଡ଼ପତି’ରେ ଭାଗ ନେଇ ବାର ଲକ୍ଷ ପଚାଶ ହଜାର ଟଙ୍କା ରାଶି ଜିତିବାର ସଫଳତା ହାସଲ କରିଛନ୍ତି ଚମ୍ପୁଆ ବ୍ଲକ ସା...
27/10/2024

ଲୋକପ୍ରିୟ ଟିଭି ଶୋ ‘କୌନ ବନେଗା କରୋଡ଼ପତି’ରେ ଭାଗ ନେଇ ବାର ଲକ୍ଷ ପଚାଶ ହଜାର ଟଙ୍କା ରାଶି ଜିତିବାର ସଫଳତା ହାସଲ କରିଛନ୍ତି ଚମ୍ପୁଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନା। ୨୦୧୮ ମସିହାରୁ କେବିସିରେ ଯିବା ପାଇଁ ପ୍ରୟାସ କରୁଥିବା ଶ୍ରାବଣୀ ଗତ ବର୍ଷ ସାକ୍ଷାତକାର ଦେଇଥିଲେ, କିନ୍ତୁ ସେ ସଫଳ ହୋଇପାରି ନଥିଲେ। ଚଳିତ ବର୍ଷ ଏପ୍ରିଲରେ କେବିସି ପାଇଁ ରେଜିଷ୍ଟ୍ରେସନ୍ କରିବା ପରେ ମେ ପ୍ରଥମ ସପ୍ତାହରେ ୧୨ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଅଗ୍ରସର ହୋଇଥିଲେ। ପରେ, ସେ ଦିଲ୍ଲୀରେ ଗ୍ରାଉଣ୍ଡ ଅଡିସନରେ ଭାଗ ନେଇ ସଫଳ ହୋଇଥିବାରୁ କେବିସି ପାଇଁ ଚୟନ ହୋଇଥିଲେ। ପ୍ରଥମ ଦେଖାରେ ସେ ହଟସିଟ୍‌କୁ ଆସି, ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନେତୃତ୍ୱରେ ଖେଳି ବାର ଲକ୍ଷ ପଚାଶ ହଜାର ଟଙ୍କା ଜିତିଥିଲେ। ଏହି ସଫଳତା ପାଇଁ ସେ ନିଜର ପରିବାରରୁ ମାନସିକ ସମର୍ଥନ ପାଇଥିବାରୁ ନିଜର ପିତା ଗୋବର୍ଦ୍ଧନ ଜେନା ଓ ମାତା ସବିତା ଜେନାଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ୧୩ତମ ପ୍ରଶ୍ନର ଉତ୍ତର ନିମନ୍ତେ ନିଶ୍ଚିତ ନଥିବାରୁ ଖେଳରୁ ସେ ଓହରିଥିଲେ। ସେ ଭାଗ ନେଇଥିବା ଏପିସୋଡ ଗୁଡିକ ୨୪ ଓ ୨୫ ତାରିଖରେ ଟେଲିଭିଜନ ରେ ପ୍ରସାରିତ ହୋଇଥିବାରୁ ତାଙ୍କ ସମସ୍ତ ସୁହୃଦ ଓ ପରିଚିତମାନେ ଶୁଭେଚ୍ଛା ଜଣାଇଛନ୍ତି।

*ଚମ୍ପୁଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ* ଚମ୍ପୁଆ ବ୍ଲକ ଓ ଏନ୍‌ଏସିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଏନ୍‌ଏସି ନିର୍ବାହୀ ଅଧିକାରୀ ସୁଜିତ...
18/09/2024

*ଚମ୍ପୁଆରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ*

ଚମ୍ପୁଆ ବ୍ଲକ ଓ ଏନ୍‌ଏସିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଏନ୍‌ଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ପ୍ରତିନିଧିମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ "ସ୍ଵଚ୍ଛତାହିଁ ସେବା" କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ମହାତ୍ମା ଗାନ୍ଧିଙ୍କ ସ୍ଵପ୍ନ ପୂରଣ ପାଇଁ ଶପଥପାଠ କରାଯାଇଥିଲା।

ମାଡପିଟ ଘଟଣାରେ ଅଭିଯୁକ୍ତକୁ ୧ ବର୍ଷ କାରାଦଣ୍ଡଏକ ମାଡ଼ପିଟ ଘଟଣାରେ ଏସଡିଜେଏମ ଦୀପକ କୁମାର ସାଠୁଆ  ଅଭିଯୁକ୍ତ ପିଣ୍ଟୁ ମହାନ୍ତକୁ ୧ ବର୍ଷ କାର...
18/09/2024

ମାଡପିଟ ଘଟଣାରେ ଅଭିଯୁକ୍ତକୁ ୧ ବର୍ଷ କାରାଦଣ୍ଡ

ଏକ ମାଡ଼ପିଟ ଘଟଣାରେ ଏସଡିଜେଏମ ଦୀପକ କୁମାର ସାଠୁଆ ଅଭିଯୁକ୍ତ ପିଣ୍ଟୁ ମହାନ୍ତକୁ ୧ ବର୍ଷ କାରାଦଣ୍ଡ ସହିତ ୧ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ବାରିଆ ଥାନା ଅନ୍ତର୍ଗତ ଗଣ୍ଡବରେଇ ଗ୍ରାମରେ ୨୦୧୯ ମସିହା ଜାନୁଆରୀ ୧୩ ତାରିଖରେ ଘଟିଥିଲା। ସ୍ଥାନୀୟ ଦୋକାନଦାର ତପେଶ୍ୱର ପ୍ରସାଦଙ୍କ ଘରକୁ ରାତି ୧୧ଟା ବେଳେ ପିଣ୍ଟୁ ମହାନ୍ତ ସଫଳ ଗୁଟୁଖା ଦେବାକୁ ଦାବି କରିଥିଲା। ଏହି ସମୟରେ ତପେଶ୍ୱରଙ୍କ ପତ୍ନୀ କବାଟ ଖୋଲିବା ପରେ ଉଭୟଙ୍କ ମଧ୍ୟରେ ବାକ୍-ବିତଣ୍ଡା ହୋଇଥିଲା। ତପେଶ୍ୱର ଏହି ଘଟଣା ସମ୍ପର୍କ ରେ ଜାଣିବା ପାଇଁ ହସ୍ତକ୍ଷେପ କରିବାରୁ, ପିଣ୍ଟୁ ତାଙ୍କୁ ଆକ୍ରମଣ କରିଥିଲା। ୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏସଡିଜେଏମ ଅଭିଯୁକ୍ତକୁ ୧ ବର୍ଷ କାରାଦଣ୍ଡ ସହିତ ଜରିମାନା ଦେବା ପାଇଁ ରାୟ ଦେଇଛନ୍ତି।

ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା, ମହିଳାମାନଙ୍କ ପାଇଁ ଖୁସି ଖବରଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ...
17/09/2024

ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା, ମହିଳାମାନଙ୍କ ପାଇଁ ଖୁସି ଖବର

ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଯୋଜନା ମହିଳାମାନଙ୍କ ପାଇଁ ବିଶେଷ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଛି, ଯେଉଁଥିରେ ମହିଳାମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି। ଏଥି ନିମନ୍ତେ ଭୁବନେଶ୍ବରର ଜନତା ମୈଦାନରେ ଏକ ଭବ୍ୟ ଆୟୋଜନ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟି ଟଙ୍କା ରେଳ ପ୍ରକଳ୍ପ ଏବଂ ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।ସେ ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୦ ମସିହାରେ ଗୁଜରାଟର ଭାଡନଗରରେ ଜନ୍ମ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୨୦୦୧ ରୁ ୨୦୧୪ ଯାଏଁ ସେବା କରିଥିଲେ। ଏହାପରେ ୨୦୧୪ରୁ ଲଗାତାର ତିନିଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ଦେଶର ସର୍ବପ୍ରଧାନ ନେତା ହୋଇ ପାରିଛନ୍ତି।

କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଞ୍ଚଳ ବେଣା ଗାଁରେ ହାତୀପଲ ଧାନ ଖାଇବା ସହ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ଯେଉଁଥିରେ ୧୦ ହଜାର ଟଙ୍କା ମଧ୍ୟ ହା...
17/09/2024

କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଞ୍ଚଳ ବେଣା ଗାଁରେ ହାତୀପଲ ଧାନ ଖାଇବା ସହ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି, ଯେଉଁଥିରେ ୧୦ ହଜାର ଟଙ୍କା ମଧ୍ୟ ହାତୀ ଟି ଖାଇଦେଇଛି। ଶନିବାର ରାତିରେ, ୫ ଟିକିଆ ଜଙ୍ଗଲୀ ହାତୀ ଗାଁbଭିତରକୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ। ଗାଁର ମୁଣ୍ଡାସାହିର ବାବୁରାମ ମୁଣ୍ଡାଙ୍କ ମାଟିଘରକୁ ଏହି ହାତୀମାନେ ଭାଙ୍ଗିଥିଲେ ଓ ଏହାପରେ ରବୀନ୍ଦ୍ର ପାତ୍ରଙ୍କ ଘର ଭିତରକୁ ପଶି ଧାନ ବସ୍ତା ଖାଇଦେଇଥିଲେ।

ରବୀନ୍ଦ୍ରଙ୍କ ପନ୍ତ୍ରୀ ସେଠାରେ ରଖିଥିବା ୧୦ ହଜାର ଟଙ୍କା ମଧ୍ୟ ଏହା ସହିତ ଖାଇଦେଇଥିଲେ। ବହୁ ଖୋଜା ଖୋଜି ଓ ଚେଷ୍ଟା ସତ୍ଵେ ଟଙ୍କା ମିଳିନଥିଲା। ଉଭୟ ପରିବାର ବନ ବିଭାଗ ନିକଟରେ ସହାୟତା ନିବେଦନ କରିଛନ୍ତି।

Address

Champua Keonjhar
Keonjhargarh
758041

Website

Alerts

Be the first to know and let us send you an email when Champua News posts news and promotions. Your email address will not be used for any other purpose, and you can unsubscribe at any time.

Share

LIVE News Champua