ajayprusty20

ajayprusty20 social service

05/03/2026
01/01/2026

07/09/2025

ବିମଳା ଙ୍କୁ ମନ୍ତ୍ରଣା ରେ ହେରାପଞ୍ଚମୀ ସନ୍ଧ୍ଯା ରେ ନୀଳାଚଳ ପାଟମହାଦେଈ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀ ଗୁଣ୍ଡିଚା ବିଜେ କରନ୍ତି। ଗୁଣ୍ଡିଚା ପହଞ୍ଚିଲାବେଳକୁ ମହାପ୍ରଭୁ ଙ୍କ ସନ୍ଧ୍ଯା ଧୂପ ବସିଥାଏ ପୂଜାପଣ୍ଡା ମହାଲକ୍ଷ୍ମୀ ଙ୍କୁ ଦେଖି ଡ଼ରି ଯାଆନ୍ତି ଓ ମହାପ୍ରଭୁ ଙ୍କୁ ସାବଧାନ କରନ୍ତି। ଏପଟେ ମହାଦେବୀ ଟେରାପଡ଼ିଥିବାରୁ ମହାପ୍ରଭୁ ଙ୍କ ଦର୍ଶନ କରି ପାରନ୍ତି ନାହିଁ ତେଣୁ ମହାଦେବୀ ଙ୍କୁ ଶାନ୍ତ କରିବା ପାଇଁ ମହାପ୍ରଭୁ ପତିମହାପାତ୍ର ଙ୍କୁ ନିଜର ଅଧରମାଳ ପ୍ରଦାନ କରନ୍ତି ଯାହା ପତିମହାପାତ୍ର ଅଭିମାନିନୀ ମହାଲକ୍ଷ୍ମୀ ଙ୍କୁ ସମର୍ପଣ କରନ୍ତି। ମହାଦେଇ ଆଣିଥିବା ମୋହନ ଚୂର୍ଣ୍ଣ ମହାପ୍ରଭୁ ଙ୍କ ଶ୍ରୀ ମୁଖ ରେ ପକାଇ ମା ନାକଚଣା ଦ୍ବାର ଦେଇ ବାହୁଡ଼ି ଆସନ୍ତି ଓ କ୍ରୋଧିତ ଅବସ୍ଥାରେ ନନ୍ଦିଘୋଷ ରଥ କୁ କ୍ଷତି କରି ପକାନ୍ତି (ଲୋକାଚାର) । ନନ୍ଦିଘୋଷ ରଥ କୁ ଆଘାତ ପରେ ମା ଙ୍କୁ ଲଜ୍ଜା ବୋଧ ହୁଏ ତେଣୁ ସେ ବଡ଼ଦାଣ୍ଡ ବାଟେ ନ ଆସି ହେରାଗୋହିରା ସାହି ବାଟେ ପ୍ରତ୍ୟାବର୍ତ୍ତନ କରିଲା ବେଳେ ଶ୍ରୀ ନଅର ଯାଇ ଗଜପତି ଙ୍କୁ ଚେତାବନୀ ଦେଇ ଆସନ୍ତି ଯେ ରାଜନ୍! ଯଦି ମହାପ୍ରଭୁ ତିନି ଦିନ ମଧ୍ଯରେ ଶ୍ରୀ ମନ୍ଦିର ପ୍ରତ୍ଯାବର୍ତ୍ତନ ନକରନ୍ତି ତେବେ ମୁଁ ତୋ ରାଜ୍ଯ ଛାଡି ପଳାଇବି , ତୋ ରାଜ୍ଯ ହାହାକାର ପଡ଼ିବ, ମରୁଡ଼ି ରେ ଜନଜୀବନ ଅସ୍ତବ୍ୟସ୍ତ ହେବ କେହି ଅନ୍ନଜଳ ପାଇବେ ନାହିଁ ଏପରି ମହାଲକ୍ଷ୍ମୀ ମହାରାଜ ଙ୍କୁ କହିବାରୁ ମହାଦେଇ ଙ୍କ ଉଗ୍ର ମୂର୍ତ୍ତି ଦେଖି ମହାରାଜ ଭୟ ରେ ଥରିବାକୁ ଲାଗନ୍ତି ଓ ମା ଙ୍କ ପାଦତଳେ ପଡ଼ି ମା ଙ୍କୁ କ୍ଷମା ଯାଚନା କରି ମା ଙ୍କୁ ଶାନ୍ତ କରାନ୍ତି ଓ ନିଜେ ଲକ୍ଷ୍ମୀ ଜଗନ୍ନାଥ ଙ୍କ କହଳ ଯୁଦ୍ଧ ରେ ମଧ୍ଯସ୍ଥତା କରିବାକୁ ସ୍ଥିର କରନ୍ତି। ଗୁଣ୍ଡିଚା ରୁ ମହାପ୍ରଭୁ ଙ୍କ ଦର୍ଶନ ନପାଇ ମା ସାଆନ୍ତାଣୀ ଙ୍କ ରାଗ ସବୁ ଗଜପତି ଙ୍କ ଉପରେ ଓଜାଡ଼ି ପଡ଼ିଥାଏ ମା ଶାନ୍ତ ହେବା ପରେ ଗଜପତି ମା ଙ୍କୁ ବଡ଼ଦେଉଳ ରେ ବାଟେଇ କି ଆସନ୍ତି। ଏପଟେ ଗୁଣ୍ଡିଚା ରେ ମହାଲକ୍ଷ୍ମୀ ଆସି ଫେରିକି ଯାଇଥିବା କଥା ଶୁଣି କାମପାଳ ମହାପ୍ରଭୁ ଦୁଃଖ ପ୍ରକାଶ କରନ୍ତି ଓ ମା ଶୁଭଦ୍ରିକା ରଥ ଦକ୍ଷିଣି ମୋଡ଼ ପାଇଁ ଆଞା ଦିଅନ୍ତି। ଠିକ୍ ତିନି ଦିନ ପରେ ମହାପ୍ରଭୁ ମାନେ ବାହୁଡ଼ା ଯାତ୍ରା କରି ବଡ଼ଦେଉଳ ଫେରନ୍ତି। ବଡ଼ଠାକୁର ଙ୍କ ତାଳଧ୍ଵଜ ରଥ ଓ ମା ଶୁଭଦ୍ରିକା ଙ୍କ ଦର୍ପ ଦଳନ ରଥ ଶ୍ରୀ ମନ୍ଦିର ସମ୍ମୁଖ ରେ ଲାଗିଲା ପରେ ଶ୍ରୀ ମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥ କୁ ଶ୍ରୀ ନଅର ପାଖରେ ଗଜପତି ଅଟକାଇ ଥାଆନ୍ତି ଓ ବଡଦେଉଳ ରୁ ଲକ୍ଷ୍ମୀ ସାଆନ୍ତାଣୀ ଙ୍କୁ ଆଣି ନିଜ ଉପସ୍ଥିତି ରେ ଲକ୍ଷ୍ମୀ ନାରାୟଣ ଭେଟ କରାନ୍ତି। ମହାଦେଇ ନନ୍ଦିଘୋଷ ରେ ମହାପ୍ରଭୁ ଙ୍କୁ ଦେଖି କ୍ରୋଧ ସମ୍ବରଣ କରି ମନରେ ଆନନ୍ଦ ଅନୁଭବ କରନ୍ତି ଓ ମହାପ୍ରଭୁ ଙ୍କୁ ପ୍ରଦକ୍ଷିଣା କରିସାରିବା ପରେ ଗଜପତି ତାଙ୍କୁ ବଡ଼ଦେଉଳ କୁ ପଠାଇ ଦିଅନ୍ତି। ଜଗନ୍ନାଥ ସଂସ୍କୃତି ରେ ଜଗନ୍ନାଥ ଙ୍କ ଲୀଳା ରେ ଗଜପତି ମଧ୍ଯ ଏକ ଗୁରୁତ୍ବ ଭୂମିକା ବହନ କରନ୍ତି। କିମ୍ୱଦନ୍ତୀ ର ଏହି ଲୋକାଚାର ଖୁବ୍ ମନୋମୁଗ୍ଧକର ଅଟେ ଯାହା ସାରା ବିଶ୍ବରେ କେଉଁଠାରେ ଦେଖିବାକୁ ମିଳେନାହିଁ।
ଜୟ ଜଗନ୍ନାଥ ଜୟ ମହାଲକ୍ଷ୍ମୀ

06/09/2025

ଫଳାଫଳ ଯାହା ହେଉନା କାହିଁକି ମୋତେ ମୋର ପ୍ରୟାସ ସର୍ବୋତ୍ତମ କରିବାକୁ ହେବ ! 💪


@

03/07/2025

ଖୋର୍ଦ୍ଧା :– ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ବିଭାଗ ରେ କାର୍ଯ୍ୟରତ କିରାଣୀ ଙ୍କ ଖାମଖିଆଲିଆ ଏବଂ ଅର୍ଥ .....

Address

Khordha

Website

Alerts

Be the first to know and let us send you an email when ajayprusty20 posts news and promotions. Your email address will not be used for any other purpose, and you can unsubscribe at any time.

Share