
31/08/2025
Request report Access answer
ଚାଷ ସମୟରେ ସାର ନ ପାଇ ଓଡ଼ିଶାର ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି । ସାର ପାଇଁ ଚାଷୀ ଆଜି ରାସ୍ତାରେ ।
ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ସହ ବଜାରରେ ୟୁରିଆର ଅଭାବ ଦେଖାଦେବା ନେଇ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ J.P.Nadda ଙ୍କୁ ଚିଠି ଲେଖି ଅବଗତ କଲି ।
ଚାଷୀ କୂଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଓଡ଼ିଶାକୁ ଆବଶ୍ୟକ ସାର ଯୋଗାଣ ସୁନିଶ୍ଚିତ କରିବାକୁ ଦାବି ଜଣାଇଲି ।