12/12/2025
#ନୟାଗଡ଼ରେ_ନୂତନ_ଚିନିକଳ_ସ୍ଥାପନ_ପାଇଁ_ସୋସିଆଲ_ମିଡିଆରେ_କଣ_ଲେଖିଛନ୍ତି_ପୁରୀ_ସାଂସଦ_ଡ଼ଃସମ୍ବିତ_ପାତ୍ର_ପଢନ୍ତୁ...
ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମୁଁ ପୁରୀ ଲୋକସଭା ଅନ୍ତର୍ଗତ ନୟାଗଡ଼ରେ ଗୋଟିଏ ଆଧୁନିକ ଚିନି କଳ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲି l ଏହା ସହିତ ଏହା ମଧ୍ୟ ସ୍ପଷ୍ଟ କରିଥିଲି ଯେ ନିର୍ବାଚନ ସମ୍ପନ୍ନ ହେବା ପରେ ତିନି ମାସ ମଧ୍ୟରେ ଏହାର ପ୍ରକ୍ରିୟା ଆରମ୍ଭ କରାଯିବ, ଯାହାଦ୍ୱାରା ଅଞ୍ଚଳର କୃଷକ ଭାଇମାନେ ଏବଂ ସ୍ଥାନୀୟ ନିବାସୀମାନେ ପ୍ରତ୍ୟକ୍ଷ ଭାବରେ ଲାଭାନ୍ବିତ ହୋଇପାରିବେ।
ମୋର ଏହି ପ୍ରତିଶ୍ରୁତି ଅନୁସାରେ, ନୟାଗଡ଼ରେ ଚିନି କଳ ସ୍ଥାପନାର ପ୍ରକ୍ରିୟା ତିନି ମାସ ମଧ୍ୟରେ ଆରମ୍ଭ କରାଯାଇଛି l ସ୍ଥାନୀୟ ପ୍ରଶାସନ, କୃଷକ ସଂଗଠନ ଏବଂ ଅଞ୍ଚଳର ଜନପ୍ରତିନିଧି ମାନଙ୍କ ସହ ସମ୍ପୂର୍ଣ୍ଣ ଆଲୋଚନା କରି ପ୍ରାଥମିକ ପ୍ରସ୍ତୁତିର କାମ ଆରମ୍ଭ କରାଯାଇଛି l ଏହି ବିଷୟକୁ ନେଇ ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା l ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଯଥାସମ୍ଭବ ସହଯୋଗ କରିବାର ଆଶ୍ୱାସନ ଦେଇଥିଲେ l
ଆଜି ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ଏହି ସମ୍ବନ୍ଧରେ ପତ୍ର ଦେଇ ଚିନି କଳ ସ୍ଥାପନା ପ୍ରକ୍ରିୟାକୁ ଔପଚାରିକ ଭାବରେ ଆଗକୁ ବଢ଼ାଯାଇଛି। ନୟାଗଡ଼ର ଲୋକମାନଙ୍କ ଭାବନା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଏହି ବିଷୟକୁ ଗୁରୁତ୍ୱ ଦେଇ ଭାରତ ସରକାରଙ୍କ ମାନନୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ପତ୍ର ପ୍ରେରଣ କରିଛନ୍ତି ଏବଂ ସହକାରିତା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ସିଧାସଳଖ କଥା ହୋଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ମୁଁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି l ମୋର ପୂର୍ଣ୍ଣ ବିଶ୍ୱାସ ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ ଅତିଶୀଘ୍ର ନୟାଗଡ଼ରେ ଚିନି କଳ ସ୍ଥାପନ ହେବ l ଏହି ପ୍ରକଳ୍ପ କେବଳ ନୟାଗଡ଼ ନୁହେଁ, ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଉନ୍ନତି, ନିଯୁକ୍ତି ସୃଷ୍ଟି ଏବଂ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣର ମାର୍ଗ ଖୋଲିବ।
CMO Odisha Mohan Charan Majhi Nayagarh District Administration BJP Odisha Dr. Sambit Patra SURAMA PADHY