UTKAL AWAJ

UTKAL AWAJ ଏଇ ମାଟିର କଥା

31/10/2024

ମା' ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ••••
UTKAL AWAJ

28/10/2024

ଶ୍ରୀ ଅନ୍ନ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

15/10/2024

ବିମାନ ରେ ବୋମା ଆତଙ୍କ ପରେ କାନାଡ଼ା ରେ ଜରୁରୀ ଅବତରଣ।

ବିଷୟ - ନୟାଗଡ଼ ଜିଲ୍ଲାର ଚାରିଜଣ ମାର୍କେଟିଙ୍ଗ ଇନିସ୍ପେକ୍ଟରଙ୍କର ବଦଳୀ ହୋଇଛି।ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ରାଜ୍ୟ ସରକାରଙ୍କ ଖାଦ୍ୟ ଯୋ...
08/10/2024

ବିଷୟ - ନୟାଗଡ଼ ଜିଲ୍ଲାର ଚାରିଜଣ ମାର୍କେଟିଙ୍ଗ ଇନିସ୍ପେକ୍ଟରଙ୍କର ବଦଳୀ ହୋଇଛି।

ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ୧୩୮ ଜଣ ମାର୍କେଟିଙ୍ଗ ଇନିସ୍ପେକ୍ଟରଙ୍କର ବଦଳୀ ହୋଇଛି । ଏଥିରେ ନୟାଗଡ଼ ଜିଲ୍ଲାର ଚାରି ଜଣ ମାର୍କେଟିଙ୍ଗ ଇନିସପେକ୍ଟର ରହିଛନ୍ତି । ଶ୍ରୀମତୀ ରଚିତା ପଣ୍ଡାଙ୍କର ପୁରୀ ଜିଲ୍ଲାକୁ ବଦଳି ହୋଇଛି , ଚନ୍ଦ୍ରଶେଖର ନାହାକଙ୍କର ବଲାଙ୍ଗିର ଜିଲ୍ଲାକୁ ବଦଳି ହୋଇଛି , ସୁବାଷ ଚନ୍ଦ୍ର ବିଶ୍ବାଳଙ୍କର କନ୍ଧମାଳ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ସୁବ୍ରତ କୁମାର ମଲ୍ଲିକଙ୍କର ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ଭାବେ ଖୋର୍ଦ୍ଧା ଜିଲ୍ଲାରୁ ପୃଥୀରାଜ ପ୍ରଧାନଙ୍କର ନୟାଗଡ଼ ବଦଳି ହୋଇଛି । କନ୍ଧମାଳ ଜିଲ୍ଲା ରୁ ମଳୟ କୁମାର ମେହେରଙ୍କର ନୟାଗଡ଼ ବଦଳି ହୋଇଛି । ବଉଦ ଜିଲ୍ଲାରୁ ଦୀପକ କୁମାର କଅଁରଙ୍କର ନୟାଗଡ଼ ବଦଳି ହୋଇଛି । ପୁରୀ ଜିଲ୍ଲାରୁ ଦଇତାରୀ ପ୍ରଧାନଙ୍କର ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିବା ସୂଚନା ମିଳିଛି।

08/10/2024

ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ର ଶାରଦୀୟ ବନ୍ଧୁ ମିଳନ
ରିପୋର୍ଟ୍ - ପୁର୍ଣ୍ଣଚନ୍ଦ୍ର ମହାପାତ୍ର

UTKAL AWAJ ଆଲୋଚନା ସଫଳ,ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲେ ବସ ମାଲିକଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ...
07/10/2024

UTKAL AWAJ ଆଲୋଚନା ସଫଳ,ଆନ୍ଦୋଳନ ନିଷ୍ପତ୍ତିରୁ ଓହରିଲେ ବସ ମାଲିକ

ଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍‌ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ବସ୍‌ ମାଲିକ ସଂଘ କାର୍ଯ୍ୟକର୍ତ୍ତା।ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଏହି ସମୟରେ ଛୁଟି ରହୁଥିବାରୁ ଲୋକେ ଅଧିକ ବସ୍‌ ଯାତ୍ରା କରିଥାନ୍ତି। ହେଲେ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ସନ୍ଧ୍ୟାରୁ ୨୪ ଘଣ୍ଟିଆ ବସ୍‌ ବନ୍ଦ ଡାକରା ଦିଆଯାଇଥିଲା। ଲକ୍ଷ୍ମୀ ବସ୍‌ର ଟାୟାର-୨ ସେବା ଅର୍ଥାତ୍‌ ବ୍ଲକ୍‌ରୁ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳକୁ ପ୍ରତିବାଦ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୪ ଜିଲାର ଘରୋଇ ବସ୍‌ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଥିଲେ। ଏନେଇ ସରକାର ସୋମବାର ଆଲୋଚନା ପାଇଁ ଘରୋଇ ମାଲିକ ସଂଘ କର୍ମକର୍ତ୍ତାଙ୍କୁ ଡାକିଥିଲେ। ଆଲୋଚନା ବିଫଳ ହେଲେ ଯାତ୍ରୀଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚିନ୍ତା ଥିଲା।ବୈଠକ ପରେ ମନ୍ତ୍ରୀ କହିଛନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଆଲୋଚନା ଶେଷ ହୋଇଛି। ଲକ୍ଷ୍ମୀ ବସ୍‌ ଚଳାଚଳ ହେତୁ କ୍ଷତି ହେଉଥିବା ସେମାନେ ଦାବି ରଖିଥିଲେ। ସେମାନଙ୍କ ଦାବିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ଏବେ ଲକ୍ଷ୍ମୀ ବସ୍‌ର ଟାୟାର-ଟୁ AC ବସ୍ ଚଳାଚଳକୁ ସ୍ଥଗିତ ରଖୁଛୁ। ମାତ୍ର ଆମେ ନୂଆ ଲୋଗୋ, ନୂଆ ଅପରେସନ ଓ ନୂଆ ସ୍ୱରୂପରେ ଲକ୍ଷ୍ମୀ ବସ୍‌ର କାମ କରିବୁ । ଅତି ଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ତେଣୁ ଏବେ ଉଭୟ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

16/09/2024

UTKAL AWAJ ଖଣ୍ଡପଡ଼ା ଏନଏସି ଅନାସ୍ଥା ପାଇଁ ପୋଲିସ୍ ସଜାଗ ••••

13/09/2024

ଖଣ୍ଡପଡ଼ା ରେ ଗଡିଲା "ସୁଭଦ୍ରା" ରଥ••••

Address

Nayagarh
752069

Alerts

Be the first to know and let us send you an email when UTKAL AWAJ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to UTKAL AWAJ:

Share