Gadajat News

Gadajat News When You See a People Without a Smile Give Them Yours

13/12/2025

ପୂର୍ବତନ ବିଧାୟକମାନେ ଯେତେ ଅଧିକ ବର୍ଷ ବିଧାୟକ ରୁହନ୍ତି, ସେତେ ଅଧିକ ପେନସନ ପାଇଥାନ୍ତି । (ଏବେ ବର୍ଷକୁ ଅତିରିକ୍ତ ₹୩ ହଜାର)ଯଦି ସେମାନେ ପୁ...
12/12/2025

ପୂର୍ବତନ ବିଧାୟକମାନେ ଯେତେ ଅଧିକ ବର୍ଷ ବିଧାୟକ ରୁହନ୍ତି, ସେତେ ଅଧିକ ପେନସନ ପାଇଥାନ୍ତି । (ଏବେ ବର୍ଷକୁ ଅତିରିକ୍ତ ₹୩ ହଜାର)

ଯଦି ସେମାନେ ପୁଣି ଜିତି ଯାଆନ୍ତି, ତେବେ ପୁରୁଣା ବିଧାୟକ ପେନସନ ମିଳିବନି !

ହଁ, ଯଦି ବିଧାୟକଙ୍କ ବର୍ତ୍ତମାନର ଦରମାଠାରୁ ପେନସନ ପରିମାଣ ଅଧିକ ଥାଏ ତେବେ ବଳକା ରାଶି ମିଳେ !

*ତେବେ ଜଣେ ବ୍ୟକ୍ତି ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ହୋଇଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟରୁ ପେନସନ ମିଳେ !!

12/12/2025

ଅଧିକ ଖବର ଦେଖିବା ପାଇଁ ଫେସବୁକ ୟୁଟ୍ୟୁବରେ ଲାଇକ ଫଲୋ ଏବଂ ସବସ୍କ୍ରାଇବ କରନ୍ତୁ ଗଡ଼ଜାତ ନ୍ୟୁଜ ...

12/12/2025

ଯେଉଁ ସମୟରେ ମିଶନ ଶକ୍ତି ନାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ନାମରେ ପୂର୍ବ ରାଜ୍ୟ ସରକାର ହଜାର ହଜାର ଟଙ...
10/12/2025

ଯେଉଁ ସମୟରେ ମିଶନ ଶକ୍ତି ନାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ୱାବଲମ୍ବୀ କରିବା ନାମରେ ପୂର୍ବ ରାଜ୍ୟ ସରକାର ହଜାର ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହିତ ସର୍ବନିମ୍ନ ଏବଂ ବିନା ସୁଧରେ ବିପୁଳ ପରିମାଣର ଋଣ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଥିଲେ ଠିକ୍ ସେହି ସମୟରେ ରାଜ୍ୟରେ ପ୍ରାୟ ସମସ୍ତ ଜାତୀୟକରଣ ବ୍ୟାଙ୍କର ଶାଖା ରହିଥିବା ସତ୍ତ୍ୱେ ପ୍ରାୟ ୨୦୧୦ ମସିହାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସ୍ମିତା ଫାଇନାନ୍ସ ପ୍ରାଇଭେଟ ଲିମିଟେଡ଼, ଏସକେଏସ ମାଇକ୍ରୋ ଫାଇନାନ୍ସ, ସ୍ପନ୍ଦନା ସ୍ପୁର୍ତ୍ତି ଫାଇନାନ୍ସିଆଲ୍ ଲିମିଟେଡ଼, ଭାୟା ଫିନ୍ ସର୍ଭ ପ୍ରାଇଭେଟ୍ ଲିମିଟେଡ଼, ଅନ୍ନପୂର୍ଣ୍ଣା ମାଇକ୍ରୋଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ଼ ଭଳି ୨୦ରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଲୋକଲୋଚନ ଆଢୁଆଳରେ ସେମାନଙ୍କ ମହାଜନୀ କାରବାରର ଅଫିସ୍ ମାନ ଖୋଲି ଦୂର ନିପଟ ମଫସଲର ଗାଁ ଗଣ୍ଡାରେ ଯାଇ ଏହି ମହାଜନୀ ବେପାରର ପସରା ମେଲି ଦେଇଥିଲେ ! ସେମାନଙ୍କ ଟାର୍ଗେଟରେ ରହି ଆସିଛନ୍ତି ମଫସଲର ନିରୀହ/ଅଶିକ୍ଷିତ/ଆଦିବାସୀ/ଦଳିତ ଗରିବ ମହିଳା ! ସେମାନଙ୍କୁ ବିଭିନ୍ନ ମାର୍ଗରେ ଫୁସୁଲେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରି ସେମାନଙ୍କୁ ସାହୁକାର ଭଳି ଋଣ ଦେଉଛନ୍ତି ! ଋଣ ଦେବାବେଳେ ସେମାନଙ୍କୁ ଇଂରାଜୀରେ ବୁଝେଇ ଦେଉଛନ୍ତି ଯେ ଋଣର ବାର୍ଷିକ ସୁଧ ହାର ଫ୍ଲାଟ ୧୩% ! ଲୋକେ ଭାବୁଛନ୍ତି ବ୍ୟାଙ୍କରେ ତ ୧୨% ସୁଧ ନା ? ତେଣୁ ସେମାନେ ଏହାକୁ ୧୩% ରିଡ୍ୟୁସିଙ୍ଗ ସୁଧ ବୋଲି ଧରିନେଇ ଋଣ କରି ବର୍ଷ ବର୍ଷ ଧରି ସୁଝି ସୁଝି କାଙ୍ଗାଳ ହୋଇ ଚାଲିଥିଲେ ବି ସେମାନଙ୍କ ମୁଣ୍ଡରୁ ଋଣଭାର ଓହ୍ଲାଉନାହିଁ ! ଏହି ସଂସ୍ଥାମାନେ ଋଣ ଦେବା ସମୟରେ ନେଉଥିବା ପ୍ରସେସିଙ୍ଗ ଫି, ଇନ୍ସୁରାନ୍ସ ଦେୟ, ଫ୍ଲାଟ ୧୩% ସୁଧକୁ ରିଡ୍ୟୁସିଙ୍ଗ ହାର ଆଦିକୁ ମିଶାଇ ହିସାବ କଲେ ସେମାନଙ୍କଠାରୁ ବାର୍ଷିକ ହାରାହାରି ୩୬% ସୁଧ ଆଦାୟ କରାଯାଉଛି ! କିଛି ସଂସ୍ଥା ତ ଋଣର କିସ୍ତି ମାସିକ ନୁହେଁ ବରଂ ସାପ୍ତାହିକ କରି ବି ଆଦାୟ କରୁଥିବା ଦେଖାଯାଉଛି ! ଏକଥା କିନ୍ତୁ ଏଯାଏଁ ସ୍ଥାନୀୟ ପୋଲିସ, ପ୍ରଶାସନ ଓ ଗଣମାଧ୍ୟମର ସ୍କ୍ୟାନରକୁ ନ ଆସି ପାରିବା ପରିତାପର ବିଷୟ ନିଶ୍ଚୟ ! ଏବେକାର ସରକାର ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ସମୃଦ୍ଧ କରିବା ଲକ୍ଷ୍ୟରେ ସୁଭଦ୍ରା ଯୋଜନାରେ ସେମାନଙ୍କୁ ପ୍ରଥମ କିସ୍ତିରେ ଯେଉଁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି; ତନ୍ମଧ୍ୟରୁ ହଜାର ହଜାର ମହିଳାଙ୍କ ସୁଭଦ୍ରା ଯୋଜନା ଟଙ୍କା ଏଭଳି ସବୁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଙ୍କଠାରୁ ସେମାନେ ନେଇଥିବା ଋଣ ଶୁଝିବାରେ ଯେ ଯାଉଛି ସେ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି କି ? ଯଦି ନାହିଁ ତେବେ ଗାଁ ଗରିବଙ୍କୁ ଆର୍ଥିକ ଦେବାଳିଆ କରି ରାଜ୍ୟର ଅର୍ଥନୀତିକୁ ଗଡ଼ବଡ଼ କରୁଥିବା ଏବଂ ପୂର୍ବ ସରକାରର ଆଶୀର୍ବାଦରେ ରାଜ୍ୟରେ ପସରା ମେଲେଇଥିବା ଏଭଳି ସମସ୍ତ ଘରୋଇ କ୍ଷୁଦ୍ର ଅର୍ଥ ଲଗାଣକାରୀ ସଂସ୍ଥାର ସବିଶେଷ କାର୍ଯ୍ୟକଳାପ ଉପରେ ନୂତନ ସରକାର ସମୀକ୍ଷା କରି ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ଏବେ ଜରୁରୀ

ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ । ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ହେବ ପରୀକ୍ଷା । ଗୋଟିଏ ସିଟିଂରେ , ସକାଳ ୯ଟାରୁ ୧୧.୩୦ ଯାଏ ...
05/12/2025

ଦଶମ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ । ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୨ ଯାଏଁ ହେବ ପରୀକ୍ଷା । ଗୋଟିଏ ସିଟିଂରେ , ସକାଳ ୯ଟାରୁ ୧୧.୩୦ ଯାଏ ଚାଲିବ ପରୀକ୍ଷା । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍‌ ସମୟ ମିଳିବ । ଫେବ୍ରୁଆରୀ ୧୯ ରେ ମାତୃଭାଷା ପରୀକ୍ଷା , ୨୧ ରେ ଇଂରାଜୀ ପରୀକ୍ଷା । ଫେବ୍ରୁଆରି ୨୩ରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା ,୨୫ରେ ବିଜ୍ଞାନ ଏବଂ ୨୭ରେ ସାମାଜିକ ବିଜ୍ଞାନ ପରୀକ୍ଷା । ମାର୍ଚ୍ଚ ୨ରେ ହେବ ଗଣିତ ପରୀକ୍ଷା

ଜୟ ମାଆ ମହାଲକ୍ଷ୍ମୀ
04/12/2025

ଜୟ ମାଆ ମହାଲକ୍ଷ୍ମୀ

04/12/2025

30/11/2025

ଆଜି ରବିବାର ବାବା ଧବଳେଶ୍ଵରଙ୍କ ଦିବ୍ୟ ଦର୍ଶନ

29/11/2025

ଅଧିକ ଖବର ଦେଖିବା ପାଇଁ ଫେସବୁକ ୟୁଟ୍ୟୁବରେ ଲାଇକ ଫଲୋ ଏବଂ ସବସ୍କ୍ରାଇବ କରନ୍ତୁ ଗଡ଼ଜାତ ନ୍ୟୁଜ ...

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଧାନସଭା ଶୀତ ଅଧିବେଶନ ସରିବା ପରେ ଡ଼ିସେମ୍ବର ଶେଷ ସପ୍ତାହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମ...
29/11/2025

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଧାନସଭା ଶୀତ ଅଧିବେଶନ ସରିବା ପରେ ଡ଼ିସେମ୍ବର ଶେଷ ସପ୍ତାହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ମ୍ବା ଗସ୍ତରେ ଆସି ଦୀର୍ଘ ବର୍ଷ ହେବ ବନ୍ଦ ହୋଇ ପଡ଼ିଥିବା ବଡ଼ମ୍ବା ସମବାୟ ଚିନିକଳର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି....

ଭୁବନେଶ୍ୱର: ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି। ୮ ଲକ୍ଷରୁ ଅଧିକ ରାସନ କାର୍...
29/11/2025

ଭୁବନେଶ୍ୱର: ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି। ୯୬ ପ୍ରତିଶତ ଇ-କେୱାଇସି ଶେଷ ହୋଇଛି। ୮ ଲକ୍ଷରୁ ଅଧିକ ରାସନ କାର୍ଡ କଟିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।

ବିଧାନସଭାରେ ମନ୍ତ୍ରୀ ବିବୃତି ଦେଇ କହିଥିଲେ, ଗତ ୧୫ ମାସ ସରକାରରେ ଇ-କେୱାଇସି ଲାଗୁ କରିଥିଲେ। ୯୬% ହିତାଧିକାରୀ ଇ-କେୱାଇସି କରିଛନ୍ତି। କେବଳ ୪% ଇ-କେୱାଇସି କରିନାହାନ୍ତି। ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ମଧ୍ୟରୁ ୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ ବ୍ୟକ୍ତି ଅଟନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ୭୫ ହଜାର ୩୦ ଜଣ ସରକାରୀ ଚାକିରିଆ ଏବଂ ୪୫ ହଜାର ୪୯୬ ଜଣ ଆୟକର ଦାତାଙ୍କୁ ମିଶାଇ ମୋଟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି। ତେବେ ସବୁଠୁ ବଡ କଥା ହେଉଛି ଗରିବଙ୍କ ରାସନ କାର୍ଡ କଟିନି। ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ଏବଂ ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ....

Address

Badamba, Cuttack
Odisha
754031

Telephone

+919778930154

Website

https://gadajatnews.blogspot.com/

Alerts

Be the first to know and let us send you an email when Gadajat News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Gadajat News:

Share