Khandapada BARTA

Khandapada BARTA ଗାଁ ରୁ ସହର ଯାଏ(ସାଧାରଣ ଜନତାଙ୍କ ସ୍ଵର)🙏

13/08/2026

*ଆସନ୍ତା କାଲି ଭାପୁର ରେ ତ୍ରିରଙ୍ଗା ଶୋଭାଯାତ୍ରା* BARTA





ଯଶସ୍ୱୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଓଜସ୍ୱୀ ଆହ୍ୱାନରେ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ହନୁମାନ ମନ୍ଦିରଠାରୁ ଦମକଳ କେନ୍ଦ୍ର ପର୍ଯ୍ୟନ୍ତ ଏକ ବିଶାଳ ‘ତ୍ରିରଙ୍ଗା ଶୋଭାଯାତ୍ରା’ ଆୟୋଜିତ ହେଉଛି। ଏହି ଦେଶପ୍ରେମର ମହାଯଜ୍ଞରେ ଆମ ଖଣ୍ଡପଡ଼ା ଅଞ୍ଚଳର ଯୁବଶକ୍ତିଙ୍କୁ ବିଶେଷ ଆହ୍ୱାନ। ଦେଶର ଏକତା, ଅଖଣ୍ଡତା ଓ ଗୌରବର ସୁରକ୍ଷାରେ ଯୁବପିଢ଼ିର ଭୂମିକା ସର୍ବଦା ଅଗ୍ରଣୀ। ତେଣୁ ଖଣ୍ଡପଡ଼ାର ସମସ୍ତ ଯୁବବନ୍ଧୁ, ଦେଶପ୍ରେମୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ମାତୃଶକ୍ତି ଏବଂ ଆବାଳବୃଦ୍ଧବନିତାଙ୍କୁ ଏହି ଭବ୍ୟ ଶୋଭାଯାତ୍ରାରେ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇ ଏହାକୁ ଐତିହାସିକ ଓ ସ୍ମରଣୀୟ କରିବାକୁ ନମ୍ର ନିବେଦନ କରିଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚା, ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଭାଇ।
ଆସନ୍ତୁ ଯୁବଶକ୍ତିଙ୍କ ଉତ୍ସାହ ଓ ଦେଶପ୍ରେମର ଭାବନାରେ ତ୍ରିରଙ୍ଗାକୁ ହାତରେ ଧରି, ଭାରତର ଏକତା, ଅଖଣ୍ଡତା ଓ ଗୌରବର ବାର୍ତ୍ତାକୁ ଘରେ ଘରେ ଏବଂ ଦିଗ୍‌ଦିଗନ୍ତରେ ପହଞ୍ଚାଇବା।
ଜୟ ହିନ୍ଦ୍!
ଭାରତ ମାତା କି ଜୟ!

 #ଭୂଲ ଇଞ୍ଜେକସନ ପ୍ରଭାବରେ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା, ରାସ୍ତାରୋକ ଆନ୍ଦୋଳନ, ଘଟଣାସ୍ଥଳରେ ପୁଲିସ ମ...
11/08/2026

#ଭୂଲ ଇଞ୍ଜେକସନ ପ୍ରଭାବରେ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା, ରାସ୍ତାରୋକ ଆନ୍ଦୋଳନ, ଘଟଣାସ୍ଥଳରେ ପୁଲିସ ମୃତୟନ #
BARTA






ଭାପୁର ବ୍ଲକ ଅଧୀନ ଗୋଳାପୋଖରୀ ଗ୍ରାମର ଯୁବତୀ ସନ୍ତୋଷୀ ବେହେରା(୧୮) ଅସୁସ୍ଥ ଥିବା ଓ ତାର ମୁଣ୍ଡ ବୁଲାଇ ହେବାରୁ ପରିବାରବର୍ଗ ଆଶୁ ଚିକିତ୍ସା ନିମନ୍ତେ ତାକୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ସକାଳେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ଯରତ ଆୟୁଷ ଡାକ୍ତର ସଂପୃକ୍ତ ଯୁବତୀଙ୍କୁ ଦେଖାଶୁଣା କରିବା ସହ ଏକ ଇଞ୍ଜେକସନ ଦେବାର କିଛି ସମୟ ପରେ ଯୁବତୀ ଜଣକ ହଠାତ ଚେତାଶୁନ୍ଯ ହୋଇ ପଡିଥିଲେ।ସେହି ଠାରେ ହିଁ ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ଯରତ ଡାକ୍ତରଙ୍କ ଭୂଲ ଚିକିତ୍ସା ଯୋଗୁଁ ଯୁବତୀଙ୍କର ଅକାଳ ମୃତ୍ୟୁ ହେଲା ବୋଲି ପରିବାରବର୍ଗ ଅଭିଯୋଗ ଉଠାଇ ପାଟିତୁଣ୍ଡ କରିବା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉକ୍ତ ଘଟଣାକୁ କେନ୍ଦ୍ର କରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଫତେଗଡ ପୁଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ବେଳେ ମୃତ ଯୁବତୀଙ୍କ ପରିବାରବର୍ଗ ଘଟଣାର ନିରପେକ୍ଷ ତଦନ୍ତ ସହ ଭୂଲ ଇଞ୍ଜେକସନ ଦେଇଥିବା ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଯୁବତୀଙ୍କ ଶବ ରଖି ହୋ ହାଲ୍ଲା କରିଥିଲେ। ପରବର୍ତ୍ତୀ ସମୟରେ ମୃତ ଯୁବତୀଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ, ଘଟଣାର ନିରପେକ୍ଷ ତଦନ୍ତ ସହ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଉତ୍ଯକ୍ତ ଜନସାଧାରଣ ଭାପୁର ବଜାର ଓ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରାସ୍ତାରୋକ ଆନ୍ଦୋଳନ କରିବା ଯୋଗୁଁ ଖଣ୍ଡପଡ଼ାରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବେଳକୁ ବେଳ ଉତ୍ତେଜନା ବୃଦ୍ଧି ପାଇବାରୁ ଖବରପାଇ ଖଣ୍ଡପଡ଼ା ଏସଡିପିଓ ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍ଯକ୍ତ ଜନସାଧାରଣଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ସଂପୃକ୍ତ ଡାକ୍ତରଙ୍କ ଖାମଖିଆଲି ନୀତି ଯୋଗୁଁ ଏକ ନିରିହ ଜୀବନ ଅକାଳରେ ଚାଲିଗଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ନୟାଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳ ସଂପୃକ୍ତ ଡାକ୍ତରଙ୍କ କାର୍ଯ୍ଯକଳାପ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ମୃତ ଯୁବତୀ ଜଣକ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ବୋଲି ଜଣାପଡିଛି। ବ୍ୟୁରୋ ରିପୋର୍ଟ

*କଣ୍ଟିଲୋରେ ବିଶାଳ ତ୍ରିରଙ୍ଗା ଶୋଭଯାତ୍ରା ଅନୁଷ୍ଠିତ*  BARTTA            ସ୍ବାଧୀନ ଚିନ୍ତାଧାରା, ଦେଶପ୍ରେମ ଓ ଜାତି ପ୍ରେମକୁ ଉଜ୍ଜୀବିତ କ...
11/08/2026

*କଣ୍ଟିଲୋରେ ବିଶାଳ ତ୍ରିରଙ୍ଗା ଶୋଭଯାତ୍ରା ଅନୁଷ୍ଠିତ*
BARTTA






ସ୍ବାଧୀନ ଚିନ୍ତାଧାରା, ଦେଶପ୍ରେମ ଓ ଜାତି ପ୍ରେମକୁ ଉଜ୍ଜୀବିତ କରିବାର ଲକ୍ଷ୍ଯ ନେଇ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରୁ ସମଗ୍ର ଦେଶ ସାରା ତ୍ରିରଙ୍ଗା ଶୋଭଯାତ୍ରା ଆୟୋଜିତ ହୋଇ ଆସୁଛି। ଏହି କ୍ରମରେ ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି।୨୦୦ ମିଟର ଲମ୍ବର ଏକ ତ୍ରିରଙ୍ଗା ପତାକା ଶୋଭାଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା। ନୀଳମାଧବ ମହାବିଦ୍ୟାଳୟ ପରିସରରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କଣ୍ଟିଲୋ ଗ୍ରାମ ପରିକ୍ରମା କରିଥିଲା। ଦେଶାତ୍ମବୋଧକ ନାରା ଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସାଧାରଣ ଜନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୀଳମାଧବ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ। ଖଣ୍ଡପଡା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ନନ୍ଦିତା ବାରିକ, ନୟାଗଡ ଜିଲ୍ଲା ଭାଜପା ପ୍ରଭାରୀ ସୁରଥ ବିଶ୍ୱାଳ, ସମାଜସେବୀ ଅଖିଳ କୁମାର ମହାରଣା, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର କର, ହାସ୍ୟ କଳାକାର ବ୍ରଜ ସୁବୁଦ୍ଧି, ପ୍ରଦୀପ ଖୁଣ୍ଟିଆଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।
ରିପୋର୍ଟ - ଶିବ ନାରାୟଣ ଦାସ

31/07/2026

#ଖଣ୍ଡପଡ଼ା ତହସିଲସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*




ଖଣ୍ଡପଡ଼ା (ଖଣ୍ଡପଡ଼ା ବାର୍ତ୍ତା)- ଶିବ ନାରାୟଣ ଦାସ
ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲସ୍ତରୀୟ ୮୦ ତମ ସ୍ବାଧିନତା ଦିବସ ପାଳନ ନେଇ ଶୁକ୍ରବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ବିଶ୍ବ ବିଶୃତ ତ୍ରିପାଠୀ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ସରସ ସୁନ୍ଦର ଭାବେ ସ୍ବାଧୀନତା ଦିବସ ପାଳନ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅତିରିକ୍ତ ତହସିଲଦାର ରିନାରାଣୀ ସ୍ବାଇଁ, ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ। ବୈଠକର ପ୍ରାରମ୍ଭରେ ପୂର୍ବ ବର୍ଷର ବିବରଣୀ ପାଠ କରାଯାଇଥିଲା। ଚଳିତ ବର୍ଷ ପ୍ରାତଃ ସମୟରେ ରାମଧୂନ ପରିବେଷଣ ସହ ପୂର୍ବାହ୍ନ ୯ ଘଣ୍ଟା ସମୟରେ ସ୍ଥାନୀୟ ମଧୁବନ କ୍ରୀଡାଙ୍ଗନରେ ଜାତୀୟ ପତାକା ଉତ୍ତୋଳନ କରାଯିବା ନେଇ ସ୍ଥିର ହୋଇଥିଲା। ପରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହେବ। ସେହିପରି ଏ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ବକୃତା, ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, କ୍ରୀଡା ଶିକ୍ଷକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଶେଷରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ।
ଆମ ରିପୋର୍ଟର, ଜିଲ୍ଲା - ନୟାଗଡ଼

30/07/2026

*ମହିଳାଙ୍କୁ ମନିପର୍ସ ଫେରାଇଲେ ମୁଖ୍ୟମନ୍ତ୍ରୀ ବସ ସେବା କର୍ମଚାରୀ*




#ମୁଖ୍ୟମନ୍ତ୍ରୀ ଵସ ସେଵା କର୍ମଚାରୀ
ଭାପୁର ବ୍ଲକ ଅଧୀନ ବାଦଭୂଇଁ ଗ୍ରାମର ଜଣେ ମହିଳା ମୁଖ୍ୟମନ୍ତ୍ରୀ ବସ ଯୋଗେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଏକ ମନିପର୍ସ ବସ ସିଟରେ ଛାଡିଦେବା ପରେ ତାକୁ ବସରେ ଯାତ୍ରା କରୁଥିବା ଅନ୍ୟ ଜଣେ ମହିଳା ଯାତ୍ରୀ ନେଇ ଯାଇଥିଲେ। ତେବେ ଏ ସଂର୍ପକରେ ମୁଖ୍ଯମନ୍ତ୍ରୀ ବସ ସେବା କର୍ମଚାରୀମାନେ ଅବଗତ ହେବା ପରେ ଉକ୍ତ ବସରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ।ସିସିଟିଭି ଫୁଟେଜକୁ ଆଧାର କରି ବସ ସିଟରୁ ମନିପର୍ସ ନେଇଥିବା ମହିଳାଙ୍କ ସଂର୍ପକରେ ସବିଶେଷ ସୂଚନା ମିଳିଥିଲା।ପରେ ଭାପୁର ବ୍ଲକ ମୁଖ୍ଯମନ୍ତ୍ରୀ ବସ ସେବା ସୁପରଭାଇଜର ପ୍ରଭାତ କୁମାର ସ୍ବାଇଁ ବସ ସିଟରେ ମନିପର୍ସ ଛାଡିଥିବା ମହିଳାଙ୍କୁ ଭେଟି ମନିପର୍ସ ସହ ଟଙ୍କା ତାଙ୍କୁ ଫେରାଇ ଦେଇଥିବା ଜଣାପଡିଛି। ବସ ଯାତ୍ରା ସମୟର ହରାଇଥିବା ମନିପର୍ସ ଫେରି ପାଇବା ପରେ ସଂପୃକ୍ତ ମହିଳା ଜଣକ ମୁଖ୍ୟମନ୍ତ୍ରୀ ବସ ସେବାର ସମସ୍ତ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।
ବ୍ୟୁରୋ ରିପୋର୍ଟ

24/07/2026

#ବିପଦଶଙ୍କୁଳ ଅବସ୍ଥାରେ ମହାନଦୀ ମାଳବନ୍ଧ ସ୍ଲୁଇସ ଫାଟକ, କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ #





ଖଣ୍ଡପଡ଼ା ବ୍ଲକ ଅଧୀନ ବଡବାଣପୁର ପଞ୍ଚାୟତର କୁମୁଣ୍ତି ଠାରୁ ନିକଟସ୍ଥ ସିଧାମୂଳା ଗ୍ରାମକୁ ସଂଯୋଗ କରୁଥିବା ମହାନଦୀ ମାଳବନ୍ଧରେ ଅବସ୍ଥିତ ସ୍ଲୁଇସ ଫାଟକ ଏବେ ବିପଦଶଙ୍କୁଳ ଅବସ୍ଥାରେ ଦଣ୍ଡାୟମାନ।ଲଗାଣ ବର୍ଷା ପ୍ରଭାବରେ ଉକ୍ତ ସ୍ଲୁଇସ ଫାଟକର ଉଭୟ ପାର୍ଶ୍ବରୁ ମାଟି ଅତଡା ଖସି ପଡିଥିବା ବେଳେ କେଉଁ ମୁହୁର୍ତ୍ତରେ ସ୍ଲୁଇସ ଫାଟକରେ ଲାଗିଥିବା ଲୁହା କବାଟଟି ଖସି ପଡିବାର ଆଶଙ୍କା ପ୍ରକାଶ ପାଇଛି। ବିପଦଶଙ୍କୁଳ ଅବସ୍ଥାରେ ଥିବା ଉକ୍ତ ସ୍ଲୁଇସ ଫାଟକଟି ପ୍ରତି କଣ୍ଟିଲୋ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ କଣ୍ଟିଲୋ, ବଡବାଣପୁର ଓ ସିଧାମୂଳା ପ୍ରଭୃତି ୩ ଟି ପଞ୍ଚାୟତର ବାସିନ୍ଦା ଦାବି କରିଛନ୍ତି।ପ୍ରକାଶଥାଉକି ପ୍ରତିବର୍ଷ ଉକ୍ତ ମାଳବନ୍ଧର ଉନ୍ନତିକରଣ ଦିଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ହେଁ ମାଳବନ୍ଧର ଅବସ୍ଥା ସୁଧୁରୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ନୟାଗଡ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ଦୃଷ୍ଟି ଦେଇ ବିପଦଶଙ୍କୁଳ ଅବସ୍ଥାରେ ଥିବା ସ୍ଲୁଇସ ଫାଟକର ଉଭୟ ପାର୍ଶ୍ବରେ ପଥର ପ୍ୟାକିଂ ସହ ସିମେଣ୍ଟ କଂକ୍ରିଟକରଣ କାର୍ଯ୍ଯ କରିବାକୁ ଦାବି ହେଉଛି। ନଚେତ ଆଗାମୀ ଦିନରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ମହାନଦୀ ମାଳବନ୍ଧରେ ବିପଦଶଙ୍କୁଳ ଅବସ୍ଥାରେ ଥିବା ସ୍ଲୁଇସ ଫାଟକ ଟି ଅଞ୍ଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିବ ବୋଲି ସ୍ଥାନୀୟ ଅଞ୍ଚଳର ଆଲୋଚନା ହେଉଛି।ରାଜ୍ଯ ସରକାରଙ୍କ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ରିପୋର୍ଟ - ଶିବ ନାରାୟଣ ଦାସ

23/07/2026

#ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ନବମୀ ଆଳତି ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ #




#ଖଣ୍ଡପଡା
#ଜଗନ୍ନାଥ
#ରଥଯାତ୍ରା
ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ମହିମାମେରୁ ଘୋଷଯାତ୍ରା ଅବସରରେ ଏବେ ଗୁଣ୍ଡିଚା ଘରେ ଅବସ୍ଥାନ କରୁଛନ୍ତି। ନବମୀ ସଂନ୍ଧ୍ଯାରେ ବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ଖଣ୍ଡପଡ଼ା ସହରସ୍ଥିତ ଗୁଣ୍ଡିଚା ଘରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ପାଗ ଅନୁକୂଳ ଥିବାରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଗୁଣ୍ଡିଚା ମଣ୍ଡପ ପରିସର ଉତ୍ସବମୁଖର ହୋଇ ଉଠିଥିଲା। ନବମୀ ସଂନ୍ଧ୍ଯାରେ ବିଗ୍ରହମାନଙ୍କ ମନଲୋଭା ବେଶ ଓ ଆଳତି ଦର୍ଶନ ନିମନ୍ତେ ରାତ୍ର ୧୦ ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମଣ୍ଡପରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଆସନ୍ତାକାଲି ଶୁକ୍ରବାର ଶ୍ରୀଜୀଉଙ୍କ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।
ରିପୋର୍ଟ - ଶିବ ନାରାୟଣ ଦାସ

23/07/2026

#ଲଗାଣ ବର୍ଷା ଯୋଗୁଁ ତଳି ଓ ବୁଣା ଧାନ ନଷ୍ଟ, ଚାଷୀ କୂଳ ଚିନ୍ତାରେ: ପନିପରିବା ଦରରେ ନିଆଁ #




#ଖଣ୍ଡପଡା
#ବ୍ଲକ
#ଏନଏସି
#ଲଗାଣଵର୍ଷା
ଖଣ୍ଡପଡ଼ା ବ୍ଲକ ଏବଂ ଏନଏସି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଶହଶହ ହେକ୍ଟର ଚାଷଜମିରେ ଧାନ ତଳି ଓ ବୁଣା ଧାନ ନଷ୍ଟ ହେବାର ଆଶଙ୍କା ରହିଛି। ଫଳରେ ଚାଷୀ କୂଳ ଚିନ୍ତାରେ ବସିଥିବା ବେଳେ ଏପଟରେ ଲାଗି ରହିଥିବା ବର୍ଷା ଯୋଗୁଁ ଘରୁ ବାହାରିବା ସମ୍ଭବ ନୁହେଁ। ସାଧାରଣରେ ଜନତା ହନ୍ତସନ୍ତ ହେଉଛନ୍ତି। ସେହିପରି ଗାଁ ଭିତରକୁ ପାଣି ପଶିବାରୁ ଘର ବାଡ଼ିରେ ମଧ୍ୟ ପରିବା ବୁଡି ପଚି ନଷ୍ଟ ହୋଇଛି। ମହାନଦୀ ଓ ଏହାର ଆଖପାଖ ନଦୀ ବନ୍ୟା ଆଶଙ୍କା ଥିବା ବେଳେ ଲଗାଣ ବର୍ଷା ପାଣିରେ ବୁଡି ନଈକୂଳରେ ପରିବା ଚାଷ ନଷ୍ଟ ହୋଇ ଯାଇଥିବାରୁ ଏବେ ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଲଗାଣ ବର୍ଷା ଯୋଗୁଁ ସାଧାରଣ ଲୋକ କାମଧନ୍ଦା ପାଉନଥିବା ବେଳେ ଏତେ ଦର ଦେଇ ପରିବା କିଣିବାକୁ ସକ୍ଷମ ହେଉନାହାନ୍ତି। ବିଶେଷ କରି ଚାଷ ଜମିରେ ତଳି ନଷ୍ଟ ହୋଇ ଯାଇଥିବା ବେଳେ ଵୁଣା ଧାନ ବି ନଷ୍ଟ ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଏପରି ସମୟରେ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଅନୁରୂପ ଭାବେ ନଈକୂଳରେ ପରିବା ଚାଷ ଉଜୁଡି ଯାଇଛି। ଏଥିପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ କୂଳ ଅନୁରୋଧ କରିଛନ୍ତି।
ରିପୋର୍ଟ - ଶିବ ନାରାୟଣ ଦାସ

23/07/2026

#ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର ନବାଗତ ଛାତ୍ରୀଙ୍କୁ ସ୍ବାଗତ, ସମ୍ବର୍ଦ୍ଧନା ଜ୍ଞାପନ #






#ସ୍ବାଗତ
ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ପ୍ରଥମ ବର୍ଷର କଳା ଛାତ୍ରୀମାନଙ୍କୁ ଅନୁଷ୍ଠାନ ପରିସରରେ ଗୁରୁବାର ସ୍ବାଗତ, ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ଅଧ୍ୟାପିକା କୃଷ୍ଣପ୍ରିୟା ମହାନ୍ତି ରାଜ୍ଯ ସରକାରଙ୍କ ବିଭିନ୍ନ ମାର୍ଗଦର୍ଶିକା, ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା, ଶ୍ରେଣୀ କକ୍ଷର ସୁ-ପରିଚାଳନା, ଗ୍ରନ୍ଥାଗାରର ନିୟମାବଳୀ,
ଶିକ୍ଷା ପ୍ରଣାଳୀ ଓ ଗୁଣାତ୍ମକ ଶିକ୍ଷା ଦାନ ସଂର୍ପକରେ ନବାଗତ ଛାତ୍ରୀମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଛାତ୍ରୀ ଅନ୍ବେଷା ଷଢଙ୍ଗୀ, ଅଙ୍କିତା ପଟ୍ଟନାୟକ, ନନ୍ଦିନୀ ସେଠୀ ପ୍ରମୁଖ ଶିକ୍ଷାନୁଷ୍ଠାନ ସଂର୍ପକରେ ନିଜର ଅନୁଭୂତି ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପିକା ବିଶ୍ବ ଭାରତୀ ମହାରଣା କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲା ବେଳେ ସମସ୍ତ ନବାଗତ ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ବରିଷ୍ଠ ଛାତ୍ରୀମାନେ ସ୍ବାଗତ କରିଥିଲେ।
ରିପୋର୍ଟ - ଶିବ ନାରାୟଣ ଦାସ

22/07/2026

#ବିପଦର କାରଣ ପାଲଟିଛି ରାସ୍ତା ପାର୍ଶ୍ବ ଶୁଖିଲା ଗଛ, ପ୍ରଶାସନ ଓ ବନ ବିଭାଗ ଦୃଷ୍ଟି ଦେଉ #






ଖଣ୍ଡପଡା ବ୍ଲକ ଅଧୀନ ଗୁଣ୍ଠୁଣି ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତା ପାର୍ଶ୍ବସ୍ଥ ବିଦ୍ୟାଳୟ ନିକଟରେ ଏକ ବିରାଟ କାୟ ଆମ୍ବ ଗଛ ଦିର୍ଘ ଦିନ ଧରି ବିପଦ ଶଙ୍କୁଳ ଅବସ୍ଥାରେ ଶୁଖି ଠିଆ ହୋଇଛି। ଯାହାକି ପଥଚାରୀ ଓ ଅଞ୍ଚଳବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି। ଉକ୍ତ ଶୁଖିଲା ଗଛଟିକୁ କାଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଖଣ୍ଡପଡ଼ା ବନବିଭାଗ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଘର ଶୂନ ବୋଲି ଜଣାପଡିଛି। ମୁଖ୍ଯ ରାସ୍ତା ଦେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଯାନବାହନ ଗୁଡିକ ଚଳାଚଳ କରୁଥିଲେ ହେଁ ଶୁଖିଲା ଆମ୍ବ ଗଛଟି ସଦାସର୍ବଦା ବିପଦର କାରଣ ପାଲଟିଥିବା ଜଣାପଡିଛି। ବର୍ଷା ଓ ପବନରେ ଯଦି ଗଛଟି ଭାଙ୍ଗି ପଡେ ଧନଜୀବନ ହାନି ହେବାର ଆଶଙ୍କା ପ୍ରକାଶ ପାଇଛି। ରାସ୍ତା ପାର୍ଶ୍ବରୁ ଶୁଖିଲା ଗଛଟିକୁ କାଟି ଦେବା ନିମନ୍ତେ ସ୍ଥାନୀୟ ବାସିନ୍ଦା ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ବେଳେ ନୟାଗଡ ବନଖଣ୍ଡ ଅଧିକାରୀ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ରିପୋର୍ଟ - ଶିବ ନାରାୟଣ ଦାସ

Address

Nayagarh, India
Odisha

Website

Alerts

Be the first to know and let us send you an email when Khandapada BARTA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share