Paradip Khabar

Paradip Khabar Contact information, map and directions, contact form, opening hours, services, ratings, photos, videos and announcements from Paradip Khabar, Media/News Company, badapadia, Paradeep.

12/08/2026
12/08/2026

ସାମ୍ବାଦିକ ମାନଙ୍କର ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦରେ ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

11/08/2026

ପାରାଦ୍ଵୀପ ଅଠରବାଙ୍କୀରେ ଥିବା ବିଜୁ ପଟ୍ଟନାୟକ ମେମୋରିଆଲ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ, ସୋମବାର ବିଳମ୍ବିତ ରାତିରେ ଜରୁରୀକାଳୀନ ରୋଗୀର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବା ସମୟ ପାରାଦ୍ଵୀପ ସବଷ୍ଟେସନ ଛକରେ ସଡ଼କ ସୁରକ୍ଷା ଦାୟିତ୍ବରେ ଥିବା ଅସାମାଜିକ ଯୁବକମାନେ ତାଙ୍କୁ ମାଡ଼ ମାରିଥିବା ନେଇ ପାରାଦ୍ଵୀପ ଆଦର୍ଶ ଥାନା ଏତଲା ଦେଇଛନ୍ତି, ପୋଲିସ ଏହି ଘଟଣାରେ ୨ଜଣକୁ ଅଟକ ରଖିଛି

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଅନୁବନ୍ଧିତ ସମସ୍ତ ୧୩ଟି ଟ୍ରେଡ୍ ୟୁନିୟନକୁ ନେଇ ଏକ ମିଳିତ ସମନ୍ୱୟ କମିଟି ବୈଠକ ଆୟୋଜନ କରାଯାଇଥିଲା। ...
10/08/2026

ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଅନୁବନ୍ଧିତ ସମସ୍ତ ୧୩ଟି ଟ୍ରେଡ୍ ୟୁନିୟନକୁ ନେଇ ଏକ ମିଳିତ ସମନ୍ୱୟ କମିଟି ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକର ଏକମାତ୍ର ଉଦ୍ଦେଶ୍ୟ ପାରାଦୀପ ବନ୍ଦରର ଡିଏଲଆର (DLR - ଦୈନିକ ମଜୁରୀ ଭିତ୍ତିକ) ଶ୍ରମିକମାନଙ୍କ ନ୍ୟାୟୋଚିତ ଅଧିକାର, ସମ୍ମାନ ଏବଂ କଲ୍ୟାଣ ପାଇଁ ସାମୁହିକ ଭାବରେ ଲଢ଼େଇ କରିବା
ଦୀର୍ଘ ଦିନ ଧରି, ଡିଏଲଆର (DLR) ଶ୍ରମିକମାନେ ପାରାଦୀପ ବନ୍ଦର ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ସେମାନଙ୍କର ଅନେକ ଦୀର୍ଘ-ପ୍ରତୀକ୍ଷିତ ସମସ୍ୟା ଏବଂ ଚିନ୍ତାକୁ ନେଇ ସଂଘର୍ଷ କରିଆସୁଛନ୍ତି। ପାରାଦୀପ ବନ୍ଦରର ବିକାଶ ଏବଂ ସୁପରିଚାଳନାରେ ଏହି ପରିଶ୍ରମୀ ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ। ସେମାନଙ୍କର ପ୍ରକୃତ ଦାବିଗୁଡ଼ିକୁ ନିରପେକ୍ଷତା ଏବଂ ସହାନୁଭୂତିର ସହ ବିଚାର କରି ସମାଧାନ କରିବା ନିତାନ୍ତ ଆବଶ୍ୟକ ରହିଛି
ଟ୍ରେଡ୍ ୟୁନିୟନ୍ ଏକତାର ଏକ ନିଦର୍ଶନ ସ୍ୱରୂପ, ନିମ୍ନଲିଖିତ ୧୩ଟି ୟୁନିୟନ୍ ଆଜି ଏକାଠି ହୋଇଛନ୍ତି:

୧. ଭାରତୀୟ ବନ୍ଦର ମଜଦୁର ସଂଘ (BMS)
୨. ପାରାଦୀପ ଏରସମା ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ୟୁନିୟନ୍ (INTUC)
୩. ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ୍ (AIP & DWF / HMS)
୪. ଉତ୍କଳ ପୋର୍ଟ ଆଣ୍ଡ ଡକ୍ ୱାର୍କର୍ସ ୟୁନିୟନ୍ (INTUC)
୫. ପାରାଦୀପ ବନ୍ଦର ଶ୍ରମିକ ୟୁନିୟନ୍ (AICTU)
୬. ଡକ୍ଟର ବି.ଆର. ଆମ୍ବେଦକର ୱାର୍କର୍ସ ୟୁନିୟନ୍
୭. ପାରାଦୀପ ପୋର୍ଟ ଶ୍ରମିକ ସଂଘ (AITUC & PD&WF India)
୮. ପାରାଦୀପ ପୋର୍ଟ, ଡକ୍ ଆଣ୍ଡ କନଷ୍ଟ୍ରକ୍ସନ୍ ୱାର୍କର୍ସ ୟୁନିୟନ୍ (AIP & DWF / HMS)
୯. ପାରାଦୀପ ବନ୍ଦର ଶ୍ରମିକ କର୍ମଚାରୀ ୟୁନିୟନ୍ (CITU)
୧୦. ପାରାଦୀପ ପୋର୍ଟ ଆଣ୍ଡ ଡକ୍ ମଜଦୁର ୟୁନିୟନ୍ (INTUC / INP & DWF)
୧୧. ପାରାଦୀପ ପୋର୍ଟ ଆଣ୍ଡ ଡକ୍ ଲେବର ୟୁନିୟନ୍ (INTUC)
୧୨. ପାରାଦୀପ ଡକ୍ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍ (AIP & DWF / HMS)
୧୩. ପାରାଦୀପ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ୟୁନିୟନ୍ (CITU)

10/08/2026

ଶ୍ରମିକ ନେତା ବାପି ସର୍ଖେଲଙ୍କ ହସ୍ତକ୍ଷେପ ଫଳରେ କ୍ଷତିପୂରଣ ପାଇଲେ ମୃତ ଶ୍ରମିକଙ୍କ ପରିବାର, ୯ ମାସ ତଳେ PICTର ଇଷ୍ଟକୋଷ୍ଟ କମ୍ପାନୀରେ କାର୍ଯ୍ୟ କରୁଥିବା ପାରାଦ୍ଵୀପ ଷଣ୍ଢକୁଦ ବସ୍ତିର ରବିନ୍ଦ୍ରନାଥ ଆଚାରୀ ନାମକ ଶ୍ରମିକ ହଠାତ୍ ଦେହ ଖରାପ ହୋଇଥିବାରୁ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା, ପରେ ଶ୍ରମିକ ନେତା ବାପି ସର୍ଖେଲ ଉଦ୍ୟମ ଫଳରେ ପରିବାରକୁ କମ୍ପାନୀ ପକ୍ଷରୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା, ଆଜି ମୃତ ଶ୍ରମିକଙ୍କ ପରିବାର ବାପି ସର୍ଖେଲଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇବା ସହ ସେ ଘରର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କୁ ହରେଇବା ପରେ ଏବେ ଘର ଚଳେଇବା କଷ୍ଟକର ହୋଇପଡିଛି, ତେଣୁ ପରିବାରରୁ ଜଣକୁ କୋୖଣସି ଏକ କମ୍ପାନୀରେ ନିଯୁକ୍ତି ଦେବା ପାଇଁ ପରିବାର ଓ ସାଙ୍ଗସାଥୀ ମାନେ ବାପି ସର୍ଖେଲଙ୍କୁ ଅନୁରୋଧ କରିଥଲେ

10/08/2026

ପାରାଦ୍ଵୀପ ପୋର୍ଟ ୱର୍କର୍ସ ୟୁନିୟନର ଐତିହାସିକ ବିଜୟ, ଦିର୍ଘ ବର୍ଷ ଧରି ପାରାଦ୍ଵୀପ ବନ୍ଦରରେ କାର୍ଯ୍ୟ କରି ଆସୁଥିବା ଜିପିଏମ୍ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି, ଘର ଭଡ଼ା ବାବଦରେ ମାସିକ ୨୦୦୦ ଟଙ୍କା ସହ ଚିକିତ୍ସା ସୁବିଧା ମିଳିବା ନେଇ ପାରାଦ୍ଵୀପ ପୋର୍ଟ ଷ୍ଟିଭେଡୋର୍ସ ଆସୋସିଏସନ୍ ସହ ଚୁକ୍ତି ସ୍ବାକ୍ଷରିତ

09/08/2026

ପାରାଦୀପ ମେରାଇନ୍ ପୋଲିସର ସମୁଦ୍ର ପାଟ୍ରୋଲିଂ ସମୟରେ ଜଣେ ବ୍ୟକ୍ତି ସମୁଦ୍ରରେ ବୁଡ଼ି ଯାଉଥିବା ସମୟରେ ସୁରକ୍ଷିତ ଭାବରେ ଉଦ୍ଧାର କରିଛି , ସେ କଥା କହିପାରୁ ନଥୁବା ବେଳେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପାରାଦ୍ଵୀପ ଅଠରବାଙ୍କୀ ବିଜୁ ମେମୋରିଆଲ ହସ୍ପିଟାଲକୁ ଅଣାଯାଇଛି

08/08/2026

ଲଗାଣ ବର୍ଷାରେ ଜଳବନ୍ଦୀ ପାରାଦ୍ଵୀପ ତାରିଣୀଗଡା ରାମଚଣ୍ଡୀ ମଠ ନିକଟସ୍ଥ ଗଣପତି ନଗର, ପାରାଦ୍ଵୀପ ବନ୍ଦର ଦ୍ବାରା ପାଚେରୀ ନିର୍ମାଣ ଯୋଗୁ ଜଳ ନିଷ୍କାସନ ବନ୍ଦ, ନିଜ ଉଦ୍ୟମରେ ଜଳ ଅବରୋଧ ହଟାଇଲେ ସ୍ଥାନିୟ ବାସିନ୍ଦା

03/08/2026

ମହିଳାଙ୍କୁ ଅସଦାଚରଣ ପଡ଼ିଲା ମହଙ୍ଗା ଯୁବକକୁ ବାଇକ୍ ରେ ବସେଇ ନିଜ କଲୋନୀ ଭିତରକୁ ଉଠେଇ ନେଲେ ଭାରତୀୟ ତଟରକ୍ଷୀ ବାହିନୀର ଜବାନମାନେ, ପାରାଦୀପ ଆଦର୍ଶ ଥାନା ପୋଲିସ ଦ୍ବାରା ଯୁବକ ଉଦ୍ଧାର

Address

Badapadia
Paradeep
754142

Website

Alerts

Be the first to know and let us send you an email when Paradip Khabar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share