OdishaNews

OdishaNews Contact information, map and directions, contact form, opening hours, services, ratings, photos, videos and announcements from OdishaNews, News & Media Website, At/Bhaliapada, Po-Arapaju Via-Khajuripada, Dist-Kandhamal, Phulbani.

Shout out to my newest followers! Excited to have you onboard! Rb Ashok Kumar, Ashok Ashok, Kumar Jitendra Sethi
11/12/2025

Shout out to my newest followers! Excited to have you onboard! Rb Ashok Kumar, Ashok Ashok, Kumar Jitendra Sethi

                   Dt 05/12/2025ଦିଲ୍ଲୀରେ ପହଞ୍ଚିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ; ପାଲମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ...
05/12/2025


Dt 05/12/2025ଦିଲ୍ଲୀରେ ପହଞ୍ଚିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ; ପାଲମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀ ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନବନ୍ଦରକୁ ଯାଇ ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ରୁଷ୍ ଓ ଭାରତ ପାରମ୍ପରିକ ବନ୍ଧୁ ବେଶ ଜଣାଶୁଣା ।
ତାଙ୍କ ଗସ୍ତକାଳରେ ଭାରତ ଓ ରୁଷ ମଧ୍ୟରେ ଶିଖର ସମ୍ମିଳନୀ ସହ ବହୁ ଚୁକ୍ତି ସ୍ୱାକ୍ଷର ହେବ ।

ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ । ପୁଟିନଙ୍କ ସହ ରୁଷର ବହୁ ମନ୍ତ୍ରୀ ଓ ଅଧିକାରୀ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କ ରହଣିଠୀରୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ରୁଷରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ପୁଟିନ କହିଛନ୍ତି, ମୋଦୀ ହେଉଛନ୍ତି ସେହି ନେତା ଯିଏ କାହାରି ଚାପରେ ଆସନ୍ତି ନାହିଁ । ତାଙ୍କ କହିବା ଅନୁଯାୟୀ, ଆମେରିକାର ଉଚ୍ଚ ଶୁଳ୍କ ଦେଇ ଚାପ ପକାଇବାର ଚେଷ୍ଟା ଭାରତ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ବୋଲି କହିଛନ୍ତି .

01/12/2025

                    Dt 29.11.2025 ଆପଣ ସମସ୍ତେ ଜାଣିଛନ୍ତି କି ଇଂରେଜମାନେ ଭାରତରେ ପାଖାପାଖି ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଛନ୍ତି । ବ...
29/11/2025


Dt 29.11.2025 ଆପଣ ସମସ୍ତେ ଜାଣିଛନ୍ତି କି ଇଂରେଜମାନେ ଭାରତରେ ପାଖାପାଖି ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଛନ୍ତି । ବ୍ରିଟିଶ ସରକାରର ଯେଉଁ କମ୍ପାନୀ ଆମ ଉପରେ ରାଜ କରୁଥିଲା ସେହି କମ୍ପାନୀର ନାମ ହେଉଛି ଇସ୍ଟ ଇଣ୍ଡିଆ କମ୍ପାନୀ । ଆଜି ଆମେ ଏହି ଇସ୍ଟ ଇଣ୍ଡିଆ କମ୍ପାନୀ ବିଷୟରେ ଆଲୋଚନା କରିବା । କହିବାକୁ ଗଲେ ବ୍ରିଟିଶର ଇସ୍ଟ ଇଣ୍ଡିଆ କମ୍ପାନୀର ସ୍ଥାପନା ୩୧ ଡିସେମ୍ବର ୧୬୦୦ ମସିହାରେ ହୋଇଥିଲା ଓ ଏହି କମ୍ପାନୀ ବିଷୟରେ ପୁରା ବିଶ୍ଵ ଜାଣିଛି ।
କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ କମ୍ପାନୀ ଗୋଟିଏ ସମୟରେ ଭାରତ ଉପରେ ରାଜ କରୁଥିଲା ସେହି କମ୍ପାନୀ ବର୍ତ୍ତମାନ ସମୟରେ କେଉଁଭଳି ଅବସ୍ଥାରେ ଅଛି ଓ ସବୁଠୁ ଆଶ୍ଚର୍ଯ୍ୟର କଥା ଏହାକୁ ଜଣେ ଭାରତୀୟ ବ୍ୟକ୍ତି କିଣି ସାରିଛି । ମୁମ୍ବାଇର ଉଦ୍ୟୋଗପତି ସଂଜୀବ ମେହତା ଇସ୍ଟ ଇଣ୍ଡିଆ କମ୍ପାନୀକୁ କ୍ରୟ କରିଛନ୍ତି । ଯିଏ ଗୋଟିଏ ଜମାନାରେ ଭାରତ ଉପରେ ବିଜୟ ହାସଲ କରି ମହାରାଣୀଙ୍କୁ ଦେଇଥିଲା ।

ସଂଜୀବ ମେହତାଙ୍କୁ ଏହି କମ୍ପାନୀକୁ କିଣିବା ପାଇଁ ବହୁତ ଟଙ୍କା ଦେବାକୁ ପଡିଥିଲା । କିନ୍ତୁ ତାଙ୍କର ମାନିବା ଅଟେ କି ଏହି ଡିଲ ବିଜନେସ ଡିଲ ଠାରୁ ଅଧିକ ଭାବୁକ ପୂର୍ଣ ଡିଲ ଅଟେ । ସଂଜୀବ ମେହତା ଇସ୍ଟ ଇଣ୍ଡିଆ କମ୍ପାନୀର ମେଜର ଶେୟାର କିଣି ନେଇଛନ୍ତି ଓ ବର୍ତ୍ତମାନ ସେ ଏହି କମ୍ପାନୀର ମାଲିକ ଅଟନ୍ତି । ସଂଜୀବ ଇସ୍ଟ ଇଣ୍ଡିଆ କମ୍ପାନୀକୁ ୧୫ ମିଲିୟନ ଡଲାରରେ କ୍ରୟ କରିଛନ୍ତି ।

ସଂଜୀବ ମେହତା ଏହି ଇସ୍ଟ ଇଣ୍ଡିଆ କମ୍ପାନୀକୁ ଏହାର ୪୦ ଜଣ ସ୍ଟକ ହୋଲ୍ଡର୍ସଙ୍କ ଠାରୁ କିଣିଛନ୍ତି । ୨୦୧୦ରେ ଏହି ଡିଲ ଫାଇନାଲ ହୋଇଥିଲା । ସଂଜୀବ ମେହତାଙ୍କ ଅନୁସାରେ ସେ ଏହି କମ୍ପାନୀକୁ କିଣିବା ପାଇଁ ବହୁତ ପରିଶ୍ରମ କରିଥିଲେ ଓ ଦିନରାତି ଏକ କରି ଦେଇଥିଲେ । ସେ ନିଜର ସମସ୍ତ ବିଜନେସକୁ ସାଇଟ କରି ଦେଲେ ଓ ନିଜର ସମସ୍ତ ଧ୍ୟାନ ଏହି କମ୍ପାନୀକୁ କିଣିବା ଉପରେ ଲଗାଇଲେ ଓ ଏହାକୁ ନିଜ ଜୀବନର ଏକମାତ୍ର ଲକ୍ଷ କରିଥିଲେ ।

ମୁମ୍ବାଇର ଏକ ଡାଇମଣ୍ଡ ମରଚେଂଟ ପରିବାରରେ ଜନ୍ମିତ ସଂଜୀବ କୁହନ୍ତି କି ଯେତେବେଳେ ସେ ଇସ୍ଟ ଇଣ୍ଡିଆ କମ୍ପାନୀ କିଣିଲେ, ତେବେ କହିଥିଲେ କି ଯେଉଁ କମ୍ପାନୀ କେବେ ଭାରତ ଉପରେ ରାଜ କରିଥିଲା, ଆଜି ସେହି କମ୍ପାନୀର ମାଲିକ ଜଣେ ଭାରତୀୟ ଅଟେ । ସଂଜୀବ ମେହତା ବର୍ତ୍ତମାନ ଇସ୍ଟ ଇଣ୍ଡିଆ କମ୍ପାନୀରେ ନୂଆ ବିଜନେସ ଆରମ୍ଭ କରିବେ । ତାଙ୍କର ଯୋଜନା ଅଟେ କି ଲଗ୍ଜରୀ ଗିଫ୍ଟ ସେଟ୍ସ ଓ ଅନ୍ୟ ଜିନିଷ ଗୁଡିକୁ ଈ-କମର୍ସ ମାଧ୍ୟମରେ ବିକ୍ରି କରିବେ ଓ ସେ ନିଜର ଏହି ବ୍ରାଣ୍ଡକୁ ଭାରତୀୟ ସ୍ଵତନ୍ତ୍ରତା ଦିବସରେ ଲଞ୍ଚ କରିଥିଲା
ଇସ୍ଟ ଇଣ୍ଡିଆ କମ୍ପାନୀର ଆରମ୍ଭ ୧୬୦୦ ମସିହାରେ ହୋଇଥିଲା ଓ ଏହି କମ୍ପାନୀ ୧୭ ଓ ୧୮ ଶତାବ୍ଦୀ ପର୍ଯ୍ୟନ୍ତ ପୁରା ଦୁନିଆରେ ବିଜନେସ କରି ପ୍ରାୟତଃ ସମସ୍ତ ଦେଶ ରେ ରାଜ କରୁଥିଲେ । ଇସ୍ଟ ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ଭାରତ ଆସିଥିଲା ଓ ଧୀରେ ଧୀରେ ବିଜନେସ ଆରମ୍ଭ କରିଲା ଓ ଏହା ପରେ ଭାରତ ଉପରେ ରାଜ କରିବାକୁ ଲାଗିଲା ।

29/11/2025

ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ୍ୟ ଛାଡନ୍ତୁ ନାହିଁ.....
କାହିଁକି ନା ସଫଳତା ପାଇ ଗଲେ ନିନ୍ଦା କରୁଥିବା ଲୋକର
Good night

Shout out to my newest followers! Excited to have you onboard! Hemanta Kumar Panda, Tipu M
12/11/2025

Shout out to my newest followers! Excited to have you onboard! Hemanta Kumar Panda, Tipu M

Address

At/Bhaliapada, Po-Arapaju Via-Khajuripada, Dist-Kandhamal
Phulbani
762012

Alerts

Be the first to know and let us send you an email when OdishaNews posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdishaNews:

Share