Odisha Connect

Odisha Connect awakening people

28/05/2026

ଦୁବାଇରେ ଓଡ଼ିଆ ଉତ୍ସବ

24/05/2026

ବଡ଼ ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ସାମ୍ନାରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

24/05/2026

ରୋଗୀକୁ ଭଗବାନ ଭରସା।। ସାଲାଇନ ଷ୍ଟାଣ୍ଡ ନାହିଁ, ରୋଗୀଙ୍କ ସମ୍ପର୍କୀୟ ହାତରେ ଧରିଛନ୍ତି।

24/05/2026

ଉପାନ୍ତ ଗାଁର ଦୃଶ୍ୟ।।

24/05/2026

ଭାରତର ତାର ବାଡ଼କୁ ବାଙ୍ଗଲାଦେଶୀଙ୍କ ବିରୋଧ।

24/05/2026

କାକଟପୁର ମଙ୍ଗଳା ମନ୍ଦିର କେନାଲ ବ୍ରିଜୀ ପାଖରେ ଲାଇନ ନ କାଟି ଖୁଣ୍ଟରେ ଚଢିବା ବେଳେ ଅଘଟଣ

18/05/2026

ବ୍ରହ୍ମପୁରର ଗିରି ରୋଡ଼ଠାରେ ଜଣେ ଯୁବକଙ୍କୁ ପିଟୁଛନ୍ତି କିଛି ଯୁବକ। ଜଣେ ଯୁବତୀ ତାଙ୍କୁ ଅଟକାଉ ଛନ୍ତି।।

18/05/2026

ବ୍ରହ୍ମପୁର ଗିରି ରୋଡ ରେ ଯୁବକକୁ ମରଣାନ୍ତକ ଆକ୍ରମଣ
ଦୁଇ ଯୁବକ ଦୁଇଟି ଠେଙ୍ଗାରେ ମାରିଥିବାର ଦୃଶ୍ୟ ଭାଇରାଲ।
ଯୁବକ ଜଣଙ୍କ ବାଇକ୍ ତଳେ ପଡ଼ି ଯାଇଥିବା ବେଳେ ଜଣେ ଯୁବତୀ ଉକ୍ତ ଯୁବକ କୁ ରକ୍ଷା କରୁଥିବା ଦେଖା ଯାଉଛି।

04/05/2026

28/04/2026

PM Modi plays football with 'young friends' in Sikkim

ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆପଡ଼ା ଅଞ୍ଚଳର ଯୁବତୀ ସସ୍ମିତା ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ ପୁପୁକ...
24/04/2026

ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆପଡ଼ା ଅଞ୍ଚଳର ଯୁବତୀ ସସ୍ମିତା ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ ପୁପୁକୁ ଗିରଫ କରିଛି ପୁଲିସ। ବୁଧବାର ରାତିରେ ତାଙ୍କୁ ଜାମସେଦପୁରରୁ ଗିରଫ କରିଛି ଜଗତସିଂହପୁର ପୁଲିସର ସ୍ପେଶାଲ ସ୍କ୍ୱାଡ୍‌।
ସୂର୍ଯ୍ୟକାନ୍ତ ସ୍ୱାଇଁ ଓରଫ ପୁପୁ ହେଉଛନ୍ତି ସସ୍ମିତାଙ୍କ ପ୍ରେମିକ। ତାଙ୍କ ଘର କୁଳ ମୁଣ୍ଡିଲୋ ଗାଁରେ। ସୂଚନା ଅନୁଯାୟୀ, ସୂର୍ଯ୍ୟକାନ୍ତ ଜଣେ ବିବାହିତ ବ୍ୟକ୍ତି। ତାଙ୍କର ୪ ଜଣ ସନ୍ତାନ ଅଛନ୍ତି। ତଥାପି ସସ୍ମିତାଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।
ସୂର୍ଯ୍ୟକାନ୍ତ ପ୍ରାୟ ପ୍ରତିଦିନ ସସ୍ମିତାଙ୍କ ଘରକୁ ଆସୁଥିଲେ। ସେଠାରେ ରହୁଥିଲେ ମଧ୍ୟ। ସେ ସସ୍ମିତାଙ୍କୁ ଅନେକ ଉପହାର ଦେଇଥିଲେ। ତାଙ୍କ ନାଁରେ ଜମି ମଧ୍ୟ କିଣି ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ପରକୀୟା ପ୍ରୀତି ଧରାପଡ଼ିଯାଇଥିଲା। ତାଙ୍କ ସ୍ତ୍ରୀ ଏ ସଂପର୍କରେ ଜାଣିବା ପରେ ସସ୍ମିତାଙ୍କୁ ଗାଳିଗୁଲଜ କରିଥିଲେ। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଏସବୁ ଘଟଣାକୁ ନେଇ ସୂର୍ଯ୍ୟକାନ୍ତଙ୍କଠାରୁ ଦୂରେଇ ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ ସସ୍ମିତା।
ସୂଚନା ଅନୁଯାୟୀ, ସସ୍ମିତାଙ୍କ ଏହି ନିଷ୍ପତ୍ତିରେ ଖୁସି ନଥିଲେ ସୂର୍ଯ୍ୟକାନ୍ତ। ସେଥିପାଇଁ ସେ ସସ୍ମିତାଙ୍କୁ ଦେଇଥିବା ସମସ୍ତ ଜିନିଷ ଫେରାଇ ଦେବାକୁ କହିଥିଲେ। ଏମିତିକି ତାଙ୍କ ନାଁରେ କିଣି ଥିବା ଜମିର ମାଲିକାନା ମଧ୍ୟ ବଦଳାଇ ଦେଇଥିଲେ।
ସସ୍ମିତାଙ୍କ ମା’ ଗତକାଲି କହିଥିଲେ ଯେ ତାଙ୍କ ଝିଅର ନିଷ୍ପତ୍ତିରେ ସୂର୍ଯ୍ୟକାନ୍ତଙ୍କ ସହମତି ଥିଲା। କିନ୍ତୁ ସୂର୍ଯ୍ୟକାନ୍ତ ଉପରକୁ ସେହିଭଳି ବ୍ୟବହାର କରୁଥିବା ବେଳେ ଭିତରେ ଭିତରେ ରାଗି ନିଆଁ ହୋଇଯାଇଥିଲା।
ଏପ୍ରିଲ ୧୯ ତାରିଖରେ ସସ୍ମିତାଙ୍କର ନିର୍ବନ୍ଧ ହୋଇଥିଲା। ଏପ୍ରିଲ ୨୦ ତାରିଖ ସନ୍ଧ୍ୟାରେ ସୂର୍ଯ୍ୟକାନ୍ତ ଫୋନ୍ କରି ସସ୍ମିତାଙ୍କୁ ଡାକିଥିଲା। ଗାଁ ନିକଟସ୍ଥ ମୁଗ ବିଲରେ ସେ ସସ୍ମିତାଙ୍କୁ ଗଳା କାଟି ହତ୍ୟା କରିଥିଲା ବୋଲି ଜଣାପଡ଼ିଛି।
ସୂର୍ଯ୍ୟକାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହିତ ଆଉ କେହି ଥିଲେ କି ନାହିଁ, ସେ ନେଇ ପୁଲିସ ତଦନ୍ତ କରୁଛି। ଆଜି ସନ୍ଧ୍ୟାରେ ଜଗତସିଂହପୁର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସେଥିରେ ପୂରା ଘଟଣା ସ୍ପଷ୍ଟ ହୋଇଯିବ।

Address

Kakatpur
Puri

Telephone

+917381288208

Website

Alerts

Be the first to know and let us send you an email when Odisha Connect posts news and promotions. Your email address will not be used for any other purpose, and you can unsubscribe at any time.

Share