Ame Odia Ama Jagannath

Ame Odia Ama Jagannath Dailly Darshan:Different Retuals & Untold Story of Lord Jagannath (Sri Jagannath Temple Puri)
(3)

14/10/2025

ଆଜି ପବିତ୍ର ମଙ୍ଗଳବାରରେ ପୁରୀ ଶ୍ରୀ ମନ୍ଦିରର ଦକ୍ଷିଣ ଦ୍ୱାର ସ୍ଥିତ ସବୁଠୁ ବଡ଼ ମହାବୀର ହନୁମାନଙ୍କ ଦିବ୍ୟ ସଂଧ୍ୟା ଆଳତୀ ଦର୍ଶନ!!
Today's Evening Alati Divine Darshan of Lord Hanuman Ji at Puri Jagannath Dham 🙌

ରାଧାଦାମୋଦର ବେଶ ବା ରାଈ ଦାମୋଦର ବେଶ🔴            କିଛି କିମ୍ବଦନ୍ତୀ ଯାହା ଦୀର୍ଘ ଦିନ ଧରି ଲୋକ ମାନସରେ ଓ ଲୋକ ବିଶ୍ବାସରେ ଜୀବିତ ଅଛି ଅଦ୍...
13/10/2025

ରାଧାଦାମୋଦର ବେଶ ବା ରାଈ ଦାମୋଦର ବେଶ🔴

କିଛି କିମ୍ବଦନ୍ତୀ ଯାହା ଦୀର୍ଘ ଦିନ ଧରି ଲୋକ ମାନସରେ ଓ ଲୋକ ବିଶ୍ବାସରେ ଜୀବିତ ଅଛି ଅଦ୍ୟାବଧି। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ନୀତି, ଉତ୍ସବ, ବେଶ ପରିପାଟୀ ସବୁବେଳେ ଅନନ୍ୟ ଯାହା କି ଅନ୍ୟ କେଉଁ ମନ୍ଦିରରେ ଅନୁଷ୍ଠିତ ହୁଏନି। ଅନେକ ଝଡ଼ଝଞ୍ଜା ଦେଇ ମଧ୍ୟ ଏସବୁ ପରମ୍ପରା ତିଷ୍ଠି ରହିଛି। ଓଡ଼ିଆ ମାନଙ୍କ ଦୃଢ଼ ଆସ୍ଥା ଓ ବିଶ୍ଵାସ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିଛି ଆଜି ପର୍ଯ୍ୟନ୍ତ। କାର୍ତ୍ତିକ ମାସରେ ବିଷ୍ଣୁଙ୍କୁ ଦାମୋଦର ନାମରେ ପୂଜା କରାଯାଏ। ସବୁଠାରୁ ପବିତ୍ର ମାସ ଓ ବିଷ୍ଣୁଙ୍କର ଅତିପ୍ରିୟ ମାସ। ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କର ପବିତ୍ର ‘ରାଧା-ଦାମୋଦର’ ବେଶ ଅନୁଷ୍ଠିତ ହୋଇଥାଏ।

ଶ୍ରୀମନ୍ଦିର ସ୍ୱତ୍ୱବଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇ ଥାଏ ଠାକୁରମାନେ ଏହି ବେଶରେ ବାଳଭୋଗ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳ ଭୋଗ ହୋଇଥାଏ । ବାଳଭୋଗ ଛେକ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଓଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି । ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ (ନଳୀଭୂଜରେ ଆୟୁଧର ଚିତ୍ର ଥାଏ), ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ । ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି । ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋସ୍ଥ ଶ୍ରୀନୀଳମାଧବଙ୍କର ମଧ୍ୟ ଏକମାସ ଏହି ବେଶ ହୋଇଥାଏ ।

ରାଇ ଦାମୋଦର ବେଶର ଏକାଧିକ ପୌରାଣିକ ଭିତ୍ତି ରହିଛି। ଶ୍ରୀଜଗନ୍ନାଥ ବା ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ଏହାର ସଂପର୍କ ରହିଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହିତ। କାରଣ ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। କୁବେରଙ୍କ ପୁତ୍ର ନଳକୁବେର ଓ ମଣିଗ୍ରୀବ ଧନଗର୍ବରେ ଅନ୍ଧ ଓ ମଦମତ୍ତ ହୋଇ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ଭୁଲିଯାଇଥିବାରୁ ନାରଦ ସେମାନଙ୍କୁ ଅଭିଶାପ ଦେଇଥିଲେ। ତାହା ଫଳରେ ଦୁହେଁ ଦୁଇଟି ଅର୍ଜୁନ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜାତ ହେଲେ। ଶ୍ରୀକୃଷ୍ଣ ସେହି ବୃକ୍ଷ ଦୁଇଟିକୁ ଉପାଡ଼ିଦେବା ଫଳରେ ଦୁହିଁଙ୍କର ଗର୍ବ ଭାଙ୍ଗିଲା ଏବଂ ସେମାନେ ବୃକ୍ଷତ୍ୱରୁ ମୁକ୍ତି ଲାଭ କଲେ ବ୍ୟାସଦେବଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଏହା ଥିଲା ଶ୍ରୀକୃଷ୍ଣଙ୍କ ପିଲାଦିନର କଥା। ଯଶୋଦା ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ। ସେହି ଯାଆଁଳା ଅର୍ଜୁନ ବୃକ୍ଷର ମଝିରେ ଶ୍ରୀକୃଷ୍ଣ ଗଳି ଚାଲିଯିବା ପରେ, ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇଥିଲା। ସେ ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟିକୁ ଜୋର୍‌ରେ ଟାଣିଦେବା ଫଳରେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା। ଅଣ୍ଟା ବା ‘ଉଦର’ରେ ଦଉଡ଼ି ବା ‘ଦାମ’ ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ହେଲେ ‘ଦାମୋଦର। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ, ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭୂଷିତ ହୁଅନ୍ତି।କିନ୍ତୁ ଏହାର ନାମ ‘ରାଧା-ଦାମୋଦର ବେଶ’ କାହିଁକି? ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟ କେତେକ କାବ୍ୟରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିବାର ବର୍ଣ୍ଣନା ଅଛି। ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ‘ରାଧା-ଦାମୋଦର ବେଶ’ ହୋଇଛି। ଏହି ମାସରେ ମହିଳାମାନେ କରୁଥିବା ‘ରାଈ-ଦାମୋଦର ବ୍ରତ’ରେ ‘ଦାମୋଦର’ଙ୍କ ସହିତ ‘ରାଧା’ ବା ‘ରାଈ’ଙ୍କୁ ଏକତ୍ର ପୂଜା କରାଯାଇଥାଏ।

ପୌରାଣିକ କଥା ଅନୁଯାୟୀ, ଅକୃର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବାବେଳେ ଜଳ ମଧ୍ୟରେ ଏହି ‘ରାଧା ଦାମୋଦର’ ବେଶ ଦର୍ଶନ କରିଥିଲେ ।ବେଶ ଓଲାଗି ପରେ ବିଗ୍ରହଙ୍କଠାରୁ କଢ଼ାଯାଇଥିବା ପୁଷ୍ପ ଅଳଙ୍କାର ରାଜା ରାଣୀଙ୍କୁ ଦେବାର ବିଧି ଅଛି । କୁହାଯାଏ ଥରେ ତଳୁଚ୍ଛ ସେବକ ନାରାୟଣ ମହାପାତ୍ର ଫୁଲଗୁଣାଟିକୁ ଦେବଦାସୀ ଲାବଣ୍ୟବତୀଙ୍କ ଗଭାରେ ଗୁଞ୍ଜି ଦେଇଥିଲେ । ପରେ ରାଜା ଏହି ଗୁଣାଟିକୁ ରାଣୀଙ୍କୁ ଦେବା ସମୟରେ ଏକ କେଶ ଲାଗିଥିବା ଦେଖି କ୍ରୋଧିତ ହୋଇ ପ୍ରଭୁଙ୍କ କେଶ ଥିବା ନ ଦେଖାଇଲେ ଦଣ୍ଡିତ ହେବେ ବୋଲି ସେବକ ନାରାୟଣ ମହାପାତ୍ରଙ୍କୁ ଆଦେଶ ଦେଲେ ।ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁ କେଶ ଧାରଣ କଲେ, ପରଦିନ ରାଜା କେଶକୁ ଦେଖି ଏହାକୁ ଟାଣିବାରୁ ଏଥିରୁ ରକ୍ତସ୍ରାବ ହେଲା । ସେହିଦିନଠାରୁ ପ୍ରଭୁଙ୍କର ଏହି ରାଧା ଦାମୋଦର ବେଶ ହେଉଅଛି ।

ଅନ୍ୟ ଏକ କିମ୍ବଦନ୍ତୀ ରହିଛି। ଯାହା ବହୁ ଲୋକ ଜାଣି ନ ଥିବେ।ବୟସାଧିକ କାରଣରୁ ବଡ଼ପଣ୍ଡା ଆଉ ପାଳି ଖଟିବାକୁ ଯାଇ ପାରିଲେ ନାହିଁ। ମନରେ ବହୁତ କଷ୍ଟ ହେଲା ପ୍ରଭୁଙ୍କୁ ସେବା ଆଉ କରିପାରିବେ ନାହିଁ ବୋଲି। ଦିନେ ରତ୍ନସିଂହାସନ ତଳେ ଠିଆ ହୋଇ କହିଲେ.. ପ୍ରଭୁ ଯଦି ମୋ ସେବାରେ କେଭେଁ କୌଣସି ତୃଟି ରହିଥାଏ,ହେ କୃପାସିନ୍ଧୁ.. ମୋତେ କ୍ଷମା କରିବେ। ଏତିକି କହି ପଣ୍ଡାଏ ନିଜ ଘରକୁ ଫେରିଲେ। ଏକଥା ଶୁଣି ହଠାତ୍ ଜଗନ୍ନାଥଙ୍କର କ’ଣ ହେଲା କେଜାଣି ପ୍ରଭୁ ଜଗନ୍ନାଥ ବଡପଣ୍ଡାଙ୍କୁ ଦେଖାଦେଇ କହିଲେ ମୁଁ ଜାଣେ ତୁମକୁ ଵହୁତ କଷ୍ଟ ହେଉଛି ଆଉ କାଲିଠାରୁ ମୋ ଶ୍ରୀମନ୍ଦିରକୁ ଆସିବ ନାହିଁ ବୋଲି । ଏତେ ଦିନଧରି ମୋର ମନଜାଣି ସେବାକଲ,ତୁମ ସେବାରେ ମୁଁ ଅତ୍ଯନ୍ତ ଖୁସି । ଏହି ଖୁସିରେ ତୁମେ ଯେଉଁ ବର ମାଗିବ ଦେବି,ମାଗ କି ବର ଦରକାର । ଜଗନ୍ନାଥଙ୍କଠାରୁ ଏକଥାଶୁଣି ବଡପଣ୍ଡା କହିଲେ ପ୍ରଭୁ ମୁଁ ତ ଆପଣଙ୍କୁ ମନଭରି ପ୍ରତିଦିନ ଦର୍ଶନ କଲି , ଏହାଠାରୁ ଆଉ କ’ଣ ଅଧିକ ଅଛି ଯେ ମୁଁ ଆପଣଙ୍କୁ ମାଗିବି ପ୍ରଭୁ କିଛି ସମୟପରେ ବଡପଣ୍ଡା ଜଗନ୍ନାଥଙ୍କୁ କହିଲେ ମୋର ଗୋଟାଏ ଝିଅ ଅଛି ତା’ର ନାମ “ରାଈ” । ପିଲାଦିନରୁ ସେ ଶ୍ରୀକୃଷ୍ଣଙ୍କ ଫଟୋଟିଏ ଧରି ସେବାପୂଜା କରିବା ସଙ୍ଗେ ସଙ୍ଗେ ତାଙ୍କରି ନାମ ହିଁ ଜପୁଛି । ଆପଣ ଥରେହେଲେ ଦର୍ଶନ ଦିଅନ୍ତେ ନି ! ଏକଥା ଶୁଣି ଜଗନ୍ନାଥ ବଡପଣ୍ଡାଙ୍କୁ କହିଲେ ହେଉ ଠିକ୍ ଅଛି କାଲି ତୁମ ଝିଅ ରାଈକୁ ମୁଁ ଦର୍ଶନ ଦେବି ।

ବଡପଣ୍ଡା(ବାପା)ଙ୍କ ଠାରୁ ଏକଥା ଶୁଣି ଝିଅ(ରାଈ) ଆନନ୍ଦରେ ନାଚି ଉଠିଲା । ତହିଁପର ସକାଳେ ରାଈ ନିଜର ନିତ୍ଯକର୍ମସାରି ଠାକୁର ଘରକୁ ଯାଇ ଠାକୁରଙ୍କ ନିତ୍ଯକର୍ମ ସାରି ଶ୍ରୀକୃଷ୍ଣଙ୍କ ଫଟୋକୁ ସଫାସୁତୁରା କରି ଧୂପଦୀପ ଦେଇ ପୂଜା କରିବା ସହିତ ନ ଖାଇ ନ ପିଇ ପ୍ରଭୁ ନାମ ଜପିବାକୁ ଲାଗିଲା । ମନରେ ଥିଲା ପ୍ରଭୁ ଦର୍ଶନ ର ପ୍ରବଳ ଇଛା ଅର୍ଦ୍ଧରାତ୍ରରେ ଜଗନ୍ନାଥ ରାଈକୁ ଦେଖାଦେଇ କହିଲେ କି ବର ମାଗିବୁ ମାଗ ମୁଁ ଦେବି । ରାଈ କହିଲା ମୋର ବର ଦରକାର ତାହା କେବଳ ଆପଣଙ୍କ ସାନିଦ୍ଧ୍ୟ ଅର୍ଥାତ୍ ଆପଣଙ୍କୁ ସ୍ବାମୀ ରୂପେ ପାଇବା । “ରାଈ” କହିଲା ପ୍ରଭୁ ଆପଣ ମୋତେ ଏହି ବର ଦିଅନ୍ତୁ, ମୁଁ ଆପଣଙ୍କୁ ବିବାହ କରିବି । ଆପଣ ସବୁଦିନ ପାଇଁ ମୋର ସ୍ବାମୀ ହୋଇ ରହିବେ । ଜଗନ୍ନାଥ କହିଲେ ଏହା କିପରି ସମ୍ଭବ ହେବ ! ମୁଁ ଜଣେ ବିବାହିତ, ମୋର ସ୍ତ୍ରୀ ଅଛି । ତାଙ୍କର ନାମ ଲକ୍ଷ୍ମୀ । ଲକ୍ଷ୍ମୀଙ୍କ ସହିତ ମୁଁ ଶ୍ରୀମନ୍ଦିରରେ ରହୁଛି । ଏକଥା ଶୁଣି “ରାଈ” କହିଲା – ମୁଁ ଆପଣଙ୍କର କିଛି କଥା ଶୁଣିବି ନାହିଁ, ପ୍ରଭୁ ! ଆପଣ ମୋତେ ଦେଖାଦେଲେ, ତେଣୁ ଆପଣଙ୍କୁ ମୁଁ ବିବାହ କରିବି ନଚେତ୍ ଆତ୍ମହତ୍ୟା କରିବି । ‘ରାଈ’ର ଏପରି ଜିଦ୍ ଆଗରେ ନିଜେ ଜଗନ୍ନାଥ ହାରମାନି ଗୋଟିଏ ସର୍ତ୍ତରେ ବିବାହ ପାଇଁ ରାଜି ହେଲେ । ସର୍ତ୍ତଟି ଥିଲା ତୁମେ ବିବାହ କଲା ପରେ ଶ୍ରୀମନ୍ଦିରକୁ ଯିବ ନାହିଁ କାରଣ , ଲକ୍ଷ୍ମୀ ତୁମକୁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ରାଜି ହେବେ ନାହିଁ । ଜଗନ୍ନାଥଙ୍କ ସର୍ତ୍ତରେ ରାଈ ରାଜିହେବାରୁ ସେହିରାତ୍ରରେ ବିବାହ କାର୍ଯ୍ୟ ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଯିବାବେଳେ ଲକ୍ଷ୍ମୀଙ୍କ ହାବୁଡ଼ରେ ପଡିଗଲେ । ମା’ ଲକ୍ଷ୍ମୀ ଜଗନ୍ନାଥଙ୍କୁ ପଚାରିଲେ ରାତ୍ରରେ କେଉଁ ଆଡେ ଯାଇଥିଲ । ପୁଣି ଗୋଡରେ ତୁମର ଅଳତା,ଦେହରେ ହଳଦି,ଅଗୁରୁ ଓ ଚନ୍ଦନର ମହମହ ବାସନା । ହଠାତ୍ ଲକ୍ଷ୍ମୀଙ୍କ କଥାରେ ହଡ଼ବଡ଼ ହୋଇ କହିଲେ ସ୍ବର୍ଗପୁରରେ ଇନ୍ଦ୍ର ଓ ସଚ୍ଚିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲାତ ମୁଁ ସେଠାକୁ ମାର୍କଣ୍ଡି ହୋଇ ଯାଇଥିଲି । ମହାଲକ୍ଷ୍ମୀଙ୍କୁ ଏହାକହି ସିଂହାସନରେ ବିଜେ ହେଲେ ଜଗନ୍ନାଥ ।

ଜଗନ୍ନାଥଙ୍କ କଥାଅନୁସାରେ ବିବାହ ପରେ ରାଈ ବାପଘରେ ରହୁଥାଏ । ଏହିପରି କିଛି ଦିନ ଗଲାପରେ ଦିନେ ନାରଦ ବଡପଣ୍ଡାର ଝିଅ ରାଈକୁ ଦେଖି ପଚାରିଲେ କିହୋ ବଡପଣ୍ଡା ଝିଅକୁ ତ ବିବାହ କରିଦେଲ ହେଲେ ଜ୍ବାଇଁ କାହାକୁ କଲକି ? ବଡପଣ୍ଡା କହିଲେ ଜ୍ବାଇଁ ହେଉଛନ୍ତି ସେହି ଶ୍ରୀ ଜଗନ୍ନାଥ । ଶ୍ରୀମନ୍ଦିରକୁ ଯିବାପାଇଁ ଝିଅକୁ ମନାକରିଛନ୍ତି ମହାପ୍ରଭୁ। କାରଣ ଲକ୍ଷ୍ମୀ ଠାକୁରାଣୀ ଝିଅକୁ ଶ୍ରୀମନ୍ଦିର ଭିତରକୁ ପୁରାଇ ଦେବେ ନାହିଁ । ଏହାଶୁଣି ନାରଦ କହିଲେ ମୁଁ ତୁମକୁ ଗୋଟିଏ ବାଟ କହିବି ତୁମେ ମାନିଲେ ସବୁ ଠିକ୍ ହୋଇଯିବ । ବାଟଟି ହେଲା ରାଈ ସକାଳୁ ଉଠି ଶ୍ରୀମନ୍ଦିର ଯାଇ ଲକ୍ଷ୍ମୀ କରୁଥିବା କାମ ସବୁ କରିବ,ଯଦି ଲକ୍ଷ୍ମୀ ତାଙ୍କୁ ଦେଖି ପଚାରନ୍ତି ତୁମେ ସତକଥା କହିଦେବ । ନାରଦଙ୍କ କଥାରଖି ରାଈ କାର୍ଯ୍ୟ କରି ଚାଲିଲେ । ଲକ୍ଷ୍ମୀଙ୍କ ମନରେ ସନ୍ଦେହ ହେବାରୁ ଧରିବା ପାଇଁ ଜଗିଲେ । ଶେଷରେ ରାଈକୁ ଧରି ଲକ୍ଷ୍ମୀ ପଚାରିବାରୁ ରାଈ ସବୁ ସତକଥା କହିଦେବା ସହିତ ନାରଦଙ୍କ କଥାରେ କାମ କରୁଥିବାର କହିଲେ । ରାଈ ଠାରୁ ଏ କଥା ଶୁଣି ଲକ୍ଷ୍ମୀ ଜୋରରେ ପାଟି କରିବାରୁ ଜଗନ୍ନାଥ ଓ ବଳଭଦ୍ର ଆସି ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ । ବଡ଼ଭାଇ ଘଟଣା ବାବଦରେ ଜଗନ୍ନାଥକୁ ପଚାରିବାରୁ ରାଈକୁ ବିବାହ କରିଥିବା କଥା ବଡ଼ଭାଇଙ୍କ ଆଗରେ ମାନିଗଲେ । ଠିକ୍ ଏତିକି ବେଳେ ନାରଦ ଆସି ସେଠାରେ ପହଞ୍ଚିଗଲେ । ବଳଭଦ୍ର କିଛି ଉପାୟ ନ ପାଇ ନାରଦକୁ ଏହାର ସମାଧାନ ପାଇଁ ବାଟ ବାହାର କରିବା ପାଇଁ କହିଲେ । ନାରଦ କହିଲେ ଯେ ଏହାର ଗୋଟିଏ ଉପାୟ ଅଛି । ସେହି ଉପାୟଟି ହେଲା ଜଗନ୍ନାଥ ବର୍ଷକୁ ମାତ୍ର ୨୫ ଦିନ ରାଈ ପାଖରେ ରହିବେ ଆଉ ବାକି ଦିନତକ ଲକ୍ଷ୍ମୀଙ୍କର ସ୍ବାମୀ ହୋଇ ରହିବେ । ସେହି ସମୟଟି ହେଲା ଆଶ୍ଵିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ମାତ୍ର । ସେହି ନିଷ୍ପତ୍ତି ପ୍ରକାରେ ପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ରାଈ ଦାମୋଦର ବେଶ ହୋଇ ଆସୁଛନ୍ତି । ତେଣୁ ପ୍ରଭୁ ଜଗନ୍ନାଥଙ୍କର ଦୁଇ ଗୋଟି ପତ୍ନୀ, ବଡ଼ହେଲେ ମା’ ଲକ୍ଷ୍ମୀ ଆଉ ସାନହେଲେ “ରାଈ” ।

ନାରଦ କହିଛନ୍ତି ଯେଉଁ ବ୍ୟକ୍ତି କାର୍ତ୍ତିକ ବ୍ରତ ନିଷ୍ଠାର ସହିତ ପାଳନ କରିବ ଓ ରାଈ ଦାମୋଦରଙ୍କୁ ଉପାସନା କରିବ ସେ ନିଶ୍ଚୟ ବୈକୁଣ୍ଠ ପ୍ରାପ୍ତି ହେବ।ଏହି ପଚିଶି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସକାଳ ଧୂପ ପରେ ଏକ ଅତିରିକ୍ତ ଭୋଗ ସମର୍ପଣ ହୁଏ। ଏହା ବାଳଭୋଗ ନାମରେ ପରିଚିତ। ଏଥିରେ ଖଇ, ନଡ଼ିଆ ପାତି ଓ କୋରା ଭୋଗ ହୋଇଥାଏ।🙏
🌷🌷🌷ରାଈ ଦାମୋଦର ବେଶ 🌷🌷🌷

କିଛି କିମ୍ବଦନ୍ତୀ ଯାହା ଦୀର୍ଘ ଦିନ ଧରି ଲୋକ ମାନସରେ ଓ ଲୋକ ବିଶ୍ବାସରେ ଜୀବିତ ଅଛି ଅଦ୍ୟାବଧି। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ନୀତି, ଉତ୍ସବ, ବେଶ ପରିପାଟୀ ସବୁବେଳେ ଅନନ୍ୟ ଯାହା କି ଅନ୍ୟ କେଉଁ ମନ୍ଦିରରେ ଅନୁଷ୍ଠିତ ହୁଏନି। ଅନେକ ଝଡ଼ଝଞ୍ଜା ଦେଇ ମଧ୍ୟ ଏସବୁ ପରମ୍ପରା ତିଷ୍ଠି ରହିଛି। ଓଡ଼ିଆ ମାନଙ୍କ ଦୃଢ଼ ଆସ୍ଥା ଓ ବିଶ୍ଵାସ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିଛି ଆଜି ପର୍ଯ୍ୟନ୍ତ।
କାର୍ତ୍ତିକ ମାସରେ ବିଷ୍ଣୁଙ୍କୁ ଦାମୋଦର ନାମରେ ପୂଜା କରାଯାଏ। ସବୁଠାରୁ ପବିତ୍ର ମାସ ଓ ବିଷ୍ଣୁଙ୍କର ଅତିପ୍ରିୟ ମାସ। ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କର ପବିତ୍ର ‘ରାଧା-ଦାମୋଦର’ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶର ଏକାଧିକ ପୌରାଣିକ ଭିତ୍ତି ରହିଛି।

ଶ୍ରୀଜଗନ୍ନାଥ ବା ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ଏହାର ସଂପର୍କ ରହିଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହିତ। କାରଣ ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। କୁବେରଙ୍କ ପୁତ୍ର ନଳକୁବେର ଓ ମଣିଗ୍ରୀବ ଧନଗର୍ବରେ ଅନ୍ଧ ଓ ମଦମତ୍ତ ହୋଇ କର୍ତ୍ତବ୍ୟ ଅକର୍ତ୍ତବ୍ୟ ଜ୍ଞାନ ଭୁଲିଯାଇଥିବାରୁ ନାରଦ ସେମାନଙ୍କୁ ଅଭିଶାପ ଦେଇଥିଲେ। ତାହା ଫଳରେ ଦୁହେଁ ଦୁଇଟି ଅର୍ଜୁନ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜାତ ହେଲେ। ଶ୍ରୀକୃଷ୍ଣ ସେହି ବୃକ୍ଷ ଦୁଇଟିକୁ ଉପାଡ଼ିଦେବା ଫଳରେ ଦୁହିଁଙ୍କର ଗର୍ବ ଭାଙ୍ଗିଲା ଏବଂ ସେମାନେ ବୃକ୍ଷତ୍ୱରୁ ମୁକ୍ତି ଲାଭ କଲେ।

ବ୍ୟାସଦେବଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଏହା ଥିଲା ଶ୍ରୀକୃଷ୍ଣଙ୍କ ପିଲାଦିନର କଥା। ଯଶୋଦା ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ। ସେହି ଯାଆଁଳା ଅର୍ଜୁନ ବୃକ୍ଷର ମଝିରେ ଶ୍ରୀକୃଷ୍ଣ ଗଳି ଚାଲିଯିବା ପରେ, ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇଥିଲା। ସେ ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟିକୁ ଜୋର୍‌ରେ ଟାଣିଦେବା ଫଳରେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା। ଅଣ୍ଟା ବା ‘ଉଦର’ରେ ଦଉଡ଼ି ବା ‘ଦାମ’ ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ହେଲେ ‘ଦାମୋଦର।

ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ, ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ।
ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭୂଷିତ ହୁଅନ୍ତି।

କିନ୍ତୁ ଏହାର ନାମ ‘ରାଧା-ଦାମୋଦର ବେଶ’ କାହିଁକି? ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟ କେତେକ କାବ୍ୟରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିବାର ବର୍ଣ୍ଣନା ଅଛି। ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ‘ରାଧା-ଦାମୋଦର ବେଶ’ ହୋଇଛି। ଏହି ମାସରେ ମହିଳାମାନେ କରୁଥିବା ‘ରାଈ-ଦାମୋଦର ବ୍ରତ’ରେ ‘ଦାମୋଦର’ଙ୍କ ସହିତ ‘ରାଧା’ ବା ‘ରାଈ’ଙ୍କୁ ଏକତ୍ର ପୂଜା କରାଯାଇଥାଏ।

ଅନ୍ୟ ଏକ କିମ୍ବଦନ୍ତୀ ରହିଛି। ଯାହା ବହୁ ଲୋକ ଜାଣି ନ ଥିବେ।ବୟସାଧିକ କାରଣରୁ ବଡ଼ପଣ୍ଡା ଆଉ ପାଳି ଖଟିବାକୁ ଯାଇ ପାରିଲେ ନାହିଁ। ମନରେ ବହୁତ କଷ୍ଟ ହେଲା ପ୍ରଭୁଙ୍କୁ ସେବା ଆଉ କରିପାରିବେ ନାହିଁ ବୋଲି। ଦିନେ ରତ୍ନସିଂହାସନ ତଳେ ଠିଆ ହୋଇ କହିଲେ.. ପ୍ରଭୁ ଯଦି ମୋ ସେବାରେ କେଭେଁ କୌଣସି ତୃଟି ରହିଥାଏ,ହେ କୃପାସିନ୍ଧୁ.. ମୋତେ କ୍ଷମା କରିବେ। ଏତିକି କହି ପଣ୍ଡାଏ ନିଜ ଘରକୁ ଫେରିଲେ।

ଏକଥା ଶୁଣି ହଠାତ୍ ଜଗନ୍ନାଥଙ୍କର କ’ଣ ହେଲା କେଜାଣି ପ୍ରଭୁ ଜଗନ୍ନାଥ ବଡପଣ୍ଡାଙ୍କୁ ଦେଖାଦେଇ କହିଲେ ମୁଁ ଜାଣେ ତୁମକୁ ଵହୁତ କଷ୍ଟ ହେଉଛି ଆଉ କାଲିଠାରୁ ମୋ ଶ୍ରୀମନ୍ଦିରକୁ ଆସିବ ନାହିଁ ବୋଲି । ଏତେ ଦିନଧରି ମୋର ମନଜାଣି ସେବାକଲ,ତୁମ ସେବାରେ ମୁଁ ଅତ୍ଯନ୍ତ ଖୁସି । ଏହି ଖୁସିରେ ତୁମେ ଯେଉଁ ବର ମାଗିବ ଦେବି,ମାଗ କି ବର ଦରକାର । ଜଗନ୍ନାଥଙ୍କଠାରୁ ଏକଥାଶୁଣି ବଡପଣ୍ଡା କହିଲେ ପ୍ରଭୁ ମୁଁ ତ ଆପଣଙ୍କୁ ମନଭରି ପ୍ରତିଦିନ ଦର୍ଶନ କଲି , ଏହାଠାରୁ ଆଉ କ’ଣ ଅଧିକ ଅଛି ଯେ ମୁଁ ଆପଣଙ୍କୁ ମାଗିବି ପ୍ରଭୁ କିଛି ସମୟପରେ ବଡପଣ୍ଡା ଜଗନ୍ନାଥଙ୍କୁ କହିଲେ ମୋର ଗୋଟାଏ ଝିଅ ଅଛି ତା’ର ନାମ “ରାଈ” । ପିଲାଦିନରୁ ସେ ଶ୍ରୀକୃଷ୍ଣଙ୍କ ଫଟୋଟିଏ ଧରି ସେବାପୂଜା କରିବା ସଙ୍ଗେ ସଙ୍ଗେ ତାଙ୍କରି ନାମ ହିଁ ଜପୁଛି । ଆପଣ ଥରେହେଲେ ଦର୍ଶନ ଦିଅନ୍ତେ ନି ! ଏକଥା ଶୁଣି ଜଗନ୍ନାଥ ବଡପଣ୍ଡାଙ୍କୁ କହିଲେ ହେଉ ଠିକ୍ ଅଛି କାଲି ତୁମ ଝିଅ ରାଈକୁ ମୁଁ ଦର୍ଶନ ଦେବି ।

ବଡପଣ୍ଡା(ବାପା)ଙ୍କ ଠାରୁ ଏକଥା ଶୁଣି ଝିଅ(ରାଈ) ଆନନ୍ଦରେ ନାଚି ଉଠିଲା । ତହିଁପର ସକାଳେ ରାଈ ନିଜର ନିତ୍ଯକର୍ମସାରି ଠାକୁର ଘରକୁ ଯାଇ ଠାକୁରଙ୍କ ନିତ୍ଯକର୍ମ ସାରି ଶ୍ରୀକୃଷ୍ଣଙ୍କ ଫଟୋକୁ ସଫାସୁତୁରା କରି ଧୂପଦୀପ ଦେଇ ପୂଜା କରିବା ସହିତ ନ ଖାଇ ନ ପିଇ ପ୍ରଭୁ ନାମ ଜପିବାକୁ ଲାଗିଲା । ମନରେ ଥିଲା ପ୍ରଭୁ ଦର୍ଶନ ର ପ୍ରବଳ ଇଛା ଅର୍ଦ୍ଧରାତ୍ରରେ ଜଗନ୍ନାଥ ରାଈକୁ ଦେଖାଦେଇ କହିଲେ କି ବର ମାଗିବୁ ମାଗ ମୁଁ ଦେବି । ରାଈ କହିଲା ମୋର ବର ଦରକାର ତାହା କେବଳ ଆପଣଙ୍କ ସାନିଦ୍ଧ୍ୟ ଅର୍ଥାତ୍ ଆପଣଙ୍କୁ ସ୍ବାମୀ ରୂପେ ପାଇବା । “ରାଈ” କହିଲା ପ୍ରଭୁ ଆପଣ ମୋତେ ଏହି ବର ଦିଅନ୍ତୁ, ମୁଁ ଆପଣଙ୍କୁ ବିବାହ କରିବି । ଆପଣ ସବୁଦିନ ପାଇଁ ମୋର ସ୍ବାମୀ ହୋଇ ରହିବେ । ଜଗନ୍ନାଥ କହିଲେ ଏହା କିପରି ସମ୍ଭବ ହେବ ! ମୁଁ ଜଣେ ବିବାହିତ, ମୋର ସ୍ତ୍ରୀ ଅଛି । ତା’ର ନାମ ଲକ୍ଷ୍ମୀ । ଲକ୍ଷ୍ମୀଙ୍କ ସହିତ ମୁଁ ଶ୍ରୀମନ୍ଦିରରେ ରହୁଛି । ଏକଥା ଶୁଣି “ରାଈ” କହିଲା – ମୁଁ ଆପଣଙ୍କର କିଛି କଥା ଶୁଣିବି ନାହିଁ, ପ୍ରଭୁ ! ଆପଣ ମୋତେ ଦେଖାଦେଲେ, ତେଣୁ ଆପଣଙ୍କୁ ମୁଁ ବିବାହ କରିବି ନଚେତ୍ ଆତ୍ମହତ୍ୟା କରିବି । ‘ରାଈ’ର ଏପରି ଜିଦ୍ ଆଗରେ ନିଜେ ଜଗନ୍ନାଥ ହାରମାନି ଗୋଟିଏ ସର୍ତ୍ତରେ ବିବାହ ପାଇଁ ରାଜି ହେଲେ । ସର୍ତ୍ତଟି ଥିଲା ତୁମେ ବିବାହ କଲା ପରେ ଶ୍ରୀମନ୍ଦିରକୁ ଯିବ ନାହିଁ କାରଣ , ଲକ୍ଷ୍ମୀ ତୁମକୁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ରାଜି ହେବେ ନାହିଁ । ଜଗନ୍ନାଥଙ୍କ ସର୍ତ୍ତରେ ରାଈ ରାଜିହେବାରୁ ସେହିରାତ୍ରରେ ବିବାହ କାର୍ଯ୍ୟ ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଯିବାବେଳେ ଲକ୍ଷ୍ମୀଙ୍କ ହାବୁଡ଼ରେ ପଡିଗଲେ । ମା’ ଲକ୍ଷ୍ମୀ ଜଗନ୍ନାଥଙ୍କୁ ପଚାରିଲେ ରାତ୍ରରେ କେଉଁ ଆଡେ ଯାଇଥିଲ । ପୁଣି ଗୋଡରେ ତୁମର ଅଳତା,ଦେହରେ ହଳଦି,ଅଗୁରୁ ଓ ଚନ୍ଦନର ମହମହ ବାସନା । ହଠାତ୍ ଲକ୍ଷ୍ମୀଙ୍କ କଥାରେ ହଡ଼ବଡ଼ ହୋଇ କହିଲେ ସ୍ବର୍ଗପୁରରେ ଇନ୍ଦ୍ର ଓ ସଚ୍ଚିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲାତ ମୁଁ ସେଠାକୁ ମାର୍କଣ୍ଡି ହୋଇ ଯାଇଥିଲି । ମହାଲକ୍ଷ୍ମୀଙ୍କୁ ଏହାକହି ସିଂହାସନରେ ବିଜେ ହେଲେ ଜଗନ୍ନାଥ ।

ଜଗନ୍ନାଥଙ୍କ କଥାଅନୁସାରେ ବିବାହ ପରେ ରାଈ ବାପଘରେ ରହୁଥାଏ । ଏହିପରି କିଛି ଦିନ ଗଲାପରେ ଦିନେ ନାରଦ ବଡପଣ୍ଡାର ଝିଅ ରାଈକୁ ଦେଖି ପଚାରିଲେ କିହୋ ବଡପଣ୍ଡା ଝିଅକୁ ତ ବିବାହ କରିଦେଲ ହେଲେ ଜ୍ବାଇଁ କାହାକୁ କଲକି ? ବଡପଣ୍ଡା କହିଲେ ଜ୍ବାଇଁ ହେଉଛନ୍ତି ସେହି ଶ୍ରୀ ଜଗନ୍ନାଥ । ଶ୍ରୀମନ୍ଦିରକୁ ଯିବାପାଇଁ ଝିଅକୁ ମନାକରିଛନ୍ତି ମହାପ୍ରଭୁ। କାରଣ ଲକ୍ଷ୍ମୀ ଠାକୁରାଣୀ ଝିଅକୁ ଶ୍ରୀମନ୍ଦିର ଭିତରକୁ ପୁରାଇ ଦେବେ ନାହିଁ । ଏହାଶୁଣି ନାରଦ କହିଲେ ମୁଁ ତୁମକୁ ଗୋଟିଏ ବାଟ କହିବି ତୁମେ ମାନିଲେ ସବୁ ଠିକ୍ ହୋଇଯିବ । ବାଟଟି ହେଲା ରାଈ ସକାଳୁ ଉଠି ଶ୍ରୀମନ୍ଦିର ଯାଇ ଲକ୍ଷ୍ମୀ କରୁଥିବା କାମ ସବୁ କରିବ,ଯଦି ଲକ୍ଷ୍ମୀ ତାଙ୍କୁ ଦେଖି ପଚାରନ୍ତି ତୁମେ ସତକଥା କହିଦେବ । ନାରଦଙ୍କ କଥାରଖି ରାଈ କାର୍ଯ୍ୟ କରି ଚାଲିଲେ । ଲକ୍ଷ୍ମୀଙ୍କ ମନରେ ସନ୍ଦେହ ହେବାରୁ ଧରିବା ପାଇଁ ଜଗିଲେ । ଶେଷରେ ରାଈକୁ ଧରି ଲକ୍ଷ୍ମୀ ପଚାରିବାରୁ ରାଈ ସବୁ ସତକଥା କହିଦେବା ସହିତ ନାରଦଙ୍କ କଥାରେ କାମ କରୁଥିବାର କହିଲେ । ରାଈ ଠାରୁ ଏ କଥା ଶୁଣି ଲକ୍ଷ୍ମୀ ଜୋରରେ ପାଟି କରିବାରୁ ଜଗନ୍ନାଥ ଓ ବଳଭଦ୍ର ଆସି ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ । ବଡ଼ଭାଇ ଘଟଣା ବାବଦରେ ଜଗନ୍ନାଥକୁ ପଚାରିବାରୁ ରାଈକୁ ବିବାହ କରିଥିବା କଥା ବଡ଼ଭାଇଙ୍କ ଆଗରେ ମାନିଗଲେ । ଠିକ୍ ଏତିକି ବେଳେ ନାରଦ ଆସି ସେଠାରେ ପହଞ୍ଚିଗଲେ । ବଳଭଦ୍ର କିଛି ଉପାୟ ନ ପାଇ ନାରଦକୁ ଏହାର ସମାଧାନ ପାଇଁ ବାଟ ବାହାର କରିବା ପାଇଁ କହିଲେ । ନାରଦ କହିଲେ ଯେ ଏହାର ଗୋଟିଏ ଉପାୟ ଅଛି । ସେହି ଉପାୟଟି ହେଲା ଜଗନ୍ନାଥ ବର୍ଷକୁ ମାତ୍ର ୨୫ ଦିନ ରାଈ ପାଖରେ ରହିବେ ଆଉ ବାକି ଦିନତକ ଲକ୍ଷ୍ମୀଙ୍କର ସ୍ବାମୀ ହୋଇ ରହିବେ । ସେହି ସମୟଟି ହେଲା ଆଶ୍ଵିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ମାତ୍ର । ସେହି ନିଷ୍ପତ୍ତି ପ୍ରକାରେ ପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ରାଈ ଦାମୋଦର ବେଶ ହୋଇ ଆସୁଛନ୍ତି । ତେଣୁ ପ୍ରଭୁ ଜଗନ୍ନାଥଙ୍କର ଦୁଇ ଗୋଟି ପତ୍ନୀ, ବଡ଼ହେଲେ ମା’ ଲକ୍ଷ୍ମୀ ଆଉ ସାନହେଲେ “ରାଈ” ।
ନାରଦ କହିଛନ୍ତି ଯେଉଁ ବ୍ୟକ୍ତି କାର୍ତ୍ତିକ ବ୍ରତ ନିଷ୍ଠାର ସହିତ ପାଳନ କରିବ ଓ ରାଈ ଦାମୋଦରଙ୍କୁ ଉପାସନା କରିବ ସେ ନିଶ୍ଚୟ ବୈକୁଣ୍ଠ ପ୍ରାପ୍ତି ହେବ।
ଏହି ପଚିଶି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସକାଳ ଧୂପ ପରେ ଏକ ଅତିରିକ୍ତ ଭୋଗ ସମର୍ପଣ ହୁଏ। ଏହା ବାଳଭୋଗ ନାମରେ ପରିଚିତ। ଏଥିରେ ଖଇ, ନଡ଼ିଆ ପାତି ଓ କୋରା ଭୋଗ ହୋଇଥାଏ।

(ଯଦି କୌଣସି ତୃଟି ଥାଏ ପାଠକ ବନ୍ଧୁଙ୍କୁ ସବିନୟ ଅନୁରୋଧ ନିଜର କ୍ଷମା ଗୁଣରେ ଲେଖକକୁ କ୍ଷମା କରିବେ। ଅସୁସ୍ଥତା ଭିତରେ ଲେଖାଟି ପ୍ରସ୍ତୁତ କରିଛି।)

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ବିଜୟାନନ୍ଦ ପଟ୍ଟନାୟକ,କୁରାଢ଼ମଲ୍ଲ, ଖୋର୍ଦ୍ଧା।
⭕☘️⭕ *ରାଧା ଦାମୋଦର ବେଶ⭕☘️⭕*

ଶ୍ରୀମନ୍ଦିର ସ୍ୱତ୍ୱବଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇ ଥାଏ । ଠାକୁରମାନେ ଏହି ବେଶରେ ବାଳଭୋଗ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳ ଭୋଗ ହୋଇଥାଏ । ବାଳଭୋଗ ଛେକ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଓଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି । ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ (ନଳୀଭୂଜରେ ଆୟୁଧର ଚିତ୍ର ଥାଏ), ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ । ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି । ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି ।
*🌹ରାଧାଦାମୋଦର ବେଶ🌹*

ଅଗଣିତ ଭକ୍ତଙ୍କୁ କୃଷ୍ଣ ପ୍ରେମରେ ଅଭିଶିକ୍ତ କରାଇବା ଅଭିପ୍ରାୟ ରେ ପୁରୁଷୋତ୍ତମ ଜଗନ୍ନାଥ ମହାପ୍ରଭୁ ଅନେକ ବେଶ ଧାରଣ କରନ୍ତି । ତହିଁ ମଧ୍ୟରୁ ରାଧା ଦାମୋଦର ବେଶ ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ଏହି ବେଶ ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଏକମାସ ଧରି ଅନୁଷ୍ଠିତ ହୋଇଥାଏ । ଉତ୍କଳର କବୀ ଜୟଦେବ ଶ୍ରୀଗୀତଗୋବିନ୍ଦରେ ରାଧାକୃଷ୍ଣ ଲୀଳା ରଚନା କରିବା ପରେ ଶ୍ରୀ ମନ୍ଦିରରେ ରାଧାକୃଷ୍ଣ ଲୀଳାତ୍ମକ ରାଧାଦାମୋଦର ବେଶ ଅନୁଷ୍ଠିତ ହେଲା କୁହାଯାଏ । କିନ୍ତୁ ଏହାର ବହୁ ପୂର୍ବରୁ ଜଗତ୍ ଗୁରୁ ଶଙ୍କରାଚର୍ଯ୍ୟ ଜଗନ୍ନାଥ ଦର୍ଶନ ବେଳେ ଜଗନ୍ନାଥଷ୍ଟକମ୍ ଗାଇ କହିଥିଲେ--
ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖୋ
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ।।

କୁହାଯାଏ ଭକ୍ତ ଅକ୍ରୁର ଗୋପ ପୁରରୁ କୃଷ୍ଣ ବଳରାମକୁ ନିଜ ସହିତ ମଥୁରା ଆଣିବା ସମୟରେ ଯମୁନାରେ ସ୍ନାନ କରିବା ବେଳେ ପ୍ରଥମେ ରାଧା ଦାମୋଦର ବେଶ ଦର୍ଶନ କରିଥିଲେ । ପ୍ରଭୁ ଶରଣାଗତ ଅଗଣିତ ଭକ୍ତଙ୍କ ମନରେ ମଧୁର ଭାବ ସଂଚାର କରିବା କାମନାରେ ପବିତ୍ର କାର୍ତ୍ତିକ ମାସରେ ଏହି ବେଶ ଧାରଣ କରନ୍ତି ।ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ କାର୍ତ୍ତିକ ବ୍ରତ ର ମହିମା ଅତୁଳନୀୟ । ଶ୍ରୀମଦ୍ ଭାଗବତ ରେ ବର୍ଣ୍ଣିତ ହୋଇଛି ବ୍ରଜନାରୀ ମାନେ ପବିତ୍ର କାର୍ତ୍ତିକ ମାସରେ ଭବିଷ୍ୟବ୍ରତ ରହୁଥିଲେ ।
ବ୍ରଜଭୂମିର ସେହି ଦିବ୍ୟ ଲୀଳାକୁ ସ୍ମରଣ କରିବା ନିମନ୍ତେ ହେମନ୍ତ ର ପ୍ରଥମ ମାସରେ ଜଗନ୍ନାଥ ରାଧା ଦାମୋଦର ବେଶ ହୁଅନ୍ତି । ଶ୍ରୀ ମନ୍ଦିର ଇତିହାସ ରେ ରାଧାଦାମୋଦର ବେଶ ହେଉଛି ଏକ ଦୀର୍ଘ କାଳୀନ ଭକ୍ତ ମନୋହର ବେଶ । କାର୍ତ୍ତିକ ମାସରେ ନୀଳାଚଳ ଧାମରେ ହବିଷ୍ୟ ପାଳନ କରିଥିବା ହଜାର ହଜାର ଭକ୍ତମାନଙ୍କ ସହିତ ଅନେକ ଯାତ୍ରୀ ଙ୍କୁ ଏହି ରାଧାଦାମୋଦର ବେଶରେ ପ୍ରଭୁ ଦର୍ଶନ ଦେଇ କୃତକତ୍ୟ କରନ୍ତି । ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ତ୍ରୀକଛ୍ଛ ପରିଧାନ କରନ୍ତି । ହସ୍ତରେ ସୁବର୍ଣ୍ଣ ନଳୀଭୂଜ ଲାଗି ହେବା ସହିତ ବାଉଁଶ ପାତିଆ ଓ କାନରେ ନିର୍ମିତ ଚୁଳ ତ୍ରୀମୁଣ୍ତି ଉପରେ ରହିଥାଏ । ଚୁଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । ଏହା ବ୍ୟତୀତ ପ୍ରଭୁ କର୍ଣ୍ଣ ରେ କୁଣ୍ତଳ , କଟିରେ ଓଡିଆଣୀ , ମସ୍ତକରେ ତଡଗି, ଚନ୍ଦ୍ର ସୂର୍ଯ୍ୟ ଓ ଚିତା ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାର ରେ ଭୂଷିତ ହୋଇଥାନ୍ତି । ଶ୍ରୀଜୀଉ ମାନେ ବିଭିନ୍ନ ପାଟବସ୍ତ୍ର ସହିତ ସୁବର୍ଣ୍ଣ ଅଭୁଷଣ ରେ ଭୂଷିତ ହୋଇ ଆକର୍ଷଣୀୟ ମନଲୋଭା ବେଶ ଧାରଣ କରନ୍ତି ।
ଭକ୍ତ ଭାବରେ ବନ୍ଧା ମୋ ପ୍ରଭୁ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏

Jay Jagannath 🙏✨❤️
13/10/2025

Jay Jagannath 🙏✨❤️

13/10/2025

Aahe Raghaba Daase Mo Kalia Mathare Tahia Hase ✨

Stage Performance ✨Patitapabana Das ✨





Ame Odia Ama Jagannath

11/10/2025

ଆଜି ପବିତ୍ର ଶନିବାର ରେ ପୁରୀ ଶ୍ରୀ ମନ୍ଦିରର ଦକ୍ଷିଣ ଦ୍ୱାର ସ୍ଥିତ ସବୁଠୁ ବଡ଼ ମହାବୀର ହନୁମାନଙ୍କ ଦିବ୍ୟ ସଂଧ୍ୟା ଆଳତୀ ଦର୍ଶନ!!
Today's Evening Alati Divine Darshan of Lord Hanuman Ji at Puri Jagannath Dham 🙌

10/10/2025

ହୃଦୟକୁ ଆନନ୍ଦ ଓ ମନକୁ ଶାନ୍ତି ଦେଲା ଭଳି
ଦେଖନ୍ତୁ ମା ଲକ୍ଷ୍ମୀଙ୍କ ଦିବ୍ୟ ଦୁର୍ଲ୍ଲଭ ଆଳତୀ

10/10/2025

Jay Jagannath 🙏

Radha Damodar Besha 💞 Jay Jagannath 🙏💫🌟😊
09/10/2025

Radha Damodar Besha 💞 Jay Jagannath 🙏💫🌟😊

09/10/2025

ମା ଗଜଲକ୍ଷ୍ମୀଙ୍କ ଦିବ୍ୟ ଦୁର୍ଲ୍ଲଭ ଆଳତୀ ଦର୍ଶନ

09/10/2025

Besha Srungar Divya Darshan of Maa Laxmi ✨ At Puri Jagannath Dham 🙌
ଧର୍ମମାସ ମହାକାର୍ତ୍ତିକ ମାସରେ ମା ଲକ୍ଷ୍ମୀଙ୍କ ଦିବ୍ୟ ଶୃଙ୍ଗାର ଦର୍ଶନ କରନ୍ତୁ ଓ କୋଟି ପୁଣ୍ୟ ଅର୍ଜନ କରନ୍ତୁ। ଜୟ ମା ଲକ୍ଷ୍ମୀ🙏

08/10/2025

Jay Jagannath 🙏

ନୀଳ ମାଧବ ମନ୍ଦିର📌କଣ୍ଟିଲୋ(ନୟାଗଡ଼)ଶ୍ରୀ ନୀଳମାଧବ ମନ୍ଦିର ବହୁତ ପୁରୁଣା ଏବଂ ପ୍ରସିଦ୍ଧ ବିଷ୍ଣୁ ମନ୍ଦିର ଯାହାକି କଣ୍ଟିଲୋରେ ମହାନଦୀ କୂଳ ନି...
08/10/2025

ନୀଳ ମାଧବ ମନ୍ଦିର📌କଣ୍ଟିଲୋ(ନୟାଗଡ଼)
ଶ୍ରୀ ନୀଳମାଧବ ମନ୍ଦିର ବହୁତ ପୁରୁଣା ଏବଂ ପ୍ରସିଦ୍ଧ ବିଷ୍ଣୁ ମନ୍ଦିର ଯାହାକି କଣ୍ଟିଲୋରେ ମହାନଦୀ କୂଳ ନିକଟରେ ଅବସ୍ଥିତ | ଯାହା ଆଖପାଖ ଜଙ୍ଗଲ ସହିତ ଯାଆଁଳା ପାହାଡ ନିକଟରେ ଅବସ୍ଥିତ | ଭଗବାନ ନୀଳମାଧବଙ୍କ ପାଦରୁ ପବିତ୍ର ଜଳର ସ୍ଥାୟୀ ପ୍ରବାହ ହେଉଛି ସେହି ସ୍ଥାନର ଆଉ ଏକ ଆକର୍ଷଣ | ପ୍ରଭୁ ସିଦ୍ଧେଶ୍ୱର ମଧ୍ୟ ଉପସ୍ଥିତ ଅଛନ୍ତି ଯାହା ସେହି ସ୍ଥାନର ଅନ୍ୟ ଏକ ବିଶେଷତ୍ୱ |
ଭଗବାନ ଜଗନ୍ନାଥଙ୍କ ଉପାସନରେ ଭଗବାନ ନୀଲମାଧବ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ପୁରୀ ଜଗନ୍ନାଥ ମନ୍ଦିରର ଲକ୍ଷ୍ମୀ ମନ୍ଦିରର ଡାହାଣ ପାର୍ଶ୍ୱରେ ଭଗବାନ ନୀଳମାଧବ ମନ୍ଦିର ମଧ୍ୟ ଉପସ୍ଥିତ।
Odia Adhyatmika Katha

#ପ୍ରଭୂ_ନୀଳମାଧବ 🙏
__________________________________________
ପୁରାଣ ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ମନ୍ଦିର #ବ୍ରହ୍ମାଦ୍ରୀ ପର୍ବତ ଉପରେ ଅବସ୍ଥିତ । ସେଠାରେ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଏକ ପ୍ରାଚୀନ ମନ୍ଦିରରେ ନୀଳମାଧବ ରୂପ ପୂଜା ପାଉଛନ୍ତି ।
ଏହି ହେଉଛନ୍ତି ସେହି ନୀଳମାଧବ ଯାହାକୁ ଦିନେ ପାଇବା ପାଇଁ ବିଦ୍ୟାପତି ବିଶ୍ୱାବସୁଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। ପୁରୀ ବଡ଼ଦେଉଳର ଶ୍ରୀ ଜଗନ୍ନାଥଙ୍କ ସେବା ନୀତି ଯେଉଁଭଳି ହୁଏ, ନୀଳମାଧବଙ୍କ ନିକଟରେ ମଧ୍ୟ ଠିକ୍‌ ସେହିପରି ନୀତିକାନ୍ତି ହୋଇଥାଏ।
ଏହି ମନ୍ଦିରର ଏକ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଏଠାରେ ଥିବା ଶ୍ରୀ ବିଗ୍ରହଙ୍କ ପାଦଦେଶରୁ ସବୁବେଳେ #ପାଣି_ଝରୁଥାଏ। ସ୍ଥାନୀୟ ଗବେଷକଙ୍କ ମତ ଅନୁସାରେ, ବିଗ୍ରହଙ୍କ ପଥରରେ #ଏମୋନାଇଟ୍‌ ନାମକ ଏକ ଜୀବାଶ୍ମ ଥିବାରୁ ଏଥିରୁ ଅନବରତ ପାଣି ଝରିଥାଏ
#ସ୍ଥାନୀୟ_ଲୋକ_କଥା_ଅନୁଯାୟୀ -
ସତ୍ୟ ଯୁଗରେ ଦୁଇଜଣ ଅସୁର ଦେବତା ସାଥେ ଯୁଦ୍ଧ କଲେ , ସବୁ ଦେବତା ଆସି ଭଗବାନ ବିଷ୍ଣୁ ଙ୍କ ଶରଣାପନ୍ନ ହୋଇ ଯଜ୍ଞ କଲେ । ସେହି ଯଜ୍ଞ ରୁ ନୀଳ ରୁପ ଧାରଣ କରି ମାଧବ ନାମ ସ୍ୱରୂପ ଭଗବାନ ନୀଳମାଧବ ଆବିର୍ଭାବ ହୋଇଛନ୍ତି ।। ସେହି ସ୍ଥାନ କଣ୍ଟକ ପୂର୍ଣ ଥୁବାରୁ ତଥା ପ୍ରଭୂ ନୀଳମାଧବ ଙ୍କ ଶରୀର ସ୍ପର୍ଶ କଲେ କଣ୍ଟା ପରି ଲାଗିଥାଏ ।
ସେହି ନାମ ଅନୁସାରେ ସ୍ଥାନ ର ନାମ #କଣ୍ଟିଲୋ ରହିଛି ।।
ସେହିଠାରେ #ମହାନଦୀ ସହ #କୁସୁମି ଆଉ #କୁଆଁରିଆ ନଦୀର ମିଳନ ଘଟିଛି। ଆଉ ଏହାକୁ ହିଁ #ଓଡ଼ିଶାର_ତ୍ରିବେଣୀ_ସଙ୍ଗମ ବୋଲି କୁହାଯାଏ। ଏଠାରେ ସ୍ନାନ କଲେ ଅନେକ ଆସାଧ୍ୟ ରୋଗ ଭଲ ହେବା ସହ ପ୍ରଭୁଙ୍କ ଆଶିଷ ଲାଭ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । #ନୀଳମାଧବ



https://www.messenger.com/channel/Odiaadhyatmikakatha

Address

Puri

Alerts

Be the first to know and let us send you an email when Ame Odia Ama Jagannath posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ame Odia Ama Jagannath:

Share

Category