Ama Puri

Ama Puri Contact information, map and directions, contact form, opening hours, services, ratings, photos, videos and announcements from Ama Puri, Media/News Company, Sakhigopal, Puri.

ସମାଜ ରେ ସଂସ୍କାର ଆଣିବା ତଥା ସଠିକ୍ ଖବର ଆପଣ ମାନଙ୍କ ନିକଟରେ ପହଞ୍ଚାଇବା ଅମର ମୂଳ ଲକ୍ଷ୍ୟ । ୁରୀ ଆଜିଠୁ ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ସମର୍ପଣ ଭାବନା ନେଇ କାର୍ଯ୍ୟକ୍ଷମ ହେବ । ୍ନାଥ

03/08/2025

ସବୁ ସମୟରେ ଯେଉଁ ଗଣ ମାଧ୍ୟମ ରେ ଶୁଣିବାକୁ ମିଳୁଥିଲା ଯେ ବଳଙ୍ଗା ପୀଡ଼ିତା ସୁସ୍ଥ ଅଛନ୍ତି ବୋଲି, ସେ ସୁସ୍ଥ ଥିବା ଖବର ଟା ଓଡ଼ିଶାର ଯେଉଁ ତଥା କଥିତ ଗଣମାଧ୍ୟମ ମାନେ ପରିବେଷଣ କରୁଥିଲେ ହେଲେ ସେ ହଟାତ୍ ପୀଡ଼ିତା ଜଣଙ୍କ ନିରବୀଗଲେ କେମିତି ଓଡ଼ିଶା ବାସି ଙ୍କ ପ୍ରଶ୍ନ ? ଗୋଟିଏ ପ୍ରଶ୍ନ ଏ ଖବର ଆପଣ ମାନେ କେଉଁଠୁ ଆଣୁଥିଲେ ,କୌଣସି ଖବର ସରବରାହ ସଂସ୍ଥା ନା କାହା ଇଙ୍ଗିତ ରେ ମିଛ ଖବର ପରିବେଷଣ କରୁଥିଲେ । ଗଣ ମାଧ୍ୟମ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ, ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ କୁ ସଠିକ୍ ଭାବରେ ନିର୍ବାହ କରନ୍ତୁ। ଲୋକ ବୋକା ନୁହନ୍ତି, ଜନ ସାଧାରଣ ସବୁ ଦେଖୁଛନ୍ତି ଜାଣୁଛନ୍ତି ସଠିକ୍ ସମୟରେ ସଠିକ୍ ଉତ୍ତର ଦେବେ ।

17/07/2025

୧୭ ଜୁଲାଇ, ଗୁରୁବାର**ଖବର ଆଜିର,
°°°°°°°°°°°°°°°°°°°°°°°°°°°°°°°°

ଦକ୍ଷିଣ ପଶ୍ଚିମ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ୟେଲୋ ୱାର୍ଣ୍ଣିଂ ଜାରି

ସ୍ନାତକ ତତ୍କାଳ ନାମ ଲେଖା ସମୟସୀମା ୧୯ ତାରିଖକୁ ଘୁଞ୍ଚିଲା। ସମ୍ପୂର୍ଣ୍ଣ ତଥ୍ୟ ସାମ୍ସ୍ ପୋର୍ଟାଲରେ ଅଛି।

‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ ପାଇଁ ଆଜିଠାରୁ ଆବେଦନ ଆରମ୍ଭ। ୮୦୦୦ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ସାମିଲ କରାଯିବ।

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ହୋଇଗଲା ପରେ କେମିତି ସଫଳ ହେବ, ତା ଉପରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମାଝୀ

ରାଜ୍ୟରେ ମହଜୁଦ ଅଛି ୧୧ ଲକ୍ଷ ଟନ୍‌ ସାର, କିନ୍ତୁ ଚାଷୀଙ୍କୁ ମିଳୁନି, ଖୋଲାବଜାରରେ ଚଢ଼ାଦରରେ ବିକ୍ରି ହେଉଛି

ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ।

ଆଜି ପୁରୀରେ ମହାପ୍ରଭୁଂକ ବନକଲାଗି ନୀତି ହେବ, ସଂଧ୍ୟା ସାଢେ ୬ଟାରୁ ରାତି ୧୧ ଯାଏଁ ଦର୍ଶନ ବନ୍ଦ।

ବାଲେଶ୍ଵର ଛାତ୍ରୀ ମୃତ୍ୟୁ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ।

ଭୁବନେଶ୍ୱରରେ ଲୋକସେବା ଭବନ ଘେରିବାକୁ ଆନ୍ଦୋଳନକାରୀଙ୍କ ଉଦ୍ୟମ, ପିଏମଜିରେ ଛକରେ ପାଣି ମାଡ, ଟିୟର ଗ୍ୟାସ, ରବର ଗୁଳି ମାଡ଼ କଲା ପୁଲିସ।

ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ, ବାମଦଳ ସମେତ ୭ଟି ରାଜନୈତିକ ଦଳ ସହମତି ଦେଇଛନ୍ତି

ପୁରୀ ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ପୁଣି ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ। ସରକାରୀ ନୂଆ ସିସିଟିଭି ରୁ ଯଥେଷ୍ଟ ତଥ୍ୟ ମିଳୁନି

ପୁରୀ ଜିଲ୍ଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁ। ଡେରାବିଶ ବ୍ଲକରେ ୨୩୮ଟି କୁକୁଡା ମରିଗଲେଣି।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା, ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ଜଳବନ୍ଦୀ।

ରାଉରକେଲା-ଭୁବନେଶ୍ବର ତପସ୍ୱିନୀ ଏକ୍ସପ୍ରେସ୍‌ ଉପରେ ସନ୍ଧ୍ୟାରେ ପଥରମାଡ଼ ହୋଇଛି। ଏଥିରେ ଏସି କୋଚ ଝରକାକାଚ ଭାଙ୍ଗିଛି

ପୁରୀ ଶ୍ରୀମନ୍ଦିର ଭିତର କାଠ ପାଖରେ ଜଣେ ଶିଶୁ ପରିସ୍ରା କରିଦେବାରୁ ବଡ଼ ମହାସ୍ନାନ କରାଗଲା

ଖୋର୍ଦ୍ଧା ବାଲିଅନ୍ତା ବ୍ଲକ୍‌ରେ ଝାଡ଼ାବାନ୍ତିରେ ୪୩ ଜଣ ଆକ୍ରାନ୍ତ ହୋଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ୨୦ଟି ଉପସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଶହଶହ ଲୋକ ଝାଡ଼ାବାନ୍ତିରେ ଅସୁସ୍ଥ।

ବିଜେପିର ଛାତ୍ର ସଂଗଠନ ଏବିଭିପି ଦ୍ୱାରା ଭୁବନେଶ୍ୱର ବାଣୀବିହାର ଛକ ରାଜରାସ୍ତା ଅବରୋଧ କରି ବିକ୍ଷୋଭ କରାଗଲା

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଉପନିବନ୍ଧକ କାର୍ଯ୍ୟାଳୟର କିରାଣୀ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଧରିଲା।

କେନ୍ଦୁଝରରେ ୨୬ଟି ଚୋରା ଗାଡି ଜବତ କଲା ପୋଲିସ , ୨ ଗିରଫ।

ବାଲେଶ୍ଵର ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ରାଜ୍ୟର ବିଭିନ୍ନ କଲେଜରେ ଅପକର୍ମ କରି ମାଡ଼ ଖାଇବା ଓ ତଡା ଖାଇବା ଇତିହାସ ସାମ୍ନାକୁ ଆସିଲା

କଳାହାଣ୍ଡି କଲମପୁରରେ ସୋସିଆଲ୍‌ ମିଡିଆରେ କମେଣ୍ଟକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ

ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ମୁମ୍ୱାଇରେ କଲା ଏମର୍ଜେନ୍ସି ଲ୍ୟାଣ୍ଡିଂ। ଫେଲ୍ ହୋଇଗଲା ଇଞ୍ଜିନ

ଉତ୍ତରଖଣ୍ଡରେ ଥିବା ସ୍କୁଲଗୁଡିକରେ ପିଲାମାନେ ଏବେ ରାମାୟଣ ଓ ଗୀତା ପଢିବେ, କହିଲେ ସରକାର

ଭାରତକୁ ଆମେରିକା ବିକିବ ରାତିରେ ଆକ୍ରମଣ କରି ପାରୁଥିବା ଆପାଚେ ହେଲିକପ୍ଟର।

ବୟସ ୭ ଟପିଥିବା ପିଲାଙ୍କ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ। ୫ରୁ ୭ ବର୍ଷର ପିଲାଙ୍କ ପାଇଁ ମାଗଣା

ଆପଣ ମାନଙ୍କ ସାମ୍ନା ରେ ଦୁଇଟି ଚିତ୍ର ରଖୁଛି ଟିକେ ଭଲ ଭାବରେ ଅବଲୋକନ କରନ୍ତୁ । ଆମର ପୂର୍ବ ପୁରୁଷ ମାନଙ୍କ ସମୟରେ ଅଠର ନଳା ର ଚିତ୍ର ଏବଂ ଏବ...
16/07/2025

ଆପଣ ମାନଙ୍କ ସାମ୍ନା ରେ ଦୁଇଟି ଚିତ୍ର ରଖୁଛି ଟିକେ ଭଲ ଭାବରେ ଅବଲୋକନ କରନ୍ତୁ । ଆମର ପୂର୍ବ ପୁରୁଷ ମାନଙ୍କ ସମୟରେ ଅଠର ନଳା ର ଚିତ୍ର ଏବଂ ଏବେ କା ସମୟର ଅଠର ନଳା ର ଚିତ୍ର। ବିଚାର ଆପଣଙ୍କର।

15/07/2025

ଜଗତର ନାଥ ଜଗନ୍ନାଥ ଭଉଣୀ ସୌମ୍ୟାଶ୍ରୀ ର ଅମର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ। 😭 ଓଁ ଶାନ୍ତି।।

ସାନ ଭଉଣୀ ର ବିୟୋଗ ରେ ଆମେ ଗଭୀର ଭାବେ ମର୍ମାହତ । ସଂଘର୍ଷ କରି କରି ଶେଷରେ ଜୀବନ ହାରିଦେଇଛନ୍ତି ଆମ ଭଉଣୀ  #ସୌମ୍ୟାଶ୍ରୀ   ୁରୀ ପରିବାର ଭଉଣ...
15/07/2025

ସାନ ଭଉଣୀ ର ବିୟୋଗ ରେ ଆମେ ଗଭୀର ଭାବେ ମର୍ମାହତ । ସଂଘର୍ଷ କରି କରି ଶେଷରେ ଜୀବନ ହାରିଦେଇଛନ୍ତି ଆମ ଭଉଣୀ #ସୌମ୍ୟାଶ୍ରୀ ୁରୀ ପରିବାର ଭଉଣୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

Address

Sakhigopal
Puri
752014

Website

Alerts

Be the first to know and let us send you an email when Ama Puri posts news and promotions. Your email address will not be used for any other purpose, and you can unsubscribe at any time.

Share