14/08/2025
ତା୧୩.୦୮.୨୦୨୫, ପୁରୀ, ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଶିକ୍ଷାବର୍ଷ (୨୦୨୫) ପ୍ରାରମ୍ଭରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସମାରୋହ – ଉଦୟରାଗ । କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ/ଅଧ୍ୟାପିକା ମଣ୍ଡଳୀ ଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀର ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପ, ଚନ୍ଦନ ଓ ଉପହାର ଦେଇ ସ୍ୱାଗତ ଜଣାଇଥିଲେ ଏବଂ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ପ୍ରତ୍ୟେକ ନବାଗତଙ୍କୁ ଏକ ଏକ ଉଜ୍ଜ୍ଵଳ ସମ୍ଭାବନା ଭାବରେ ପ୍ରତିପାଦିତ କରିଥିଲେ । ଅନ୍ତିମ ବର୍ଷର ଛାତ୍ରୀ ମୋନାଲିସା ପରିଡା ଏବଂ ଛାତ୍ର ସତ୍ୟରଞ୍ଜନ ଦାଶଙ୍କ କମନୀୟ ସଂଯୋଜନାରେ ପରିଚାଳିତ ମଞ୍ଚ ଏବଂ ମନୋଜ୍ଞ ନୃତ୍ୟ ଓ ସଙ୍ଗୀତକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ବିଶେଷ ଆକର୍ଷଣ । ଏକ ଦିବସୀୟ କାର୍ଯ୍ୟକ୍ରମର କିଛି ଝଲକ ଉପସ୍ଥାପିତ କରୁଛୁ ।
#ଓଡ଼ିଆବିଶ୍ୱବିଦ୍ୟାଳୟ
Higher Education Department, Government of Odisha