People's News

People's News ଓଡ଼ିଶା ଜନ ସାଧରଣ ଙ୍କ ସ୍ଵର People'sNEWS .

       ଛତିଶଗଡର ଜାନଜଗିର ଚମ୍ପା ଜିଲ୍ଲାର ମାଲଖରୋଡା ବ୍ଲକର ପିହ୍ରିଡ ଗ୍ରାମରେ 80 ଫୁଟ ଗଭୀର କୂଅରେ ପଡ଼ିଯାଇଥିବା 11 ବର୍ଷର ବାଳକ ରାହୁଲ ସା...
15/06/2022





ଛତିଶଗଡର ଜାନଜଗିର ଚମ୍ପା ଜିଲ୍ଲାର ମାଲଖରୋଡା ବ୍ଲକର ପିହ୍ରିଡ ଗ୍ରାମରେ 80 ଫୁଟ ଗଭୀର କୂଅରେ ପଡ଼ିଯାଇଥିବା 11 ବର୍ଷର ବାଳକ ରାହୁଲ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଥିଲା। ବିଗତ ପାଞ୍ଚ ଦିନ ପାଇଁ ଓଡିଶାରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଏବଂ ଭାରତୀୟ ସେନା ଯବାନଙ୍କ ଦ୍ A ାରା ଏକ ବୃହତ ଅପରେସନ୍ ଆରମ୍ଭ କରାଯାଇଥିଲା। ଗୁଜୁରାଟର ଏକ ରୋବୋଟିକ୍ସ ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟର ଏକ ଅଂଶ ଥିଲା। ଉଦ୍ଧାର ପରେ ରାହୁଲଙ୍କୁ ତୁରନ୍ତ ବିଲାସପୁର ଆପୋଲୋ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

*ଲିଭ ଇନ ରିଲେସନସିପରେ ରହୁଥିବା ଦମ୍ପତ୍ତିଙ୍କଠୁ ଜନ୍ମ ହୋଇଥିବା ପୁଅର ସମ୍ପତ୍ତି ଉପରେ ଅଧିକାର ଅଛି। ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦ...
14/06/2022

*ଲିଭ ଇନ ରିଲେସନସିପରେ ରହୁଥିବା ଦମ୍ପତ୍ତିଙ୍କଠୁ ଜନ୍ମ ହୋଇଥିବା ପୁଅର ସମ୍ପତ୍ତି ଉପରେ ଅଧିକାର ଅଛି। ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ପୁରୁଷ ଓ ଜଣେ ମହିଳା ଦୀର୍ଘ ସମୟ ଧରି ଏକାଠି ରୁହନ୍ତି, ତେବେ ଆଇନ ଅନୁଯାୟୀ ଏହାକୁ ବିବାହ ଭଳି ଗ୍ରହଣ କରାଯିବ ।*

*ଦେଶର ୫୦୦ ୱେବସାଇଟ୍ ଉପରେ ହେଲା ସାଇବର ଆଟାକ୍‌ ।**👉🏿ମାଲେସିଆ ଏବଂ ଇଣ୍ଡୋନେସିଆ ହ୍ୟାକରଙ୍କ ଉପରେ ହେଉଛି ସନ୍ଦେହ ।**👉🏿ତାଜା ଖବର ଅନୁଯାୟି ...
14/06/2022

*ଦେଶର ୫୦୦ ୱେବସାଇଟ୍ ଉପରେ ହେଲା ସାଇବର ଆଟାକ୍‌ ।*

*👉🏿ମାଲେସିଆ ଏବଂ ଇଣ୍ଡୋନେସିଆ ହ୍ୟାକରଙ୍କ ଉପରେ ହେଉଛି ସନ୍ଦେହ ।*
*👉🏿ତାଜା ଖବର ଅନୁଯାୟି ମହାରାଷ୍ଟ୍ରର ଥାନେ ପୋଲିସ ୱେବସାଇଟ୍ ହେଲା ହ୍ୟାକ ।*

*👉🏿ସେହିପରି ହ୍ୟାକର୍ସମାନେ ନାଗପୁର ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସମେତ ପ୍ରାୟ ୭୦ରୁ ଅଧିକ ୱେବସାଇଟ୍ ହ୍ୟାକ୍ କରିଛନ୍ତି ।*

*ପୂର୍ଣ୍ଣିମୀରେ ସୁନ୍ଦର ଦିଶୁଛନ୍ତି ଚାନ୍ଦ ମୁହିଁ**ଏପାଖେ କାଳିଆ, ସେପାଖେ ବଳିଆ । ମଝିରେ ପୂଜା ମା ପାଉଛନ୍ତି ମା ସୁଭଦ୍ରା । ଦେବସ୍ନାନ ପରେ ...
14/06/2022

*ପୂର୍ଣ୍ଣିମୀରେ ସୁନ୍ଦର ଦିଶୁଛନ୍ତି ଚାନ୍ଦ ମୁହିଁ*

*ଏପାଖେ କାଳିଆ, ସେପାଖେ ବଳିଆ । ମଝିରେ ପୂଜା ମା ପାଉଛନ୍ତି ମା ସୁଭଦ୍ରା । ଦେବସ୍ନାନ ପରେ ସଜେଇ ହୋଇ ସ୍ନାନବେଦୀରେ ଦେବୀ ସୁଭଦ୍ରା ।*

*ଶ୍ରୀକ୍ଷେତ୍ର କହୁଛି ମୁଁ ସୁନ୍ଦର...**ସ୍ନାନବେଦୀ କହୁଛି ମୁଁ ସୁନ୍ଦର...**ବଡଠାକୁରଙ୍କୁ ପାଇଁ ଆଜି ଉଲ୍ଲସିତ ସ୍ନାନବେଦୀ । ରତ୍ନ ସିଂହାସନ ଛ...
14/06/2022

*ଶ୍ରୀକ୍ଷେତ୍ର କହୁଛି ମୁଁ ସୁନ୍ଦର...*

*ସ୍ନାନବେଦୀ କହୁଛି ମୁଁ ସୁନ୍ଦର...*

*ବଡଠାକୁରଙ୍କୁ ପାଇଁ ଆଜି ଉଲ୍ଲସିତ ସ୍ନାନବେଦୀ । ରତ୍ନ ସିଂହାସନ ଛାଡି ଆଜି ସ୍ନାନବେଦୀରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।*

*ମୋଦୀ ସରକାରଙ୍କ ବଡ ଘୋଷଣା । ‘ଅଗ୍ନିପଥ ଯୋଜନା’ରେ ୩ ସେନାରେ ନିଯୁକ୍ତ ହେବେ ଯୁବକ । ଜାଣନ୍ତୁ ଯୋଜନାର ସମ୍ପୂର୍ଣ୍ଣ ତଥ୍ୟ*14-Jun-2022 |```...
14/06/2022

*ମୋଦୀ ସରକାରଙ୍କ ବଡ ଘୋଷଣା । ‘ଅଗ୍ନିପଥ ଯୋଜନା’ରେ ୩ ସେନାରେ ନିଯୁକ୍ତ ହେବେ ଯୁବକ । ଜାଣନ୍ତୁ ଯୋଜନାର ସମ୍ପୂର୍ଣ୍ଣ ତଥ୍ୟ*
14-Jun-2022 |

```ପିପଲ୍ସ ବ୍ୟୁରୋ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାରେ ନିଯୁକ୍ତି ପାଇଁ କରିଛନ୍ତି ବଡ ଘୋଷଣା । ଦେଶର ଯୁବ ଗୋଷ୍ଠୀ ପାଇଁ ଆଣିଲେ ସୁବର୍ଣ୍ଣ ସୁଯୋଗ । ଦେଶର ଯୁବକଙ୍କୁ ମିଳିବ ଦେଶସେବାର ସୁଯୋଗ । ଆଜି ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇଛି । ଏହି ସ୍କିମର ନାଁ ରହିଛି ‘ଅଗ୍ନିପଥ‘ ଏଥିରେ ଯେଉଁ ଯୁବକମାନେ ଯୋଗ ଦେବେ ସେମାନଙ୍କୁ କୁହାଯିବ ଅଗ୍ନିବୀର । ସେନା ଦ୍ୱାରା ଘୋଷଣା ହୋଇଥିବା ଏହି ଯୋଜନା ୪ ବର୍ଷ ପାଇଁ କାର୍ଯ୍ୟ କରିବ ।

ଅଗ୍ନିପଥ ଯୋଜନାର ସମ୍ପୂର୍ଣ୍ଣ ତଥ୍ୟ:

ଯୁବକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ

ସେନାର ୩ ବିଭାଗରେ ନିଯୁକ୍ତି ମିଳିବ

ଏଥିରେ ଯୋଗ ଦେଇଥିବା ଯୁବକଙ୍କୁ ‘ଅଗ୍ନିବୀର’ କୁହାଯିବ

୪ ବର୍ଷ ମଧ୍ୟରେ ଅଗ୍ନିବୀରଙ୍କୁ ମିଳିବ ଆକର୍ଷଣୀୟ ବେତନ

୪ ବର୍ଷ ପରେ ଅଗ୍ନବୀରଙ୍କୁ ସେବା ନିଧି ପ୍ୟାକେଜ ମିିଳିବ

ଏମାନଙ୍କୁ ପ୍ରଥମ ବର୍ଷ ୪ .୭୬ ଲକ୍ଷ ଟଙ୍କା ବେତନ ମିଳିବ

ଚତୁର୍ଥ ବର୍ଷ ବେଳକୁ ସେମାନଙ୍କୁ ୬.୯୨ ଲକ୍ଷ ଟଙ୍କା ଦରମା ମିଳିବ

ଏହାବ୍ୟତୀତ ଅନ୍ୟାନ୍ୟ ଭତ୍ତା ମିଳିବ

୪ ବର୍ଷ ସେବା ପରେ ଯୁବକଙ୍କୁ ୧୧.୭ଲକ୍ଷ ଟଙ୍କା ସେବାନିଧି ମିଳିବ

ଏହା ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ

ଏଥିପାଇଁ ବୟସ ସୀମା ରହିଛି ୧୭.୫ ବର୍ଷରୁ ୨୧ ବର୍ଷ

୧୦ ମାସରୁ ୬ ମାସ ଯାଏଁ ଟ୍ରେନିଙ୍ଗ ଚାଲିବ

୪ ବର୍ଷ ପରେ ୨୫ ପ୍ରତିଶତଙ୍କୁ ମିଳିବ ପୂର୍ଣ୍ଣକାଳୀନ ନିଯୁକ୍ତି

୧୦ମ ଓ ଯୁକ୍ତ ୨ ଛାତ୍ର ଆବେଦନ ଏଥିପାଇଁ କରିପାରିବେ

ଯଦି ୪ ବର୍ଷ ସେବା ମଧ୍ୟରେ କେହି ସହିଦ ହୋଇଯାନ୍ତି ତେବେ ତାଙ୍କ ପରିବାରକୁ ସେବାନିଧି ସମେତ ୧ କୋଟି ଟଙ୍କା ଦିଆଯିବ ।ଏହାସହ ୪ ବର୍ଷ ପୁରିବାକୁ ଯେତେ ଦିନ ବାକି ଥିବ ସେତିକି ଦିନର ଦରମା ମଧ୍ୟ ଦିଆଯିବ । ଏହି ସମୟସୀମା ମଧ୍ୟରେ ଯଦି କେହି ଅକ୍ଷମ ହୋଇଯାନ୍ତି ତେବେ ସେମାନଙ୍କୁ ୪୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ।ଏହା ସହ ବାକି ଦରମା ଦିଆଯି ବ ।

ଦେଶରେ ଏହି ଯୋଜନାରେ ମେରିଟ୍ ଆଧାରରେ ଯୁବକଙ୍କ ନିଯୁକ୍ତି ହେବ । ୪ ବର୍ଷ ପରେ ୭୫ ପ୍ରତିଶତ ଯୁବକଙ୍କୁ ସେବା ନିବୃତ୍ତ କରିଦିଆଯିବ । ସେମାନଙ୍କ ମଧ୍ୟରେ ୨୫ ପ୍ରତିଶତ ଦକ୍ଷ ଯୁବକ ଯୁବକଙ୍କୁ ପୂର୍ଣ୍ଣକାଳୀନ ତଥା ପରମାନେଣ୍ଟ ନିଯୁକ୍ତି ମିଳିବ । ଭାରତ ସରକାରଙ୍କ ଏପରି ଘୋଷଣା ପରେ ଦେଶର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଛି ।

*ରାତି ପାହିଲେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା । ଦେଖନ୍ତୁ କେତେବେଳେ ଅନୁଷ୍ଠିତ ହେବ କେଉଁ ନୀତିକାନ୍ତି ।*
13/06/2022

*ରାତି ପାହିଲେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା । ଦେଖନ୍ତୁ କେତେବେଳେ ଅନୁଷ୍ଠିତ ହେବ କେଉଁ ନୀତିକାନ୍ତି ।*

*ପବିତ୍ର ରଥଯାତ୍ରା କାର୍ଯ୍ୟସୂଚୀ.*
13/06/2022

*ପବିତ୍ର ରଥଯାତ୍ରା କାର୍ଯ୍ୟସୂଚୀ.*

ଆସନ୍ତା ୧୫ କିମ୍ବା ୧୬ ତାରିଖ ସୁଦ୍ଧା *ଓଡ଼ିଶା ଛୁଇଁ ପାରେ ମୌସୁମୀ**ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ବରିଷ୍ଠ ...
13/06/2022

ଆସନ୍ତା ୧୫ କିମ୍ବା ୧୬ ତାରିଖ ସୁଦ୍ଧା
*ଓଡ଼ିଶା ଛୁଇଁ ପାରେ ମୌସୁମୀ*
*ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣିଙ୍କ ସୂଚନା- ଆଜି ମହାରାଷ୍ଟ୍ର, ଗୁଜରାଟ, ବିହାରର କିଛି ଅଞ୍ଚଳ ମୌସୁମୀ ଛୁଇଁଛି।*

*ଖୋଲିଲା ସିଂହଦ୍ବାର* *ସେନାପଟା ଲାଗି ନୀତି ନେଇ ବନ୍ଦ ରହିଥିବା ଶ୍ରୀମନ୍ଦିର ସିଂହଦ୍ଵାର ଖୋଲିଲା* *ସିଂହଦ୍ଵାର ଖୋଲିବା ପରେ ପତିତପାବନ ଦର୍ଶନ...
13/06/2022

*ଖୋଲିଲା ସିଂହଦ୍ବାର*

*ସେନାପଟା ଲାଗି ନୀତି ନେଇ ବନ୍ଦ ରହିଥିବା ଶ୍ରୀମନ୍ଦିର ସିଂହଦ୍ଵାର ଖୋଲିଲା*

*ସିଂହଦ୍ଵାର ଖୋଲିବା ପରେ ପତିତପାବନ ଦର୍ଶନ କଲେ ଭକ୍ତ*

*ମନ୍ଦିର ପ୍ରବେଶ ଉପରେ ରହିଛି କଟକଣା*

🚦୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ କରିବାକୁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର ।ଏହା ସହ ଡିଜିଟାଲ...
13/06/2022

🚦୪୩ ହଜାର ୨୫୫ କୋଟିରେ ୫ ବର୍ଷ ପାଇଁ ଆଗାମୀ ଆଇପିଏଲ ମ୍ୟାଚର ପ୍ରସାରଣ କରିବାକୁ ଟିଭି ଓ ଡିଜିଟାଲ ମିଡିଆକୁ ମିଳିଲା ଅଧିକାର ।ଏହା ସହ ଡିଜିଟାଲରେ ପ୍ରସାରଣ ପାଇଁ ବିସିସିଆଇ ନେବ ୪୮ କୋଟି ଟଙ୍କା । ଟିଭିରେ ଗୋଟିଏ ଖେଳ ପ୍ରସାରଣ ପାଇଁ ୫୭ କୋଟି ୫୦ ଲକ୍ଷ ଟଙ୍କା ନେବ । ତେବେ ପ୍ରସାରଣ ଅଧିକାର କେଉଁ କମ୍ପାନୀ ପାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

*ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ*```ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂତ...
13/06/2022

*ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ*

```ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟ ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ମୁଖ୍ୟମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ କରିଥିଲେ। ସୋମବାର ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ଘୋଷଣା କରାଯାଇଛି। ତାପରେ ବିକ୍ରମ କେଶରୀ ଆରୁଖ ନୂତନ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବୀ ରହିଛି।
ସୂଚନାଯୋଗ୍ୟ, ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ବିଜେଡି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖଙ୍କ ନାମ ଘୋଷଣା କରାଯାଇଥିଲା। ଶ୍ରୀ ଆରୁଖ ଗତ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଯେହେତୁ ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ।

Address

Rourkela

Website

Alerts

Be the first to know and let us send you an email when People's News posts news and promotions. Your email address will not be used for any other purpose, and you can unsubscribe at any time.

Share