Express24 News

  • Home
  • Express24 News

Express24 News Express24 News

12/07/2025





ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ, ୯ ଟି ବଗି ଲାଇନଚ୍ୟୁତ, ବିଏସଏଲ ସାଇଡ଼ିଂ ରୁ ଚୂନ ପଥର ନେଇ ଦୁର୍ଗାପୁର ଯାଉଥିବା ସୂଚନା

08/07/2025






ସାରା ରାଜ୍ୟରେ ଚାଲିଛି ଡ୍ରାଇଭର୍ ମହାସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦଳନ ୭ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦଳନ l ଏହି ଆନ୍ଦଳନ ର ପ୍ରଭାବ ଆଜି ବୀରମିତ୍ରପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି l ବୀରମିତ୍ରପୁର ସହରର ତଳସେରା ୧୪୩ ନଂ ଜାତୀୟ ରାଜପଥ ଛକ ନିକଟରେ ଏକ ଟେଣ୍ଟ ଲଗେଇ ଶହଶହ ଡ୍ରାଇଭର୍ ଭାଇମାନେ ଆନ୍ଦଳନ କୁ ଓହ୍ଲାଇଛନ୍ତି l

ଭାରସାମ୍ୟ ହରାଇ ଘର କାନ୍ଥ ଓ ବିଦ୍ୟୁତ୍ ଖୁଣ୍ଟ କୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତିଲେ ପରିବାର ବର୍ଗ, ଘଟଣା ଘଟିଛି ବୀରମିତ୍ରପୁ...
06/07/2025

ଭାରସାମ୍ୟ ହରାଇ ଘର କାନ୍ଥ ଓ ବିଦ୍ୟୁତ୍ ଖୁଣ୍ଟ କୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତିଲେ ପରିବାର ବର୍ଗ, ଘଟଣା ଘଟିଛି ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଏସ୍ଏଲ୍ କମ୍ପାନୀ ନିକଟ ଦେଇ ଯାଇଥିବା 143 ନଂ ଜାତୀୟ ରେ, ବୀରମିତ୍ରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି...

31/12/2024





31/12/2024





28/12/2024

Beautifully decorated Birmitrapur RC Church on Christmas eve
क्रिसमस की पूर्व संध्या पर बीरमित्रपुर आरसी चर्च को खूबसूरती से सजाया गया
ଖ୍ରୀଷ୍ଟମାସ ଅବସରରେ ସୁନ୍ଦର ଭାବରେ ସଜା ଯାଇଥିବା ବୀରମିତ୍ରପୁର ଆର. ସି ଚର୍ଚ୍ଚ

28/12/2024

#ଧୁମ୍_ଧାମ୍_ର_ସହ_ପାଳନ_ହେଲା_ଶ୍ରୀଶ୍ୟାମ_ବାର୍ଷିକ_ମହୋତ୍ସବ




ବୀରମିତ୍ରପୁର ଶ୍ରୀ ଶ୍ୟାମ ଅରଦାସ କୀର୍ତ୍ତନ ପରିବାର ପକ୍ଷରୁ ଆଜି ଚତୁର୍ଥ ଶ୍ରୀ ଶ୍ୟାମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି। ସକାଳେ ରାଣୀସତି ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ଚାଇନା ଟାଉନ, ଗୋଲ ବଜାର ହୋଇ ମାରୱାଡି ପଞ୍ଚାୟତି ଧର୍ମଶାଳା କୁ ଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇଥିଲେ। ସେଠାରେ ଶ୍ରୀ ଶ୍ୟାମ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ କମିଟି ପକ୍ଷରୁ ଭଜନ ସନ୍ଧ୍ୟା ର ଆୟୋଜନ ମଧ୍ୟ କରାଯାଇଥିଲା । କୋଲକାତାରୁ ଆସିଥିବା ଅଭିଷେକ ସିଙ୍ଗଲ, ନୀତେଶ ଶର୍ମା, ରାମ ପାଣ୍ଡ୍ୟା ଏବଂ ଗୋଲୁ ଭଜନ ସନ୍ଧ୍ୟା ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ। କମିଟି ପକ୍ଷରୁ ରାହୁଲ ଅଗ୍ରୱାଲ, ଗୋଳୁ ଅଗ୍ରୱାଲ ଙ୍କ ସମେତ ଅନ୍ୟାନ୍ୟ କର୍ମୀ ମାନେ ସହଯୋଗ କରିଥିଲେ ।

21/12/2024

#ଅପୋଲୋ_ହସ୍ପିଟାଲ_ପକ୍ଷରୁ_ବୀରମିତ୍ରପୁର_ସହରରେ_ମେଗା_ସ୍ୱାସ୍ଥ୍ୟ_ଯାଞ୍ଚ_ଶିବିର

ରାଉରକେଲା ଅପୋଲୋ ହସ୍ପିଟାଲ ପକ୍ଷରୁ ବୀରମିତ୍ରପୁର ପୋରାଞ୍ଚଳ ସ୍ଥିତ ଟାଉନ ହଲ ପରିସରରେ ଆଜି ମେଗା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ପୌରାଧ୍ୟକ୍ଷ ସନ୍ଦିପ ମିଶ୍ର ଯୋଗ ଦେଇ ବୀରମିତ୍ରପୁର ସହର ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥାପିତ। ଏହିଭଳି ସ୍ଥାନରେ ଅପୋଲୋ ହସ୍ପିଟାଲ ସ୍ୱାସ୍ଥ୍ୟ ଶିବିର କରିବା ଓ ଲୋକଙ୍କୁ ସେବା ଯୋଗାଇବା ଭଳି ଭୂମିକା ଗ୍ରହଣ କରିବା ବେଶ୍ ପ୍ରଶଂସନୀୟ ଓ ହସ୍ପିଟାଲ ଆଗକୁ ଏହିଭଳି ସେବା ଯୋଗାଇବା ରେ ମୁଖ୍ୟ ଭୂମିକା ନେବ ବୋଲି ନିଜ ବକ୍ତବ୍ୟ ରେ ଶ୍ରୀ ମିଶ୍ର କହିଥିଲେ। ଅପୋଲୋ ହସ୍ପିଟାଲ ଡ. ପାର୍ଥ ପ୍ରତିମ୍ ମଣ୍ଡଳ, ଡ. କାହ୍ନୁ ଚରଣ ଦିଗଲ, ଡ. ଉମେଶ ଚନ୍ଦ୍ର ସାହୁ, ଡ. ଆଶିଷ ହୋତା ପ୍ରମୁଖ ଉକ୍ତ ଶିବିରରେ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ବିଭିନ୍ନ ରୋଗର ଯାଞ୍ଚ କରିବା ସହ ଏହାର ଉପଚାର ବିଷୟରେ ଅବଗତ କରାଯାଇଥିଲା। ଉକ୍ତ ଶିବିରରେ ପାଖାପାଖି ୨୧୦ ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଞ୍ଚାଳନ ବୀରମିତ୍ରପୁର ଯୁବ ବ୍ୟବସାୟୀ ରାଜ ଅଗ୍ରୱାଲ କରିଥିଲେ।

 #କାନ୍ତକୁ_ପିଟିଲା_ବାଇକ_୧_ମୃତ_୨_ଗୁରୁତର        ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଲ୍ ଡୁକା ଟୋଲି ରାସ୍ତାରେ ଶୁକ୍ରବାର ରାତି ୧୧ ଟାରେ ଗୋ...
21/12/2024

#କାନ୍ତକୁ_ପିଟିଲା_ବାଇକ_୧_ମୃତ_୨_ଗୁରୁତର


ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଲ୍ ଡୁକା ଟୋଲି ରାସ୍ତାରେ ଶୁକ୍ରବାର ରାତି ୧୧ ଟାରେ ଗୋଟିଏ ବାଇକ ଏକ ପଥଚାରୀଙ୍କୁ ଧକ୍କା ଦେବା ସହ ଗୋଟିଏ ଘର କାନ୍ତକୁ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି। ସୂଚନା ମୁତାବକ ବିଶାଳ ଏକ୍କା (୨୦) ନିଜ ସାଙ୍ଗ ମୁକେଶ ଏକ୍କା (୧୮) ଙ୍କ ସହ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଡ଼ୁକାତୋଲି ନିକଟରେ ଭାରସାମ୍ୟ ହରାଇ ଜଣେ ପଥଚାରୀ ଦିଲୀପ ଡୁଙ୍ଗ ଡୁଙ୍ଗ ଙ୍କୁ ପ୍ରଥମେ ଧକ୍କା ଦେଇ ନିକଟରେ ଥିବା ଏକ କାନ୍ତକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ବିଶାଳ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଆଖପାଖ ଲୋକେ ଦେଖି ଗୁରୁତର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଖବର ପାଇ ରାଏବୋଗା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଜି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

21/12/2024

#ମାମୁଁ_ଙ୍କ_ଅନ୍ତୋଷ୍ଟିକ୍ରିୟା_ସାରି_ଘରକୁ_ଫେରିବା_ହେଲା_କାଳ_ପଥର_ବୋଝେଇ_ହାଇୱା_ଚକ_ତଳେ_ଆସି_ଜଣେ_ମୃତ_ଜଣେ_ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ତ ୧୩୪ ନଂ ଜାତୀୟ ରାଜପଥରେ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା l ସଡକ ଦୁର୍ଘଟଣାରେ ଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l

 #ଦୁର୍ଗା_ପୂଜା_କୁ_ନେଇ_ବୀରମିତ୍ରପୁର_ପୁଲିସ_ପକ୍ଷରୁ_ଶାନ୍ତି_କମିଟି_ବୈଠକ ବୀରମିତ୍ରପୁର ପୁଲିସ ପକ୍ଷରୁ ଆଜି ଥାନା ପରିସରରେ ଥାନା ଅଧିକାରୀ ବ...
02/10/2024

#ଦୁର୍ଗା_ପୂଜା_କୁ_ନେଇ_ବୀରମିତ୍ରପୁର_ପୁଲିସ_ପକ୍ଷରୁ_ଶାନ୍ତି_କମିଟି_ବୈଠକ

ବୀରମିତ୍ରପୁର ପୁଲିସ ପକ୍ଷରୁ ଆଜି ଥାନା ପରିସରରେ ଥାନା ଅଧିକାରୀ ବନ୍ଦନା ପାତ୍ର ଙ୍କ ଅଧ୍ୟକ୍ଷତାରେ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୀରମିତ୍ରପୁର ଏସଡିପିଓ ସୁଶାନ୍ତ କୁମାର ଦାଶ ଓ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ଯୋଗ ଦେଇଥିଲେ। ଦୁର୍ଗା ପୂଜା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ପୁଲିସକୁ ସହଯୋଗ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହା ସହ ବିସର୍ଜନରେ ଡିଜେ ଉପରେ ସର୍ବସମ୍ମତି ରେ କଟକଣା ଲାଗିଲା। ବୈଠକରେ ପୌର ପରିଷଦ ଉପାଧ୍ୟକ୍ଷ ନିବେଦିତା ବାଗେ, ସୁନିଲ ତିୱାରି, ଗୁଳାମ ଅହମ୍ମଦ, ଦିଲୀପ ଅଗ୍ରୱାଲ ଙ୍କ ସମେତ ସମସ୍ତ ପୂଜା କମିଟି ଓ ସହରର ବରିଷ୍ଟ ନାଗରିକ ମାନେ ଯୋଗ ଦେଇଥିଲେ।




Address


Alerts

Be the first to know and let us send you an email when Express24 News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Express24 News:

  • Want your business to be the top-listed Media Company?

Share