SwatantraTimes

SwatantraTimes ଜନତାଙ୍କ ସ୍ୱର

30/08/2026

ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାରାସୁଟ୍‌ରେ ଅଜଣା ବକ୍ସ

29/08/2026

ମା ଇନ୍ଦିରା ମହିଳା ସମିତି ପକ୍ଷରୁ ରାକ୍ଷୀ ମହୋତ୍ସବ ପାଳନ

29/08/2026

ବସ ଚାପାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

28/08/2026

ରାଉରକେଲାରେ ଇତିହାଦ-ଇ-ଖିଦମ ତ କମିଟି ତରଫରୁ ପ୍ରୋଫେଟ ମହମ୍ମଦଙ୍କ ୧୫୦୧ ଜନ୍ମବାର୍ଷିକୀ ଉତ୍ସବ ପାଳନ ଅବସରରେ ରାଉରକେଲା ସରକାରୀ ହସ୍ପିଟାଲ ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା

28/08/2026
28/08/2026

ମିଲାଦ-ଉନ-ନବୀ ଉତ୍ସବରେ ସେକ୍ଟର -୧୫ ଅଞ୍ଚଳ ମୁଖରିତ

27/08/2026

ପ୍ରୋଫେଟ ମହମ୍ମଦଙ୍କର ୧୫୦୧ ଜନ୍ମ ବାର୍ଷିକୀ ପାଳନ କଲା ରାଉରକେଲା

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ......ରାଉରକେଲା: ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗ...
26/08/2026

ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ......
ରାଉରକେଲା: ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଓ ଦେବେନ୍ଦ୍ର ସ୍ମୃତି ନ୍ୟାସ ର ମିଳିତ ଆନୁକୂଲ୍ୟରେ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତାମାଳା ଓ ଗ୍ରନ୍ଥ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ବ ତଥା ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚିକା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ ସବିତା ପ୍ରଧାନ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଓଡ଼ିଆ ଗଳ୍ପରେ ମୂଲ୍ୟବୋଧ ର ପ୍ରଖ୍ୟାପନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଦେବେନ୍ଦ୍ର ବାବୁ ଜଣେ ନିରପେକ୍ଷ, ସତ୍ୟାନ୍ବେଷୀ ଗବେଷକ ତଥା ମହାବିଦ୍ୟାଳୟର ପ୍ରଶାସନିକ ଦକ୍ଷତା ଓ ଦୂରଦୃଷ୍ଟି ସମ୍ପନ୍ନ ଓଡ଼ିଆ ସାହିତ୍ୟ ଅନୁରାଗୀ ବ୍ୟକ୍ତିତ୍ଵ ଥିଲେ। କାହାଣୀ ଯେତେବେଳେ ସାହିତ୍ୟରେ ପରିଣତ ହୁଏ ସେତେବେଳେ ସେ ପାଠକକୁ ପ୍ରେରିତ କରେ। ଗଳ୍ପ ଭିତରେ ମାନବୀୟ ମୂଲ୍ୟବୋଧ ଓ ଶିଶୁ ସାହିତ୍ୟରେ ଉପଦେଶ ରହିଲେ ତାହା ଅଧିକ ଗ୍ରହଣୀୟ ହୁଏ। ଏହାସହ ସେ ଗଳ୍ପରେ ବାହ୍ୟସ୍ତର, କାହିଁକି ଓ ଗଭୀର ସ୍ତର ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ। ଏହି ଅବସରରେ ନଗେନ୍ କୁମାର ଦାସଙ୍କ ସମ୍ପାଦିତ ଦେବେନ୍ଦ୍ର ଦୃଷ୍ଟି-ତୃତୀୟ ଭାଗକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡ ଖଗେଶ୍ବର ମେହେରଙ୍କୁ ଦେବେନ୍ଦ୍ର କୁମାର ଦାଶ ସ୍ମୃତି ସମ୍ମାନ ସହ ୨୦ ହଜାର ନଗଦ ଅର୍ଥରେ ପୁରସ୍କୃତ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ଦେବେନ୍ଦ୍ର କୁମାର ଙ୍କ ପୁତ୍ର ସଙ୍କେତ ସୁନନ ଦାଶ, ପୁତ୍ରବଧୂ ନିବେଦିତା ଦାଶ,ଡ ସନ୍ତୋଷ ରଥ,ଗୈ।ରାଙ୍ଗଚନ୍ଦ୍ର ଦାଶ ପ୍ରମୁଖଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଓ ସହରର ବହୁ ସାହିତ୍ୟିକ,କବି, ପ୍ରାବନ୍ଧିକ ଯୋଗଦେଇଥିଲେ। ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମାନପତ୍ର ପଠନ କରିଥିବା ବେଳେ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ଓ ଶେଷରେ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୁଲଗ୍ନା,ସାଇପ୍ରତିଭା, ମମତା ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ କୁଞ୍ଜ ବିହାରୀ ରାଉତଙ୍କ ରିପୋର୍ଟ

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ .....ରାଉରକେଲା: ଏନ୍ଆଇଟିଆର ବିକାଶ ପାଣ୍ଠିକୁ ପୁରାତନ ଛାତ୍ର ସଂଘ ନିଟ୍ରା ତରଫରୁ ଏକ କ...
26/08/2026

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ .....
ରାଉରକେଲା: ଏନ୍ଆଇଟିଆର ବିକାଶ ପାଣ୍ଠିକୁ ପୁରାତନ ଛାତ୍ର ସଂଘ ନିଟ୍ରା ତରଫରୁ ଏକ କୋଟି ଅଠର ଲକ୍ଷ ଏଗାର ହଜାର ଶହେ ଏଗାର ଟଙ୍କା ପ୍ରଦାନ କରାଯାଇଛି। ୧୯୭୧ ବ୍ୟାଚ ତରଫରୁ ୧୮ ଲକ୍ଷ ଟଙ୍କା ଯାହା ଦ୍ବାରା ୧୨ ଜଣ ଛାତ୍ରଛାତ୍ରୀ ଓ ନିଟ୍ରା ତରଫରୁ ୧ କୋଟି ୧୧,୧୧୧ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ୮୦ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଉଥିବା ବେଳେ ଏଥର ୯୨ ଜଣ ଛାତ୍ରବୃତ୍ତି ପାଇବେ। ଏହି ଅର୍ଥ ଅନୁଷ୍ଠାନର ହିତ ଯଥା ଛାତ୍ର ବୃତ୍ତି, ଗବେଷଣା ଓ ଭିତ୍ତିଭୂମି ର ଉନ୍ନତି ଆଦି ପ୍ରକଳ୍ପରେ ବିନିଯୋଗ କରାଯିବ। ସେହିପରି ଆଗାମୀ ଦିନରେ ଏହି ଛାତ୍ରବୃତ୍ତି ଶହେକୁ ଛୁଇଁବ ବୋଲି ନିଟ୍ରା ତରଫରୁ କୁହାଯାଇଛି। ଏହି ଅର୍ଥରାଶି କୁ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଊମା ମହେଶ୍ଵର ରାଓ ଗ୍ରହଣ କରି ନିଟ୍ରାକୁ ଧନ୍ୟବାଦ ଦେବାସହ ଏଭଳି ମନୋଭାବ କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି, ସମ୍ପାଦକ ଡ ହୃଷିକେଶ ନାଏକ, ରାଉରକେଲା ଚାପ୍ଟର ସଭାପତି ବିମଳ କୁମାର ବିଶି,ଭାରତ ଭୂଷଣ ମହାନ୍ତି,ଅସୀମ ସାବତ, ସ୍ବରୂପ କୁମାର ପାଣିଗ୍ରାହୀ, ଉଦୟ ପଟେଲ, ପ୍ରବୋଧ ପାଢ଼ୀ,ଜି ପି ମାଲାନୀ,ଆର ପି ଗୁପ୍ତା,ବିଜୟ ଦାସ, ରାହୁଲ ଅଗ୍ରୱାଲ,ସରୋଜ ଦାଶ, ସମ୍ପଦ ମିଶ୍ର ଓ ଏନ୍ଆଇଟି ର ପ୍ରଫେସର ଡ ପୁନମ ସିଂ,ଡ ସରୋଜ ପଟେଲ,ଡ ଅର୍ଚ୍ଚନା ମଲ୍ଲିକ,ଡ ଦୀପ୍ତିଲତା ପାତ୍ର,ଡ ଶାନ୍ତନୁ ବେହେରା,ଡ଼ ସୂରଜ ବେହେରା,ଡ ହିମାଂଶୁ ଶତପଥୀ, ରେଜିଷ୍ଟ୍ରାର ରୋହନ ଧୀମାନ,ଡ ପଙ୍କଜ ସା,ଡ ଶରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ମହାନ୍ତି, ଶ୍ରୀ ବିଶି,ବି ବି ମହାନ୍ତି ପ୍ରମୁଖ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ଡ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଟ ସାମ୍ବାଦିକ କୁଞ୍ଜ ବିହାରୀ ରାଉତଙ୍କ ରିପୋର୍ଟ

Address

Rourkela
769007

Website

Alerts

Be the first to know and let us send you an email when SwatantraTimes posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share