Apriya Satya

Apriya Satya ନିର୍ଭୀକ ଓ ନିରପେକ୍ଷ ଖବର
ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ ନମ୍ବର Mob : 7008474836

10/09/2026

#ଖୁସବୁ_ଯାଦବ ନାମ ରେ ଥାନାରେ ଲିଖିତ ଅଭିଯୋଗ ! କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବ ଙ୍କ ନାମରେ ରାଉରକେଲା ରଘୁନାଥପଲ୍ଲୀ ଥାନାରେ ଲିଖିତ ଅଭିଯୋଗ !

09/09/2026

ରାଉରକେଲା ଇସ୍ପାତ କାରଖାନା ଅଫିସରଙ୍କୁ ମାଡ଼ ! ମାଡ଼ ଖାଇ ଆହତ ହୋଇ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ! ସେକ୍ଟର ୨ ଅଞ୍ଚଳର ସି -୧୦୫ କ୍ୱାଟର ସାମ୍ନା ରେ ଅବୈଧ ନିର୍ମାଣ କୁ ଭାଙ୍ଗିଲା ବେଳେ ଟାଉନ ସର୍ଭିସେସ ଅଫିସରଙ୍କୁ ନିର୍ଧୁମ ମାଡ଼ ହୋଇଥିବା ଅଭିଯୋଗ ! ଏ ନେଇ ସେକ୍ଟର ୩ ଥାନାରେ ଅଭିଯୋଗ । ଆରଏସପି ତରଫରୁ କ୍ୱାଟର ଧାରୀଙ୍କ ଲାଇସେନ୍ସ ବାଜ୍ୟାପ୍ତ ହୋଇଥିବା ସୂଚନା ।

09/09/2026

ସ୍ତ୍ରୀ କଥାରେ ପଡି ନିଜ ଜନ୍ମ କଲା ବାପା କୁ ପିଟି ପିଟି ହତ୍ୟା କଲା ପୁଅ ! କାକୁତି ମିନତି ହେଇ ହାତ ଯୋଡି, ଗୋଡ଼ ଧରି ବାପା କୁ ନ ମାରିବା ପାଇଁ ଅଟକାଉଥିଲା ମା ! ହେଲେ ମଦ ନିଶାର ଚୁର ପୁଅ ଶୁଣିଲାନି ମା ର ନେହୁରା । ଏଭଳି ଏକ ଲୋମହର୍ଷଣ କାରୀ ଘଟଣା ସାମ୍ନା କୁ ଆସିଛି କେଉଁଝର ରୁ ।

08/09/2026

ସ୍ୱପ୍ନ ଏବଂ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ନିଜେ ସିନା ପଢି ପାରିଲେନି କିନ୍ତୁ ଦିନ ରାତି ଷ୍ଟେସନ ରେ ଅନ୍ୟର ବୋଝ ମୁଣ୍ଡେଇ ପୁଅକୁ ଏନଆଇଟି ରେ ପଢେଇବା ପାଇଁ ଦେଖିଥିବା ସ୍ୱପ୍ନ କୁ ସେ କଲେ ସାକାର । ଏ ହେଉଛି ରାଉରକେଲା ଗୋପବନ୍ଧୁପଲ୍ଲୀ ରେ ରହୁଥିବା କୁଲି ସଞ୍ଜୟ ସାହା ଙ୍କ ସଙ୍ଘର୍ଷର କାହାଣୀ ।

08/09/2026

ସୁନ୍ଦରଗଡ଼ ଜିଲ୍ଲାର ଦୃଶ୍ୟ । କିଏ ଏହି ସ୍ଥାନର ସଠିକ ନାମ କହି ପାରିବ ?
ବିଦ୍ର : ରାଉରକେଲା ରୁ କେଉଁଝର ଯିବା ସମୟର ଦୃଶ୍ୟ ।

08/09/2026

ସୁନ୍ଦରଗଡ଼ ଇବ ନଦୀ ରେ ଖଣି ଓ ପୋଲିସ ର ମିଳିତ ଚଢ଼ାଉ ।
ଭସମା ଥାନା ଅଂଚଳ ର ଇବ ନଦୀ ର ଭସମା , କୁଣ୍ଡୁକେଲା , କୁଡ଼ାବଗା ଘାଟ ରେ ଚଢ଼ାଉ ଜାରି ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଟି ବାଲି ବୋଝଇ ହାଇୱା , ୨ ପୋକଲିନ ମେସିନ , ଓ ଗୋଟିଏ ଜେସିପି ଜବତ ।
ଆହୁରି ଚୋରା ବାଲି ଆଡ୍ଡା ଗୁଡିକ ରେ ଚଢ଼ାଉ ଜାରି ରଖିଛି ଖଣି ବିଭାଗ ।

08/09/2026

ଭଉଣୀ ର ହତ୍ୟା ମାମଲାରେ ଭାଇକୁ ଆଜୀବନ କାରାଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜରିମାନା ନଦେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଜର୍ଜ । ୨୦୨୩ ମସିହାରେ ପଣ୍ଡାପଡ଼ା ଥାନା ସୁମଗିରି ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ ।

08/09/2026

ରାଉରକେଲା ସିଭିଲ ଟାଉନସିପ ସିଭିଲ ଚାର୍ଜର ପକ୍ଷରୁ ଏଥର ୫୦ ଲକ୍ଷ ବଜେଟ ରେ ଆୟୋଜିତ ହେବ ନିଆରା ଗଣେଶ ପୂଜା ।

07/09/2026

ପାର୍ବଣ ପୂର୍ବରୁ ରାଉରକେଲା ପୋଲିସର ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ ।

07/09/2026

ରାଉରକେଲା ରେଳବାଇ ଷ୍ଟେସନ ଆରପିଏଫ ଥାନା ପଟ ପ୍ରବେଶ ପଥ ଉପରେ ରେକବାଇ ତରଫରୁ ଲଗାଯାଇଥିବା ନୋ ଏଣ୍ଟ୍ରି କୁ ନେଇ ଷ୍ଟେସନ ମ୍ୟାନେଜର ଙ୍କୁ ଭେଟିଲେ ରାଉରକେଲା ଚାମ୍ବର ଅଫ କମର୍ସ ର ସଦସ୍ୟ ।

Address

Rourakela
Rourkela
769001

Alerts

Be the first to know and let us send you an email when Apriya Satya posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Apriya Satya:

Shortcuts

Share