Apriya Satya

Apriya Satya ନିର୍ଭୀକ ଓ ନିରପେକ୍ଷ ଖବର

30/08/2025

ରାଉରକେଲା ବାଲିଘାଟ ରେ ଆୟୋଜିତ ହେଇଥିଲା ଖୋ ଖୋ ପ୍ରତିଯୋଗିତା । ଅଂଶ ଗ୍ରହଣ କରିଥିଲେ ୧୬୦ ରୁ ଅଧିକ ଖେଳାଳି । ସାମିଲ ଥିଲେ ୬ ଟି ପୁରୁଷ ଏବଂ ୪ ଟି ମହିଳା ଦଳ । ରାଉରକେଲା ଯୁବ ଖୋ ଖୋ କ୍ଲବ ଆନୁକୂଲ୍ୟରେ ଓଡିଶା ଖୋ ଖୋ ଆସୋସିଏସନ, ବିରମିତ୍ରପୁର ଖୋ ଖୋ କ୍ଲବ ଏବଂ ରାଉଣ୍ଡ ଟେବୁଲ ସମର୍ଥନ ରେ ଆୟୋଜିତ ହେଇଥିଲା ଏହି ଖୋ ଖୋ ପ୍ରତିଯୋଗିତା ।

30/08/2025

ଧୁଳି ଧୂଆଁ କବ୍ଜା ରେ ବିରମିତ୍ରପୁର ସହର । ଚୀନ ର ଦୁଃଖ ହୋୟାଙ୍ଗ ହୋ, ସୁନ୍ଦରଗଡ଼ ବିରାମିତ୍ରପୁର ର ଦୁଃଖ ୧୪୩ ନମ୍ବର ଜାତୀୟ ରାଜପଥ । ଅଭିଯୋଗ ସ୍ବେତେ ମଧ୍ୟ ନିଆଯାଉନି କାର୍ଯ୍ୟାନୁଷ୍ଠାନ ।

30/08/2025

ଅସହାୟ ମହିଳା ଙ୍କ ପାଇଁ ଦୋକାନ ଦୋକାନ ବୁଲି ସହାୟତା ମାଗିଲେ ମହିଳା ଆଇଆଇସି ମମତା ବିଶ୍ୱାଳ । ପୁରୀ ଚାରିଛକ ଅଞ୍ଚଳରେ କିଡନି ରୋଗରେ ଗୁରୁତ୍ୱର ପିଡିତା ଜଣେ ମହିଳା ଙ୍କ ଚିକିତ୍ସା ପାଇଁ ମାଗିଲେ ସହାୟତା। ଆଇଆଇସି ଙ୍କ ଏଭଳି କାମ କୁ ଚାରିଆଡୁ ଛୁଟୁଛି ପ୍ରଶଂସା ର ସୁଅ । ସୋସିଆଲ ମିଡିଆ ରେ ଟ୍ରେଣ୍ଡ ହେଉଛି ଆଇଆଇସି ଙ୍କ ସହାୟତା ମାଗୁଥିବାର ଭିଡିଓ ।

29/08/2025

ଦୁର୍ନୀତି ର ଗନ୍ତାଘରେ ସଚେତନତା କାର୍ଯ୍ୟକ୍ରମ ! ଦୁର୍ନୀତି କରିବା ପାଇଁ ନାଁ ହାରିବା ଭୟରେ ଆରଏମସି ( ରାଉରକେଲା ମହାନଗର ନିଗମ ) ନିର୍ବାଚନ କରୁନାହାନ୍ତି ରାଜ୍ୟ ସରକାର ? ନିର୍ବାଚନ କୁ ନେଇ ବିଜେଡି ବିଜେପି ଭିତରେ କାଦୁଆ ଫିଙ୍ଗା ରାଜନୀତି ! ଫାଇଦା ନେଇ ପାରୁନି କଂଗ୍ରେସ ! ଇଲେକ୍ଟଟେଡ଼ ବଡି ନଥିବାରୁ ଚାଲିଛି ମାନମୁଖୀ ଅଫିସର ରାଜ !

29/08/2025

ରାଉରକେଲା ମହାନଗର ନିଗମ ତରଫରୁ ଆୟୋଜିତ ହେଲା ପଥ ଉତ୍ସବ ନାଚ , ଗୀତ ପାଇଁ ରାଜଧାନୀ ରୁ ଆସିଲେ କଳାକାର । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆୟୋଜିତ ହେଲା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ କୁ ନେଇ ସରକାରୀ ଅଧିକାରୀ ଏବଂ ରାଜନେତା ଙ୍କ ପ୍ରତିକ୍ରିୟା ।

29/08/2025

ବିଜେପି ର କାର୍ଯ୍ୟକ୍ରମ କୁ ହ୍ୟାକ କରିନେଲା ବିଜେଡି ! ସରକାର ବିଜେପି ର ଏନଜୟ କରୁଛି ବିଜେଡି ! ସ୍ୱାୟତ ଶାସନ ଦିବସରେ ରାଉରକେଲା ମହାନଗର ନିଗମ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଆୟୋଜିତ ହେଲା ନାଚ ଗୀତ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ କୁ ଡାକିଲେନି ପଦପଦବୀ ରେ ଥିବା ଆଗ ଧାଡ଼ିର ଟାଣୁଆ ବିଜେପି ନେତା, ନେତ୍ରୀ ଙ୍କୁ । ପଛପଟେ ଅସନ୍ତୋଷ ଝାଡ଼ିଲେ ବିଜେପି ନେତା । । ଅନ୍ୟପଟେ କାର୍ଯ୍ୟକ୍ରମରେ ଆଗଭଳି ସାମିଲ ହେଲେନି ଲୋକେ କିମ୍ବା ସଙ୍ଗଠନ । ଏକପ୍ରକାର ଫ୍ଲପ ହେଲା ଶୋ । ପରଫେକ୍ଟ ଅର୍ଗାନାଇଜ ନକରି ନୂତନ କମିଶନର ଙ୍କୁ ବଦନାମ କରିବା ପାଇଁ ଜାଣିଶୁଣି ଏପରି କରିନାହାନ୍ତି ତ ଦାଇତ୍ୱ ନେଇଥିବା ମହାନଗର ନିଗମ ବାବୁ ମାନେ ?

28/08/2025

ମୋବାଇଲ କୁ ଆସିଲା ଫେକ କ୍ରେଡିଟ ମେସେଜ । ବନ୍ଧୁ ର ପରିଚୟ ଦେଇ ମେଡିକାଲ କେଶ ନାଁ ରେ ଅନ୍ୟ ଏକ ୟୁପିଆଇ ନମ୍ବର କୁ ଟଙ୍କା ଟ୍ରାନ୍ସଫର ପାଇଁ ଅନୁରୋଧ କଲା ସାଇବର ଲୁଟେରା । ସାଇବର ଲୁଟେରା ଜାଲରେ ଫସିଲେ ଏନଆଇଟି ର କର୍ମଚାରୀ ଦୀନବନ୍ଧୁ ବାଗ । ସତ ଚେକ ନକରି ସବୁ ଟଙ୍କା ଟ୍ରାନ୍ସଫର କରିଦେଲେ ବାଗ ବାବୁ । ଅଭିଯୋଗ ପରେ ହରିୟାଣା ରୁ ସାଇବର ଲୁଟେରା କୁ ବାନ୍ଧିଛି ସେକ୍ଟର ୩ ରାଉରକେଲା ପୋଲିସ ।

Breaking : ପୁଣି ମାଲଗାଡି ର ଦୁଇ ବଗି ଲାଇନ ଚ୍ୟୁତ ! ରାଉରକେଲା ବନ୍ଧମୁଣ୍ଡା ନାଗପୁର କେବିନ ନିକଟ ଇଞ୍ଜିନ ଲାଇନ ରେ ମାଲବାହୀ ଟ୍ରେନର ଦୁଇଟି...
28/08/2025

Breaking : ପୁଣି ମାଲଗାଡି ର ଦୁଇ ବଗି ଲାଇନ ଚ୍ୟୁତ ! ରାଉରକେଲା ବନ୍ଧମୁଣ୍ଡା ନାଗପୁର କେବିନ ନିକଟ ଇଞ୍ଜିନ ଲାଇନ ରେ ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନ ଚ୍ୟୁତ ! ରେକବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ।

28/08/2025

ଦିନ ବେଳା ପ୍ଲାଣ୍ଟ ରୁ ଲୁହା ଗୁଣ୍ଡ ମିସା ଲାଲ ରଙ୍ଗର ବିଷାକ୍ତ ଧୂଳି ଛାଡ଼ୁଛି ଆରଏସପି ! ରିଙ୍ଗ ରୋଡ଼ରେ ବାଇକ ରେ ଗଲେ ଲୋକଙ୍କ ଆଖିରେ ପଶୁଛି ଲୁହା ଗୁଣ୍ଡ ମିସା ଡଷ୍ଟ ! ନିଦାବିଷ୍ଣୁ ସାଜିଛି ରାଉରକେଲା ପ୍ରଦ୍ୟୁଷଣ ବିଭାଗ ଅଧିକାରୀ ।

28/08/2025

Breaking: ରାଜଗାଙ୍ଗପୁର ବାଇପାସ ଜାମପାଲି ରାଜ୍ୟ ରାଜପଥ 10 ରେ ରାସ୍ତା ପାର ହେଲା ବେଳେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

28/08/2025

Breaking : ମାଲବାହୀ ଟ୍ରେନ ର ଦୁଇଟି ବଗି ଲାଇନ ଚ୍ୟୁତ ! ଗତକାଲି ରାତିରେ ରାଉରକେଲା ବନ୍ଧମୁଣ୍ଡା ୟାର୍ଡ ଭିତରେ ଲାଇନ ଚ୍ୟୁତ ହେଇଥିବା ସୂଚନା ।

27/08/2025

ମଣିଷ ନୁହନ୍ତି କଣ ପଶୁ ଟ୍ରକ ଡ୍ରାଇଭର ଏବଂ ହେଲ୍ପର ! ଗୋଟେ ପଟେ ସ୍ମାର୍ଟ ସିଟି ବାହ୍ୟ ମଳମୁକ୍ତ ସହର ନେଇ ଡିଣ୍ଡିମ ପିଟୁଛନ୍ତି ମହାନଗର ନିଗମ ଅଧିକାରୀ ଅନ୍ୟପଟେ ନଦୀ କୂଳକୁ ତ ପଡିଆକୁ ଶୌଚ ହେବା ପାଇଁ ଯାଉଛନ୍ତି ଶହ ଶହ ଡ୍ରାଇଭର ଏବଂ ହେଲ୍ପର ! ପରିବହନ ବିଭାଗ ଅଧିକାରୀ ଙ୍କ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଭୁତ କୋଠି ହୋଇ ପଡି ରହିଛି ଟ୍ରକ ଟର୍ମିନାଲ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ । ଡ୍ରାଇଭର ଏବଂ ହେଲ୍ପର କୁ ମୌଳିକ ସୁବିଧା ଯୋଗାଇବାରେ ମଧ୍ୟ ବିଫଳ ଟ୍ରକ ମାଲିକ ସଂଘର ପଦାଧିକାରୀ ଏବଂ ମାଲିକ !

Address

Rourakela
Rourkela
769001

Alerts

Be the first to know and let us send you an email when Apriya Satya posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Apriya Satya:

Share