Odisha Secret

Odisha Secret ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ପେଜ୍ ନୁହେଁ

Congratualtions to the entire team of DAMAN for 70th National Film Awards for the Year 2022  "Best Odia Feature Film"Deb...
17/08/2024

Congratualtions to the entire team of DAMAN for 70th National Film Awards for the Year 2022 "Best Odia Feature Film"
Debiprasad Lenka Vishal Mourya Gaurav Anand JPmotion Pictures Pratap Rout

https://youtu.be/yQqewRfchs8?si=qQW0K650djL509ADପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ Sabitree Music ରେ ମୁକ୍ତିଲାଭ କଲା "ସତୀ ଅ...
05/06/2024

https://youtu.be/yQqewRfchs8?si=qQW0K650djL509AD
ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ Sabitree Music ରେ ମୁକ୍ତିଲାଭ କଲା "ସତୀ ଅନୁସୂୟା"
ସତୀ ଅନୁସୂୟା ର ସତୀତ୍ୱ କାହାଣୀ,
ନ ପାହୁ ରାତି ନ ମରୁ ପତି ଗାହାଣୀ,
ଶୁଣିବେ ଦେଖିବେ ଆଉ ମତାମତ ଦେବେ.......
Singer : Diptirekha Padhi
Lyrics : Anjan Kumar
Music : Krushna Chandra
Producer : Dhirendra Sahoo

Thank you "Sabitree Music"

Sati Anusuya | ନ ପାହୁ ରାତି ନ ମରୁ ପତି | Diptirekha Padhi | Sabitree Osha | Gahani | Sabitree Bhakti | Sati anusuya gahani sung by Diptirekha padhi and Music b...

27/12/2023


ମହାନ ଔପନ୍ୟାସିକ ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।ଛ’ ମାଣ ଆଠଗୁଣ୍ଠ’, 'ରେବତୀ', ‘ଲଛମା’ ଏବଂ 'ପ୍ରାୟଶ୍ଚିତ’ ...
13/01/2023

ମହାନ ଔପନ୍ୟାସିକ ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ଛ’ ମାଣ ଆଠଗୁଣ୍ଠ’, 'ରେବତୀ', ‘ଲଛମା’ ଏବଂ 'ପ୍ରାୟଶ୍ଚିତ’ ଭଳି କାଳଜୟୀ ରଚନାରେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।

‘ରସଗୋଲା’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରଭୁବନେଶ୍ବର: ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ ‘ରସଗୋଲା’ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ରାଜ୍ୟ ଚ...
06/11/2021

‘ରସଗୋଲା’କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର: ସ୍ୱରାଜ ମିଶ୍ରଙ୍କ ପ୍ରଯୋଜିତ ‘ରସଗୋଲା’ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ରୂପେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି । ରସଗୋଲା ଓଡ଼ିଶାର ଜନଜୀବନ ସହ ଓତଃପ୍ରୋତ ଭାବେ ଜଡ଼ିତ । କେବଳ ଯେ ନୀଳାଦ୍ରିବିଜେ ସମୟରେ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭେଟି ଦିଅନ୍ତି ସେତିକି ନୁହେଁ, ଓଡ଼ିଶାର ପୁରପଲ୍ଲୀରେ, ସୁଖରେ ଦୁଃଖରେ, ହସରେ ଲୁହରେ ସବୁବେଳେ ଓଡ଼ିଆଙ୍କ ପାଖେପାଖେ ଥାଏ ରସଗୋଲା । ପୁରୀ ସହର ଉପକଣ୍ଠର ଗ୍ରାମ୍ୟ ପରିବେଶରେ ଏକ ପିତୃହରା କିଶୋର ବାବୁନାର ରସଗୋଲା ପ୍ରୀତି ଉପରେ ଏହି ଚଳଚ୍ଚିତ୍ର ଆଧାରିତ ।
‘ଆମ ଓଡ଼ିଶା’ ପ୍ରକାଶିତ ଗଳ୍ପ ସଂକଳନ ‘ବାବୁନା’ ଉପରେ ସନ୍ନିବେଶିତ ‘ରସଗୋଲା’ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ପ୍ରସ୍ତୁତ କରିଛନ୍ତି ସ୍ୱରାଜ ମିଶ୍ର । ଏହାର ନିର୍ଦ୍ଦେଶନା ଦେଇଛନ୍ତି ବନମାଳି ରଣା । ଏଥିରେ ବାବୁନା ଭୂମିକାରେ ଅମ୍ରିତାଂଶୁ ଏବଂ ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ବିକାଶ ଦାସ, ଭାସ୍ୱତୀ ବସୁ ଏବଂ ଶିଶୁ କଳାକାର ଶ୍ରୁତିସ୍ୱରୂପା ପ୍ରମୁଖ ଅଭିନୟ କରିଛନ୍ତି । ୨୦୨୦ ମସିହା ନୀଳାଦ୍ରିବିଜେ ଦିନ ‘ମଞ୍ଜରୀ ଟିଭି’ରେ ଏହି ଚଳଚ୍ଚିତ୍ରର ପ୍ରଥମ ପ୍ରଦର୍ଶନ ହୋଇଥିଲା ।

‘ବିଶ୍ବାସ-ଦ ଲାଇଟ୍‌ ଓଭର୍‌ ଡାର୍କନେସ୍’ର ଅଡିଓ ଓ ପୋଷ୍ଟର୍‌ ରିଲିଜ୍‌ଭୁବନେଶ୍ବର : ସୁଧନ୍ୟା କ୍ରିଏଟିଭସ୍‌ର ପ୍ରଥମ ଚଳଚ୍ଚିତ୍ର ‘ବିଶ୍ବାସ- ଦ ...
06/11/2021

‘ବିଶ୍ବାସ-ଦ ଲାଇଟ୍‌ ଓଭର୍‌ ଡାର୍କନେସ୍’ର ଅଡିଓ ଓ ପୋଷ୍ଟର୍‌ ରିଲିଜ୍‌

ଭୁବନେଶ୍ବର : ସୁଧନ୍ୟା କ୍ରିଏଟିଭସ୍‌ର ପ୍ରଥମ ଚଳଚ୍ଚିତ୍ର ‘ବିଶ୍ବାସ- ଦ ଲାଇଟ୍‌ ଓଭର୍‌ ଡାର୍କନେସ୍‌’ର ଅଡିଓ ଓ ପୋଷ୍ଟର୍‌ ପ୍ରେସ୍‌ କ୍ଲବଠାରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ଓ ଟିମ୍ ଏଡ୍‌ମାର୍କର ସିଏମ୍‌ଡି ନିଶିକାନ୍ତ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ରରେ ୫ଟି ସୁମଧୁର ଗୀତ ରହିଥିବା ବେଳେ ଶାନ୍ତନୁ ଶତପଥୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଗୀତଗୁଡ଼ିକୁ ପ୍ରଯୋଜକ ଡ. ବିବେକାନନ୍ଦ ପାଣିଗ୍ରାହୀ ରଚନା କରିଥିବା ବେଳେ କଣ୍ଠଶିଳ୍ପୀ ପଣ୍ଡିତ ଶିବ ପ୍ରସାଦ ରଥ, ଇରା ମହାନ୍ତି ଓ ବିଷ୍ଣୁମୋହନ କବି କଣ୍ଠଦାନ କରିଛନ୍ତି। ଗୀତଗୁଡ଼ିକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଓଡ଼ିଶାର ଆକର୍ଷଣୀୟ ସ୍ଥାନ ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ବରରେ ସୁଟିଂ କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ନବାଗତା ସାହିଲ ମିଶ୍ର ଅଭିନୟ କରିଥିବା ବେଳେ ଚିନ୍ମୟ ଦାସ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି। ବିବେକାନନ୍ଦ ପ୍ରାଣିଗ୍ରାହୀ ପ୍ରଯୋଜନା କରିଥିବା ବେଳେ ସୁଧାରଞ୍ଜନ ମଲ୍ଲିକ ଓ ଆଶିଷ ବେହେରା ସହଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ରଟି ସାମାଜିକ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ବୋଲି ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ କହିଛନ୍ତି।

ଅଭିନେତାଙ୍କ ବାହାନା!ତାପସୀ ପନ୍ନୁ ବଲିଉଡ୍‍ର ଜଣେ ସଫଳ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ସତ୍ତ୍ବେ ବଲିଉଡ୍‍ର ଆଗଧାଡ଼ିର ଅଭିନେତ...
06/11/2021

ଅଭିନେତାଙ୍କ ବାହାନା!

ତାପସୀ ପନ୍ନୁ ବଲିଉଡ୍‍ର ଜଣେ ସଫଳ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ସତ୍ତ୍ବେ ବଲିଉଡ୍‍ର ଆଗଧାଡ଼ିର ଅଭିନେତାମାନେ ତାଙ୍କ ସହ ଚଳଚ୍ଚିତ୍ର କରିବାକୁ ଅରାଜି ହେଉଛନ୍ତି! ନିକଟରେ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ସେ ପ୍ରକାଶ କରିଛନ୍ତି ଯେ ବଡ଼ ବଡ଼ ଅଭିନେତାମାନେ ତାଙ୍କ ସହ ସିନେମା ନ କରିବାକୁ ବିଭିନ୍ନ ପ୍ରକାର ବାହାନା କରନ୍ତି। ତାପସୀ ଏଭଳି ବାହାନାଗୁଡ଼ିକର ତାଲିକା ମଧ୍ୟ ଦେଇଛନ୍ତି। ଗୋଟିଏ ଚଳଚ୍ଚିତ୍ରରେ ତାପସୀଙ୍କର ଯମଜ ଭୂମିକା ଥିବାରୁ ଜଣେ ଅଭିନେତା ‘ଗୋଟେ ତାପସୀଙ୍କୁ ତ ସମ୍ଭାଳିବା କଷ୍ଟ, ଏଥିରେ ତ ଦୁଇଜଣ ଅଛନ୍ତି’ କହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ।
ସେହିପରି ଆଉ ଜଣେ ଅଭିନେତା କହିଥିଲେ, ‘ମୁଁ ଏ ଚଳଚ୍ଚିତ୍ର କରିବି ନାହିଁ, କାରଣ ଶେଷରେ ଅଭିନେତ୍ରୀଙ୍କୁ ଅଧିକ ସମବେଦନା ମିଳିବ।’ ଏଭଳି ଅନେକ ଅଭିଜ୍ଞ ଅଭିନେତା ତାପସୀଙ୍କ ଚମକ ସାମ୍ନାରେ ଅସୁରକ୍ଷାବୋଧ କରନ୍ତି। ଏଥିପାଇଁ ତାଙ୍କୁ ପ୍ରଯୋଜକଙ୍କ ସହ ମିଶି ପାଞ୍ଚ ଜଣ ନବାଗତ ଅଭିନେତାଙ୍କ ତାଲିକା ପ୍ରସ୍ତୁତ କରିବାକୁ ପଡ଼େ। ସେମାନେ ବି ଅଭିନୟ ପାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ। ଯେଉଁ ଚଳଚ୍ଚିତ୍ରରେ ୧୦% ଭୂମିକା ମିଳୁଛି ସେଭଳି ଚଳଚ୍ଚିତ୍ର ନ କରିବାକୁ ଅଭନେତାଙ୍କୁ ଆମ ବ୍ୟବସ୍ଥା ଶିଖାଏ ବୋଲି ତାପସୀ କହିଛନ୍ତି। ଆଗକୁ ତାପସୀଙ୍କର ‘ସାବାସ୍ ମିଠୁ’, ‘ଲୁପ ଲପେଟା’, ‘ଵ ଲଡକି ହୈ କାହାନୀ’ ଆଦି ଫିଲ୍ମ ଆସିବାର ଅଛି।

ଆସନ୍ତା ସୋମବାର ‘ମଞ୍ଜରୀ’ରେ ପ୍ରସାରିତ ହେବ ନୂଆ ମେଗାଧାରାବାହିକ ‘ସୁନାଫରୁଆ’ଭୁବନେଶ୍ବର: ଆସନ୍ତା ସୋମବାର ୮ତାରିଖ ଦିନ ଲୋକପ୍ରିୟ ମନୋରଞ...
06/11/2021

ଆସନ୍ତା ସୋମବାର ‘ମଞ୍ଜରୀ’ରେ ପ୍ରସାରିତ ହେବ ନୂଆ ମେଗାଧାରାବାହିକ ‘ସୁନାଫରୁଆ’

ଭୁବନେଶ୍ବର: ଆସନ୍ତା ସୋମବାର ୮ତାରିଖ ଦିନ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ଆଉ ଏକ ନୂଆ ମେଗାଧାରାବାହିକ ‘ସୁନାଫରୁଆ’। ପ୍ରେମ ଓ ପ୍ରତିଶୋଧର ଭିତ୍ତିଭୂମି ଉପରେ ପରିକଳ୍ପିତ ଏଇ ଧାରାବାହିକରେ ଓଡ଼ିଆ ଦର୍ଶକଙ୍କୁ ଏକ ଭିନ୍ନସ୍ବାଦର କାହାଣୀ ଦେଖିବାକୁ ମିଳିବ, ଯାହାର ପୃଷ୍ଠଭୂମି ଶହେବର୍ଷ ତଳର ଏକ ଘଟଣା। ଏହା ସହିତ ବର୍ତ୍ତମାନ ସମୟରେ ଚରିତ୍ରମାନଙ୍କର ସମ୍ପର୍କକୁ ନେଇ ଚିତ୍ରିତ କରାଯାଇଛି। ଏହି ଧାରାବାହିକଟିର ମୁଖ୍ୟ ଚରିତ୍ର ଭାବରେ ଦର୍ଶକମାନେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ଦେଖିବାର ସୁଯୋଗ ପାଇବେ।
ପ୍ରତ୍ନତତ୍ତ୍ବ ଓ କୀର୍ତ୍ତିରାଜି ବିଭାଗର ଛାତ୍ରୀ ତଥା କାହାଣୀର ନାୟିକା ଆରାଧ୍ୟା ନିଜ ସହପାଠୀ ସହ ଏକ ପ୍ରାଚୀନ ମନ୍ଦିରର ତଥ୍ୟ ସଂଗ୍ରହ କଲାବେଳେ ଆକର୍ଷିତ ହେଇଯାଏ ଏକ ଭଗ୍ନ ପ୍ରସ୍ତର ମୂର୍ତ୍ତି ଆଡ଼କୁ, ଆଉ ତାକୁ ମନେ ହୁଏ ଯେମିତି ତା’ର ଏହି ପରିବେଶ ସହିତ କିଛି ଅଦ୍ଭୁତ ସମ୍ପର୍କ ରହିଛି, ଯାହାକୁ ସେ ବାରମ୍ବାର ଅନୁଭବ କରିପାରୁଛି କିନ୍ତୁ ପ୍ରକାଶ କରିପାରୁନି। ଏହି ପୁରୁଣା ମନ୍ଦିର ତଥା ଭଗ୍ନ ପ୍ରସ୍ତର ମୂର୍ତ୍ତି ଭିତରେ ଲୁଚି ରହିଛି ମେଗାଧାରାବାହିକ ‘ସୁନା ଫରୁଆ’ର ସୁନ୍ଦର କାହାଣୀ। ପୂର୍ବ ଜନ୍ମ ଓ ପର ଜନ୍ମରେ ବିଶ୍ବାସ କରନ୍ତି କାହାଣୀର ଲେଖକ ଓ ନିର୍ଦ୍ଦେଶକ। ଏହି ଧାରାବାହିକର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଉଷସୀ ମିଶ୍ର, ସୁଲଗ୍ନା, ବିକ୍ରମ ଓ ଚୌଧୁରୀ ବିକାଶ ଦାସଙ୍କ ଭଳି ଅନେକ ସ୍ବନାମଧନ୍ୟ କଳାକାର। ଓଡ଼ିଆ ଦର୍ଶକମାନେ ‘ମଞ୍ଜରୀ’ର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ଏହାକୁ ମଧ୍ୟ ଚ୍ୟାନେଲ୍‌ର ୟୁଟ୍ୟୁବ୍ ପ୍ଲାଟ୍‌ଫର୍ମରେ ଦେଖିପାରିବେ। ପୂର୍ବ ଧାରାବାହିକଗୁଡ଼ିକ ଭଳି ଏହି ନୂଆ ମେଗାଧାରାବାହିକକୁ ଦର୍ଶକମାନେ ପସନ୍ଦ କରିବେ ବୋଲି ଚ୍ୟାନେଲ୍‌ ପକ୍ଷରୁ ଆଶା କରାଯାଉଛି।

ସୂର୍ଯ୍ୟବଂଶୀ ସିନେମା ପ୍ରେକ୍ଷାଳୟରେ କଲା ଧମାଲ, ଗୋଟିଏ ଦିନରେ ରୋଜଗାର ୨୫କୋଟିରୁ ଊର୍ଧ୍ବମୁମ୍ବାଇ: ଦୀପାବଳିର ଶୁଭ ଅବସରରେ ରିଲିଜ୍ ହୋଇଥି...
06/11/2021

ସୂର୍ଯ୍ୟବଂଶୀ ସିନେମା ପ୍ରେକ୍ଷାଳୟରେ କଲା ଧମାଲ, ଗୋଟିଏ ଦିନରେ ରୋଜଗାର ୨୫କୋଟିରୁ ଊର୍ଧ୍ବ

ମୁମ୍ବାଇ: ଦୀପାବଳିର ଶୁଭ ଅବସରରେ ରିଲିଜ୍ ହୋଇଥିଲା ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଅକ୍ଷୟ-କ୍ୟାଟ୍ରିନାଙ୍କ ରୋମାନ୍ସ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନ ଦର୍ଶକଙ୍କ ବେଶ ମନୋରଞ୍ଜନ କରୁଛି। ‘ସୂର୍ଯ୍ୟବଂଶୀ’ ବିଦେଶରେ ବି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କାରଣ ୬୬ଟି ଦେଶରେ ୧୩୦୦ ସ୍କ୍ରିନରେ ଏହି ସିନେମା ରିଲିଜ ହୋଇଛି। ଦେଶରେ ୩୫୦୦ରୁ ଅଧିକ ସ୍କ୍ରିନରେ ଏହାକୁ ରିଲିଜ କରାଯାଇଛି। ଗୋଟିଏ ଦିନରେ ‘ସୂର୍ଯ୍ୟବଂଶୀ’ ୨୬କୋଟି ଟଙ୍କା ରୋଜଗାର କରିଥିବା କୁହାଯାଉଛି।
ଏହି ସିନେମା ପ୍ରେକ୍ଷାଳୟରେ ହିଟ ହୋଇଥିବା କୁହାଯାଉଛି। ଅଜୟ-ରଣବୀରଙ୍କ କେମେଷ୍ଟ୍ରିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମଟି ୨୦ ମାସ ପରେ ରିଲିଜ୍ ହୋଇଥିବାରୁ ବେଶ ଉତ୍ସାହିତ ରହିଛନ୍ତି ଦର୍ଶକ ।

ସୂର୍ଯ୍ୟବଂଶୀ ପ୍ରଥମେ ୨୦୨୦ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ କରୋନା କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଲକଡାଉନ୍ ପରେ ଫିଲ୍ମଟି ୨୦୨୧ ଏପ୍ରିଲ ୨୧ରେ ରିଲିଜ ହେବାର ଥିଲା, କିନ୍ତୁ ପୁନର୍ବାର କରୋନାର ଦ୍ବିତୀୟ ଲହର ଆସିବା ହେତୁ ରିଲିଜ ତାରିଖ ପୁଣି ଥରେ ଘୁଞ୍ଚା ଯାଇଥିଲା।

Address

Sambalpur
768###

Website

Alerts

Be the first to know and let us send you an email when Odisha Secret posts news and promotions. Your email address will not be used for any other purpose, and you can unsubscribe at any time.

Share