BHUMI EXPRESS

BHUMI EXPRESS Odia News Paper

ଆଜିର ରାଶିଫଳ: ବୁଧବାର (୧୯ ଜୁଲାଇ ୨୦୨୩)ମେଷ: ଜମି ବ୍ୟବସାୟୀ ବଡ଼ ଡିଲ୍‌ରୁ ଭଲ ଲାଭ ପାଇବେ। ରାଜନୀତିଜ୍ଞଙ୍କୁ ସଂଗଠନରେ କୌଣସି ବଡ଼ ଦାୟିତ୍ବ ମ...
19/07/2023

ଆଜିର ରାଶିଫଳ: ବୁଧବାର
(୧୯ ଜୁଲାଇ ୨୦୨୩)

ମେଷ: ଜମି ବ୍ୟବସାୟୀ ବଡ଼ ଡିଲ୍‌ରୁ ଭଲ ଲାଭ ପାଇବେ। ରାଜନୀତିଜ୍ଞଙ୍କୁ ସଂଗଠନରେ କୌଣସି ବଡ଼ ଦାୟିତ୍ବ ମିଳିବ। ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସମୟ ସହାୟ ହେବ।

ବୃଷ: ପରିବାରରେ କୌଣସି ଧର୍ମାନୁଷ୍ଠାନ ହେବାର ଯୋଗ ଅଛି। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ମାର୍ଗଦର୍ଶନ ମିଳିବ।

ମିଥୁନ: ଅଳଙ୍କାର ବ୍ୟବସାୟୀଙ୍କୁ ଲାଭ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ବିଲଡର୍‌ଙ୍କୁ କୌଣସି ବଡ଼ ଠିକା କାମ ମିଳିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କ ପଦୋନ୍ନତିର ଯୋଗ ରହିଛି।

ସିଂହ: ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଜରିଆରେ ଚାକିରି ମିଳିବା ସହଜ ହେବ। ଆବଶ୍ୟକତାକୁ ଦେଖି ଖର୍ଚ୍ଚ କରନ୍ତୁ।

କନ୍ୟା: ବକେୟା ଅର୍ଥ ପାଇବେ। ଓକିଲ କୌଣସି ମକଦ୍ଦମାକୁ ନେଇ ବ୍ୟସ୍ତ ରହିବେ। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ ଜୀବନସାଥୀଙ୍କ ସହ ମିଶିବାର ମଉକା ପାଇବେ।

ତୁଳା: ବେପାରରେ ନୂଆ ଲୋକଙ୍କ ସହିତ ସାକ୍ଷାତ କରିବେ। ପ୍ଲାଷ୍ଟିକ କାରବାର କରୁଥିବା ଲୋକଙ୍କର ଭଲ ବିକ୍ରି ହେବ। ଝିଅର ବଡ଼ ସଫଳତା ଘରେ ଖୁସିର ପରିବେଶ ସୃଷ୍ଟି କରିବ।

ବିଛା: ଅଫିସ କାମକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିଦେବେ। ପ୍ରେମୀଯୁଗଳ ନିଜର ସମ୍ବନ୍ଧ କଥା ଘର ଲୋକଙ୍କୁ କହିବେ। ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଙ୍କୁ ସଫଳତା ମିଳିବ।

ଧନୁ: ବେପାରରେ ଲାଭ ହେବ। ଘନିଷ୍ଠ ବନ୍ଧୁର ଆଶୀର୍ବାଦ ପାଇବେ। ଅସହାୟଙ୍କୁ ସାହାଯ୍ୟ କରି ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ।

ମକର: ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ କାଏମ୍ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ତାଳମେଳ ବଜାୟ ରହିବ।

କୁମ୍ଭ: ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ। ସାମାଜିକ ଗଣମାଧ୍ୟମରେ ଆପଣଙ୍କର ରୁଚି ବଢ଼ିବ।

ମୀନ: ଶୁଖିଲା ଖାଦ୍ୟ ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପ୍ରେମୀଯୁଗଳ ଫୋନ୍‌ରେ ଦୀର୍ଘ ସମୟ କଥା ହେବେ।

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣାକୁ ଓଜେୟୁ ର ସ୍ୱାଗତ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ Iସମ୍...
18/07/2023

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣାକୁ ଓଜେୟୁ ର ସ୍ୱାଗତ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ I
ସମ୍ବଲପୁର,୧୮/୦୭ (ଭୂମି ଏକ୍ସପ୍ରେସ୍ର): କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର I ଏହି ଘୋଷଣାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ସ୍ୱାଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି I ଏହା ଦ୍ୱାରା ରାଜ୍ୟର ୮୭୧୭ ତଥା ସମ୍ବଲପୁର ଜ଼ିଲ୍ଲାରେ ୧୮୩ ଜଣ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ I ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିବା ବେଳେ ଗତ ୧୫ ତାରିଖ ଶନିବାର ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ସମୟରେ ସଂଘ ପକ୍ଷରୁ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ବୀମା ରାଶି ପରିମାଣ ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସମ୍ବଳିତ ୧୦ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା I ବର୍ତ୍ତମାନ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇପାରିବେ I ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖାର ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି. କେ. ପାଣ୍ଡିଆନ ଙ୍କୁ ମଧ୍ୟ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି I

ଆଜିର ରାଶିଫଳ: ଶୁକ୍ରବାର (୦୮ ଜୁଲାଇ ୨୦୨୩)ମେଷ: ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ଆସିବ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ଉପ...
08/07/2023

ଆଜିର ରାଶିଫଳ: ଶୁକ୍ରବାର
(୦୮ ଜୁଲାଇ ୨୦୨୩)

ମେଷ: ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ଆସିବ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳ ପାଇବେ।

ବୃଷ: ଯେତେ ସକାରାତ୍ମକ କଥା ଭାବିବେ ସେତେ ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ନୂଆ ଜିନିଷ ଶିଖିବେ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ମିଥୁନ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ସମାଜରେ କଳାକାରଙ୍କ ମାନ ସମ୍ମାନ ବଢ଼ିବ। ବେପାରରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ କିଣାକିଣି ଲାଗି ସହରକୁ ଯିବେ।

କର୍କଟ: ଆପଣ ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ।

ସିଂହ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

କନ୍ୟା: ସବୁ ସମସ୍ୟା ଦୂର ହେବ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ।

ତୁଳା: ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ, ଲାଭ ହେବ। ରାଜନୀତିରେ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଜମି କିଣିବାର ଯୋଗ ଅଛି।

ଧନୁ: ଯେଉଁ କାମ ଆପଣଙ୍କ ପରିବାର ଲାଗି ଗୁରୁତ୍ବପୂର୍ଣ୍ଣ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। କବିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବିବାହିତ ବ୍ୟକ୍ତି ନିଜ ସାଥୀର ଭାବନାକୁ ବୁଝନ୍ତୁ।

ମକର: ସବୁ କାମ ସହଜରେ ପୂରା କରିପାରିବେ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ।

କୁମ୍ଭ: ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବେ। ବ୍ୟବହାର ମଧୁର ରଖନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର କିଛି ନୂଆ ଶିଖିବେ।

ମୀନ: ଦିନଟି ବ୍ୟସ୍ତତାରେ କଟିବ। ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

ହୀରାକୁଦ ଥାନାପଡ଼ା ପୁରୁଣା ବନ୍ଧର ପୁନରୁଦ୍ଧାର  ଦାବି Iସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ସମ୍ବଲପୁର ମହାନଗର ନିଗମ ହୀରାକୁଦ ସ୍ଥିତ ଥାନା...
07/07/2023

ହୀରାକୁଦ ଥାନାପଡ଼ା ପୁରୁଣା ବନ୍ଧର ପୁନରୁଦ୍ଧାର ଦାବି I
ସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ସମ୍ବଲପୁର ମହାନଗର ନିଗମ ହୀରାକୁଦ ସ୍ଥିତ ଥାନାପଡ଼ା ପୁରୁଣା ବନ୍ଧର ପୁନରୁଦ୍ଧାର ସହ ସୌନ୍ଦର୍ୟକରଣ ପାଇଁ ଶୁକ୍ରବାର ଜନ ସାଧାରଣଙ୍କ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ମହାନଗର ନିଗମ କମିଶନର ପ୍ରଦୀପ ସାହୁଙ୍କୁ ସାକ୍ଷାତ କରି ଆବେଦନ ପତ୍ର ଦିଆଯାଇଥିଲା I ସମାଜ ସେବୀ କାର୍ତ୍ତିକ କଲେଟଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀରେ ଅଶୋକ ମହାରଣା , ଶଙ୍କର ବାରିକ , ମୋହନ କୁମାର ସାହୁ , ବିଭୁଦତ୍ତ କୌଶଳ , ସୁନିଲ ସେଟ୍ ପ୍ରମୁଖ ସାମିଲ ଥିଲେ I

୫ ଜଣ ସମାଜସେବୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର Iସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ସମ୍ବଲପୁର ଜଙ୍ଗଲ ବିଭାଗର ପ୍ରେକ୍ଷIଳୟ ଠାରେ ଡି.ଏଫ୍...
07/07/2023

୫ ଜଣ ସମାଜସେବୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର I
ସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ସମ୍ବଲପୁର ଜଙ୍ଗଲ ବିଭାଗର ପ୍ରେକ୍ଷIଳୟ ଠାରେ ଡି.ଏଫ୍.ଓ. ବିଶ୍ଵନାଥ ନୀଳାମ୍ବରଙ୍କ ସଭାପତିତ୍ବରେ ୭୪ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବାର୍ଷିକ ସମୀକ୍ଷା ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜିଲ୍ଲାପାଳ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଆର୍. ସି. ସି. ଏଫ୍. ଟି. ଅଶୋକ କୁମାର ବିଶିଷ୍ଟ ଅତିଥି ପି. ଏମ. ସି. ପରାମର୍ଶଦାତା କୃଷ୍ଣ କୁମାର କେ ନାଭାଲାଡି, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ ଏବଂ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ବାଓ ଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ୫ ଜଣ ସମାଜସେବୀ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଥିଲେ ।ପୁରସ୍କୃତ ପ୍ରକୃତି ବନ୍ଧୁଙ୍କ ଭିତରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ତୃତୀୟ ଥର ପାଇଁ ଏହି ସମ୍ମାନ ପାଇଥିବାବେଳେ ତୁଳସୀ ମଞ୍ଜରୀ ବହିଦାର, ପ୍ରଦ୍ୟୁମ୍ନ ବିଶି , ଦେବାଶିଷ ସାହୁ ଓ ସୁନନ୍ଦା ଚାନ୍ଦ ଙ୍କୁ ଅତିଥି ଗଣ ମାନପତ୍ର ଓ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରି ସମ୍ମାନିତ କରିଥିଲେ । ପୁରସ୍କୃତ ହେବା ପରେ ପୁରସ୍କାର ପାଉଥବା ବ୍ୟକ୍ତିତ୍ଵଙ୍କ ପକ୍ଷରୁ ଏହାର ଉତ୍ତରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାୟକ ଜିଲ୍ଲାରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗର ଅଧିକ ସହଯୋଗ କାମନା କରିଥିଲେ । ଏଥି ସହ ୭ ଜଣ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ମଧ୍ୟ ସମ୍ମାନ ପତ୍ର ଦିଆଯାଇଥିଲା I ସମ୍ବଲପୁର ଡିଭିଜନର ଅଢାପଡା ବନ ସୁରକ୍ଷା ସମିତିକୁ ଆଜି ରାଜ୍ୟ ସ୍ତରରେ ବିଜୁ ପଟ୍ଟନାୟକ ପୁରସ୍କାର ମିଳି ଥିବାରୁ କରତାଳି ଦେଇ ସ୍ୱାଗତ କରାଯାଇଥିଲା । ଏହା ପୂର୍ବରୁ ସମସ୍ତ ଅତିଥି ଓ ପୁରସ୍କୃତ ବ୍ୟକ୍ତିତ୍ଵ ଗଣ ବୃକ୍ଷ ରୋପଣ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଆୟୋଜିତ ପ୍ରଦର୍ଶନୀ କୁ ମଧ୍ୟ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଉମାକାନ୍ତ ପୋଢ଼ ସଂଯୋଜନା କରିଥିବାବେଳେ ଶେଷରେ ଏସ. ଇ.ଏଫ୍. ତେଜରାଜ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ହୀରାଖଣ୍ଡ ରାଜ୍ୟ ଦାବୀରେ ରାଜଧାନୀ ଭୁବନେଶ୍ୱର ଠାରେ ଗଣଧାରଣା ଦେବ ହୀରାଖଣ୍ଡ ସାମ୍ମୁଖ୍ୟ Iସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ହୀରାଖଣ୍ଡ ସ...
07/07/2023

ହୀରାଖଣ୍ଡ ରାଜ୍ୟ ଦାବୀରେ ରାଜଧାନୀ ଭୁବନେଶ୍ୱର ଠାରେ ଗଣଧାରଣା ଦେବ ହୀରାଖଣ୍ଡ ସାମ୍ମୁଖ୍ୟ I
ସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ହୀରାଖଣ୍ଡ ସାମ୍ମୁଖ୍ୟର ଏକ ସଭା ଓଡିଶା ସାଂସ୍କୃତିକ ସମାଜ ହଲ ଠାରେ ସଭାପତି ଡ଼. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସ୍ୱତନ୍ତ୍ର ହୀରାଖଣ୍ଡ ରାଜ୍ୟ ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ଦାବୀ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା l ଗ୍ରାମାଞ୍ଚଳକୁ ଯାଇ ଅଧିକ ସଭାସମିତିର ଆୟୋଜନ, ହୀରାଖଣ୍ଡର ସମସ୍ତ ଜିଲ୍ଲା ମାନଙ୍କରେ ପୋଷ୍ଟର ଲଗେଇବା ଓ ପ୍ରଚାରପତ୍ର ବlଣ୍ଟିବା, ଅଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣି ହୀରାଖଣ୍ଡ ସମ୍ମାନ ଦେବା ପ୍ରଭୁତି ଦିଗ ମାନଙ୍କ ଉପରେ ସଭ୍ୟମାନେ ବ୍ୟାପକ ଆଲୋଚନା କରି ନିଜ ନିଜର ମତାମତ ରଖିଥିଲେ l ଦାବି ଗୁଡିକ ଅଧିକ ଦୃଢ଼ୀଭୁତ କରିବା ପାଇଁ ବିଧାନସଭା ଚାଲୁଥିବା ସମୟରେ ରାଜଧାନୀ ଭୁବନେଶ୍ୱର ଠାରେ ଏକ ଗଣ ଧାରଣା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହି ସଭାରେ ସର୍ବଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା, ଅରବିନ୍ଦ ମହାପାତ୍ର, ତ୍ରିବିକ୍ରମ ପ୍ରଧାନ, ପ୍ରଫୁଲ୍ଲ ହୋତା, ଅଶୋକ କୁମାର ମିଶ୍ର, ନଟୁ ଗୋପାଳ ପାତ୍ର, ନରେନ୍ଦ୍ର ପାଣିଗ୍ରାହୀ, ରାମାନୁଜ ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର, ବୋଧରାମ ଦାଶ, ଅରବିନ୍ଦ ନାୟକ, ହରି ଶଙ୍କର ପଣ୍ଡା, ସବ୍ୟସାଚୀ ମିଶ୍ର, ତାପସ କୁମାର ଦାସ, ଲୋକନାଥ ପାଣ୍ଡେ, ତର୍ପଣ ପ୍ରଧାନ, କୈଳାଶ ମିସ୍ତ୍ରୀ, ଅଶ୍ୱିନୀ କୁମାର ଆଚାର୍ଯ୍ୟ, ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଶେଷରେ ଉପସଭାପତି ପ୍ରଶାନ୍ତ ପାଟ୍ଟଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ I

କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ନୂତନ ପୋର୍ଟାଲ ଲୋକାର୍ପିତ Iଭୁବନେଶ୍ୱର /ସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ସାମ୍ବାଦିକ ସ୍ବାସ୍...
07/07/2023

କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ନୂତନ ପୋର୍ଟାଲ ଲୋକାର୍ପିତ I
ଭୁବନେଶ୍ୱର /ସମ୍ବଲପୁର,୦୭/୦୭(ଭୂମି ଏକ୍ସପ୍ରେସ୍): ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ନୂତନ ପୋର୍ଟାଲକୁ ଆଜି ରାଜଧାନୀ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି I ସାମ୍ବାଦିକ ମାନଙ୍କୁ ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ଆଉ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ I ଭିସି ଜରିଆରେ ପୋର୍ଟାଲର ଲୋକାର୍ପଣ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ I ୫ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି I ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକମାନେ ଅନଲାଇନରେ ବୀମା ଓ ଅନ୍ୟ ସୁବିଧା ପାଇପାରିବେ I ଆଜିର ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ଓ ଉତ୍କଳ ପ୍ରସଙ୍ଗ ତଥା ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଏହିଅବସରରେ ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାପାଳଙ୍କ ସଂମ୍ବିଳନୀ କକ୍ଷ ଠାରେ ଆଜି ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା I ଅତିରିକ୍ତ ଜ଼ିଲ୍ଲାପାଳ ଉମାକାନ୍ତ ରାଜ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଙ୍କ ସମେତ ଜ଼ିଲ୍ଲାରେ କର୍ତ୍ତବ୍ୟରତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ I

ଆଜିର ରାଶିଫଳ: ଶୁକ୍ରବାର (୦୭ ଜୁଲାଇ ୨୦୨୩)ମେଷ: ପରିବାରକୁ ଯୋଡ଼ି ରଖିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ। ବଡ଼ ଭାଇ ସହିତ ଜମି ନେଇ ଆଲୋଚନା ...
07/07/2023

ଆଜିର ରାଶିଫଳ: ଶୁକ୍ରବାର
(୦୭ ଜୁଲାଇ ୨୦୨୩)

ମେଷ: ପରିବାରକୁ ଯୋଡ଼ି ରଖିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ। ବଡ଼ ଭାଇ ସହିତ ଜମି ନେଇ ଆଲୋଚନା କରିବେ। ଆପଣଙ୍କର ବିଚାର ପାଇଁ ସମାଜରେ ଭିନ୍ନ ପରିଚୟ ସୃଷ୍ଟି ହେବ।

ବୃଷ: ଆପଣ ବଡ଼ ଉପଲବ୍ଧି ହାସଲ କରିବେ। ବ୍ୟବସାୟରେ ଲାଗି ରହିଥିବା ଝଞ୍ଜଟ ଦୂର ହୋଇଯିବ। ବନ୍ଧୁ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଅଧୁରା କାମ ପୂରା ହୋଇଯିବା ଯୋଗୁଁ ମାନସିକ ଶାନ୍ତି ମିଳିବ। କାମ କରିବାର ନୂଆ ପଦ୍ଧତି ନେଇ ବିଚାର କରିବେ। ଆପଣଙ୍କର ବ୍ୟବସାୟିକ ଯୋଜନା ସଫଳ ହେବ।

କର୍କଟ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶତ୍ରୁ ଆପଣଙ୍କ ଯୋଜନାରେ ପ୍ରଭାବିତ ହେବେ। ଅଫିସରେ କାମକୁ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ। ଛାତ୍ରୀଙ୍କୁ ପରିଶ୍ରମର ଭଲ ଫଳ ମିଳିବ।

ସିଂହ: କଠିନ ପରିସ୍ଥିତିରେ ପରିବାର ଲୋକଙ୍କର ସହଯୋଗ ପାଇବେ। ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା କରନ୍ତୁ ନାହିଁ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ମିଳିପାରେ।

କନ୍ୟା: କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଡାକ୍ତରୀ ଛାତ୍ର ବରିଷ୍ଠଙ୍କ ସାହାଯ୍ୟ ପାଇବେ।

ତୁଳା: ଆପଣ ସମ୍ମାନିତ ଲୋକଙ୍କର ସ୍ନେହ ପାଇବେ। କାମ କରିବା ପୂର୍ବରୁ ସାଙ୍ଗର ପରାମର୍ଶ ନିଅନ୍ତୁ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବେକାରଙ୍କୁ ଚାକିରି ସୁଯୋଗ ମିଳିବ।

ବିଛା: ଆପଣ କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ ଶିଖିବେ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।

ଧନୁ: ଘରକୁ କୌଣସି ବନ୍ଧୁ ଆସିବେ। ପରିବାରରେ ଖୁସିର ପରିବେଶ ରହିବ। କାମ ନେଇ ବଡ଼ଙ୍କର ପରାମର୍ଶ ପାଇବେ। ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଆପଣ ବ୍ୟସ୍ତତାରୁ ବାହାରି ପରିବାର ପାଇଁ କିଛି ସମୟ ଦିଅନ୍ତୁ। ଅଫିସରେ ନିଜର କାମ ମନପ୍ରାଣ ଢାଳି କରିବେ। ବସ୍ତ୍ର ବ୍ୟବସାୟୀଙ୍କୁ ଲାଭ ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।

କୁମ୍ଭ: ଆପଣ କୌଣସି ସମାରୋହରେ ସାମିଲ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ଛାତ୍ରଛାତ୍ରୀ ନିଜ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।

ମୀନ: ଅଚିହ୍ନା ବ୍ୟକ୍ତିଙ୍କ ଉପରେ ଅଧିକ ବିଶ୍ବାସ କରନ୍ତୁ ନାହିଁ, କ୍ଷତି ହୋଇପାରେ। ପରିବାର ସହିତ ସିନେମା ଦେଖିବାର ଯୋଜନା କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

"ଅମର ସେବା ଦିବସ" ପାଳିତ, ପଂଚାୟତ ସ୍ତରରେ ହେବ "ସେବା"ର ସଂଗଠନ Iସମ୍ବଲପୁର,୦୬/୦୭(ଭୂମି ଏକ୍ସପ୍ରେସ୍): ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସ...
06/07/2023

"ଅମର ସେବା ଦିବସ" ପାଳିତ, ପଂଚାୟତ ସ୍ତରରେ ହେବ "ସେବା"ର ସଂଗଠନ I
ସମ୍ବଲପୁର,୦୬/୦୭(ଭୂମି ଏକ୍ସପ୍ରେସ୍): ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ସେବା"ର ପ୍ରତିଷ୍ଠା ଦିବସ ଓ ଅମର ସେବା ଦିବସ ଧନୁପାଲି ସ୍ଥିତ ମହାବୀର ପଡାରେ ପାଳନ ହୋଇଯାଇଛି I ପ୍ରତିବର୍ଷ ଜୁନ୍ ୨୬ ତାରିଖରେ "ସେବା"ର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବାବେଳେ ଜୁଲାଇ ୪ ତାରିଖରେ ସେବାର ଅଧ୍ୟକ୍ଷ ଡକ୍ଟର ଅମର ତାଣ୍ଡିଆଙ୍କ ଜନ୍ମଦିନକୁ "ଅମର ସେବା ଦିବସ" ଭାବେ ପାଳନ କରାଯାଇଆସୁଛି I ତେବେ ଚଳିତ ବର୍ଷ ଜୁଲାଇ ୪ ତାରିଖରେ "ସେବା" ର ପ୍ରତିଷ୍ଠା ଦିବସ ଓ ଅମର ସେବା ଦିବସ ପାଳନ କରିବା ପାଇଁ ରେଙ୍ଗାଲିରେ ଥିବା ସେବା ସଦସ୍ୟ ନିଷ୍ପତ୍ତି ନେଇଥିଲେ I ଫଳରେ ମଙ୍ଗଳବାର ରାତ୍ରି ସମୟରେ ଆଡମ୍ବରପୂର୍ଣ୍ଣ ଭାବରେ ଉଭୟ ଦିବସକୁ ପାଳନ କରାଯାଇଥିଲା I ରେଙ୍ଗାଲିରେ ଥିବା ସେବାର କର୍ମକର୍ତ୍ତାଙ୍କ ଦ୍ବାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ସଭାପତି ସାମ୍ବାଦିକ ହିମାଂଶୁ ମିଶ୍ର, ନିଶାନଭଙ୍ଗା ସରପଂଚ ସରୋଜ ମେହେର, ବରିଷ୍ଠ ସାମ୍ବାଦିକ ସରୋଜ ସାହୁ, ସକାଳ ଓ ନନ୍ଦିଘୋଷ ଟିଭି ସମ୍ବଲପୁର ଶାଖା ପରିଚାଳକ ନରୋତ୍ତମ ଗୁରୁ, ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ସାମ୍ବଦିକ ସୁଶାନ୍ତ ମହାପାତ୍ର, ସାମ୍ବାଦିକ ଗୁଣମଣି ବିଶ୍ବାଲ, ସମାଜସେବୀ କାର୍ତ୍ତିକ କଲେତ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ବାରା ମାଁ ସମଲେଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା I ଏହାପରି ସେବା ସଂଗଠନର ଏକ ଜର୍ସି ଉନ୍ମୋଚନ କରାଯାଇଥିଲା | ପରେ ପ୍ରତିଷ୍ଠା ଦିବସ ଓ ଜନ୍ମଦିବସ ଅବସରରେ ସଦସ୍ୟ ଓ ପ୍ରଶଂସକଙ୍କ ଦ୍ବାରା କେକ୍ କଟାଯାଇଥିଲା | ତେବେ ସେବାର ଏ ଯାତ୍ରାରେ ସେବା ତାର ନାଁର ସାର୍ଥକତା ପ୍ରତିପାଦନ କରୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ I ବିଭିନ୍ନ ସମାଜସେବା କ୍ଷେତ୍ରରେ ସେବାର ଯୋଗଦାନ ତଥା ଲମ୍ବାପଥର ଯାତ୍ରାକୁ ଅତିଥିମାନଙ୍କ ସମ୍ମୁଖରେ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର ପଠନ କରିଥିଲେ I ତେବେ ଆଗକୁ ରେଙ୍ଗାଲି ଅଂଚଳରେ ଅତିଶୀଘ୍ର ପ୍ରତି ପଂଚାୟତରେ ସେବାର ପଂଚାୟତ ସ୍ତରୀୟ ସଂଗଠନ କରାଯିବ ବୋଲି ବୈଠକରେ ସୂଚନା ଦେଇଛନ୍ତି ସେବାର ଅଧ୍ୟକ୍ଷ ଡକ୍ଟର ଅମର ତାଣ୍ଡିଆ I ଆଗାମୀ ଦିନରେ ଆପଣ ମାନେ ହିଁ ସେବାକୁ ଆଗକୁ ନେବେ ଓ ସାହସ ଦେବେ ବୋଲି ଅଧ୍ୟକ୍ଷ ଅମର ତାଣ୍ଡିଆ କହିଛନ୍ତି I ଏହା ସହ ରକ୍ତଦାନ କ୍ଷେତ୍ରରେ ସେବାର ଭୂମିକାକୁ ପ୍ରତ୍ୟେକ ଅତିଥି ଓ ଉପସ୍ଥିତ ରେଙ୍ଗାଲିବାସୀ ଭୁରି ଭୁରି ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ମୁଦୁଲି, ମଞ୍ଜୁ ଓରାମ, ଚିତ୍ତରଂଜନ ରାଉଲ, ସୁପ୍ରିତ ନାୟକ,ବିଭୁଦତ୍ତ ଦାସ, ସଂଜୟ ଓରାମ, ଉତ୍ତମ ବାଗ, ଓ ସେବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I

ଆଜିର ରାଶିଫଳ: ଗୁରୁବାର (୦୬ ଜୁଲାଇ ୨୦୨୩)ମେଷ: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ନୂଆ ବ୍ୟବସାୟ କରିବା...
06/07/2023

ଆଜିର ରାଶିଫଳ: ଗୁରୁବାର
(୦୬ ଜୁଲାଇ ୨୦୨୩)

ମେଷ: ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ନୂଆ ବ୍ୟବସାୟ କରିବା ନେଇ ଚିନ୍ତା କରିବେ। କୌଣସି ପାରିବାରିକ ସମାରୋହକୁ ଯିବେ।

ବୃଷ: ଧର୍ମକାର୍ଯ୍ୟ ଆଡ଼କୁ ଧ୍ୟାନ ଆକର୍ଷିତ ହେବ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ଉତ୍ତମ ସାବ୍ୟସ୍ତ ହେବ। ଧନପ୍ରାପ୍ତି ପାଇଁ ଭଲ ଯୋଗ ଅଛି। ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ମିଥୁନ: ଅନ୍ୟମାନଙ୍କର ସହଯୋଗ ପାଇବେ। ଅଫିସରେ ଆପଣଙ୍କୁ ନୂଆ ପ୍ରକଳ୍ପର ଦାୟିତ୍ବ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କର୍କଟ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ବଡ଼ ଉଦ୍ୟୋଗରୁ ଚାକିରି ପାଇଁ ଡାକରା ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ସିଂହ: ଅଶାନ୍ତି ଦୂର ହେବ। କାମରେ ସଫଳ ହେବେ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ପାରିବାରିକ ଦାୟିତ୍ବ ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

କନ୍ୟା: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ତୁଳା: ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କୌଶଳରେ କାମ କରି ସଫଳତା ପାଇବେ। ସହପାଠୀ ଆପଣଙ୍କୁ ମନର କଥା କହିବେ।

ବିଛା: ଆପଣଙ୍କ ଇଚ୍ଛା ପୂରଣ ହେବ। ଅଫିସରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିବ। କାରବାରରେ ଭାଇର ସହଯୋଗ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।

ଧନୁ: ଭାବିଥିବା କାମ ନିଜ ସାମର୍ଥ୍ୟ ବଳରେ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।

ମକର: ପରିଜନଙ୍କ ସହିତ ଭଲ ସାମଞ୍ଜସ୍ୟ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ।

କୁମ୍ଭ: ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ନୂଆ ବ୍ୟବସାୟ କରିବାକୁ ମନ ସ୍ଥିର କରିବେ। ଘର ପାଇଁ ନୂଆ ସାମଗ୍ରୀ କିଣିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।

ମୀନ: ପ୍ରତିଭା ବିକଶିତ କରିବା ପାଇଁ ମଉକା ପାଇବେ। କାରବାରରେ ସବୁ ବାଧା ଦୂର ହେବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଆଜିର ରାଶିଫଳ: ବୁଧବାର (୦୫ ଜୁଲାଇ ୨୦୨୩)ମେଷ: କାମର ବୋଝ ବଢ଼ିପାରେ। ଶାନ୍ତିରେ କାମ କରନ୍ତୁ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବା...
05/07/2023

ଆଜିର ରାଶିଫଳ: ବୁଧବାର
(୦୫ ଜୁଲାଇ ୨୦୨୩)

ମେଷ: କାମର ବୋଝ ବଢ଼ିପାରେ। ଶାନ୍ତିରେ କାମ କରନ୍ତୁ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ନବବିବାହିତଙ୍କ ଜୀବନରେ ଖୁସି ବଢ଼ିବ। ଚାକିରିରେ ଦରମା ବଢ଼ିପାରେ।

ବୃଷ: ଅନ୍ୟମାନଙ୍କ ଉପରେ ଆପଣଙ୍କର ଭଲ ପ୍ରଭାବ ପଡ଼ିବ। ପାରିବାରିକ ଆୟ ବଢ଼ିପାରେ। ଘରର ଦରକାରୀ ଜିନିଷ କିଣିବା ପାଇଁ ସହରକୁ ଯିବେ। ଆପଣଙ୍କୁ ପରିଶ୍ରମର ପୁରସ୍କାର ମିଳିବ।

ମିଥୁନ: ଜୀବନସାଥୀଙ୍କ ସହଯୋଗ ପାଇବେ। ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବେପାରରେ ଭଲ ଲାଭ ହେବ। କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କର୍କଟ: ଓକିଲଙ୍କ ଲାଗି ଦିନଟି ଭଲ। ଗ୍ରାହକଙ୍କ ଦ୍ବାରା ଭଲ ଧନଲାଭ ହେବ। ପାରିବାରିକ ମାମଲା ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ସିଂହ: ନୃତ୍ୟ ସଙ୍ଗୀତ ଶିକ୍ଷା ଆରମ୍ଭ କରିବା ପାଇଁ ଦିନଟି ଭଲ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରିୟଜନ ଆପଣଙ୍କୁ ବାହାରକୁ ବୁଲି ଯିବାକୁ କହିବେ।

କନ୍ୟା: କୌଣସି କାମ ସୁଖଦ ପରିଣାମ ନେଇ ଆସିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଭଲ ବେପାର ହୋଇପାରେ। ଆପଣଙ୍କର ମାନ ସମ୍ମାନ ବଢ଼ିବ।

ତୁଳା: ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ପ୍ରାପ୍ତିର ସାଧନରେ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ବଢ଼ିଆ ଜମି ଭଲ ଦାମରେ ମିଳିଯିବ। ପରୀକ୍ଷାରେ ଭଲ ପରିଣାମ ପାଇବେ।

ବିଛା: କ୍ୟାରିୟର ସମ୍ପର୍କିତ ଭଲ ଖବର ପାଇବେ। ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟିକ କାରଣରୁ ପରିଶ୍ରମ ଓ ଯାତାୟାତ ବଢ଼ିବ।

ଧନୁ: ଘରର ପରିବେଶ ଭଲ ରହିବ। ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ। ସମାଜରେ ଆପଣଙ୍କର ପ୍ରଶଂସା ହେ‌ବ। ବେପାରରେ ଲାଭ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

ମକର: ନିଜ କାମରେ ଅଧିକ ବ୍ୟସ୍ତ ରହିପାରନ୍ତି। କିଛି ନୂଆ ଲୋକଙ୍କ ସହିତ ସମ୍ପର୍କ ଗଢ଼ିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କୁମ୍ଭ: ନିତିଦିନିଆ କାମରେ ମନ କମ୍‌ ଲାଗିବ। ରାଜନୀତିରେ ଥିବା ଲୋକଙ୍କୁ ବଡ଼ ଦାୟତ୍ବ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମୀନ: ଆପଣ ଭିନ୍ନ ଭୂମିକା ନିର୍ବାହ କରିବେ। ଆପଣଙ୍କ ବ୍ୟାବସାୟିକ କୌଶଳ ଫଳପ୍ରଦ ସାବ୍ୟସ୍ତ ହେବ। ଆୟ ବଢ଼ାଇବା ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ଜାଣନ୍ତୁ, ଏ ସପ୍ତାହର ରାଶିଫଳ Iମେଷ:ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଆରମ୍ଭ କରନ୍ତୁ ଲାଭଦାୟକ ରହିବ। ବୁଧ ଓ ଗୁରୁବାର: ଜୀବନସାଥୀ ସହ ସମ୍ବନ...
02/07/2023

ଜାଣନ୍ତୁ, ଏ ସପ୍ତାହର ରାଶିଫଳ I

ମେଷ:
ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଆରମ୍ଭ କରନ୍ତୁ ଲାଭଦାୟକ ରହିବ। ବୁଧ ଓ ଗୁରୁବାର: ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ଶୁକ୍ର ଓ ଶନିବାର: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ।

ବୃଷ:
ରବି, ସୋମ ଓ ମଙ୍ଗଳବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବୁଧ, ଗୁରୁବାର: ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ। ଶୁକ୍ର ଓ ଶନିବାର: କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ।

ମିଥୁନ:
ରବି, ସୋମ ଓ ମଙ୍ଗଳବାର: ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ବୁଧ ଓ ଗୁରୁବାର: ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁକ୍ର ଓ ଶନିବାର: ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ।

କର୍କଟ:
ରବି, ସୋମ ଓ ମଙ୍ଗଳବାର: ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବୁଧ ଓ ଗୁରୁବାର: ପ୍ରୟାସରେ ଭଲ ପରିଣାମ ପାଇବେ। ଶୁକ୍ର ଓ ଶନିବାର: କାନୁନ୍‌ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ।

ସିଂହ:
ରବି, ସୋମ ଓ ମଙ୍ଗଳବାର: ଅନ୍ୟର ପ୍ରେରଣା ନେଇ କାମ କରନ୍ତୁ। ବୁଧ ଓ ଗୁରୁବାର: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଶୁକ୍ର ଓ ଶନିବାର: ବୈବାହିକ ଜୀବନ ସୁଖମୟ ରହିବ।

କନ୍ୟା:
ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବେ। ବୁଧ ଓ ଗୁରୁବାର: ସମୟ ସୁଖ ଓ ଶାନ୍ତିପୂର୍ବକ ବିତିବ। ଶୁକ୍ର ଓ ଶନିବାର: ସମାଜ କାମ ପାଇଁ ପ୍ରସିଦ୍ଧି ବଢ଼ିବ।

ତୁଳା:
ରବି, ସୋମ ଓ ମଙ୍ଗଳବାର: କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ବୁଧ ଓ ଗୁରୁବାର: ରାଜନୀତିରେ ଆର୍ଥିକ ଲାଭ ହେବ। ଶୁକ୍ର ଓ ଶନିବାର: କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ।

ବିଛା:
ରବି, ସୋମ ଓ ମଙ୍ଗଳବାର: ବ୍ୟବସାୟରେ ପୁଞ୍ଜି ଲଗାଇବେ। ବୁଧ ଓ ଗୁରୁବାର: କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଶୁକ୍ର ଓ ଶନିବାର: ଧର୍ମକାର୍ଯ୍ୟ ଆଡ଼କୁ ମନ ବଳିବ।

ଧନୁ:
ରବି, ସୋମ ଓ ମଙ୍ଗଳବାର: ଉପାର୍ଜନ ପାଇଁ ନୂଆ ଜ୍ଞାନ ପାଇବେ। ବୁଧ ଓ ଗୁରୁବାର: ଜମି ମାମଲାର ସମାଧାନ ହେବ। ଶୁକ୍ର ଓ ଶନିବାର: ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।

ମକର:
ରବି, ସୋମ ଓ ମଙ୍ଗଳବାର: ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ। ବୁଧ ଓ ଗୁରୁବାର: ଜୀବନରେ ଖୁସିର ଆଗମନ ହେବ। ଶୁକ୍ର ଓ ଶନିବାର: ସରକାରୀ କାମରେ ସଫଳତା ପାଇବେ।

କୁମ୍ଭ:
ରବି, ସୋମ ଓ ମଙ୍ଗଳବାର: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ବୁଧ ଓ ଗୁରୁବାର: କୋର୍ଟ କଚେରିରେ କିଛି ବାଧା ଆସିପାରେ। ଶୁକ୍ର ଓ ଶନିବାର: ନୂଆ କୌଶଳ ଶିଖିବେ।

ମୀନ:
ରବି, ସୋମ ଓ ମଙ୍ଗଳବାର: ନୂଆ କାମ କରିବା ପାଇଁ ଭାବିବେ। ବୁଧ ଓ ଗୁରୁବାର: ଜୀବନ ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

Address

Sambalpur

Telephone

094382 46501

Website

Alerts

Be the first to know and let us send you an email when BHUMI EXPRESS posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BHUMI EXPRESS:

Share