03/08/2024
ସୋନପୁର,ତା ୦୧/୮/୨୪ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନଠାରେ ତନୁଶାନ୍ ପରିବାର ଆନୁକୂଲ୍ୟରେ ସମ୍ବଲପୁରୀ ଦିନ୍ ପାଳନ ।
*ମଞ୍ଚାସୀନ ଅତିଥି*
ମୁଖ୍ୟ ଅତିଥି -ଅନ୍ୟା ଦାସ, ଜିଲ୍ଲାପାଳ, ସୁବର୍ଣ୍ଣପୁର
ସଭାପତି - ଶ୍ରୀଧର ବାଗ୍
ସମ୍ମାନୀତ ଅତିଥି - ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସଁସ୍କୃତି ଅଧିକାରୀ
ଡଃ ଜ୍ୟୋତି ରଞ୍ଜନ ବହିଦାର, ତନୁଶାନ୍ ପରିବାର ସମ୍ପାଦିକା କଳ୍ପନା ବିଭାର, ନୀଳାମ୍ବର ଶତପଥି ଓ ଶାନ୍ତନୁ କୁମ୍ଭକାର
କାର୍ଯ୍ୟକ୍ରମ- ପ୍ରଥମେ ସତ୍ୟନାରାୟଣ ବହିଦାରଙ୍କ ନାତିନାତୁଣୀମାନେ ଅରୁଣ ବହିଦାର,ରୀତା ବହିଦାର ଓ ଗୀତା ବହିଦାର ଉଦ୍ଘାଟନ କରିଥିଲେ ।
ସମ୍ବଲପୁରୀ ରାମ୍ପ ସୋ, ସମ୍ବଲପୁରୀ ନୃତ୍ୟ ପ୍ରତିଯୋଗିତା, *ସତ୍ୟନାରାୟଣ ବହିଦାର ଓ ସମ୍ବଲପୁରୀ ଦିନ୍* ବିଷୟରେ ଆଲୋଚନା ଚକ୍ର-
ଆଲୋଚକ-ଐତିହାସିକ ସୁଦାମ ନାଏକ, ପ୍ରାଧ୍ୟାପକ ଡଃ ଜ୍ୟୋତି ରଞ୍ଜନ ବହିଦାର ଓ ଯୁଧିଷ୍ଠିର ଖମାରୀ ।
କବିତା ପାଠ- କବି ଡଃ ଆର୍ତ୍ତତ୍ରାଣ ବାବୁ, ଡଃ ଅନିରୁଦ୍ଧ କୁରକୁରିଆ, ଅଦ୍ଵୈତ କୁମାର ପଣ୍ଡା, ସସ୍ମିତା ମେହେର, ଗୀତାଞ୍ଜଳି ମିଶ୍ର, ବନବାସ ମେହେର ଓ ଯୁଧିଷ୍ଠିର ବାରିକ ।
ନାଁ କରା କଳାକାରମାନଙ୍କଦ୍ବାରା
ସମ୍ବଲପୁରୀ ଗୀତ ଓ ପଏଁରି, ସୋନପୁର, ବଜାଶାଲ୍ ବଲାଙ୍ଗିର ଓ ଭୀମ ଭୋଇ କଳା ପରିଷଦ,ବୀର ମହାରାଜପୁରର ଦଳଗତ ନୃତ୍ୟ ପରିବେଷଣ ।
ପ୍ରଥମ କରି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିରେ *ସତ୍ୟନାରାୟଣ ବହିଦାର କୋଶଲି/ସମ୍ବଲପୁରୀ ସାହିତ୍ୟ ସମ୍ମାନ* ରେ କବି ଶ୍ରୀଧର ବାଗ୍ଙ୍କୁ ମୁଖ୍ୟ ଅତିଥି ଅନ୍ୟା ଦାସ, ଜିଲ୍ଲାପାଳ, ସୁବର୍ଣ୍ଣପୁର ସମ୍ବର୍ଧିତ କରିଥିଲେ । ରାମ୍ପ୍ ଶୋ ଏବଂ ସମ୍ବଲପୁରୀ ନୃତ୍ୟ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଲକ୍ଷ୍ମୀନାରାୟଣ ସାହୁ । ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ ।ଶେଷରେ ତନୁଶାନ୍ ପରିବାରର ଉପଦେଷ୍ଟା ଶାନ୍ତନୁ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।