Khabar Titilagarh

Khabar Titilagarh ସତ୍ୟତାର ସନ୍ଧାନ ରେ ଗାଁ ଠୁ ସହର

30/11/2021
ଆରପାରିରେ ବଲାଙ୍ଗିର ସାମ୍ୱାଦିକ ଜଗତର ଭୀଷ୍ମ ପିତାମହ....ସତ୍ୟନାରାୟଣ ବେହେରା । ବର୍ଷୀୟାନ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ପରଲୋକ ହୋଇଛି...
29/11/2021

ଆରପାରିରେ ବଲାଙ୍ଗିର ସାମ୍ୱାଦିକ ଜଗତର ଭୀଷ୍ମ ପିତାମହ....ସତ୍ୟନାରାୟଣ ବେହେରା ।

ବର୍ଷୀୟାନ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା।
ଗତକିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ସେ ପ୍ରତିଦିନ ଓ ନିଯୁକ୍ତି ଖବରରେ କାମ କରୁଥିଲେ। ସେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ଅନେକ ସାମ୍ବାଦିକଙ୍କ ପାଇଁ ପ୍ରେରଣା ଥିଲେ। ବୟସ ୮୦ ଡେଇଁ ଥିଲେ ମଧ୍ୟ ସେ ସବୁ ପ୍ରକାର କାର୍ଯ୍ୟକ୍ରମରେ ଯୋଗ ଦେଇ ରିପୋର୍ଟିଂ କରୁଥିଲେ।ତାଙ୍କ ପରଲୋକରେ ଜିଲ୍ଲା ସାମ୍ବାଦିକ ସଂଘ ଗଭୀର ଦୁଃଖ ପ୍ରକାଶ କରିଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।ତାଙ୍କ ବିୟୋଗ ସାମ୍ୱାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ।

21/11/2021

#ଚା_ଦୋକାନୀଙ୍କ_ମଣିଷପଣିଆ
ଖୋଲା ଆକାଶ ତଳେ ଚା ଦୋକାନ ଖୋଲି ଜୀବିକା ପ୍ରତିପୋଷଣ କରନ୍ତି ବଲାଙ୍ଗୀର ଟିଟିଲାଗଡ଼ର ବନମାଳୀ ବେହେରା । ବୃତ୍ତିରେ ସେ ଜଣେ ଚା ଦୋକାନୀ ହେଲେହେଁ ନିଶା ତାଙ୍କର ସମାଜ ସେବା ।

Address

Titlagarh

Website

Alerts

Be the first to know and let us send you an email when Khabar Titilagarh posts news and promotions. Your email address will not be used for any other purpose, and you can unsubscribe at any time.

Share