SatyaBazar only news

  • Home
  • SatyaBazar only news

SatyaBazar only news Satyabazar is a News paper Regd by R.N.I.,New Delhi. It is online information to people's.

ଜିଲ୍ଲା କଂଗ୍ରେସ କମିଟିର  ମଧ୍ୟବର୍ତ୍ତୀକାଳୀନ ସଭାପତି ନିଯୁକ୍ତ।
01/07/2025

ଜିଲ୍ଲା କଂଗ୍ରେସ କମିଟିର ମଧ୍ୟବର୍ତ୍ତୀକାଳୀନ ସଭାପତି ନିଯୁକ୍ତ।

ଜୟ ବଜରଙ୍ଗ ବଲି।
01/07/2025

ଜୟ ବଜରଙ୍ଗ ବଲି।

ଭୁବନେଶ୍ୱର:ଶିଶୁ ସେବିକା ନିଯୁକ୍ତି ନିମନ୍ତେ ବିଜ୍ଞାପନ l ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ପିଲାଙ୍କର ଯତ୍ନ ନିମନ୍ତେ ବିଦ୍ୟାଳୟ ପରିଚାଳନା ...
01/07/2025

ଭୁବନେଶ୍ୱର:ଶିଶୁ ସେବିକା ନିଯୁକ୍ତି ନିମନ୍ତେ ବିଜ୍ଞାପନ l ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ପିଲାଙ୍କର ଯତ୍ନ ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇବେ ଶିଶୁ ସେବିକା।

ଭୁବନେଶ୍ୱର : ରାଜ୍ୟରେ ଭୁଶୁଡ଼ିଛି ସମ୍ପୂର୍ଣ୍ଣ ଆଇନଶୃଙ୍ଖଳା ସ୍ଥିତି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ବିଏମ୍‌ସି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ...
01/07/2025

ଭୁବନେଶ୍ୱର : ରାଜ୍ୟରେ ଭୁଶୁଡ଼ିଛି ସମ୍ପୂର୍ଣ୍ଣ ଆଇନଶୃଙ୍ଖଳା ସ୍ଥିତି। ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ବିଏମ୍‌ସି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଓ ତାଙ୍କୁ ଅପହରଣ ପାଇଁ ଉଦ୍ୟମ କରିବା ଭଳି ଘଟଣା ସାରା ଦେଶରେ ଏବେ ଚହଳ ପକାଇଛି।
ଗତବର୍ଷ ରଥଯାତ୍ରା ସମୟରୁ ଆରମ୍ଭ ହୋଇଥିବା ବିଜେପି କର୍ମୀ ଓ ସମର୍ଥକଙ୍କ ନିୟମ ଭାଙ୍ଗିବା ଧାରା ଇତିମଧ୍ୟରେ ରାଜ୍ୟରେ ଅରାଜକତା ସୃଷ୍ଟି କରିଛି। ଗତବର୍ଷ ରଥଯାତ୍ରା ସମୟରେ ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଆକ୍ରମଣକାରୀ ତଥା ତତ୍‌କାଳୀନ ରାଜ୍ୟପାଳଙ୍କ ପୁଅଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ସାହସ ଜୁଟାଇ ପାରି ନାହାନ୍ତି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି, କଂଗ୍ରେସ ଉଭୟ ବିଧାନସଭା ଓ ରାଜରାସ୍ତାରେ ତୁମ୍ବିତୁଫୋନ କରିବା ସହିତ ବହୁ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ହେଲେ ସରକାର ଏହି ଘଟଣାରେ କେବଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନକୁ କାଗଜକଲମ ଭିତରେ ସୀମିତ ରଖିଦେଇଛନ୍ତି।

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ତଥା ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଘଟଣାର ପ୍ରତିବାଦରେ ଡ଼...
01/07/2025

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ତଥା ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣ ଘଟଣାର ପ୍ରତିବାଦରେ ଡ଼ାକରା ଦିଆଯାଇଥିବା ଦିନିକିଆ ସମୂହ ଛୁଟିକୁ ସ୍ଥଗିତ ରଖିଛି ଓଏଏସ ସଂଘ । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଡିଜି, ଏଜି, ପୁଲିସ କମିଶନର ପ୍ରମୁଖ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସଂଘ ଆସନ୍ତାକାଲି ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି ।
ସଂଘ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାତି ୧୧ଟାରେ ଏକ ଘଣ୍ଟା ଧରି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଶ୍ୱାସନା ଦେଇଛନ୍ତି। ଅପରାଧୀ ଓ ପରଦା ପଛରେ ଥିବା ଅପରାଧୀମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସେମାନଙ୍କୁ ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କଠୋର ଦଣ୍ଡ ଦିଆଯିବ। ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଖୋଜା ଚାଲିଛି। ତେଣୁ ତାଙ୍କ ଉପରେ ବିଶ୍ୱାସ ରଖି ଓଏଏସ୍‌ ଅଧିକାରୀମାନେ ଛୁଟିରେ ନ ଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଆସନ୍ତାକାଲି ସମୂହ ଛୁଟିକୁ ସ୍ଥଗିତ ରଖାଯାଇଛି। ମାତ୍ର ଆସନ୍ତାକାଲି ରାଜ୍ୟ ଓ ଜିଲ୍ଲା ସଂଘର ସଦସ୍ୟମାନେ ଏହି ଘଟଣାକୁ ନିନ୍ଦା କରି ସଂକଳ୍ପ ପଠାଇବେ ବୋଲି ସଂଘ ନିଷ୍ପତ୍ତି ନେଇଛି ।

ଅବସର ପ୍ରାପ୍ତ ଦୁଇ ସରକାରୀ କର୍ମଚାରୀ ଙ୍କୁ ନିଗମାନନ୍ଦ ବିହାର ରେ ସମ୍ବର୍ଧନା ବରଗଡ଼:ସ୍ଥାନୀୟ ନିଗମାନନ୍ଦ ବିହାର ପଡ଼ା ବାସିନ୍ଦା ଅଧ୍ୟାପକ ସ...
30/06/2025

ଅବସର ପ୍ରାପ୍ତ ଦୁଇ ସରକାରୀ
କର୍ମଚାରୀ ଙ୍କୁ ନିଗମାନନ୍ଦ ବିହାର ରେ ସମ୍ବର୍ଧନା

ବରଗଡ଼:ସ୍ଥାନୀୟ ନିଗମାନନ୍ଦ ବିହାର ପଡ଼ା ବାସିନ୍ଦା ଅଧ୍ୟାପକ ସୁଶିଲ କୁମାର ମିଶ୍ର ଓ ଲେବ୍ରୋଟାରୀ ଟେକ୍ନିସିଆନ୍ ଗଗନ ବିହାରୀ ଦାଶ ଙ୍କୁ ନିଗମାନନ୍ଦ ବିହାର ଉନ୍ନୟନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ମିଶ୍ର ସୋନପୁର ଜିଲ୍ଲା ତରଭା ନବୋଦୟ ବିଦ୍ୟାଳୟ ରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଜୁନ ୩୦ ଅବସର ଗ୍ରହଣ କରିଥିବା ବେଳେ ଗଗନ ବିହାରି ଦାସ ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଲେବ୍ରୋଟାରୀ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି ।ତେବେ ନିଗମାନନ୍ଦ ବିହାର ଉନ୍ନୟନ କମିଟି ର ସଭାପତି ସଦାଶିବ ସାହୁ ଉପ ସଭାପତି ଅର୍ଜୁନ ସେଟ୍ ଙ୍କ ତତ୍ବାବଧାନରେ ଅନୁଷ୍ଟିତ ଏକ କାର୍ଯ୍ୟକ୍ରମ ରେ ସମସ୍ତ ପଡ଼ା ବାସୀ ଉପସ୍ଥିତ ରହି ଉଭୟ ସରକାରୀ କର୍ମ ଚାରୀ ଙ୍କ ଅବସର କାଳୀନ ସମୟ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗ...
30/06/2025

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତରେ ଥିବା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଆସୁଥିବା ଦୈତାରୀ ପରିଡ଼ା ସୋମବାର ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଧବ ସାହୁ, ଉପସଭାପତି ମଧୁସ୍ମିତା ଦଳପତି ଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଏବିଇଓ ବଂଶିଧର ସାହୁ, ସମ୍ମାନିତ ଅତିଥି ଭାବେ ଜାର୍ଗୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର କାନ୍ତ ପଣ୍ଡା ଙ୍କ ସମେତ ଆଖ ପାଖ ବିଦ୍ୟାଳୟ ର କେତେକ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତ ଥିଲେ l ବିଦାୟ ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ୩୫ବର୍ଷ ର ଚାକିରୀ କାଳ ମଧ୍ୟରେ ସେ କନ୍ଧମାଳ ଜିଲ୍ଲାର ଦୁଇଟି ବ୍ଲକ୍ ରେ ନିଜର ଶିକ୍ଷକତା ସମୟ ବିତାଇ ଆଜି ଶେଷ ଦିନରେ ବାଲିଗୁଡା ବ୍ଲକ୍ କଲୋନୀରେ କାର୍ଯ୍ୟ ସମାପ୍ତ କରି ନିଜର ବିଭିନ୍ନ ଅନୁଭୁତି ବର୍ଣ୍ଣନା କରିଥିଲେ l

ଘଞ୍ଚ ଜଙ୍ଗଲରେ ମାଓବାଦୀ -ସୁରକ୍ଷା କର୍ମୀ ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ)...
30/06/2025

ଘଞ୍ଚ ଜଙ୍ଗଲରେ ମାଓବାଦୀ -ସୁରକ୍ଷା କର୍ମୀ ଗୁଳି ବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ମାଓ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲା ପୁଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ନିପାତ ହୋଇଛନ୍ତି। ଏଥିସହ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ ମାଓବାଦୀ ଦ୍ଵୟ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କନ୍ଧମାଳ ଜିଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପର ମଙ୍କୁ ଏସିଏମ କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୁଲିସ ପ୍ରାରମ୍ଭିକ ସୂଚନା ପାଇଛି। ଗୁଇନ୍ଦା ସୂଚନା ଅନୁସାରେ, ବାଲିଗୁଡା ଥାନା ଅଧୀନସ୍ତ ଇନ୍ଦ୍ରିସୁଗା ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲା ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଥିଲା। ଏହାପରେ କନ୍ଧମାଳ ଏସପି ହରିଶ ବି.ସିଙ୍କ ନିର୍ଦ୍ଦେଶକ୍ରମେ ଜିଲାର ଡିଭିଏଫ ଯବାନ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଡିଭିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ଚନ୍ଦନଙ୍କ ମୃତ୍ୟୁ ଘଟିଛି। ପୁଲିସ ଉଭୟଙ୍କ ମୃତଦେହ ଜବତ କରିବା ସହ ଅଦ୍ୟାବଧି ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଏସଓ଼ଜି, ଡିଭିଏଫ, ଏବଂ ସିଆରପିଏଫ ର ମିଳିତ ଅପେରସନ ଜୋରଦାର ଜାରୀ ରହିଛି।

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତିଲେଇମାଲରେ ସଂସ୍କୃତ ଶିକ୍ଷକଙ୍କ ଅବସରକାଳୀନ ସମ୍ଵର୍ଦ୍ଧନା ଉତ୍ସବ ବରପାଲି:ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ...
30/06/2025

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ତିଲେଇମାଲରେ ସଂସ୍କୃତ ଶିକ୍ଷକଙ୍କ ଅବସରକାଳୀନ ସମ୍ଵର୍ଦ୍ଧନା ଉତ୍ସବ
ବରପାଲି:ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ଯାଳୟ ତିଲେଇମାଲ ର ସଂସ୍କୃତ ଶିକ୍ଷକ ଶ୍ରୀ ନିମାଇଁ ଚରଣ ସାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର କୁମାର ମେହେରଙ୍କ ସଭାପତିତ୍ବରେ ସଭା ଆୟୋଜିତ ହୋଇଥିଲା।ଶ୍ରୀ ନିମାଇଁ ଚରଣ ସା ୨୩.୧୨.୧୯୯୧ ମସିହା ଠାରୁ ଦୀର୍ଘ ୩୪ ବର୍ଷ ଧରି ଏହି ବିଦ୍ୟାଳୟରେ ଚାକିରି ଜୀବନ ଆରମ୍ଭ କରି ଅବିରତ ଭାବରେ ଏହି ବିଦ୍ଯାଳୟରେ ଶିକ୍ଷକତା କରିଆସିଛନ୍ତି ।ଜଣେ ନମ୍ର ଭଦ୍ର ଛାତ୍ରବତ୍ସଳ ଶିକ୍ଷକ ଥିଲେ ।ସଂସ୍କୃତରେ ଅଗାଢ ପାଣ୍ଡିତ୍ୟ ଥିବା ଶ୍ରୀ ସା ଜଣେ ଉଚ୍ଚକୋଟିର ବ୍ୟକ୍ତିତ୍ବ ଭାବରେ ବେଶ ଜଣାଶୁଣା। ଏହି ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ଚତୁର୍ଭୁଜ ସାହା ସଂସ୍କୃତ ଶିକ୍ଷକ ନିମାଇଁ ଚରଣ ସାଙ୍କ ଗୁଣ,ଗାରିମା ବିଷୟରେ ଆଲୋଚନା କରିଥିଲେ ।ସରପଞ୍ଚ ସରୋଜିନୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।S.M.C ଚେୟାରମ୍ୟାନ ପ୍ରଫୁଲ୍ଲ ପାଣିଗ୍ରାହୀ ବିଦ୍ୟାଳୟର ଶ୍ରୀ ସାଙ୍କ କାର୍ଯ୍ୟକ୍ଷମତା ଉପରେ ଆଲୋଚନା କରିଥିଲେ ।ଶିକ୍ଷକ ବୃନ୍ଦ ଥୟ ସା,ରାଜୀବ ଲୋଚନ ଯୋଷୀ,ଭକ୍ତଚରଣ ବାଗ୍,ଘନଶ୍ୟାମ ପଧାନ,ସତ୍ୟପ୍ରିୟ ପର୍ଡିଆ ନିଜର ଅଭିଭାଷଣ ରଖି ଭାବବିହ୍ବଳ ହୋଇଥିଲେ। ପୂର୍ବତନ କମିଟି ସଦସ୍ୟ ଲାଲ ଯୁଆଡି,ସନାର୍ତ୍ତନ ବଗର୍ତ୍ତୀ, ଭୁବନେଶ୍ଵର କାଣ୍ଡ, ପୀତାମ୍ବର ସା ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର କିଶୋର ସାହା, ଜଗନ୍ନାଥ କାଣ୍ଡ, ରାଜକିଶୋର ନାଗ, ଭାରତ ସାହୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂଜୟ କୁମାର ସା ସଂଯୋଜନା କରି ସଭାକୁ ସାଙ୍ଗ କରିଥିଲେ ।

୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ବରଗଡର ତୌହିଦ ଖାନଙ୍କୁ ରଜତ ପଦକବରଗଡ : ଭୁବନେଶ୍ୱର ଉତ୍କଳ କରାଟେ ଏସୋସିଏସନ ପରିସରରେ ଦୁଇ ଦିନ ଧରି ଆୟ...
30/06/2025

୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ବରଗଡର ତୌହିଦ ଖାନଙ୍କୁ ରଜତ ପଦକ
ବରଗଡ : ଭୁବନେଶ୍ୱର ଉତ୍କଳ କରାଟେ ଏସୋସିଏସନ ପରିସରରେ ଦୁଇ ଦିନ ଧରି ଆୟୋଜିତ ରାଜ୍ୟସ୍ତରୀୟ ରାଇଫଲ ପ୍ରତିଯୋଗୀତା ରବିବାର ଶେଷ ହୋଇ ଯାଇଛି । ଏହି ପ୍ରତିଯୋଗୀତାରେ ବଲାଙ୍ଗିର ରାଇଫଲ ଏସୋସିଏସନ ପକ୍ଷରୁ ୨୦ ଜଣ ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ ଏହି ଟିମ ରେ ବରଗଡ ର ପ୍ରତିଭାଶାଳୀ ଶୁଟର ତୌହିଦ ଖାନ ମଧ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଥିଲେ । ଟିମ ମ୍ୟାନେଜର ସୟଦ ଅଫତାବ ହୁସେନ ଓ ନିହାର ରଞ୍ଜନ ସ୍ୱାଇଁ ଙ୍କ ନେତୃତ୍ୱରେ ଦଳ ଯୋଗ ଦେଇ ଥିବା ବେଳେ ତୌହିଦ ଖାନ ୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରଜତ ପଦକ ହାସଲ କରି ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ।ତୌହିଦ ଖାନଙ୍କ ଏହି କୃତିତ୍ୱ ପାଇଁ ବରଗଡ କ୍ରୀଡା ପ୍ରେମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ବଲାଙ୍ଗିରର ଅନ୍ୟାନ୍ୟ ଖେଳାଳିମାନେ ମଧ୍ୟ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛନ୍ତି। ବରିଷ୍ଠ ମହିଳା ବର୍ଗରେ ମଧୁସ୍ମିତା ମାଝୀ ଗୋଲ୍ଡ ମେଡାଲ ଜିତିଛନ୍ତି ଓ ଜୁନିୟର ପୁରୁଷ ବର୍ଗରେ ଓମ ପ୍ରକାଶ ଧରୁଆ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୧୦ ମିଟର ଏୟାର ରାଇଫଲ ମହିଳା ବର୍ଗରେ ମଧୁମିତା ମାଝୀ ସିଲଭର ମେଡାଲ ଜିତିଛନ୍ତି।

ବରଗଡ଼:ଅବସର ଗ୍ରହଣ କଲେ ପଞ୍ଚାୟତ କଲେଜ ବରଗଡ଼ ର ରସାୟନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ତ୍ରିନାଥ ପ୍ରସାଦ ତ୍ରିପାଠୀ। ଆଜି ତାଙ୍କୁ ବିଭାଗ ପକ୍...
30/06/2025

ବରଗଡ଼:ଅବସର ଗ୍ରହଣ କଲେ ପଞ୍ଚାୟତ କଲେଜ ବରଗଡ଼ ର ରସାୟନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ତ୍ରିନାଥ ପ୍ରସାଦ ତ୍ରିପାଠୀ। ଆଜି ତାଙ୍କୁ ବିଭାଗ ପକ୍ଷରୁ ଅବସର କାଳୀନ ସମର୍ଦ୍ଧନା ପ୍ରଦାନ କରିଥିଲେ।

ବରଗଡ଼:ସ୍ଥାନୀୟ ସମତା ଭବନ ଠାରେ ଆଜି ସମାଜବାଦୀ ଚିନ୍ତକ ବିଶିଷ୍ଟ ଜଣ ନାୟକ କିଶନ ପଟ୍ଟନାୟକ ଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବ...
30/06/2025

ବରଗଡ଼:ସ୍ଥାନୀୟ ସମତା ଭବନ ଠାରେ ଆଜି ସମାଜବାଦୀ ଚିନ୍ତକ ବିଶିଷ୍ଟ ଜଣ ନାୟକ କିଶନ ପଟ୍ଟନାୟକ ଙ୍କ ୯୫ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶ୍ରୀ ଲିଙ୍ଗରାଜ,ହର ବନିଆ,ଉମେଶ ବିଶ୍ଵାଳ, ପ୍ରବୀଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Address


Telephone

9437345650

Website

Alerts

Be the first to know and let us send you an email when SatyaBazar only news posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share