OdishaNews

OdishaNews Contact information, map and directions, contact form, opening hours, services, ratings, photos, videos and announcements from OdishaNews, News & Media Website, .

02/02/2025

Nature of beauty

।
17/09/2024

ନୂଆଦିଲ୍ଲୀ:17/09/2024: :ବିନା ଅନୁମତିରେ ରାଲି କରିବାକୁ ଚେଷ୍ଟା କରିଥିବାରୁ ଚେନ୍ନାଇରେ ଥିବା ସାମସଙ୍ଗ ଇଲେକଟ୍ରୋନିକ ଫ୍ୟାକ୍ଟ୍ରିର ୧୦୦ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଗତ ସପ୍ତାହରେ କାଞ୍ଚିପୁରମ ପ୍ଲାଣ୍ଟରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲେ କର୍ମଚାରୀ । ଦରମା ବୃଦ୍ଧି ଏବଂ ଭଲ କାର୍ଯ୍ୟ ପରିବେଶ ଦାବି କରି ଏହି ଆନ୍ଦୋଳନ ହୋଇଥିଲା ।
ଏହା ସହ ସେମାନଙ୍କ ସଂଘକୁ ପଞ୍ଜିକୃତ କରିବା ଲାଗି ମଧ୍ୟ କର୍ମଚାରୀମାନେ ଦାବି କରିଥିଲେ ।

ସେପଟେ ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନ୍ (ସିଆଇଟିୟୁ) ଅଧୀନରେ ଆସୁଥିବା କୌଣସି କର୍ମଚାରୀ ସଂଘକୁ ସ୍ବୀକୃତି ଦେବାକୁ ମନା କରିଦେଇଛି ସାମସଙ୍ଗ । କାର୍ଯ୍ୟରତ ୧୮୦୦ କର୍ମଚାରୀଙ୍କ ମଧ୍ୟରୁ ଏକ ହଜାରରୁ ଅଧିକ ଫ୍ୟାକ୍ଟ୍ରି ବାହାରେ ଟେଣ୍ଟ କରି ବିକ୍ଷୋଭ ଜାରି ରଖିଛନ୍ତି । କର୍ମଚାରୀଙ୍କ ସହ ଆଲୋଚନା ଜାରି ରହିଥିବା ବେଳେ ଖୁବଶୀଘ୍ର ସମସ୍ୟାର ସମଧାନ କରାଯିବ ବୋଲି କମ୍ପାନି ପକ୍ଷରୁ ଆଶ୍ୱାସନା ଦିଆ ଯାଇଛି ।

ସେପଟେ କମ୍ପାନି ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀମାନେ ସୋମବାର ଏକ ରାଲି କରିବାକୁ ଯୋଜନା କରିଥିଲେ । କିନ୍ତୁ ସେହି ଅଞ୍ଚଳରେ ସ୍କୁଲ ,କଲେଜ ଏବଂ ହସ୍ପିଟାଲ ଥିବାରୁ ରାଲି ପାଇଁ ପୋଲିସ ଅନୁମତି ଦେଇନଥିଲା । ଏପରିକି ପରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ । ଏକ ବିବାହ ମଣ୍ଡପରେ ମୋଟ ୧୦୪ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ଏହାରି ମଧ୍ୟରେ ଡିଏମକେ ସମର୍ଥିକ ସଂଘ ସମେତ ୧୨ଟି କର୍ମଚାରୀ ସଂଘ ବୁଧବାର କର୍ମଚାରୀଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି । ତେବେ ଏନେଇ ସାମସଙ୍ଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ନୂଆଦିଲ୍ଲୀ:17/09/2024:      :ବିନା ଅନୁମତିରେ ରାଲି କରିବାକୁ ଚେଷ୍ଟା କରିଥିବାରୁ ଚେନ୍ନାଇରେ ଥିବା ସାମସଙ୍ଗ ଇଲେକଟ୍ରୋନିକ ଫ୍ୟାକ୍ଟ୍ରିର ...

13/09/2024

ଗଞ୍ଜାମ:13/09/2024 : ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ବିଭାଗ। ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢ଼ଉ କରିଥିଲା ଭିଜିଲାନ୍ସ। ଆଜି ସେହି ଘଟଣାରେ ଶ୍ରୀ ସ୍ବାଇଁକୁ ଗିରଫ କରାଯାଇଛି। ତେବେ ସହକାରୀ ଯନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଘର ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ଗ୍ରାମରେ।
ସେ ଭଞ୍ଜନଗର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରେ ୧୪ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ୨୦୧୮ ନଭେମ୍ବରରେ ସେ କନିଷ୍ଠ ଯନ୍ତ୍ରୀରୁ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଭଞ୍ଜନଗରରେ ୭ଟି ସ୍ଥାନ, ବ୍ରହ୍ମପୁର ତୁଳସୀନଗରସ୍ଥିତ ବାସଭବନ ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ହୋଇଥିଲା। ଭିଜିଲାନ୍ସ ଟିମ୍‌ ସ୍ବାଇଁ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ୬ଟି କୋଠା, ୫ଟି ପ୍ଲଟ ଠାବ କରିଥିଲା। ବ୍ରହ୍ମପୁରସ୍ଥିତ ଘରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଏବଂ ଭଞ୍ଜନଗର ବାଗ୍‌ଦେବୀ ରୋଡ୍‌ରେ ଥିବା ଘରର ମୂଲ୍ୟ ୨ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କ, ବୀମା କମ୍ପାନୀ ଓ ଡାକ ବିଭାଗରେ ୨୩ ଲକ୍ଷ ୯୪ ହଜାର ୩୭୦ ଟଙ୍କାର ଜମା ଏବଂ ୨୦୦ ଗ୍ରାମ ସୁନା ଅଳଙ୍କାର, ୨ଟି ବାଇକ, ୫ ଲକ୍ଷ ୬୩ ହଜାର ଟଙ୍କାର ଘର ଉପକରଣ ଠାବ କରାଯାଇଛି। ଏତେ ପରିମାଣର ସମ୍ପତ୍ତି ଠାବ ହେବା ପରେ ସହକାରୀ ଯନ୍ତ୍ରୀ ସ୍ବାଇଁଙ୍କୁ ଅଧିକ ତଦନ୍ତ ପାଇଁ ସନ୍ଧ୍ୟାରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି।

ଗଞ୍ଜାମ:13/09/2024 : ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ବିଭାଗ। ସହକ...
13/09/2024

ଗଞ୍ଜାମ:13/09/2024 : ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ବିଭାଗ। ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢ଼ଉ କରିଥିଲା ଭିଜିଲାନ୍ସ। ଆଜି ସେହି ଘଟଣାରେ ଶ୍ରୀ ସ୍ବାଇଁକୁ ଗିରଫ କରାଯାଇଛି। ତେବେ ସହକାରୀ ଯନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଘର ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ଗ୍ରାମରେ।
ସେ ଭଞ୍ଜନଗର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରେ ୧୪ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ୨୦୧୮ ନଭେମ୍ବରରେ ସେ କନିଷ୍ଠ ଯନ୍ତ୍ରୀରୁ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଭଞ୍ଜନଗରରେ ୭ଟି ସ୍ଥାନ, ବ୍ରହ୍ମପୁର ତୁଳସୀନଗରସ୍ଥିତ ବାସଭବନ ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ହୋଇଥିଲା। ଭିଜିଲାନ୍ସ ଟିମ୍‌ ସ୍ବାଇଁ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ୬ଟି କୋଠା, ୫ଟି ପ୍ଲଟ ଠାବ କରିଥିଲା। ବ୍ରହ୍ମପୁରସ୍ଥିତ ଘରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଏବଂ ଭଞ୍ଜନଗର ବାଗ୍‌ଦେବୀ ରୋଡ୍‌ରେ ଥିବା ଘରର ମୂଲ୍ୟ ୨ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କ, ବୀମା କମ୍ପାନୀ ଓ ଡାକ ବିଭାଗରେ ୨୩ ଲକ୍ଷ ୯୪ ହଜାର ୩୭୦ ଟଙ୍କାର ଜମା ଏବଂ ୨୦୦ ଗ୍ରାମ ସୁନା ଅଳଙ୍କାର, ୨ଟି ବାଇକ, ୫ ଲକ୍ଷ ୬୩ ହଜାର ଟଙ୍କାର ଘର ଉପକରଣ ଠାବ କରାଯାଇଛି। ଏତେ ପରିମାଣର ସମ୍ପତ୍ତି ଠାବ ହେବା ପରେ ସହକାରୀ ଯନ୍ତ୍ରୀ ସ୍ବାଇଁଙ୍କୁ ଅଧିକ ତଦନ୍ତ ପାଇଁ ସନ୍ଧ୍ୟାରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି।

12/09/2024

ରାୟଗଡ଼ା,୧୨/09/2024: ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ ପିନ୍ଧିଥିବା ଚେନ ଟାଣିଥିଲେ ହେଁ ଦୃର୍ବୁତ୍ତ ଏଥିରେ ସଫଳ ହୋଇପାରି ନଥିଲେ। ଏହି ଘଟଣାରେ ମହିଳା ଜଣକ ତଳେ ପଡ଼ି ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ରାୟଗଡ଼ା ସହରର କେ.ଲାବନ୍ୟା।

ଘଟଣାରୁ ପ୍ରକାଶ ଯେ, ଲାବନ୍ୟା ସଂଧ୍ୟା ୭ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ପୁରୁଣା ପୋଲିସ ଷ୍ଟେସନ ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଲାବନ୍ୟାଙ୍କ ବେକରେ ଥିବା ସୁନା ଚେନକୁ ଟାଣିଥିଲେ। ତେବେ ଚେନ ନେବାରେ ସଫଳ ହୋଇନଥିଲେ ହେଁ ଲାବନ୍ୟା ତଳେ ପଡ଼ି ଆହତ ହୋଇଥିଲେ। ଏହାପରେ ତାଙ୍କ ପରିବାରବର୍ଗ ଲାବନ୍ୟାଙ୍କ ଚିକିତ୍ସା କରାଇବା ପରେ ପୋଲିସରେ ଏନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। କିଛି ଦିନ ହେଲା ରାୟଗଡ଼ାରେ ଚେନ ଶ୍ନାଚିଂ ବନ୍ଦ ରହିଥିବା ବେଳେ ପୁଣି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ତେଣୁ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି

ରାୟଗଡ଼ା,୧୨/09/2024: ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ...
12/09/2024

ରାୟଗଡ଼ା,୧୨/09/2024: ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ ପିନ୍ଧିଥିବା ଚେନ ଟାଣିଥିଲେ ହେଁ ଦୃର୍ବୁତ୍ତ ଏଥିରେ ସଫଳ ହୋଇପାରି ନଥିଲେ। ଏହି ଘଟଣାରେ ମହିଳା ଜଣକ ତଳେ ପଡ଼ି ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଲେ ରାୟଗଡ଼ା ସହରର କେ.ଲାବନ୍ୟା।

ଘଟଣାରୁ ପ୍ରକାଶ ଯେ, ଲାବନ୍ୟା ସଂଧ୍ୟା ୭ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ପୁରୁଣା ପୋଲିସ ଷ୍ଟେସନ ସାମ୍ନାରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ଲାବନ୍ୟାଙ୍କ ବେକରେ ଥିବା ସୁନା ଚେନକୁ ଟାଣିଥିଲେ। ତେବେ ଚେନ ନେବାରେ ସଫଳ ହୋଇନଥିଲେ ହେଁ ଲାବନ୍ୟା ତଳେ ପଡ଼ି ଆହତ ହୋଇଥିଲେ। ଏହାପରେ ତାଙ୍କ ପରିବାରବର୍ଗ ଲାବନ୍ୟାଙ୍କ ଚିକିତ୍ସା କରାଇବା ପରେ ପୋଲିସରେ ଏନେଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। କିଛି ଦିନ ହେଲା ରାୟଗଡ଼ାରେ ଚେନ ଶ୍ନାଚିଂ ବନ୍ଦ ରହିଥିବା ବେଳେ ପୁଣି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ତେଣୁ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି

10/09/2024

ଆଦିଲ୍ଲୀ:10/09/2024: (ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି) ବରିଷ୍ଠ ପରିବେଶ ଇଞ୍ଜିନିୟର ମହମ୍ମଦ ଆରିଫ୍ ଆଜି ସିବିଆଇ ହାତରେ ଧରାପଡ଼ିଛନ୍ତି। ଜଣେ ମଧ୍ୟସ୍ଥଙ୍କ ପୁଅଠାରୁ ୯୧,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ସିବିଆଇ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। ଏହାପରେ ସିବିଆଇ ତାଙ୍କ ବାସଭବନରେ ଚଢ଼ଉ କରି ୨.୩୯ କୋଟି ଟଙ୍କା ଜବତ କରିଛି।
ଉଲ୍ଲେଖଯୋଗ୍ୟ, ସିବିଆଇ ଗତକାଲି ଆରିଫ ଏବଂ ଅନ୍ୟ ୪ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସିବିଆଇ ଏତଲାରେ ଦର୍ଶାଯାଇଛି ଯେ ଆରିଫ ଦୁର୍ନୀତିରେ ଜଡ଼ିତ।

ଡିପିସିସିରୁ ଘରୋଇ କମ୍ପାନିଗୁଡ଼ିକର ଅନୁ ମୋଦନ ନବୀକରଣ ପାଇଁ ସେ ଲାଞ୍ଚ ନିଅନ୍ତି। ମଧ୍ୟସ୍ଥଜଣକ ଆରିଫଙ୍କୁ ନିୟମିତଭାବେ ଏହି ଲାଞ୍ଚ ଟଙ୍କା ପ୍ରଦାନ କରନ୍ତି। ଏତଲା ପରେ ସିବିଆଇ ଅଧିକାରୀମାନେ ଆରିଫଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଆରିଫଙ୍କୁ ମଧ୍ୟସ୍ଥଙ୍କ ପୁଅ କିଶଲୟ ଶରଶ ସିଂହ ଆଜି ଲାଞ୍ଚ ଟଙ୍କା ଦେବାବେଳେ ସିବିଆଇ ଅଧିକାରୀମାନେ ଉଭୟଙ୍କୁ ଧରି ଗିରଫ କରିଛନ୍ତି। ଏହାପରେ ଆରିଫଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇ ଟଙ୍କା ଏବଂ ସଂପତ୍ତି କାଗଜପତ୍ର ଜବତ କରାଯାଇଛି। ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Address

Alerts

Be the first to know and let us send you an email when OdishaNews posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to OdishaNews:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share