13/12/2025
ଭେଲୋରା କ୍ଳଷ୍ଟର ସ୍ତରୀୟ" ଆସ ସ୍କୁଲ ଯିବା" ଶିକ୍ଷାସଭା ଅନୁଷ୍ଠିତ।
ବସ୍ତା ଶିକ୍ଷା ବିଭାଗ ଅଧିନସ୍ଥ ୧୭ ଟି କ୍ଲଷ୍ଟର ରେ " ଆସ ସ୍କୁଲ ଯିବା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସୂଚନା ଥାଉ କି ଯେ, ଅଧାରୁ ପାଠ ଛାଡି ଥିବା ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ସରକାରଙ୍କ ଅଭିନବ ପ୍ରୟାସ ଯାହା ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଆଜି ଭେଲୋରା କ୍ଳଷ୍ଟର ସ୍ତରୀୟ ବସ୍ତା ଶିକ୍ଷା ଅଧିନସ୍ଥ ଏହି ପଞ୍ଚାୟତର ବିଞ୍ଜପୁରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଦଳାଇ ଙ୍କ ପୌରହିତ୍ୟରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଅଚ୍ୟୁତ ମହାନ୍ତି, ମୁଖ୍ୟବକ୍ତା ଭାବେ ତେଘରି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ଏହି କ୍ଳଷ୍ଟର ର ସିଆରସିସି ଗଣେଶ ଚନ୍ଦ୍ର ଜେନା, ଅନ୍ୟତମ ଅତିଥି ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ମନୋରଞ୍ଜନ ବେହେରା, ପ୍ରମୁଖ ଯୋଗଦେଇ ପିତା ମାତାଙ୍କ ସ୍ୱତନ୍ତ୍ର ଅନୁଧ୍ୟାନ ରହିପାରିଲେ ଆଜିର ସମାଜରେ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜଳ ହୋଇପାରିବ ବୋଲି ମତ ଦେଇଥିଲେ। ସଭା ଶେଷ ହେବା ପରେ ସ୍କୁଲ ପରିସରରୁ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଓ ଅଭିଭାବକଙ୍କ ମାନେ ଫ୍ଲାଗ କାର୍ଡ ଧରି ଏକ ଶୋଭାଯାତ୍ରା ବାହାରି ଗ୍ରାମରେ ସଚେତନତା ସ୍ଳୋଗାନ ଦେଇ ଗ୍ରାମ ଭ୍ରମଣ କରି ବିଞ୍ଜପୁରା ଗ୍ରାମର ବୁଦ୍ଧିନୀ କିସ୍କୁ ଙ୍କ ବାସଭବନରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ "ଆସ ସ୍କୁଲ ଯିବା "ସରକାରଙ୍କ ଆଭିମୁଖ୍ୟ ବିଷୟରେ ସଚେତନ କରାଇଥିଲେ। ଏହି ଅବସରରେ ଏହି ଗ୍ରାମର ଆକାଶ ହେମ୍ବ୍ରମ ଓ ଲୁକ୍ଷି କିସ୍କୁ ଅଧାରୁ ପାଠ ଛାଡିଥିବା ଦୁଇ ପିଲାଙ୍କୁ ବୁଝାଇ ଉତ୍ତରୀୟ ଦେଇ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିଲା। କାର୍ଯ୍ୟକ୍ରମ କୁ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷିୟିତ୍ରୀ ରାମେଶ୍ୱର ମାରାଣ୍ଡି, ଗୀତିକା ଜେନା ,ସ୍ନେହଲତା ମହାଳିକ ,ହରେକୃଷ୍ଣ ଗୋଛାୟତ, ଗୋବିନ୍ଦ ଚନ୍ଦ୍ର ସେଠି, ଅଭିମନ୍ୟୁ ସିଂ, ମନୋରମା ସାହୁ, ଜିତେନ୍ଦ୍ର ଟୁଡୁ, ସେକ ତାହାରିନ, ପ୍ରଦୀପ ନାଥ ଗିରି, କିଶୋର ଟୁଡୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ କବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।