Odisha e news

  • Home
  • Odisha e news

Odisha e news All types of news and all regional language news at one place .

कर्मण्येवाधिकारस्ते मा फलेषु कदाचन।मा कर्मफलहेतुर्भूर्मा ते सङ्गोऽस्त्वकर्मणि॥
24/05/2024

कर्मण्येवाधिकारस्ते मा फलेषु कदाचन।
मा कर्मफलहेतुर्भूर्मा ते सङ्गोऽस्त्वकर्मणि॥

22/05/2024

Major Gaurav Arya Interview: क्यों पहले पाकिस्तान Army हमारा मज़ाक उड़ाती थी For more Videos visit 👉 https://www.jagrantv.comFollow us f...

22/05/2024

Lalu Yadav Funny In Lok Sabha : जब लालू के रेल मंत्रालय वाले तंज पर चिढ़ गई थीं Mamata Banerjee ...

11/02/2022

*ଖବର ଆଜିର*
ତାରିଖ ୧୧-୦୨-୨୦୨୨/ଶୁକ୍ରବାର

୧-ଓଡ଼ିଶା ସରକାର ବିଧାନ ପରିଷଦ ପ୍ରସ୍ତାବ ଦେଇନାହାନ୍ତି: କେନ୍ଦ୍ର କେନ୍ଦ୍ର ଆଇନ ମନ୍ତ୍ରୀ କହିଲେ, ଔପଚାରିକ ଭାବେ ଓଡ଼ିଶାରୁ ଆସିନି ପ୍ରସ୍ତାବ ।

୨-୨୮ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ୧୪ ତାରିଖରେ କେବଳ ସ୍କୁଲ ଖୋଲିବ; ଶିକ୍ଷକ ଓ କର୍ମଚାରୀ ସ୍କୁଲ ଯିବେ ।

୩-ଟେସଲାକୁ ଭାରତକୁ ସ୍ବାଗତ । କିନ୍ତୁ ଏହି କମ୍ପାନି ଯଦି ଚୀନରେ କାର ନିର୍ମାଣ କରି ଭାରତରେ ବିକିବାକୁ ଚାହୁଁଛି ତେବେ ତାହା ଠିକ ନୁହେଁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ।

୪-୪ଟି ରାଜ୍ୟକୁ ଛାଡ଼ିଦେଲେ ଦେଶର କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ : ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

୫-ଇତିହାସ ରଚିବେ କେରଳ ସରକାର, ଫେବୃଆରୀ ୧୪ରେ ସମଲିଙ୍ଗୀ ବିବାହକୁ ଦେବେ ସରକାରୀ ସ୍ୱୀକୃତି ।

୬-ବିଜେପିରେ ମିଶିଲେ ପ୍ରସିଦ୍ଧ କୁସ୍ତିଯୋଦ୍ଧା ‘ଦି ଗ୍ରେଟ୍ ଖଲି’ ।

୭-ହିଜାବ ଦାବି କରୁଥିବା ଲୋକଙ୍କୁ ହାଇକୋର୍ଟରୁ ଝଟକା, ବିଚାରପତି କହିଲେ- ଛାତ୍ରୀ ଧାର୍ମିକ ଡ୍ରେସ୍ ପାଇଁ ଜିଦି କରି ପାରିବେ ନାହିଁ ।

୮-ଜାଗୃତି ଶୁକ୍ଳାଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ ।

୯-ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତି, ମୋଟ୍‌ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିବ ।

୧୦-କୋର୍ଟଙ୍କ ନିଷ୍ପତ୍ତିକୁ ମାନିଲେ ସୁମିତ: ତପସ୍ୱିନୀଙ୍କୁ ଦେଲେ ଭରଣପୋଷଣ ଟଙ୍କା ।

୧୧-କରୋନା ବିରୁଦ୍ଧ ଲଢେଇ, ଦେଶରେ ୯୬ ପ୍ରତିଶତ ନେଇଛନ୍ତି ଭ୍ୟାକ୍ସିନର ପ୍ରଥମ ଡୋଜ ।

୧୨-ସାଇବର ଠକକୁ ସତର୍କ କରାଇବା ପାଇଁ ଚର୍ଚ୍ଚାରେ ଓଡ଼ିଶା ପୋଲିସ୍‌ର ଟୁଇଟ୍‌, ଦେଖିଵାକୁ ମିଳିଲା ସୃଜନଶୀଳତାର ସୁନ୍ଦର ଝଲକ ।

୧୩-ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ: ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ଦୃଢୋକ୍ତି, ’୫୮ ରୁ ୫୦ ସିଟ୍‌ ହାତେଇବ ବିଜେପି’ ।

୧୪-ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ । ଏଥର ମେୟର ପାଇଁ ହେବ ସିଧାସଳଖ ଭୋଟ୍ ।

୧୫-କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେମସିଟ: ସଂକ୍ରମଣ ହ୍ରାସ ପାଉଥିବା ନେଇ ସୂଚନା ଦେଲେ ଯୁଗ୍ନ ସଚିବ ।

*ଶୁଭ ସକାଳ,ସୁପ୍ରଭାତ*

10/02/2022

*ଖବର ଆଜିର*
ତାରିଖ ୧୦-୦୨-୨୦୨୨/ଗୁରୁବାର

୧-ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ବୋଲିଂ: ମ୍ୟାଚ ଜିତିବା ସହ ସିରିଜ କବଜା କଲା ଭାରତ ।

୨-ତିନି ବର୍ଷରେ ବେକାରୀ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ୯,୧୪୦ ଜଣ: ସଂସଦରେ ସରକାର ଦେଲେ ତଥ୍ୟ ।

୩-ବେରୋଜଗାରୀ ଏବଂ ଅତ୍ୟଧିକ ଋଣ ଯୋଗୁଁ ୩ ବର୍ଷରେ ଜୀବନ ହାରିଛନ୍ତି ୨୬ ହଜାର, ସଂସଦରେ କହିଲେ କେନ୍ଦ୍ର ସରକାର
୪-କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି ।

୫-ଏପ୍ରିଲ୍ ୨୬ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା ।

୬-ନିର୍ବାଚନ ସମୟରେ କୋଟିଆରେ ପଶିଥିଲେ ଆନ୍ଧ୍ର ସରକାରୀ କର୍ମଚାରୀ । ତାଗିଦ ପରେ ଫେରିଲେ ଆନ୍ଧ୍ର କର୍ମଚାରୀ ।

୭-ବେଲାଋଷରେ ସମରାଭ୍ୟାସ ଆରମ୍ଭ କଲା ଋଷିଆ, ଯୁଦ୍ଧର ପୂର୍ବାଭାସ ବୋଲି କହିଲା ଆମେରିକା ।

୮-ଭାରତରେ ଲଞ୍ଚ ହେଲା ପ୍ରଥମ ନାସାଲ୍ ସ୍ପ୍ରେ, କୋଭିଡରେ ପୀଡିତ ବୟସ୍କ ରୋଗୀଙ୍କୁ କରାଯାଇପାରିବ ଚିକିତ୍ସା ।

୯-ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ମଇଦାନରେ ଡା. ରାଉତଙ୍କ ଏହି ଆବିର୍ଭାବ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
୧୦-ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ ।

୧୧-ଢିଙ୍କିଆରେ ପୁଲିସର ପୁଣି ଗିରଫଦାରୀ, ପୁଲିସକୁ ଆକ୍ରମଣ ମାମଲାରେ ୪ ଗିରଫ ।

୧୨-ମହାମାରୀ ସୃଷ୍ଟି କରିଛି ୬୦% ଦାରିଦ୍ର୍ୟ ।

୧୩-ହୁ’ର ଚେତାବନୀ : ନୂଆ ପ୍ରକରଣ ଅଧିକ ସଂକ୍ରାମକ ହେବ ।

୧୪-ପୌର ନିର୍ବାଚନ : ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା

୧୫-ୟୁପି ବିଜୟ ପାଇଁ ବଡ ପ୍ରତିଶ୍ରୁତି ଦେଲା କଂଗ୍ରେସ: କ୍ଷମତାକୁ ଆସିଲେ ସରକାର ଗଠନର ୧୦ ଦିନ ଭିତରେ ଚାଷୀଙ୍କ ଋଣ ହେବ ଛାଡ ।

୧୬-ଆଫାନିସ୍ତାନରେ ପୁଣି ସଂଘର୍ଷ, ପଞ୍ଜଶୀରରେ ତାଲିବାନ୍‌ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଲିଛି ଲଢ଼େଇ ।

୧୭-ରାଜ୍ୟ ହାଇକୋର୍ଟର ନାଁ ବଦଳାଇବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଦେଇଛି ବିଜେଡି । ଉଡ଼ୀଶା ଉଚ୍ଚ ନ୍ୟାୟାଳୟ ର ନାମ ବଦଳାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କରିବା ପାଇଁ ବିଜୁ ଜନତା ଦଳ ବୁଧବାର କେନ୍ଦ୍ର ସରକାରଙ୍କୁ ଏକ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛି ।

୧୮-ୟୁକ୍ରେନ ଘନଉଛି ଯୁଦ୍ଧ ଆଶଙ୍କା: ବେଲାରୁସରୁ ନୂଆ ସାଟେଲାଇଟ ଫଟୋ ଜାରି ପରେ ସମରସଜ୍ଜା ପଥରେ ଉଭୟ ଆମେରିକା ଓ ଋଷ ।
୧୯-ହିଜାବ ସମର୍ଥନ ଓ ବିରୋଧରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ: ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ବୃହତର ବେଞ୍ଚକୁ ପଠାଇଲେ କର୍ଣ୍ଣାଟକ ହାଇକୋର୍ଟ ।

*ଶୁଭ ସକାଳ,ସୁପ୍ରଭାତ*

09/02/2022

*ଖବର ଆଜିର*
ତାରିଖ ୦୯-୦୨-୨୦୨୨/ବୁଧବାର

୧-ଭୁବନେଶ୍ବରରେ ଅଭିଭାବକଙ୍କ ସହିତ ଧର୍ମାନୁଷ୍ଠାନ ଯାଇପାରିବେ ୧୫ରୁ କମ୍‌ ବର୍ଷ ବୟସର ପିଲା ।

୨-ଉତ୍ତରପ୍ରଦେଶରେ ବିଜେପି କ୍ଷମତାକୁ ଫେରିବ, କିନ୍ତୁ ଆସନ ସଂଖ୍ୟା କମିବ : ଟାଇମ୍ସ ନାଓ ସର୍ଭେ ।

୩-ନବୀନଙ୍କୁ ମୋଦୀଙ୍କ ପ୍ରଶଂସା, କହିଲେ- କୋଇଲା ଏବଂ ଖଣି ନୀତିରେ ସଂସ୍କାର ଆଣିବାରେ ଓଡିଶା ଅଗ୍ରଣୀ ରାଜ୍ୟ ।

୪-ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନୀ ପ୍ରଚାର, ଫେବୃଆରୀ ୧୦ ତାରିଖରେ ୟୁପିର ୧୧ ଜିଲ୍ଲାରେ ୫୮ ଆସନ ପାଇଁ ହେବ ଭୋଟ ଗ୍ରହଣ ।

୫-ଫ୍ରାନ୍ସରେ ଟ୍ରେଣ୍ଡ କରୁଛି ‘କାଚା ବାଦାମ୍‌’ ଗୀତ, ବିଶ୍ବବ୍ୟାପୀ ଭାଇରାଲ ହେଉଛି ବାଦାମ ବେପାରୀ ଭୂବନ ବାଦ୍ୟକରଙ୍କ ରିଲ୍‌ ।

୬-ରାଜନୀତିରେ ପୁଷ୍ପା କ୍ରେଜ; ପୁଷ୍କର ଧାମି ‘ଫ୍ଲାୱାର ଭି ହେ, ଅର ଫାୟାର ଭି ହେ’ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ।

୭-ଭାଲେନଟାଇନ୍ ଡେ’ରେ ମହାକାଶକୁ ଉତକ୍ଷେପଣ ହେବ PSLV-C52, ୨୦୨୨ରେ ଇସ୍ରୋର ପ୍ରଥମ ଲଞ୍ଚ୍ ।

୮-ଗଙ୍ଗା କୁଳରେ ଫିଙ୍ଗା ଯାଇଥିବା କୋଭିଡ ଶବ ବିଷୟରେ କିଛି ସୂଚନା ନାହିଁ; ରାଜ୍ୟସଭାରେ ତଥ୍ୟ ରଖିଲେ କେନ୍ଦ୍ର ସରକାର ।

୯-ଆଜି ୩୩୮ଟି କେନ୍ଦ୍ରରେ ହେବ ଓଏସଏସଟିଇଟି ପରୀକ୍ଷା ।

୧୦-ସକ୍ରିୟ ରାଜନୀତିକୁ ଫେରିବାକୁ ଘୋଷଣା କଲେ ଲାଲୁ, କହିଲେ- ନିର୍ବାଚନ ଜିତି ସଂସଦ ଯିବି, ।

୧୧-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୪ ସିଆରପିଏଫ ଯବାନ ଗୁରୁତର।

୧୨-ମୋଦିଙ୍କ ଉପରେ ପାଲଟା ଆକ୍ରମଣ ରାହୁଲ ଗାନ୍ଧୀ, କହିଲେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଡରୁଛନ୍ତି ।

୧୩-କଶ୍ମୀର ଉପରେ ହ୍ୟୁଣ୍ଡାଇ ପାକିସ୍ତାନର ଏକ ବିବାଦୀୟ ଟ୍ଵିଟର ପୋଷ୍ଟକୁ ନେଇ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନୀ ନିଜର ଭୁଲକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଭାରତୀୟଙ୍କ ରାଗ ଥଣ୍ଡା ହୋଇପାରି ନାହିଁ। ଏହି ପୋଷ୍ଟଟିକୁ ନେଇ ଏତେ ମାତ୍ରାରେ ବିରୋଧ କରାଯାଇଥିଲା ଯେ, ହ୍ୟୁଣ୍ଡାଇ ପାକିସ୍ତାନ ପକ୍ଷରୁ ପୋଷ୍ଟଟିକୁ ତୁରନ୍ତ ହଟାଇ ଦିଆଯାଇଥିଲା। କେବଳ ସେତିକି ନୁହେଁ ଗୋଟିଏ ଦିନ ପାଇଁ କମ୍ପାନୀ ତାର ଟ୍ଵିଟର ହ୍ୟାଣ୍ଡେଲକୁ ବନ୍ଦ କରିଦେଇଥିଲା।

08/02/2022

*ଖବର ଆଜିର*
ତାରିଖ ୦୮-୦୨-୨୦୨୨/ମଙ୍ଗଳବାର

୧-କଂଗ୍ରେସ ୧୦୦ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ଆସିବାକୁ ଚାହୁଁ ନାହିଁ, ହାରିବା ପରେ ବି ସୁଧୁରୁନି: ପ୍ରଧାନମନ୍ତ୍ରୀ ମୋଦୀ ।

୨-ସ୍ୱାମୀ ଚକ୍ରପାଣିଙ୍କୁ ସୁପ୍ରିମକୋର୍ଟରୁ ଝଟକା, ହିନ୍ଦୁ ମହାସଭା ଲଢିପାରିବନି ନିର୍ବାଚନ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କାଏମ ।

୩-ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ୨ ସପ୍ତାହ ମଧ୍ୟରେ ସୁପରଟେକ୍‌ ଏମରାଲ୍ଡର ୪୦ ମହଲା ଦୁଇ ଅଟ୍ଟାଳିକାକୁ ଧ୍ବଂସ କରିବାକୁ ନିର୍ଦେଶ ।

୪-୧୭ ମାସ ପରେ ପୁଣି ଥରେ ନ୍ୟୁଜ୍ ଚ୍ୟାନେଲ ପାଇଁ ଟିଆରପି ଜାରି କରିବ ବାର୍କ ।

୫-ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ।

୬-କୋଭିଡ ନିୟମ ପାଳନ କରିବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।

୭-ଦେଶରେ କମୁଛି କରୋନା ସଂକ୍ରମଣ । ପୁଣି ଟ୍ରାକକୁ ଫେରୁଛି ଜୀବନ. ୫ ରାଜ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ।

୮-ୟୁକେନ୍ ସଙ୍କଟ: ସୀମାରେ ଏସ୍-୪୦୦ ମିଶାଇଲ ନିୟୋଜିତ କରୁଛି ଋଷ, ସାଟେଲାଇଟ ଫଟୋରୁ ମିଳିଲା ପ୍ରମାଣ

୯-କୋହଳ ହେଲା କଟକଣା : ପ୍ରାର୍ଥୀଙ୍କ ସହ ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ୩୦୦ ଲୋକଙ୍କୁ ନେଇ ରାଜନୈତିକ ସଭା ।

୧୦-ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଜାରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

୧୧-ଆଇଆଇଏମ-ସମ୍ବଲପୁର ଓ ଫ୍ଲିପକାର୍ଟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

୧୨-ଆନ୍ଧ୍ରପ୍ରଦେଶର ଅନନ୍ତପୁରାମୁ ଜିଲ୍ଲାରେ ଦୁର୍ଘଟଣା : ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା ।

୧୩-ୟୁପି ଇଲେକ୍ସନ: ଗୋରଖପୁରରେ ଯୋଗୀଙ୍କୁ ଟକ୍କର ଦେବେ ସୁଭାବତୀ ଶୁକ୍ଳା, ସପା ଟିକେଟରୁ ଲଢ଼ିବେ ନିର୍ବାଚନ ।

୧୪-ଉଷୁନା ଚାଉଳକୁ ନେଇ ରାଜନୀତି, ଧାରଣା ଦେବ ବିଜେଡି

୧୫-ଦଶନ୍ଧି ଧରି କୋଭିଡର ପ୍ରଭାବ ଅନୁଭୂତ ହେବ: ‘ହୁ’ ମୁଖ୍ୟ ।

*ଶୁଭ ସକାଳ,ସୁପ୍ରଭାତ*

26/01/2022

*ଖବର ଆଜିର*
ତାରିଖ ୨୬-୦୧-୨୦୨୨/ବୁଧବାର
୧-ଭାରତ ସରକାର ୨୦୨୨ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଛି। ଏଥିରେ ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ବ୍ୟତୀତ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ଗୀତାପ୍ରେସ ଗୋରଖପୁରର ଅଧ୍ୟକ୍ଷ ରାଧେ ଶ୍ୟାମ ଖେମ୍‌କାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭାସ ଆଟ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି।

୨-ଓଡ଼ିଶାରୁ ୭ ଜଣଙ୍କୁ ପଦ୍ମ ପୁରସ୍କାର – ଡକ୍ଟର ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ।

୩-ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ବକୁ ଦିଗଦର୍ଶନ ଦେଉଛି .

୪-ବଦଳିଛି ବ୍ରାଉନସୁଗାର ବେପାରୀଙ୍କ ଠିକଣା: ବାଲେଶ୍ୱର, ଜଳେଶ୍ୱର ପରେ ନୟାଗଡ ଲିଙ୍କ୍ .

୫-ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET) ଫେବୃଆରୀ ୯ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା (BSE) ନୋଟିସ୍ ଜାରି କରିଛି। ମୋଟ ୭୨,୨୮୨ ପରୀକ୍ଷାର୍ଥୀ ୩୩୮ ସେଣ୍ଟରରେ ପରୀକ୍ଷା ଦେବେ।

୬-ICC ଟି-୨୦ ରାଙ୍କିଙ୍ଗ: ଶୀର୍ଷ ସ୍ଥାନ କବଜା କଲେ ଶେଫାଳି ବର୍ମା, ଖସିଲେ ମନ୍ଧାନା .।

୭-ଜାଲ୍ ହୋଇଥିଲେ ହୋଇଯାଆନ୍ତୁ ସାବଧାନ- ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଯାଞ୍ଚ ପାଇଁ ନିର୍ଦେଶ ।

୮-ଉଲ୍ଲେଖନୀୟ ସେବା ପାଇଁ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ତିନିଟି ବର୍ଗରେ ୯୩୯ ଜଣଙ୍କୁ ପୋଲିସ ପଦକ ଦେବାକୁ ଘୋଷଣା କରିଛି। ଚଳିତ ବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୋଲିସ ପଦକ ମିଳିବ।

୯-ଖୁବ୍‌ଶୀଘ୍ର ଖୋଲିବ ‘ସ୍ବାଧୀନତା ସଂଗ୍ରାମୀ ଗ୍ୟାଲେରି’ ଓ ‘ମହାତ୍ମା ଗାନ୍ଧୀ ଗ୍ୟାଲେରି’ ।

୧୦-ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନା କଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ,

୧୧-ମୁମ୍ବାଇର ଏକ ଅଦାଲତ ପ୍ରାୟ ୧୫ ବର୍ଷ ପୁରୁଣା ଅଶ୍ଳୀଳ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି

03/12/2021

Address


Telephone

+919777716383

Website

Alerts

Be the first to know and let us send you an email when Odisha e news posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Telephone
  • Alerts
  • Claim ownership or report listing
  • Want your business to be the top-listed Media Company?

Share