Vod Tv

Vod Tv VodTv is Dedicated to Presenting a Unique insight on Sports, Politics, Bollywood, Lifestyle, Crime a

ଭିଜିଲାନ୍ସ ଜାଲରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା, ଥିଲେ ୨୦୧୯ ଓଏଏସ୍ ଟପ୍ପର
13/09/2025

ଭିଜିଲାନ୍ସ ଜାଲରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା, ଥିଲେ ୨୦୧୯ ଓଏଏସ୍ ଟପ୍ପର









12/09/2025

ଅବିଭକ୍ତ କୋରାପୁଟ ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ବରପୁତ୍ର ଲକ୍ଷ୍ମୀଚନ୍ଦ୍ର ଦାଶଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି

#କୋରାପୁଟ_ଜିଲ୍ଲାର
#ବିଶିଷ୍ଟ_ସ୍ବାଧୀନତା_ସଂଗ୍ରାମୀ
#ବରପୁତ୍ର_ଲକ୍ଷ୍ମୀଚନ୍ଦ୍ର_ଦାଶଙ୍କ
୍ରାଦ୍ଧବାର୍ଷିକୀ
#ଅବସରରେ
#ମହାନ_ସଂଗ୍ରାମୀଙ୍କୁ
#ଶ୍ରଦ୍ଧାଞ୍ଜଳି_ଜ୍ଞାପନ







12/09/2025

ରାୟଗଡା ପୌର ଉପାଧ୍ୟକ୍ଷା ବିରୋଧରେ ୧୯ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଲେ

#ରାୟଗଡା #ପୌର #ଉପାଧ୍ୟକ୍ଷା #ବିରୋଧରେ #୧୯ #କାଉନସିଲର #ଅନାସ୍ଥା #ପ୍ରସ୍ତାବ



#ରାୟଗଡ଼ା






ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ  ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତାରାୟଗଡ଼ା : ତା  : ୧୨/୦୯/୨୫ରାୟଗଡ଼ା ଜିଲ୍ଲା ଆଇନ୍ ସେବା...
12/09/2025

ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

ରାୟଗଡ଼ା : ତା : ୧୨/୦୯/୨୫
ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ବୃଦ୍ଧା ଏ. ଆପାରାଓ ଙ୍କୁ ରାୟଗଡ଼ା ପିତ୍ତଳା ସାହି ଛକ ପରିସରରେ ଏକ. ଆପାରାଓଙ୍କୁ ଠାବ କରି ତାଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କର ଦ୍ୱାରସ୍ଥ କରିଥିଲେ I ଏକ. ଆପାରାଓଙ୍କ ଅବସ୍ତା ଦେଖି ଜିଲ୍ଲା ଆଇନସେବା ପ୍ରାଧିକରଣ ସହଯୋଗରେ ସେହି ବୃଦ୍ଧା ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟାଙ୍କ ସହାୟତାରେ ଉକ୍ତ ବୃଦ୍ଧାଙ୍କୁ ରାୟଗଡା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ, କୋତାପେଟା, ରାୟଗଡା ରେ ଅବସ୍ଥାପିତ କରାଯାଇଛି I ଶ୍ରୀମତୀ କୁମାରୀ ବାଡତ୍ୟାଙ୍କ ରାୟଗଡ଼ା ସହରରେ ଏପରି ସେବା ମନୋବୃତ୍ତିର କାର୍ଯ୍ୟକୁ ସହରର ଜନସାଧାରଣଙ୍କ ମହଲରେ ପ୍ରଶଂସା କରାଯାଇଛି।

#ରାୟଗଡ଼ା-ଜିଲ୍ଲା -ଆଇନସେବା-ପ୍ରାଧିକରଣ-ଦ୍ୱାରା-ନିରାଶ୍ରୟ -ବୃଦ୍ଧାଙ୍କୁ -ଆଇନ-ସହାୟତା







ରାୟଗଡ଼ା ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ।ରାୟଗଡା : ତା  : ୧୨।୦୯।୨୫ : ବିଶ୍ୱ ଆତ୍...
12/09/2025

ରାୟଗଡ଼ା ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ।

ରାୟଗଡା : ତା : ୧୨।୦୯।୨୫ :
ବିଶ୍ୱ ଆତ୍ମହତ୍ୟା ପ୍ରତିରୋଧ ଦିବସ ଅବସରରେ ରାୟଗଡ଼ା ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ନର୍ସିଂ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ (DPHO) ଡା. ମମତା ଚୌଧୁରୀ ଯୋଗ ଦେଇ ନିଜ ଅଭିଭାଷଣରେ ସଚେତନତା ସହିତ କେମିତି ଆମେ ନିଜର ଆଶା ପ୍ରକାଶ କରି ପାରିବା ସେ ବିଷୟରେ ଆଲୋକପାତ କରିଥିଲେ । ଆତ୍ମହତ୍ୟା କୌଣସି ସମାଧାନ ନୁହେଁ, ବରଞ୍ଚ ସମୟରେ ପରାମର୍ଶ, ସହାନୁଭୂତି ଓ ସମର୍ଥନ ମିଳିଲେ ଏହାକୁ ପ୍ରତିରୋଧ କରିହେବ । ସମାଜରେ ମାନସିକ ରୋଗକୁ ନେଇ ଥିବା ଅପବାଦକୁ ହଟାଇବା, ଯୁବମାନଙ୍କୁ ଚାପ, ନିରାଶା ଓ ମନୋଦୁଃଖ ବିଷୟରେ ମନୋଖୋଲି କଥାହୋଇ ସହାୟତା କରିପାରିବା । ଛାତ୍ରଛାତ୍ରୀଙ୍କୁ ଟେଲି-ମାନସ୍ 24×7 ହେଲ୍ପଲାଇନ୍ – 14416 ବିଷୟରେ ସୂଚିତ କରାଗଲା, ଯାହା ମାଧ୍ୟମରେ ମାନସିକ ସମସ୍ୟାରେ ପୀଡିତ ବ୍ୟକ୍ତିମାନେ ନି:ଶୁଲ୍କ ପରାମର୍ଶ ପାଇପାରିବେ । ଆତ୍ମହତ୍ୟା ପ୍ରତିରୋଧ କେବଳ ଡାକ୍ତର ବା କାଉନସେଲରଙ୍କ କାମ ନୁହେଁ, ପ୍ରତ୍ୟେକ ପରିବାର, ଶିକ୍ଷକ, ମିତ୍ରଙ୍କ ଦାୟିତ୍ଵ। ସହାନୁଭୂତି, ଶୁଣିବାର ମନୋଭାବ ଓ ସମୟରେ ସହାୟତା ଦେବାରେ ଅନେକ ପ୍ରାଣକୁ ବଞ୍ଚାଇହେବ । କାର୍ଯ୍ୟକ୍ରମର ଶେଷରେ ସମସ୍ତେ "ନୀରବତାରୁ କଥାବାର୍ତ୍ତା, ଅପବାଦରୁ ସମର୍ଥନ ଓ ନିରାଶାରୁ ଆଶା” ର ବାଣୀକୁ ସମାଜରେ ପ୍ରଚାର କରିବାର ଶପଥ ନେଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମାନସିକ ବିଶେଷଜ୍ଞ ଡା. ରାକେଶ ରଞ୍ଜନ ପାଢି, ମାନସିକ ସ୍ୱାସ୍ଥ୍ୟ ଦଳର ଅନ୍ୟାନ୍ୟ କର୍ମୀ ତଥା ମନୋଚିକିଷ୍କକ ସାମାଜିକ କର୍ମୀ କେ.ପୁର୍ଣ୍ଣଚନ୍ଦ୍ର ଓ ଗୋଷ୍ଟି ପର୍ଯ୍ୟବେଖକ୍ ସମରଜିତ୍ ଖୁଣ୍ଟିଆ, ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ନର୍ସିଂ ଅଧ୍ୟକ୍ଷ ଉର୍ମିଳା କାତ୍ରୁ, ଆସିଷ୍ଟାଣ୍ଟ ପ୍ରଫେସର ପର୍ଲି ରବି ତେଜାଙ୍କ ସହ ଅନ୍ୟାନ୍ୟ ନର୍ସିଂ ଶିକ୍ଷକ ସହ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ମାନସିକ ସ୍ୱାସ୍ଥ୍ୟ ସଚେତନତା ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ ।

#ରାୟଗଡ଼ା
#ବିଶ୍ୱ #ଆତ୍ମହତ୍ୟା #ପ୍ରତିରୋଧ #ଦିବସ #ସଚେତନତା #କାର୍ଯ୍ୟକ୍ରମ




12/09/2025

ପୁରୀଜିଲ୍ଲା କଂଗ୍ରେସ କମିଟି ଚୟନ ରେ ଅଖିଳ ଭାରତୀୟ କଂଗ୍ରେସ ନେତା ରାଜ୍ୟସଭା ସାଂସଦ ତଥା କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଜି ସି ଚନ୍ଦ୍ରଶେଖର

#ପୁରୀ_ଜିଲ୍ଲା_କଂଗ୍ରେସ_କମିଟି_ଚୟନରେ
#ଅଖିଳ_ଭାରତୀୟ_କଂଗ୍ରେସ_ନେତା_
#ରାଜ୍ୟସଭା_ସାଂସଦ_ତଥା_କର୍ଣ୍ଣାଟକ_ପ୍ରଦେଶ_କଂଗ୍ରେସ_କମିଟି_କାର୍ଯ୍ୟକାରୀ_ସଭାପତି #ଜି_ସି_ଚନ୍ଦ୍ରଶେଖର











ପ୍ରଫୁଲ୍ଲ ମଲ୍ଲିକ ବିଜୁ ଜନତା  ଦଳରୁ  ହେଲେ  ବିଦା ଦଳ ବିରୋଧୀ  କାର୍ଯ୍ୟ ପାଇଁ  ବିଦା କରାଯାଇଥିବା  ଉଲ୍ଲେଖ କରାଯାଇଛି ଆଗକୁ କଣ ରହିବ  ରାଜନ...
12/09/2025

ପ୍ରଫୁଲ୍ଲ ମଲ୍ଲିକ ବିଜୁ ଜନତା ଦଳରୁ ହେଲେ ବିଦା

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା କରାଯାଇଥିବା ଉଲ୍ଲେଖ କରାଯାଇଛି

ଆଗକୁ କଣ ରହିବ ରାଜନୈତଜିକ ରୂପରେଖ ବିଜୁ ଜନତା ଦଳର ତାହା ସମୟ କହିବ










ରାୟଗଡ଼ା, ୧୧/୦୯: ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡ଼ା ସଦର ମହକୁମାର ଗାନ୍ଧୀ ପାର୍କ ଠାରେ ସର୍ବଧର୍ମ ପ୍ରାର୍ଥନା ସହ...
11/09/2025

ରାୟଗଡ଼ା, ୧୧/୦୯: ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡ଼ା ସଦର ମହକୁମାର ଗାନ୍ଧୀ ପାର୍କ ଠାରେ ସର୍ବଧର୍ମ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସ୍ଥାନୀୟ ସେବା ସମାଜର ଅନ୍ତେବାସୀନୀଙ୍କ ସହ ଗୁରୁମାମାନେ ଏବଂ ବିଜୟ କୁମାର ବାବୁ, ସଭାପତି, ରାୟଗଡ଼ା ସର୍ବୋଦୟ ମଣ୍ଡଳ, ଡଃ ବାଦଲ କୁମାର ତା, ସମ୍ପାଦକ, ରାୟଗଡ଼ା ସର୍ବୋଦୟ ମଣ୍ଡଳ, ବିଦୁଲତା ହୁଇକା, ରାଜ୍ୟ ଆବାହିକା, ଓଡ଼ିଶା ଆଦିବାସୀ ମଞ୍ଚ, ଯୋଗେଶ୍ୱର ଦାସ, ରାଜ୍ୟ ଉପସଭାପତି, ଭାରତୀୟ ମଜଦୁର ସଂଘ, ଶ୍ୟାମ କୁମାର ଦାସ, ରାଜ୍ୟ ସମ୍ପାଦକ, ସକ୍ଷମ, ଦ୍ଵିତୀ ଚନ୍ଦ୍ର ସାହୁ, ଜାତୀୟ ସ୍ତରରେ ସମ୍ମାନୀତ ଶିକ୍ଷକ, ଅଜୟ ରଥ, ଉପଦେଷ୍ଟା, ଜିଲ୍ଲା ସାମ୍ବାଦିକ ସଂଘ, ବିଦ୍ୟା ପଣ୍ଡା, ନଗର ପ୍ରଭାରୀ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ଏମ୍ ବିଦ୍ୟାସାଗର, ପରିଚାଳକ, ଦିବ୍ୟାଙ୍ଗ ସେବା କେନ୍ଦ୍ର, ସୁଶ୍ରୀ ଦୀପ୍ତି, ପରିଚାଳିକା, ସେବା ସମାଜ ଓ ଅନ୍ୟମାନେ ଯୋଗ ଦେଇଥିଲେ ।
#ସନ୍ଥ
#ବିନୋଭାଭାବେ









11/09/2025

ଶ୍ରୀମନ୍ଦିର ଭିତରକୁ ବାଡ଼ି ଧରି ଧସେଇ ପଶିବାକୁ ଉଦ୍ୟମ // କାବୁ କଲା ପୋଲିସ // ସକାଳୁ ସକାଳୁ ଘଟିଛି ଘଟଣା ⁨⁩ ​

#ଶ୍ରୀମନ୍ଦିର #ଭିତରକୁ #ବାଡ଼ି #ଧରି #ଧସେଇ #ପଶିବାକୁ #ଉଦ୍ୟମ
#କାବୁ #କଲା #ପୋଲିସ
#ସକାଳୁ #ସକାଳୁ #ଘଟିଛି #ଘଟଣା ⁨






ରାୟଗଡ଼ା ଜିଲ୍ଲାରେ ଭାସ୍କର ରାଓ ଏବଂ ଲାଲ ବିହାରୀ ହିମିରିକାଙ୍କ ଇସ୍ତଫା ଦଳର ସଙ୍ଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସଭାପତି  ନବୀନ ପଟ୍ଟ...
10/09/2025

ରାୟଗଡ଼ା ଜିଲ୍ଲାରେ ଭାସ୍କର ରାଓ ଏବଂ ଲାଲ ବିହାରୀ ହିମିରିକାଙ୍କ ଇସ୍ତଫା ଦଳର ସଙ୍ଗଠନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସୁଦୃଢ଼ ରହିଛି ବୋଲି ବିଜୁ ଜନତା ଦଳ ର ମତାମତ

ଭାସ୍କର ରାଓଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳର ଘୋଷଣା
ଦେଖାଯାଉ ଆଗକୁ କେଉଁ ପାଣି କୁଆଡେ ଯାଉଛି


Biju Janata Dal Odisha








Address

New Street, Padmapur
Rayagada
765025

Telephone

+918117029765

Website

Alerts

Be the first to know and let us send you an email when Vod Tv posts news and promotions. Your email address will not be used for any other purpose, and you can unsubscribe at any time.

Share