Moanubhav

Moanubhav MOANUBHAV offers coast to coast a host of news and information – from breaking news in their commu

21/07/2025

ସଂସଦରେ ୱାକଫ ବୋର୍ଡ ସଂଶୋଧନ ଆଇନକୁ ଯେଉଁ ବିଜେଡି ସାଂସଦମାନେ ସମର୍ଥନ ଦେଇଥିଲେ ଓ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ ସେମାନେ ଏବେ କହୁଛନ୍ତି ଆଜିଠାରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ବିରୋଧୀଙ୍କ ସହ ଠିଆ ହୋଇ ସରକାରଙ୍କ ବିରୋଧରେ ଯେଉଁ ସବୁ ପ୍ରସଙ୍ଗ ଆସିବ ତାହାକୁ ଆଖିବୁଜି ସମର୍ଥନ ଦେବେ । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି । ତେଣୁ, ଏହି ପ୍ରସଙ୍ଗରେ ସେମାନେ ସଂସଦରେ ଓଡ଼ିଶା ସରକାରଙ୍କ ସହ କେନ୍ଦ୍ରରେ ଥିବା ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାରକୁ ଦାୟୀ କରି ଘେରିବେ । ୨୦୨୪ ସଧାରଣ ନିର୍ବାଚନରେ ବିଜେଡି ଲୋକସଭାର ୨୧ ଆସନରୁ (ଓଡ଼ିଶାର) ଗୋଟିଏ ହେଲେ ଜିତିନି । ରାଜ୍ୟସଭାର ୦୯ ଆସନରେ ଜିତିଥିଲେ ମଧ୍ୟ ସେଥିରୁ ଦୁଇ ଜଣ ନିର୍ବାଚନ ପରେ ପରେ ବିଜେଡିରୁ ଇସ୍ତଫା ଦେଇ ବିଜେପିକୁ ଚାଲି ଗଲେ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ପୁଣି ବିଜେପିରୁ ପ୍ରାର୍ଥୀ ହୋଇ ରାଜ୍ୟସଭାରେ ପହଂଚି ଗଲେ । ଆଉ ଯେଉଁ ସାତ ସାଂସଦ ବିଜେଡିର ରହିଲେ ସେମାନଙ୍କ ମଧରୁ ଜଣେ ୱାକାଫ ସଂଶୋଧନ ବିଲ୍ ବିରୋଧରେ ଭୋଟ ଦେଇଥିବା ବେଳେ ଜଣେ ଭୋଟ ଦେବାରୁ ବିରତ ରହିଲେ । ପାଞ୍ଚ ବିଜେଡି ସାଂସଦ ଦଳର ରାଜ୍ଯ ନେତୃତ୍ୱର ଅସ୍ପଷ୍ଟ ନୀତିର ସୁଯୋଗ ନେଇ ବିଲ୍ ସପକ୍ଷରେ ଭୋଟ ଦେଲେ । ବିଜେଡି ମୁଖିଆ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରତିଶ୍ରୁତି ଦେଇଥିଲେ ଦଳ ସଂସଦରେ କେନ୍ଦ୍ର ସରକାର ଆଣିଥିବା ୱାକଫ ବୋର୍ଡ ସଂଶୋଧନ ଆଇନକୁ ବିରୋଧ କରିବ । ବିଜେଡି ସାଂସଦମାନଙ୍କୁ ମଧ୍ୟ ସଂସଦ ଅଧିବେଶନ ପୂର୍ବରୁ ସେହି ଅନୁସାରେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ, ଭୋଟ ପୂର୍ବରୁ ବିଜେଡି ମୁଖ୍ୟ କାହିଁକି ମତ ବଦଳାଇଲେ ଏବଂ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଡ. ସସ୍ମିତ ପାତ୍ରଙ୍କ ମାଧ୍ୟମରେ ଦଳୀୟ ସାଂସଦଙ୍କୁ ବିବେକାନୁମୋଦିତ ଭୋଟ ଦେବାକୁ ବାଧ୍ୟ କଲେ ତାହା ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଯେଉଁ ପାଞ୍ଚ ବିଜେଡି ରାଜ୍ୟସଭା ସାଂସଦ ୱାକଫ ବୋର୍ଡ ସଂଶୋଧନ ଆଇନକୁ ରାଜ୍ୟସଭାରେ ସମର୍ଥନ ଦେଇଛନ୍ତି ସେମାନଙ୍କ ନାମ କାହାରିକୁ ଅଛପା ରହି ନାହିଁ । ବିଜେଡି ନେତୃତ୍ୱର ଏହି ଅସ୍ପଷ୍ଟ ନୀତି ବିରୋଧରେ ଦଳରେ ଯେଉଁ ନେତାମାନେ ବିଦ୍ରୋହ କରିଥିଲେ ସେମାନେ ଚାପରେ ପଡ଼ି ନିରବ ହୋଇ ଗଲେଣି। ଏବେ, ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେଉଛି । ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ପୁନଃ ସଂଗଠିତ ହେବା ସହ ବିଜେଡି ଅପେକ୍ଷା ଅଧିକ ଆକ୍ରମଣାତ୍ମକ ଥିବା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି । କଂଗ୍ରେସ ଓଡ଼ିଶାରେ ନାରୀ ନିର୍ଯାତନା ବୃଦ୍ଧିକୁ ପ୍ରସଙ୍ଗ କରି ଆନ୍ଦୋଳନ ମାଧ୍ୟମରେ ରାଜନୈତିକ ଫାଇଦା ନେଇଯିବ ବୋଲି ଭୟରେ ବିଜେଡି ଚଳିତ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ସହ ଠିଆ ହେବ ବୋଲି ଘୋଷଣା କରିଛି । ତେବେ, ବିରୋଧୀ ବିଜେଡିକୁ କେତେଦୂର ବିଶ୍ୱାସକୁ ନେବେ, ତାହା ବଡ ପ୍ରଶ୍ନ ହୋଇଛି ।

19/07/2025

ଭୁବନେଶ୍ଵର
୧୯/୦୭/୨୫
ପୁରୀ ଜିଲ୍ଲା ନିମାପଡା ତହସିଲ ବାୟାବର ଅଞ୍ଚଳରେ ଆଜି ଜଣେ ନାବାଳିକାଙ୍କୁ ତିନି ଜଣ ଅଜ୍ଞାତ ଯୁବକ ନିଆଁ ଲଗାଇ ପୋଡି ଦେଇଥିବା ସୂଚନା ମିଳିଛି। ପ୍ରାୟ ୧୫ ବର୍ଷ ବୟସର ଏହି ନାବାଳିକା ଜଣକ ଜଣେ ଯୁକ୍ତ ଦୁଇ ଛାତ୍ରୀ । ତାଙ୍କ ହାତ, ଗୋଡ଼ ଓ ଅନ୍ୟ ଅଙ୍ଗ ପୋଡ଼ି ଯାଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ପିପିଲି ସିଏଚସିକୁ ନିଆଯାଇଥିଲା। ତେବେ, ଅବସ୍ଥା ଗୁରୁତର ଥିବା ଦେଖି ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନାବାଳିକାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରି ଦେଇଛନ୍ତି । ନାବାଳିକା ଜଣକ ଜଣେ ବନ୍ଧବିଙ୍କୁ ବହିଟିଏ ଦେବାକୁ ଘରୁ ବାହାରି ଥିଲେ । ଏକ ନିର୍ଜନ ସ୍ଥାନରେ ତିନି ଜଣ ଅଚିହ୍ନା ଯୁବକ ତାଙ୍କୁ ରାସ୍ତାରୁ ଉଠାଇ ନେଇ ଦେହରେ ନିଆଁ ଲଗାଇ ଦେଇଥିଲେ ବୋଲି ପ୍ରାଥମିକ ସୂଚନା ମିଳିଛି । ଏହି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକମାନେ ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଅଧିବାସୀମାନେ ନିଆଁ ଜଳୁଥିବା ଓ ଯୁବତୀଙ୍କ ଚିତ୍କାର ଶୁଣି ସେଠାରେ ପହଂଚି ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଝିଅର କାହା ସହ ଶତୃତା ନଥିଲା ବା କିଛି ପ୍ରେମ ବ୍ୟାପାର ନଥିଲା ବୋଲି ପାରିବାର ସଦସ୍ୟ କହିଛନ୍ତି। ବଳଙ୍ଗା ଥାନାରୁ ମାତ୍ର ଦେଢ଼ କିମି ଦୂରରେ ସକାଳ ପ୍ରାୟ ସାଢେ ୮ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଅଭିଯୁକ୍ତମାନଙ୍କ ସଂପର୍କରେ କୌଣସି ସୁରାକ ପାଇ ପାରି ନଥିବା ଜଣାପଡ଼ିଛି । ଭାର୍ଗବୀ ନଦୀ ରାସ୍ତାରେ ସକାଳେ ଘଟଣାଟି ଘଟିଛି। ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଶ୍ରୀମତୀ ପରିଡ଼ା ଘଟଣାରେ ଦୃଢ଼ ନିନ୍ଦା କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେବା ସହ ସେମାନେ ଯେ କେହି ହୋଇଥାନ୍ତୁ ନ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି। ପୀଡ଼ିତା କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ୱରର ଏମ୍ସକୁ ରେଫର୍ ହୋଇଛନ୍ତି । ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି । ବଳଙ୍ଗା ଥାନା ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଜୁଲାଇ ୧୨ ତାରିଖ ଦିନ ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରି ବିଶି ତାଙ୍କୁ ଯୌନ ଉତ୍ପୀଡନ କରାଯାଉଥିବା ଓ କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ପୁଲିସ, ପ୍ରଶାସନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ଵର ସାଂସଦ, ବିଧାୟକଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ନ୍ୟାୟ ମିଲୁ ନଥିବା ଅଭିଯୋଗ କରି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ୧୪ ତାରିଖ ରାତିରେ ଭୁବନେଶ୍ୱର ଏମ୍ସରେ ତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
# ମୋଅନୁଭବ.କମ୍

18/07/2025
18/07/2025
18/07/2025

ସାପ୍ତାହିକ 'ତୀକ୍ଷ୍ଣ ଦୃଷ୍ଟି' ପ୍ରକାଶିତ ଷଷ୍ଠ ତଥା ସ୍ବତନ୍ତ୍ରଆଲେଖ୍ୟ - 'ମୋଦୀଙ୍କ ମୁଣ୍ଡରେ ବୟସର ଖଣ୍ଡା' - ଆପଣମାନଙ୍କ ପ୍ରତିକ୍ରିୟା ଅପେକ୍ଷାରେ । [email protected]ରେ ପଠାଇ ପାରିବେ...

Address


Alerts

Be the first to know and let us send you an email when Moanubhav posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Moanubhav:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share