12/06/2026
ମହେନ୍ଦ୍ର ସ୍ୱାଇଁ ଚାରିଟେବୁଲ୍ ଟ୍ରଷ୍ଟ ଏବଂ ହେଲ୍ପ ସଂସ୍ଥା ମିଳିତ ଉଦ୍ୟମରେ
ବିଶାଳ ସ୍ୱାସ୍ଥ୍ୟ ଏବଂ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ
ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ କାର୍ଯ୍ୟଳୟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଏବଂ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଉଦଘାଟନ କରିଥିଲେ। ମହେନ୍ଦ୍ର ସ୍ୱାଇଁ ଚାରିଟେବୁଲ୍ ଟ୍ରଷ୍ଟ ଏବଂ ହେଲ୍ପ ସଂସ୍ଥା ମିଳିତ ଉଦ୍ୟମରେ ଏହି ଶିବିର ଆୟୋଜନ ହୋଇଥିବା ବେଳେ ବ୍ଲକ ଅଞ୍ଚଳରୁ ଶତାଧିକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏ ଅବସରରେ ଚକ୍ଷୁ ପରୀକ୍ଷା କରିଥିବା ଲୋକଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା।