Angul Express

Angul Express Contact information, map and directions, contact form, opening hours, services, ratings, photos, videos and announcements from Angul Express, Media/News Company, Balaramprasad, Anugul.
(3)

30/08/2026

#କ୍ରୀଡା_ଦିବସରେ_ଅନୁଗୋଳର_କ୍ରୀଡାବୀତଙ୍କ_ସଫଳତା। #ରାଜ୍ୟ_ଉସୁରେ_ପ୍ରତିଯୋଗିତା_ଚମକିଲେ_ଅନୁଗୋଳର_ପ୍ରତିଭା
ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ—୧୭ ପଦକ ହାସଲ।
#ଶୁଭେଚ୍ଛା_ଜଣେଇଲେ_ଅନୁଗୋଳ_ବିଧାୟକ_ପ୍ରତାପ_ଚନ୍ଦ୍ର_ପ୍ରଧାନ।,

30/08/2026

ଜାତୀୟ ଉସୁରେ ଚମକିଲେ ଅନୁଗୋଳର ପ୍ରତିଭା
ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ସହ ୧୭ ପଦକ ହାସଲ। କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।

29/08/2026

କଣ୍ଟାବଣିଆ ମାନପୁର ଗାଁ'ରେ ଜାତିଆଣ ଆକ୍ଷେପକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ !
କଣ୍ଟାବଣିଆ ଥାନାରେ ଅଭିଯୋଗ, ପୋଲିସର ନିଷ୍କ୍ରିୟତା ନେଇ ପ୍ରଶ୍ନ।

ଅନୁଗୋଳର ଅଧିଷ୍ଠାତ୍ରୀ ଦେବି ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ପୂଜା ତଥା ମା'ଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
29/08/2026

ଅନୁଗୋଳର ଅଧିଷ୍ଠାତ୍ରୀ ଦେବି ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ପୂଜା ତଥା ମା'ଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

29/08/2026

ପିଜିସିଆଇଏଲ୍ ମଜଦୂର ସଂଘ ପକ୍ଷରୁ ଫୁଲପଡାରେ ପାଳିତ ହେଲା ଅମୃତା ଦେବୀ ବଳିଦାନ ଦିବସ।

28/08/2026

ରାଜ୍ୟର ମା ଭଉଣୀ ମାନଙ୍କୁ ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମା’ ସୁଭଦ୍ରାଙ୍କ ଆଶୀର୍ବାଦରୁ ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ନୟାଗଡ଼ର ଲାଠିପଡ଼ା ମାଟିରୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍...
28/08/2026

ମା’ ସୁଭଦ୍ରାଙ୍କ ଆଶୀର୍ବାଦରୁ ରାକ୍ଷୀ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ନୟାଗଡ଼ର ଲାଠିପଡ଼ା ମାଟିରୁ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜିର ଏହି ଶୁଭ ଦିନରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରିୟ ଭଉଣୀମାନଙ୍କ ବ୍ୟାଙ୍କ ଖାତାକୁ ୫,୧୬୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯାଇଛି। ସରକାରଙ୍କ ପାଇଁ ନାରୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ବରଂ ମହିଳାମାନଙ୍କୁ ସାମାଜିକ, ରାଜନୈତିକ ଓ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ଆମର ପ୍ରମୁଖ ଲକ୍ଷ୍ୟ। ଜଣେ ଭାଇ ଭାବେ ନିଜ ଭଉଣୀଙ୍କ ହାତରେ ସୁରକ୍ଷା ଓ ସମୃଦ୍ଧିର ଉପହାର ଟେକିଦେବା ଅନୁଭୂତି ମୋ ପାଇଁ କେବଳ ଶାସନଗତ କର୍ତ୍ତବ୍ୟ ନୁହେଁ, ବରଂ ଗଭୀର ଆତ୍ମୀୟତା ଓ ନିଷ୍ଠାର ବିଷୟ।
ନାରୀ ସଶକ୍ତିକରଣର ଯଥାର୍ଥ ଅର୍ଥ ହେଉଛି ଆତ୍ମସମ୍ମାନ ସହ ନିଜ ଜୀବନର ନିଷ୍ପତ୍ତି ନିଜେ ନେବାର ପୂର୍ଣ୍ଣ ସ୍ୱାଧୀନତା। ଆମର ମା’ ଓ ଭଉଣୀମାନେ ‘ସୁଭଦ୍ରା’ ସହାୟତାକୁ ଆତ୍ମନିର୍ଭରଶୀଳତାର ଆୟୁଧ କରି ସ୍ୱାବଲମ୍ବୀ ହେଉଛନ୍ତି, ଯାହା ଓଡ଼ିଶାର ଭବିଷ୍ୟତ ପାଇଁ ଅତ୍ୟନ୍ତ ଆଶାଜନକ। ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଏବଂ ‘Women Entrepreneurship Platform’ ଭଳି ପ୍ରତ୍ୟେକ ଯୋଜନା ନାରୀଶକ୍ତିର ସଂକଳ୍ପକୁ ନୂତନ ଶିଖରକୁ ନେଉଛି।ମୋର ଦୃଢ଼ ବିଶ୍ୱାସ, ମା’ମାନଙ୍କର ସଶକ୍ତିକରଣ ଓ ଆଶୀର୍ବାଦ ହିଁ ଏକ ନୂତନ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ଭିତ୍ତିପ୍ରସ୍ତର ସ୍ଥାପନ କରିବ।


28/08/2026

ଭଦ୍ରକରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ।

28/08/2026

ଅତ୍ୟାଧୁନିକ ଚୁଟି ରୋପଣ, ଦାନ୍ତ ସମସ୍ୟା ଏବଂ ମୁହଁ ସୌନ୍ଦର୍ଯ୍ୟ ପାଇଁ ଅନୁଗୋଳ ହରିମହୁରୀ ଛକ ନିକଟରେ ଖୋଲିଲା ପୁଷ୍ପା ଗ୍ଲୋଡେଣ୍ଟ — ସୌନ୍ଦର୍ଯ୍ୟ ଓ ଯତ୍ନର ସମ୍ପୂର୍ଣ୍ଣ ଗନ୍ତବ୍ୟ। P

28/08/2026

ରକ୍ତ କର୍କଟରେ ପୀଡ଼ିତ ୫ ବର୍ଷୀୟ ଶିଶୁ ପାଇଁ ସହାୟତାର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ।

Address

Balaramprasad
Anugul
759128

Alerts

Be the first to know and let us send you an email when Angul Express posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share