
17/09/2025
ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମା ପୂଜା
ଆଜି କନ୍ଯା ସଂକ୍ରାନ୍ତି ଅବସରରେ ଅନୁଗୁଳ ଅମଲାପଡା ମା ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଅଞ୍ଚଳ ର ବହୁ ଠିକାଦାର, ଶ୍ରମଜିବୀ ଏବଂ ଅନ୍ଯାନ୍ଯ ଶ୍ରଦ୍ଧାଳୁ ମାନେ ଦିନ ଦଶଟା ସମୟରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ | ଦିନ ଏଗାରଟା ସମୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା | ଅପରାହ୍ନ ଗୋଟାଏ ସମୟରେ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା |
ବାସନ୍ତୀ ଦୂର୍ଗା ପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅନୁପ କୁମାର ମହାନ୍ତି, ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପ୍ରଦିପ ଦେବତା ଙ୍କ ସମେତ ଶୁଭେନ୍ଦୁ ପ୍ରଧାନ, ଟୁଟୁ ପ୍ରଧାନ, ତାପସ ରାଏ , ସୌମ୍ୟରଂଜନ ଦାଶ, ପ୍ରତାପ ମାଝୀ, ମନୁ ପ୍ରଧାନ, ଯତିନ ସେଠୀ , ଗୁରୁଦେବ ସାହୁ, ଦିପକ ଟିବ୍ରୁୱାଲା , ସାହି ବାସିନ୍ଦା ,ବୁଦ୍ଧିଜୀବୀ ଓ ଅନ୍ୟ ସଦସ୍ଯ ମାନେ ପୂଜା ରେ ଯୋଗ ଦେଇଥିଲେ |